ଇତିହାସର ସବୁଠାରୁ ଭୟଙ୍କର ଭୁଲ, ଯେଉଁ କାରଣ ପାଇଁ ଚାଲିଗଲା ୪ କୋଟିଙ୍କ ଜୀବନ…

ଇତିହାସରେ ମଣିଷ ମାନେ କରିଥିବା ଗୋଟିଏ ଭୁଲ ପାଇଁ ଚାରି କୋଟି ଲୋକଙ୍କର ଜୀବନ ଚାଲି ଯାଇଥିଲା । କିନ୍ତୁ ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏସବୁ ପଛରେ ବଡ଼ କାରଣ ଥିଲା ଏକ ଚଢ଼େଇ । ମଣିଷ ସବୁବେଳେ ନିଜ ଆୟତ୍ତ ବାହାରର କାମ କରିବାକୁ ଚେଷ୍ଟା କରିଥାଏ । ପ୍ରକୃତି ସାମ୍ନାରେ କେହିବି ବଲବାନ ନୁହେଁ ତଥାପି ମଣିଷ ସବୁବେଳେ ପ୍ରକୃତି ଉପରେ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା କରିଥାଏ ।

୧୯୫୮ ଚାଇନା ଦ ଗ୍ରେଟ ସ୍ପାରୋ କେମ୍ପେନ ଯାହାର ଅର୍ଥ ଏହା ମଧ୍ୟ କୁହାଯାଇ ପାରେ ଯେ ଚାରୋଟି କୀଟ କୁ ଅନ୍ତ କରିବାର ଅଭିଯାନ । ସେତେବେଳେ ପିପଲସ ରିପବ୍ଲିକ ଚେୟାରମ୍ୟାନ ମାଓ ଜେଡଙ୍ଗ ଥିଲେ ଯାହାଙ୍କ ଆଶା ଥିଲା ଯେ ଚାଇନା ର କୃଷି ଭିତ୍ତିକ ସଂସ୍ଥା କୁ ପରିବର୍ତ୍ତନ କରି ଅର୍ଥନୈତିକ ସଂସ୍ଥା ରେ ଉନ୍ନତି ଆଣିବା । ତେଣୁ ସେ ଚାଇନା କୁ ସବୁ ଦେଶ ଠାରୁ ଶ୍ରେଷ୍ଠ କରିବା ଆଶାରେ ଏହି ନୂତନ ଅଭିଯାନ ଆରମ୍ଭ କରିଥଲେ ।

ଏହି ଅଭିଯାନ ଅନୁଯାୟୀ ଚୀନ ର ଲୋକଙ୍କୁ ମାଛି , ମଶା , ମୂଷା ଏବଂ ଘର ଚଟିଆ ଆଦି ପକ୍ଷୀକୁ ସମୂଳେ ନାଶ କରିବାକୁ କୁହାଯାଇଥିଲା । ତାଙ୍କ କହିବା କଥା ଥିଲା ଯେ ମାଛି , ମଶା ଏବଂ ମୂଷା ଏମିତିରେ ବି ଲୋକଙ୍କ ପାଇଁ କ୍ଷତିକାରକ ଅଟନ୍ତି ଏବଂ ଏମାନଙ୍କ ଯୋଗୁଁ ଲୋକଙ୍କୁ ରୋଗ ହେଉଛି ।

ସେମାନେ ନରହିଲେ ବି ମଣିଷ ମାନଙ୍କର କିଛି କ୍ଷତି ହେବ ନାହିଁ । ମାତ୍ର ଘର ଚଟିଆ କୁ ମାରିବାର କାରଣ ଏହା ଥିଲା ଯେ ତାଙ୍କ ଅନୁଯାୟୀ ପ୍ରତ୍ୟେକ ଘର ଚଟିଆ ପ୍ରତି ବର୍ଷ ୪ – ୫ କିଲୋ ଶସ୍ୟ ଖାଇ ଦିଅନ୍ତି ଏବଂ ଫଳ ନଷ୍ଟ କରିଥାନ୍ତି । ତେଣୁ ସେମାନଙ୍କୁ ମାରି ଦେଲେ ଦେଶରେ ଲୋକଙ୍କ ପାଇଁ ଖାଦ୍ୟ ଅଧିକ ହେବ ।

ଏହି ଅଭିଯାନ ପାଇଁ ଅନେକ ଲୋକଙ୍କୁ ନିଯୁକ୍ତ କରାଗଲା । ଲୋକେ ଚଢ଼େଇ ମାନଙ୍କ ବସା ଭାଙ୍ଗି ଦେଲେ ଏବଂ ଢୋଲ ବଜାଇଲେ । ଢୋଲ ଶବ୍ଦ ଶୁଣି ସବୁ ଘର ଚଟିଆ ଉଡ଼ି ଉଡ଼ି ଯେତେବେଳେ ତଳେ ହାଲିଆ ହୋଇ ତଳେ ପଡ଼ି ଯାଉଥିଲେ ସେତେବେଳେ ତାକୁ ମାରି ଦେଉଥିଲେ । ସବୁ ଚିନି ଲୋକଙ୍କ ମନରେ ଘର ଚଟିଆ କୁ ମାରିବା ପାଇଁ ଉତ୍ସାହ ଭରି ଦିଆଗଲା । ଲୋକଙ୍କୁ ଏହା କୁହାଗଲା ଯେ ଘର ଚଟିଆକୁ ମାର ଏବଂ ଚୀନ କୁ ବିକଶିତ କର । ଏମିତି ପ୍ରଥମ ଦିନରେ ଦୁଇ ଲକ୍ଷରୁ ଅଧିକ ଚଢ଼େଇ ର ହତ୍ୟା କରଗଲା । ଚୀନ ଲୋକେ ଖୁସିରେ ମୃତ ଚଢ଼େଇ କୁ ମାଳ ଗୁନ୍ଥିଲେ । ଏପରି କରିବା ପଛରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଚୀନ ଅର୍ଥନୀତି ର ବିକାଶ ।

ତେବେ ଏପରି କରିବା କାରଣରୁ ମାତ୍ର ୨ବର୍ଷ ମଧ୍ୟରେ ଚୀନ ରେ ପୁରା ପକ୍ଷୀ ଜାତି ଲୋପ ପାଇଗଲା । ଏହାଦ୍ବାରା ପ୍ରକୃତିର ସନ୍ତୁଳନ ବିଗିଡ଼ି ଯିବା କାରଣରୁ କୀଟ ପତଙ୍ଗ ଙ୍କର ସଂଖ୍ୟା ବୃଦ୍ଧି ହେଲା । ପଙ୍ଗପାଳ ମାନଙ୍କ ସଂଖ୍ୟା ବୃଦ୍ଧି ହେଲା । ପଙ୍ଗପାଳ ମାନଙ୍କ ସଂଖ୍ୟା ଏତେ ବୃଦ୍ଧି ହୋଇଗଲା ଯେ କେବଳ ଗୋଟିଏ ରାତି ମଧ୍ୟରେ ଗୋଟିଏ ଗୋଟିଏ ଫସଲ ନଷ୍ଟ କରି ଦେଉଥିଲେ ।

ଯେଉଁ କାରଣରୁ ଚୀନ ଉପରକୁ ସବୁଠାରୁ ବଡ଼ ବିପଦ ମାଡ଼ି ଆସିଲା । ପଙ୍ଗପାଳ କୁ ନାଶ କରିବାକୁ କୌଣସି ପଦକ୍ଷେପ କାମ କରି ନଥିଲା ।କିଛି ଦିନ ମଧ୍ୟରେ ସମଗ୍ର ଚୀନ ରେ ମରୁଡ଼ି ଛାଇ ଯାଇଥିଲା । ତେବେ ଆପଣ ଜାଣି ପାରୁଥିବେ ଯେ ଚୀନ ସରକାର ଙ୍କର ଅର୍ଥନୀତି କୁ ଉନ୍ନତି କରିବା ପାଇଁ ଯେଉଁ ଉଦ୍ୟମ କରିଲେ ପ୍ରକୃତିକୁ ଆୟତ୍ତ କୁ ଆଣିବାକୁ ତାହା ସବୁଠାରୁ ବଡ଼ ଧ୍ବଂସ ଥିଲା ।

Leave a Reply

Your email address will not be published. Required fields are marked *