ଏହି ଦୁଇଟି ଉପାୟ ଅବଲମ୍ବନ କରନ୍ତୁ ଓମିକ୍ରୋନରୁ ରକ୍ଷା ପାଇ ପାରିବେ। ତୃତୀୟ ଲହରକୁ ନେଇ ଚେତାବନୀ ଦେଲେ AIIMS ର୍ଦ୍ଦେଶକ।

କରୋନା ଭାଇରସର ଡେଲ୍ଟା ପରେ ଏବେ ସାରା ବିଶ୍ୱରେ ଓମିକ୍ରନ ପ୍ରକୋପ କରୁଛି। ଏଥିରେ କରୋନାର ଓମିକ୍ରନ ଭାରିଏଣ୍ଟ ଭାରତ ପହଞ୍ଚି ସାରିଥିବାର କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ସବୁ ସ୍ତରରେ ସତର୍କତା ଅବଲମ୍ବନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଦୀର୍ଘ ଦୁଇ ବର୍ଷ ହେବ ସାରା ବିଶ୍ୱ କରୋନା କବଳରେ ରହିଅଛି। ଏ ପର୍ଯ୍ୟନ୍ତ କରୋନା କୋପରୁ କୌଣସି ଦେଶ ମଧ୍ୟ ବଞ୍ଚି ପାରି ନାହିଁ। ଯାହାଫଳରେ ସମସ୍ତ ଦେଶ ଟୀକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି। ତେବେ ଅନେକ ଦେଶରେ ଟୀକାକରଣ ହେବା ସତ୍ତ୍ୱ କରୋନାରେ ଲୋକମାନେ ଏ ପର୍ଯ୍ୟନ୍ତ ଆକ୍ରାନ୍ତ ହେଉଛନ୍ତି। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ କରୋନାର ଦ୍ୱିତୀୟ ଲହରରେ ଡେଲ୍ଟା ଭ୍ୟାରିଏଣ୍ଟର ପ୍ରକୋପ ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ଓମିକ୍ରୋନ୍ ଭ୍ୟାରିଏଣ୍ଟ ସାରା ବିଶ୍ୱ ପାଇଁ ତୃତୀୟ ଲହର ସାଜିବ ବୋଲି ବିଶେଷଜ୍ଞ ମାନେ ମତ ରଖିଛନ୍ତି।

ଓମିକ୍ରୋନ୍ ଭ୍ୟାରିଆଣ୍ଟ ଦ୍ରୁତଗତିରେ ସଂକ୍ରମିତ କରୁଥିବା ‘ହୁ’ ପକ୍ଷରୁ ଚେତାବନୀ ଦିଆଯାଇଛି। ଏପରିକି ଡେଲଟା ଭାରିଆଣ୍ଟ ଦ୍ବାରା ୩ ମାସରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଓମିକ୍ରୋନ୍ ଦ୍ବାରା ମାତ୍ର ୧୫ ଦିନରେ ସଂକ୍ରମଣ ତୀବ୍ର ହେଉଛି। ଭାରତରେ ଏହି ଭ୍ୟାରିଏଣ୍ଟ ପହଞ୍ଚି ସାରିଲାଣି ଏବଂ ଧୀରେ ଧୀରେ ଏହା କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ସାରା ଭାରତରେ ୧୯ ଟି ଜିଲ୍ଲାକୁ କରୋନା ଛୁଇଁ ସାରିଲାଣି।

ଗତ କାଲି ଗୋଟିଏ ଦିନରେ ଓମିକ୍ରୋନ୍ ଆକ୍ରାନ୍ତ ସଂଖ୍ୟା ୧୫୦ ହୋଇଥିଲା। ଯାହାକି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଚିନ୍ତା ବୃଦ୍ଧି କରାଇଛି। ତେବେ ଏହାକୁ ରୋକିବା ପାଇଁ କଟକଣା ଲାଗୁ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟସରକାର ଙ୍କ ନିକଟକୁ ଚିଠି ଲେଖିଛନ୍ତି। ତେବେ ଏହି ସମୟରେ ଦିଲ୍ଲୀ ନିର୍ଦ୍ଦେଶକ ରଣଦୀପ୍ ଗୁଲେରିଆ ସଂକ୍ରମଣକୁ ରୋକିବା ପାଇଁ କିଛି ଉପାୟ ଅବଲମ୍ବନ କରିଛନ୍ତି। ତେବେ ଆସନ୍ତୁ ସେହି ବିଷୟରେ ଜାଣିବା।

ତେବେ ଓମିକ୍ରୋନ୍ ଭାଇରସ ତୀବ୍ର ସଂକ୍ରମଣ କରୁଥିବାରୁ ଟୀକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହାପରେ ଗୋଟିଏ ଲେୟାର ମାସ୍କ ନପିନ୍ଧି ତିନି ଲେୟାର ମାସ୍କ କିମ୍ବା ଏନ-୯୫ ମାସ୍କ ପିନ୍ଧିବା ଜରୁରୀ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ସେ ଏକଥା ମଧ୍ୟ କହିଛନ୍ତି ଯେ ନୂତନ ଭ୍ୟାରିଏଣ୍ଟ ଆସିବା ଦ୍ୱାରା ଏହା ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ହ୍ରାସ କରି ଦେଇ ପାରେ। ତେଣୁ ସେଥିପାଇଁ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡିବ।

Leave a Reply

Your email address will not be published. Required fields are marked *