ସୁମିତ ତପସ୍ୱିନୀ ମାମଲାରେ ଏମିତି ମତ ଦେଲେ ସମାଜ ସେବୀ ମମତା ସାମନ୍ତରାୟ, କହିଲେ ଅଲଗା ହୋଇଯିବା ହିଁ ଉଭୟଙ୍କ ପାଇଁ ଭଲ ହେବ :-

ସୁମିତ ତପସ୍ୱିନୀ ମାମଲା ବର୍ତ୍ତମାନ ସମୟରେ ଆହୁରି ଅଧିକ ବିବାଦୀୟ ରୂପ ନେବାରେ ଆରମ୍ଭ କରିଛି । ଉଭୟେ କେହି କାହା ଉପରେ ଦୋଷାରୋପ କରିବାରେ କମ ନୁହଁନ୍ତି । କିଏ କହୁଛି ନିଜ ପାଖରେ ନିଜ ସ୍ତ୍ରୀ ବିରୋଧରେ ପ୍ରମାଣ ଅଛି ତ କିଏ କହୁଛି ନିଜ ସ୍ୱାମୀ ସହିତ ହିଁ ରହିବ । ନ୍ୟାୟ ପାଇଁ ତପସ୍ୱିନୀ ଧାରଣାରେ ମଧ୍ୟ ବସି ସାରିଛନ୍ତି ।

କିନ୍ତୁ ପରିଣାମ କଣ ହେଲା ? ସୁମିତ ତପସ୍ୱିନୀ ମଧ୍ୟରେ ବିବାଦ କଣ ବନ୍ଦ ହୋଇଗଲା କି ? ବରଂ ସେହି ସାମାନ୍ୟ ବିବାଦ ବର୍ତ୍ତମାନ ଶତ୍ରୁତା ର ରୂପ ନେବାକୁ ଆରମ୍ଭ କରିଲାଣି । ଏପରି କ୍ଷେତ୍ରରେ କୋର୍ଟ ମଧ୍ୟ କୌଣସି ସମାଧାନ କରି ପାରିବ ନାହିଁ କାରଣ ଉଭୟଙ୍କର ସାଥିରେ ରହିବାର କୌଣସି ସମ ମାନସିକତା ନାହିଁ । ହୁଏତ ତପସ୍ୱିନୀ ନିଜ ସ୍ୱାମୀଙ୍କ ସହ ରହିବାକୁ ଚାହୁଁଛନ୍ତି କିନ୍ତୁ ସୁମିତ ନୁହଁ ।

ତେଣୁ ଏନେଇ ସମାଜସେବୀ ମମତା ସାମନ୍ତରାୟ ଦୃଢ଼ ଯୁକ୍ତି ବାଢ଼ିଛନ୍ତି । ସେ କହିଛନ୍ତି ଯେ ତପସ୍ୱିନୀଙ୍କର ଏପରି ବୃଥା ପ୍ରୟାସ ଫଟା କାନ୍ଥରେ କାଦୁଅ ମାରିବା ଭଳି ହେଉଛି । ତାଙ୍କ ଅନୁଯାୟୀ ସ୍ୱାମୀ ସ୍ତ୍ରୀ ସାଥିରେ ରହିବା ପାଇଁ ଉଭୟଙ୍କର ପ୍ରେମ ଏବଂ ଇଚ୍ଛା ରହିବା ଆବଶ୍ୟକ । ତପସ୍ୱିନୀ ବାରମ୍ବାର ନିଜର ଅନ୍ୟାନ୍ୟ ଅଭିଯୋଗ ରଖି ମାମଲା କୁ ଆହୁରି ଅଧିକ ଖରାପ କରୁଛନ୍ତି । ଯାହାଦ୍ୱାରା ନିଜ ସ୍ୱାମୀଙ୍କ ସାମ୍ନାରେ ନିଜର ସମ୍ମାନ ଅଧିକ ଖରାପ ହେଉଛି ।

ପୁଣି ସ୍ୱାମୀର ଇଚ୍ଛା ରହିବା ଆବଶ୍ୟକ । କିନ୍ତୁ ଯେହେତୁ ସୁମିତ ତପସ୍ୱିନୀ ଙ୍କ ସହିତ ରହିବାକୁ ଚାହୁଁ ନାହାଁନ୍ତି ତେଣୁ ତାଙ୍କୁ ବାଧ୍ୟରେ ବି ଯଦି ସମ୍ପର୍କରେ ରହିବାକୁ କୁହାଯାଏ ତେବେ ତାହା ଆଗାମୀ ସମୟରେ ଆହୁରି ବଡ଼ ସମସ୍ୟା ସୃଷ୍ଟି କରିବ । ତେଣୁ ଏହାହିଁ ଉତ୍ତମ ହେବ ଏବେଠାରୁ ଅଲଗା ହୋଇଯିବା ଭଲ । ନହେଲେ ଭବିଷ୍ୟତ ରେ କେବେବି ଏହି ମାମଲା ପରେ ସମ୍ପର୍କ ଭଲ ହେବ ନାହିଁ ।

ତେବେ ଏପରି ବି ଯଦି ନହୁଏ ଦୁହିଁଙ୍କ ମାମଲାରେ କେହିବି ହସ୍ତକ୍ଷେପ କରିବା ଆଦୋୖ ଉଚିତ ହେଉ ନାହିଁ । ସେମାନେ ନିଜେ ସାଥିରେ ବସି ପରସ୍ପର ବୁଝାମଣା କରିଲେ ହିଁ ଏହାର ସମାଧାନ ହୋଇ ପାରିବ । ନଚେତ ଏପରି ମାମଲାରେ କୋର୍ଟ ନ୍ୟାୟ ଭିତ୍ତିକ ଭାବରେ ସମାଧାନ କରିଲେ ପରବର୍ତ୍ତୀ ସମୟରେ ସମ୍ପର୍କରେ ଆହୁରି ଅଧିକ ସମସ୍ୟା ଉପୁଜି ପାରେ ବୋଲି ସମାଜ ସେବୀ ମମତା ସାମନ୍ତରାୟ କହିଛନ୍ତି ।

Leave a Reply

Your email address will not be published. Required fields are marked *