ଅଜବପ୍ରକାର ଆଇନ: ସ୍ତ୍ରୀ ଛାଡ଼ପତ୍ର ପାଇଁ ଆବେଦନ କଲେ, ସ୍ବାମୀଙ୍କୁ ମିଳିଲା ୮୦୦୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ !

ଅଷ୍ଟ୍ରେଲିଆର ନାଗରିକଙ୍କୁ ଇଜରାଇଲ ଛାଡିବାରୁ ରୋକି ଦିଆଯାଇଛି, ତାଙ୍କୁ ପାଖାପାଖି ୮୦୦୦ବର୍ଷ ପର୍ଯ୍ୟନ୍ତ ଦେଶରେ ଫଶେଇବା ପରେ ତାଙ୍କର ଇଜରାଇଲ ସ୍ତ୍ରୀ ତାଙ୍କ ବିରୁଦ୍ଧରେ ଛାଡପତ୍ରର ମାମଲା ଜମା କରିଛନ୍ତି।

ଇଜରାୟଲ. ଅଷ୍ଟ୍ରେଲିଆରେ ରହୁଥିବା ନୋଆମ ହୁପର୍ଟଙ୍କୁ ଇଜରାୟଲ ଛାଡ଼ିବା ଉପରେ ବ୍ୟାନ କରି ଦିଆଯାଇଛି। କାରଣ ସ୍ତ୍ରୀ ତାଙ୍କ ବିରୁଦ୍ଧରେ ଛାଡପତ୍ରର କେସ ଜମା କରିଛନ୍ତି। କୋର୍ଟ ଯେଉଁ ଦଣ୍ଡ ଶୁଣାଇଛନ୍ତି, ତାଙ୍କ ମୁତାବକ,ସେ ୩୧ ଡିସେମ୍ବର ୯୯୯୯ ପର୍ଯ୍ୟନ୍ତ ଦେଶ ଛାଡି ଯାଇ ପାରିବେ ନାହିଁ। ଯଦି ତାଙ୍କୁ ଏହି ଦଣ୍ଡରୁ ବଞ୍ଚିବାର ଅଛି ତାହେଲେ ପାଖାପାଖି ୪୭କୋଟି ଟଙ୍କାର କ୍ଷତିପୂରଣ ଦେବା ପାଇଁ ପଡିବ। ଯଦି ସେ ଟଙ୍କା ଦେଇଦେବେ ତାହେଲେ ଦଣ୍ଡରୁ ମୁକ୍ତି ମିଳିଯିବ। ଯଦି ଦେବେନାହିଁ ତାହେଲେ ଇଜରାଇଲରେ ହିଁ ରହିବା ପାଇଁ ପଡିବ।

୮୦୦୦ବର୍ଷ ପର୍ଯ୍ୟନ୍ତ ଦେଶରେ ରହିବା ପାଇଁ ପଡିବ

ଅଷ୍ଟ୍ରେଲିଆର ନାଗରିକଙ୍କୁ ଇଜରାୟଲ ଛାଡିବାରୁ ରୋକି ଦିଆଯାଇଛି, ତାଙ୍କୁ ପାଖାପାଖି ୮୦୦୦ବର୍ଷ ପର୍ଯ୍ୟନ୍ତ ଦେଶରେ ଫସେଇବା ପରେ ତାଙ୍କ ଇଜରାଇଲି ସ୍ତ୍ରୀ ତାଙ୍କ ବିରୁଦ୍ଧରେ ଛାଡପତ୍ରର ଘଟଣା ଜମା କରିଛନ୍ତି। ନ୍ୟୁଜ ଡଟ କମ ଡଟ ଏୟୁର ରିପୋର୍ଟ ମୁତାବକ,୪୪ବର୍ଷର ନୋଆମ ହୁପର୍ଟଙ୍କୁ ଏହି ଦଣ୍ଡ ଶୁଣାଯାଇଛି। ଆରୋପୀ ବ୍ୟକ୍ତି ଜଣଙ୍କ କହିଛନ୍ତି, ୨୦୧୩ରୁ ମୁଁ ଇଜରାୟଲରେ ରହୁଛି। ସେ କହିଛନ୍ତି କି ସେ ସେହି ଅଷ୍ଟ୍ରେଲିଆ ନାଗରିକଙ୍କ ମଧ୍ୟରୁ ଜଣେ ଅଟନ୍ତି, ଯାହାଙ୍କୁ ଇଜରାୟଲର ନ୍ୟାୟ ପ୍ରଣାଳୀରେ ବିରୋଧ କରାଯାଇଛି, କାରଣ ସେ ଇଜରାଇଲ ମହିଳାଙ୍କ ସହିତ ବାହା ହୋଇଥିଲେ।

ଓ୍ବେବସାଇଟ ମୁତାବକ, କୋର୍ଟ ତାଙ୍କ ବିରୁଦ୍ଧରେ ଗୋଟିଏ ତଥାକଥିତ ଷ୍ଟେ-ଅଫ-ଏଗ୍ଜିଟ ଆଦେଶ ଜାରି କରିଛନ୍ତି, ଯେଉଁଥିରେ ତାଙ୍କୁ ଛୁଟି କିମ୍ବା କାମ ପାଇଁ ମଧ୍ୟ ଦେଶ ଛାଡ଼ିବାରୁ ରୋକି ଦିଆଯାଇଛି। ଯେପର୍ଯ୍ୟନ୍ତ ସେ ନିଜର ଦୁଇ ଛୁଆଙ୍କ ରକ୍ଷଣାବେକ୍ଷଣ ପାଇଁ କ୍ଷତିପୂରଣ ଦେବେ ନାହିଁ। ଯେପର୍ଯ୍ୟନ୍ତ ସେ ୧୮ବର୍ଷର ହୋଇଯିବେ ନାହିଁ। ସେ ବର୍ତ୍ତମାନ ନିଜ କାହାଣୀ ଦୁନିଆ ସହିତ ସେୟାର କରିବା ପାଇଁ ଚାହୁଁଛନ୍ତି ଯାହାଦ୍ଵାରା ଅନ୍ୟ ଅଷ୍ଟ୍ରେଲିଆ ଲୋକଙ୍କ ସାହାଯ୍ୟ କରାଯାଇପାରିବ ଯିଏ ଏମିତି କେସ କାରଣରୁ ଫଶି ଯାଇଛନ୍ତି।

ସଚେତନତା ପାଇଁ ଏହି ସମସ୍ୟା ଉପରେ କାମ କରୁଥିବା ଜଣେ ସ୍ବତନ୍ତ୍ର ବ୍ରିଟିଶ ପତ୍ରକାର କହିଛନ୍ତି କି ଶହଶହ ଅଷ୍ଟ୍ରେଲିଆ ନାଗରିକ ଏହି ସମସ୍ୟାର ସାମ୍ନା କରୁଛନ୍ତି। ମ୍ୟାରିଏନ ଅଜିଜି କହିଛନ୍ତି, ମୋତେ କୈାଣସି ବି ବିଦେଶୀ ଦୂତାବାସରେ ନମ୍ବର ମିଳିନାହିଁ। ଜେଣ୍ଡର ସହିତ ଯୋଡା ସମସ୍ୟା ଉପରେ ଲେଖୁଥିବା ବ୍ଲଗର ଏଡମ ହର୍ସ୍କୁ ୨୦୧୩ରେ ଟାଇମ୍ସ ଅଫ ଇଜରାଇଲରେ ନିଜ ଲେଖାରେ ବିଦେଶୀମାନେ ଏବଂ ପାରିବାରିକ ଆଇନର ଯାତ୍ରା ପ୍ରତିବନ୍ଧକକୁ କଠୋର କହିଥିଲେ।

Leave a Reply

Your email address will not be published. Required fields are marked *