ବିଏମଡବ୍ଲ୍ୟୁ କାର ଉପରେ ଧୂଳି ପଡ଼ିବାରୁ ପଡ଼ୋଶୀ ସହ ସାର୍ଟ ପ୍ୟାଣ୍ଟ ଖୋଲି ଝଗଡା କଲେ ଡିଏସପି :ଦେଖନ୍ତୁ ଭିଡ଼ିଓ :-

ବର୍ତ୍ତମାନ ସମାଜରେ ଲୋକେ ଆବଶ୍ୟକ ଠାରୁ ଅଧିକ ସ୍ୱାର୍ଥପର ହୋଇ ଗଲେଣି । ଲୋକେ ଟିକେ କଥାରେ ପରସ୍ପର ମଧ୍ୟରେ ଝ-ଗ-ଡ଼ା ଗାଳି-ଗୁଳଜ କରିବାକୁ ରାସ୍ତାକୁ ଓଲ୍ହାଇ ଆସୁଛନ୍ତି । ଯେଉଁଠି ସମାଜ ବିନା ମଣିଷ ବଞ୍ଚିବା କଷ୍ଟକର ପୁଣି ବର୍ତ୍ତମାନ ସମାଜରେ ହିଁ ଲୋକ ରହିବା କଷ୍ଟକର ହୋଇ ଗଲାଣି । ଜଣେ ପୋଲିସ ଠାରୁ ଆମେ କେଉଁ ଆଶା ରଖୁ ? ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଜଣେ ପୋଲିସ ର ପ୍ରଥମ କର୍ତ୍ତବ୍ୟ ଅଟେ । କିନ୍ତୁ ଆଜିକାର ଯେଉଁ ଭାଇରଲ ଭିଡ଼ିଓ ବିଷୟରେ କହିବୁ ସେହି ଅନୁଯାୟୀ ଜଣେ ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ତ ଦୂରର କଥା ବରଂ ନିଜେ କଳହ ସୃଷ୍ଟି କରିଛି ପୁଣି ତାହାର କାରଣ ଜାଣି ମଧ୍ୟ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ସୂଚନା ଅନୁଯାୟୀ ଘଟଣାଟି ମଧ୍ୟପ୍ରଦେଶର ଇନ୍ଦୋର ର ଅଟେ । ସମ୍ପୂର୍ଣ୍ଣ ଘଟଣା ଏହା ଯେ ସୂଚନା ଅନୁଯାୟୀ ଉଜ୍ଜୈନ ଲୋକାଯୁକ୍ତ ୟୁନିଟ ଡିଏସପି ବେଦାନ୍ତ ଶର୍ମା ଇନ୍ଦୋର ର କନାଡିଆ ଅଞ୍ଚଳରେ ରହନ୍ତି । ତାଙ୍କ ଘର ପାଖରେ ତାଙ୍କ ପଡ଼ୋଶୀ ସନ୍ଦୀପ ବିଜ ମଧ୍ୟ ରହନ୍ତି । ତେବେ କିଛି ଦିନ ତଳେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବାର ଭିଡ଼ିଓ ଭାଇରଲ ହୋଇଥିଲା ।

କିଛି ଦିନ ଧରି ସନ୍ଦୀପ ବିଜଙ୍କ ଘରେ କାମ ଚାଲିଥିଲା । ଯେଉଁ କାରଣରୁ ଡିଏସପି ବିଦାନ୍ତ ଶର୍ମା କାମ କାରଣରୁ ତାଙ୍କ ଘରେ ଧୂଳି ପଡ଼ୁଥିବାକୁ ନେଇ ଅଭିଯୋଗ କରିଥିଲେ । ବେଦାନ୍ତ ଶର୍ମା ଙ୍କ ଏହି ଅଭିଯୋଗ ଥିଲା ଯେ ସନ୍ଦୀପ ଙ୍କ ଘରେ କାମ ହେଉଥିବାରୁ ତାଙ୍କ ବିଏମଡବ୍ଲ୍ୟୁ ଉପରେ ଧୂଳି ପଡ଼ିଛି ।

ଏହି କଥାରେ ଉତ୍ୟକ୍ତ ହୋଇ ଡିଏସପି ବିଦାନ୍ତ ଟାୱେଲ ଘୋଡେ଼ଇ ହୋଇ ଝଗଡ଼ା କରିବାକୁ ଆସିଥିଲେ । ଖୁବ ଖରାପ ଭାଷାରେ ସେ ଗାଳିଗୁଲଜ କରିଥିଲେ । ପରେ ଦୁହିଁଙ୍କ ମଧ୍ୟରେ ମାରପିଟ ମଧ୍ୟ ହୋଇଥିଲା । ଏହି ସମୟରେ ଡିଏସପି ବିଦାନ୍ତ ଙ୍କ ଟାୱେଲ ମଧ୍ୟ ଖସି ଯାଇଥିଲା । ତଥାପି ସେ ନିଜ କାରନାମା ରୁ ବଞ୍ଚିତ ହୋଇ ନଥିଲେ ଆହୁରି ମଧ୍ୟ ଲାଠି ଆଣିବାକୁ ଘର ଭିତରକୁ ଯାଇଥିଲେ ।

ଏହା ଦେଖି ସନ୍ଦୀପ ଜୀବନ ବଞ୍ଚାଇବା ପାଇଁ ସେଠାରୁ ପଳାଇ ଯାଇଥିଲେ । ଡିଏସପି ବିଦାନ୍ତ ଯେତେବେଳେ ବାହାରକୁ ଆସି କେହି ନଥିବା ଦେଖିଲେ ସେତେବେଳେ ସେ ବି ଭିତରକୁ ପଳାଇ ଯାଇଥିଲେ କିନ୍ତୁ ଏହାପରେ ସେ ଥାନା ରେ ସନ୍ଦୀପ ଙ୍କ ନାମରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ କନାଡିଆ ପୋଲିସ ସନ୍ଦୀପ ଙ୍କ ବିରୋଧରେ ଆଇପିସି ଧାରା ୨୯୪ ( ଗାଳିଗୁଲଜ ) , ୩୨୩ ( ମାରପିଟ ) ଓ ୫୦୬ ( ଅପରାଧିକ ଧମକ ) ଅନୁଯାୟୀ ମାମଲା ରୁଜ୍ଜୁ ହୋଇଛି । ମାତ୍ର ଏଥି ସକାଶେ ସନ୍ଦୀପ ଙ୍କ ତରଫରୁ କୌଣସି ଏତଲା ଦିଆଯାଇ ନାହିଁ ।

Leave a Reply

Your email address will not be published. Required fields are marked *