ବର୍ଷାଙ୍କ ନାମରେ ଆଉ ଏକ ଅଭିଯୋଗ ଆଣିଲେ ଅନୁଭବ, କହିଲେ ବର୍ଷା ରଖିଛନ୍ତି ପ୍ରବଳ ନକଲି ସାର୍ଟିଫିକେଟ…

ଓଲିଉଡ ଅଭିନେତା ଏବଂ ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ବିବାଦ କୁ ଆଜକୁ ପ୍ରାୟ ଏକ ବର୍ଷ ହେଲାଣି । ତଥାପି ତାଙ୍କ ବିବାଦର ସମାଧାନ ଆଜି ପର୍ଯ୍ୟନ୍ତ ହୋଇ ପାରି ନାହିଁ । ଗତ କିଛିଦିନ ତଳେ ସାଂସଦ ଅନୁଭବ ମହାନ୍ତି ଟ୍ୱିଟର ରେ ଏକ ଭିଡ଼ିଓ ସେୟାର କରି ନ୍ୟାୟ ମାଗିଥିଲେ ।

ଆଜି କିନ୍ତୁ ଅନୁଭବ ଙ୍କୁ କୋର୍ଟ ଆଗରେ ମିଡ଼ିଆର ପଚରା ଉଚୁରା ପରେ ଆଉ କିଛି ତଥ୍ୟ ସାମ୍ନାକୁ ଆସିଛି । ମିଡ଼ିଆ ଅନୁଯାୟୀ ବର୍ଷା ଙ୍କ ନାମରେ ଆଉ ଏକ ଅଭିଯୋଗ ହୋଇଛି ବୋଲି କୁହାଯାଇଛି । ଏ ସମ୍ବନ୍ଧରେ ଆଜି କୋର୍ଟ ବାହାରେ ମିଡ଼ିଆ ଅନୁଭବ ଙ୍କୁ ପ୍ରଶ୍ନ କରିବା ପରେ ଅନୁଭବ ଏ ସମ୍ବନ୍ଧରେ ମତ ଦେଇଛନ୍ତି ।

ସାଂସଦ ଅନୁଭବ ମହାନ୍ତି ଙ୍କ ଅନୁଯାୟୀ ବର୍ଷା ଏହି ମାମଲା ରେ କୋର୍ଟ କଚେରୀ କାମରେ କିଛି ନକଲି କାଗଜପତ୍ର ଯେପରିକି ମିଛ ପରିଚୟ ପତ୍ର ର ବ୍ୟବହାର କରିଛନ୍ତି । ତେଣୁ କାନୁନ ଅନୁଯାୟୀ ଏହା କୌଣସି ଅପରାଧ ଠାରୁ ବି କମ ନୁହେଁ । ଅନୁଭବ ଙ୍କ ଅନୁଯାୟୀ ଆଜି ବିବାଦର ସାକ୍ଷୀ ଭାବରେ ତାଙ୍କୁ ଡକେଇ ପଠା ଯାଇଥିଲା । କିନ୍ତୁ କୋର୍ଟ ର କୌଣସି ଶୁଣାଣି କିମ୍ବା କାଗଜପତ୍ର ଦାଖଲ ସମୟରେ ବର୍ଷା ନିଜେ ଆସୁ ନଥିବା କଥା ସେ କହିଛନ୍ତି ।

ସେ କହିଛନ୍ତି ଯେ ଯାହା ସବୁ ଅଭିଯୋଗ ବର୍ଷା ଙ୍କ ନାମରେ ହୋଇଛି ତାହା କେବଳ ବର୍ଷା ହିଁ ଠିକ ଭାବରେ କହି ପାରିବେ । ତେଣୁ ବର୍ଷା ଙ୍କୁ ସର୍ବସମ୍ମୁଖରେ ନିଜର ସତ୍ୟ ରଖିବା ଉଚିତ । ତେଣୁ ଅନୁଭବ ବର୍ଷା ଙ୍କ ନାମରେ ଏହି ଅଭିଯୋଗ ଆଣିଛନ୍ତି ଯେ ବର୍ଷା ଏହି କେଶ ରେ ମିଛ କାଗଜପତ୍ର କିମ୍ବା ଜାଲ ଡକ୍ୟୁମେଣ୍ଟ ର ବ୍ୟବହାର କରିଛନ୍ତି । ତେଣୁ ସେ ଏ ସମ୍ବନ୍ଧରେ କୋର୍ଟ ରେ ଆସି ନିଜର ଦୋଷ ମାନିବା ଉଚିତ ।

Leave a Reply

Your email address will not be published. Required fields are marked *