ସକାଳୁ ହଳଦୀର ଏପରି ବ୍ୟବହାର ଆପଣଙ୍କୁ କରିପାରେ ଧନୀ ଏବଂ ମାତା ଲକ୍ଷ୍ମୀ କେବେବି ରୁସ୍ଟ ହୁଅନ୍ତି ନାହିଁ , ଜାଣନ୍ତୁ ଉପାୟ :-

ମନୁଷ୍ୟ ଜୀବନରେ ଅନେକ ଉତ୍ଥାନ ପତନ ଆସିଥାଏ । ତେବେ ତାହାକୁ ଆମେ ସମସ୍ତେ ଆମ ଭାଗ୍ୟର ଖେଳ ବୋଲି କହିଥାଉ । ମାତ୍ର ଏହା ଆମେ ଜାଣିନାହୁଁ ଯେ ଅହି ଜନ୍ମରେ ମନୁଷ୍ୟର କର୍ମ ଅନୁଯାୟୀ ହିଁ ତାର ଭାଗ୍ୟ ତିଆରି ହୋଇଥାଏ । ତେଣୁ ପ୍ରତ୍ୟେକ ମୁହୂର୍ତ୍ତର ଗୁରୁତ୍ୱ ବୁଝି ସମୟ କୁ ଠିକ ଭାବରେ ଉପଯୋଗ କରି ଠିକ କାର୍ଯ୍ୟ କରିବା ଉଚିତ । ଏହାଦ୍ବାରା ଆମର ଭବିଷ୍ୟତ ଏବଂ ଭାଗ୍ୟ ସୁନ୍ଦର ହେବ ।

ଏହା ବ୍ୟତୀତ ମଣିଷକୁ ସୁଖରେ ରହିବା ପାଇଁ କେବଳ ନିଜର କାର୍ଯ୍ୟ କଲେ ହେବ ନାହିଁ । ନିଜର ସମସ୍ତ ସୁଖ ସ୍ୱଚ୍ଛନ୍ଦ କୁ ଉପଭୋଗ କରିବା ପାଇଁ ମଣିଷକୁ ଟଙ୍କା ରୋଜଗାର ମଧ୍ୟ କରିବା ଉଚିତ । କିନ୍ତୁ ଅନେକ ଲୋକ ଆଜି ପର୍ଯ୍ୟନ୍ତ ବି ଏପରି ଅଛନ୍ତି ଯେଉଁମାନଙ୍କ ପାଖରେ ସବୁବେଳେ ଧନର ଅଭାବ ଦେଖା ଦେଇଥାଏ । ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ସେମାନେ ଟଙ୍କା ଖର୍ଚ୍ଚ କରିବା ଆଗରୁ ଅନେକ ଥର ଚିନ୍ତା କରନ୍ତି ।

ତେବେ ସେମାନଙ୍କ କ୍ଷେତ୍ରରେ ସମସ୍ୟା ଏହା ଯେ ସେମାନେ ଜୀବନରେ ଟଙ୍କା ରୋଜଗାର କୁ ଅଧିକ ଗୁରୁତ୍ୱ ଦିଅନ୍ତି ନାହିଁ ଏବଂ ଭଗବାନ ଙ୍କ ଉପରେ ମଧ୍ୟ ବିଶ୍ୱାସ ରଖନ୍ତି ନାହିଁ । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ହଳଦୀ କୁ ନେଇ କିଛି ଏପରି ଉପାୟ କହିବୁ ଯାହାଦ୍ୱାରା ଆପଣଙ୍କ ପାଖରେ ଭବିଷ୍ୟତରେ କେବେବି ଧନର ଅଭାବ ହେବ ନାହିଁ ଏବଂ ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ସବୁବେଳେ ରହିବ ।

ତେବେ ହଳଦୀ ର ମହତ୍ତ୍ୱ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ହଳଦୀ ଶରୀର ପାଇଁ ଖୁବ ହିତକର ଅଟେ । କାରଣ ସେଥିରେ ଆଣ୍ଟି ଏଜେଣ୍ଟ ଅଧିକ ପରିମାଣରେ ଥାଏ । କିନ୍ତୁ ହଳଦୀ ତିଳକ କୁ ଯଦି ଆମେ ପ୍ରତ୍ୟେକ ଦିନ ମୁଣ୍ଡରେ ଲଗାଇବା ତେବେ ଯଶ ଏବଂ ସମ୍ମାନ ବୃଦ୍ଧି ହୋଇଥାଏ । ଏହା ବ୍ୟତୀତ ଯଦି ଆମେ ପ୍ରତି ଦିନ ସକାଳ ସମୟରେ ଗାଧୋଇ ସାରି ଶ୍ରୀ ହରି ଙ୍କ ପାଦ ରେ ହଳଦୀ ଲଗାଇବା ଏବଂ ତାସହିତ ହଳଦୀ କୁ ନିଜ ମୁଣ୍ଡ ଏବଂ ବେକରେ ଲଗାଇବା ତେବେ ଆମେ ସବୁ କ୍ଷେତ୍ରରେ ବିଜୟ ହାସଲ କରିବା । କାରଣ ହଳଦୀ କୁ ବିଜୟ ର ପ୍ରତୀକ କୁହାଯାଏ ।

ଯଦି ଆମେ ହଳଦୀ କୁ ଘରର ଚାରିପାଖ ପାଚେରୀ ରେ ଗାର ସଦୃଶ ଟାଣିବା ତେବେ ଘର ମଧ୍ୟକୁ କୌଣସି ନକରାତ୍ମକ ଶକ୍ତିର ପ୍ରବେଶ ହେବ ନାହିଁ । ଏହାବ୍ୟତୀତ ଯଦି ଆପଣ ଭଡ଼ା ଘରେ ରହୁଛନ୍ତି ତେବେ ଘରର ମୁଖ୍ୟ ଦ୍ୱାରରେ ହଳଦୀ ଗାର ଟାଣନ୍ତୁ । ଏହାଦ୍ବାରା ଘର ମଧ୍ୟକୁ ନକରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ । ଏହାଦ୍ବାରା ଘରେ ସୁଖ ଶାନ୍ତି ବଜାୟ ରହିବ ଏବଂ କେବେବି ଘରେ ଧନ ର ଅଭାବ ହେବ ନାହିଁ । ମାତା ଲକ୍ଷ୍ମୀ ଏବଂ ଭଗବାନ ଶ୍ରୀ ବିଷ୍ଣୁ ଙ୍କ ଆଶୀର୍ବାଦ ସବୁବେଳେ ଆପଣଙ୍କ ଉପରେ ରହିବ ।

Leave a Reply

Your email address will not be published. Required fields are marked *