ଜଣେ ଓମିକ୍ରନ ସଂକ୍ରମିତ ଠାରୁ କେତେ ଜଣ ବ୍ୟକ୍ତିଙ୍କୁ ବ୍ୟାପିଥାଏ? ସୁପରସ୍ପ୍ରେଡର ହୋଇଥିବାରୁ ଚିନ୍ତାର ବିଷୟ ସାଜିଛି ଓମିକ୍ରନ :-

କରୋନା ଭୂତାଣୁ କେବଳ ଏକ ଦୁଇ କିମ୍ବା ୩ ବର୍ଷରେ ଯେ ଦୁନିଆରୁ ଶେଷ ହୋଇଯିବ ତାହା ଅସମ୍ଭବ ଅଟେ । ଏପରି ଭୂତାଣୁ କୁ ନାଶ ହେବାକୁ ପ୍ରାୟ ୧୫ ବର୍ଷବି ଲାଗିପାରେ । କିନ୍ତୁ ଏହାର ଭିନ୍ନ ଭିନ୍ନ ଭେରୀଏଣ୍ଟ ବର୍ତ୍ତମାନ ଆହୁରି ଭୟଙ୍କର ପ୍ରମାଣିତ ହେଉଛି । କାରଣ ଜଣେ କରୋନା ଆକ୍ରାନ୍ତ ଦ୍ୱାରା ଯେତିକି ଲୋକଙ୍କୁ ଥରକରେ ସଂକ୍ରମଣ ବ୍ୟାପୁଥିଲା ତାହା ବର୍ତ୍ତମାନ ସମୟର ଭେରୀଏଣ୍ଟ କ୍ଷେତ୍ରରେ ଅଧିକ ବୋଲି ଜଣା ପଡ଼ିଛି ।

ଡାକ୍ତର ନରେଶ ତ୍ରେହାନ ଙ୍କ ଅନୁଯାୟୀ ଭୂତାଣୁ କେତେ ମାତ୍ରାରେ ସଂକ୍ରାମକ ତାହା ତାର ଆର ନଟ ଫ୍ୟାକ୍ଟର ରୁ ଜଣା ପଡ଼ିଥାଏ । ଅର୍ଥାତ ତାହା ଲୋକଙ୍କ ପାଇଁ କେତେ ମାତ୍ରାରେ ଭୟଙ୍କର ଏବଂ ଗୋଟିଏ ଥରରେ କେତେ ଜଣଙ୍କୁ ସଂକ୍ରମଣ କରି ପାରିବ ତାହା ମଧ୍ୟ ଆକଳନ କରାଯାଇ ପାରେ । ତେବେ କରୋନା ପରେ ଦେଶକୁ ପ୍ରଥମେ ଆଲଫା ଭେରୀଏଣ୍ଟ ଆସିଥିଲା ଯାହାର ଆର ନଟ ଫ୍ୟାକ୍ଟର ୨.୫ ଥିଲା ଏବଂ ଜଣେ ସଂକ୍ରମିତ ବ୍ୟକ୍ତି ଠାରୁ ଅତି ବେଶୀରେ ୨ – ୩ ଜଣ ଲୋକ ସଂକ୍ରମିତ ହେଉଥିଲେ ।

ସେହିପରି ଡେ଼ଲ୍ଟା ଭେରୀଏଣ୍ଟ ସମ୍ବନ୍ଧରେ କହିବାକୁ ଗଲେ ତାହାର ଆର ନଟ ଫ୍ୟାକ୍ଟର ୬.୫ ଅର୍ଥାତ ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ଅତି ବେଶୀରେ ୬ – ୭ ଜଣଙ୍କୁ ବ୍ୟାପିଥାଏ । ଗତ ବର୍ଷ ଡେ଼ଲ୍ଟା ଆକ୍ରାନ୍ତ ସଂଖ୍ୟା ଦିନକୁ ପ୍ରାୟ ୪ ଲକ୍ଷ ଥିଲା । ପୁଣି ଓମିକ୍ରନ ଭେରୀଏଣ୍ଟ ର ଆରନଟ ଫ୍ୟାକ୍ଟର ପୂର୍ବ ଭେରୀଏଣ୍ଟ ଠାରୁ ଖୁବ ଅଧିକ ଏବଂ ଜଣେ ଓମିକ୍ରନ ଆକ୍ରାନ୍ତ ପ୍ରାୟ ୨୦ ଜଣ ବ୍ୟକ୍ତିଙ୍କୁ ଆକ୍ରାନ୍ତ କରି ପାରିବେ । ତେଣୁ ଏହା ପରବର୍ତ୍ତୀ ସମୟରେ ଅଧିକ ଆକ୍ରମକ ହୋଇପାରେ ବୋଲି ଡାକ୍ତର ଏବଂ ବୈଜ୍ଞାନିକ ମାନେ ଅନୁମାନ କରିଛନ୍ତି ।

ପୁଣି ବର୍ତ୍ତମାନ ସମୟରେ ଓମିକ୍ରନ ଆକ୍ରାନ୍ତ ଙ୍କ ସଂଖ୍ୟା ଦେଶରେ ୪୦୦ ଟପିଲାଣି ଏବଂ ଏହାର ସଂକ୍ରମଣ ହାର ଅନ୍ୟ ଭେରୀଏଣ୍ଟ ତୁଳନାରେ ଅଧିକ ରହିଛି । ପୁଣି ସବୁଠାରୁ ଦୁଃଖର କଥା ଏହା ଯେ ଯେଉଁ ଲୋକଙ୍କ ଠାରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ଅଛି ଏବଂ ଯେଉଁ ମାନେ ଟୀକାକରଣ କରାଇ ସାରିଛନ୍ତି ସେମାନେ ମଧ୍ୟ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି ।

ଏହାଛଡ଼ା ଯେଉଁ ମାନେ ଓମିକ୍ରନ ରେ ଆକ୍ରାନ୍ତ ହେଉଛନ୍ତି ସେମାନଙ୍କ ଠାରେ ଇମ୍ୟୁନିଟି ହ୍ରାସ ହେବାରେ ଦେଖା ଦେଇଛି ଯାହାକି ବଡ଼ ଚିନ୍ତାର ବିଷୟ । ତେଣୁ ଏଥିପାଇଁ ବୁଷ୍ଟର ଡୋଜ ର ଆବଶ୍ୟକତା ଥିବା ବୈଜ୍ଞାନିକ ମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *