ଆଗାମୀ ୯୬ ଘଣ୍ଟା ମିହିର ଦାସ ଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ , କହିଲେ ଡାକ୍ତର , ଭେଣ୍ଟିଲେଟର ରେ ଚିକିତ୍ସାଧୀନ ଅଛନ୍ତି ଅଭିନେତା :-

ଓଲିଉଡ ର ବର୍ଷିୟାନ ଏବଂ ଲୋକପ୍ରିୟ ଅଭିନେତା ମିହିର ଦାସ ଙ୍କୁ ବା କିଏ ନଜାଣେ ? ତାଙ୍କ ଅଭିନୟ ଲୋକଙ୍କ ମନରେ ଯେତିକି ଖୁସି ଏବଂ ଆଲୋଡନ ସୃଷ୍ଟି କରେ ସେତିକି ତାଙ୍କ ମହାନତା ଲୋକଙ୍କ ମନରେ ତାଙ୍କ ପ୍ରତି ଥିବା ସମ୍ମାନକୁ ବ୍ୟକ୍ତ କରିଥାଏ । ତାଙ୍କର ବ୍ୟକ୍ତିତ୍ୱ ମଧ୍ୟ ଭିନ୍ନ ଧରଣର ।

କିନ୍ତୁ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ମିହିର ଦାସ ଙ୍କ ସ୍ୱାସ୍ଥ୍ୟ ଖବର ସମ୍ବନ୍ଧରେ । ଗତ ପ୍ରାୟ ଏକ ମାସ ହେବ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିଲା । ତେଣୁ ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଖବର ଶୁଣିବାକୁ ମିଳିଥିଲା । କିନ୍ତୁ ଗତକାଲି ସୂଚନା ମିଳିଛି ଯେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି ।

ଗତ ତିନି ସପ୍ତାହ ହେବ ମିହିର ଦାସ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ଏବଂ ତାଙ୍କୁ ଭେଣ୍ଟିଲେଟର ରେ ଚିକିତ୍ସା କରାଯାଉଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଟିକିଏ ଭଲ ଥିବା କଥା ଜଣା ପଡ଼ିବା ସହିତ ଏହା ମଧ୍ୟ ଜଣା ପଡ଼ିଛି ଯେ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିବାକୁ ଆହୁରି କିଛିଦିନ ଲାଗିପାରେ । ଡାକ୍ତର ଙ୍କ ଅନୁଯାୟୀ ଆଗାମୀ ୯୬ ଘଣ୍ଟା ମିହିର ଦାସ ଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ତେଣୁ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପୂର୍ଣ୍ଣ ଠିକ ହେବା ପରେ ଯାଇ ସେ ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ଡାକ୍ତର କହିଛନ୍ତି ।

ମିହିର ଦାସ ଙ୍କ ଭଳି ବ୍ୟକ୍ତିତ୍ୱ ଏବଂ ଅଭିନେତା ଙ୍କ ପାଇଁ ତାଙ୍କ ପ୍ରଶଂସକ ଏବଂ ଶୁଭ ଚିନ୍ତକ ମାନେ ତାଙ୍କ ସୁସ୍ଥତାର କାମନା ଭଗବାନଙ୍କ ପାଖରେ କରିଛନ୍ତି । କାରଣ ଏଭଳି ପ୍ରତିଭା ବାନ ବ୍ୟକ୍ତି ଦୁନିଆରେ ଅଦ୍ୱିତୀୟ । ତେଣୁ ସମସ୍ତେ ତାଙ୍କ ସ୍ୱାସ୍ଥ୍ୟ ପାଇଁ କାମନା କରୁଥିବା ଦେଖା ଯାଇଛି ।

Leave a Reply

Your email address will not be published. Required fields are marked *