ଭାଇଜାନ୍ ଙ୍କୁ କାମୁଡ଼ିଲା ସାପ, ଗୁରୁତର ଅବସ୍ଥାରେ ରାତି ୩ଟା ରେ ହସ୍ପିଟାଲରେ ହେଲେ ଭର୍ତି…

ବଲିଉଡର ଭାଇଜାନ ତଥା ଭେଟରାନ ଅଭିନେତା ସଲମାନ ଖାନଙ୍କୁ ଅବା କିଏ ନ ଜାଣିଛି। ସେ ନିଜର ଅଭିନୟ ମାଧ୍ୟମରେ ଅନେକ ଲୋକଙ୍କ ହୃଦୟରେ ରାଜ କରନ୍ତି। ଗତ କିଛି ଦିନ ହେବ କ୍ୟାଟ୍ରିନାଙ୍କ ବାହାଘର ସମୟରେ ଅଧିକ ଚର୍ଚ୍ଚା ଭାଇଜାନଙ୍କ ହୋଇଥିଲା। ତାଙ୍କର ନାମ ନେବା କିଛି ଦରକାର ନାହିଁ। ଯଦି ଆପଣ ଭାଇଜାନ କହିଦେବେ ତେବେ ସମସ୍ତେ ଜାଣି ଯିବେ ଯେ ଆପଣ ସଲମାନ ଖାନଙ୍କ ବିଷୟରେ କହୁଛନ୍ତି। ଏହା ସମ୍ଭବ ହୋଇ ପାରିଛି କେବଳ ନିଜର ଅଭିନୟ ପାଇଁ।

ମିଳିଥିବା ସୂଚନା ଅନୁସାରେ, ଗତ କାଲି ରାତିରେ ଭାଇଜାନଙ୍କୁ ଏକ ସାପ କାମୁଡି ଦେଇଛି। ତେବେ ଏହି ଘଟଣା ପାନଭେଲ ସ୍ଥିତ ଫାର୍ମହାଉସରେ ଥିବା ବେଳେ ଘଟିଛି ବୋଲି ଜଣାପଡିଛି। ତେବେ ସାପଟି ସଲମାନଙ୍କ ହାତକୁ କାମୁଡିଛି ବୋଲି ସୂଚନା ମିଳିଛି। ତେବେ ସାପ କାମୁଡିବା ପରେ ସମସ୍ତେ ବ୍ୟସ୍ତ ହୋଇ ପଡ଼ିଥିଲେ ଏବଂ ବର୍ତ୍ତମାନ ତାଙ୍କର ନାଭି ମୁମ୍ବାଇର କାମୋଥେ ଅଞ୍ଚଳର ଥିବା ଏମଜିଏମ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

ହସ୍ପିଟାଲରେ ଭର୍ତ୍ତି ହେବା ପରେ ଜଣା ପଡିଥିଲା ଯେ ସଲମାନଙ୍କୁ କାମୁଡି ଥିବା ସାପଟି ବିଷଧର ନଥିବା ଜଣା ପଡିଥିଲା। ହେଲେ ସଂକ୍ରମଣ ଦୃଷ୍ଟିରୁ ତାଙ୍କୁ ଆଣ୍ଟି ଭେନୋମ ମେଡିସିନ ଦିଆଯାଇଛି। ଏହାପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଧୀରେ ଧୀରେ ସୁଧାର ଆସିଥିଲା ବୋଲି ଡାକ୍ତର କହିଛନ୍ତି। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ସଲମାନଙ୍କୁ ରାତି ୩ ଟା ସମୟରେ ହସ୍ପିଟାଲକୁ ଅଣା ଯାଇଥିଲା ଏବଂ ଆଜି ସକାଳୁ ହିଁ ତାଙ୍କୁ ଡିସଚାର୍ଜ କରାଯାଇଛି।

ତେବେ ଏହି ଖବର ପାଇ ହସ୍ପିଟାଲରେ ମିଡ଼ିଆ ମାନଙ୍କ ଗହଳି ଦେଖିବାକୁ ମଧ୍ୟ ମିଳିଥିଲା। ବର୍ତ୍ତମାନ ସେ ନିଜ ପାନଭେଲ ଫାର୍ମ ହାଉସକୁ ଫେରି ଆସିଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ଭଲ ଥିବା ଜଣା ପଡ଼ିଛି।

ତେବେ ମୁଖ୍ୟକଥା ହେଉଛି ଆସନ୍ତାକାଲି ସଲମାନଙ୍କ ଜନ୍ମ ଦିନ ଏବଂ ସେ ଆସନ୍ତା କାଲିଠାରୁ ୫୬ ବର୍ଷ ବୟସରେ ପାଦ ଦେବାକୁ ଯାଉଛନ୍ତି। ସଲମାନଙ୍କୁ ସାପ କାମୁଡି ଥିବା ଖବର ପାଇ ତାଙ୍କର ପ୍ରଶଂସକ ମାନେ ଭୟବିତ ହୋଇ ପଡ଼ିଥିଲେ ଏବଂ ଠାକୁରଙ୍କ ପାଖରେ ଗୁହାରି ମଧ୍ୟ କରିଥିଲେ। ହେଲେ ସଲମାନ ସୁସ୍ଥ ଥିବା ନେଇ ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *