ଏହି ୨ଟି ଲକ୍ଷଣ ହେଉଛି ଓମିକ୍ରନର ଲକ୍ଷଣ, ଜ୍ୱର ଥଣ୍ଡା ଦେଖିବା ମାତ୍ରେ ହିଁ ହୋଇ ଯାଆନ୍ତୁ ସାବଧାନ !

କୋରୋନାର ନୂଆ ଓମିକ୍ରନ ଭ୍ୟାରିଏଣ୍ଟ ଗୋଟିଏ ନୂଆ ସମସ୍ୟା ହୋଇ ପୂରା ଦୁନିଆ ସାମ୍ନାରେ ଛିଡ଼ା ହୋଇଛି। ଏହାର ଗମ୍ଭୀରତା, ଟ୍ରାଂସମିଶନ ରେଟ ଏବଂ ଲକ୍ଷଣକୁ ନେଇ ଅନେକ ପ୍ରକାରର ଦାବି କରାଯାଉଛି। ଡେଲ୍ଟା ତୁଳନାରେ ଏହି ଭ୍ୟାରିଏଣ୍ଟକୁ ଅନେକ ଗୁଣା ଅଧିକ ସଂକ୍ରାମକ ବୋଲି ଜଣା ଯାଉଛି। ଭାରତରେ ମଧ୍ୟ ଏହାର ମାମଲା ଜୋରରେ ବଢ଼ିବାରେ ଲାଗିଛି। ଏଥିପାଇଁ ଏହାର ଲକ୍ଷଣକୁ ଚିହ୍ନିବା ବହୁତ ଜରୁରୀ ଅଟେ।

Omicron symptoms: କୋରୋନା ମହାମାରୀର ପୂର୍ବ ଲହରୀରେ ସର୍ଦ୍ଦି-କାଶ ଏବଂ ଜ୍ବର ଏହାର ସବୁଠାରୁ ସାଧାରଣ ଲକ୍ଷଣ ମାନଙ୍କ ମଧ୍ୟରୁ ଗୋଟିଏ ଥିଲା।ଥଣ୍ଡାର ମୌସୁମୀରେ ମଧ୍ୟ ଅଧିକାଂଶ ଲୋକଙ୍କର ଏହି ସମସ୍ୟା ହୋଇ ଯାଇଥାଏ। ଓମିକ୍ରନର ବଢୁଥିବା ଘଟଣା ମଧ୍ୟରେ ଏହାର ଏହାର ଲକ୍ଷଣର ମଧ୍ୟ ଚିହ୍ନଟ ହେବା ଜରୁରୀ ଅଟେ। ହେଲ୍ଥ ଏକ୍ସପର୍ଟସଙ୍କ ଅନୁସାରେ, ଓମିକ୍ରନର ଦୁଇଟି ଲକ୍ଷଣ ସାଧାରଣ ସାଧାରଣ ସର୍ଦ୍ଦି ଥଣ୍ଡା ଠାରୁ ବିଲକୁଲ ଅଲଗା ଅଟେ। ଏହାର ଚିହ୍ନଟ କରି ଏହି ନୂଆ ଭେରିଏଣ୍ଟର ସଂକ୍ରମଣରୁ ସମୟ ପୂର୍ବରୁ ବଞ୍ଚି ରହି ହେବ।

ଓମିକ୍ରନର ୨ ଅସାମାନ୍ୟ ଲକ୍ଷଣ- ଓମିକ୍ରନର ବ୍ୟବହାରକୁ ବୁଝିବା ପାଇଁ ଏପର୍ଯ୍ୟନ୍ତ ଅନେକ ପ୍ରକାରର ଅଧ୍ୟୟନ କରାଯାଇ ସାରିଛି। ଏକ୍ସପର୍ଟଙ୍କ ଅନୁସାରେ, ଏହାର ଲକ୍ଷଣ କୋରୋନାର ବାସ୍ତବିକ ଷ୍ଟ୍ରେନ ଠାରୁ ଅଲଗା ଅଟେ।ଏକ୍ସପର୍ଟଙ୍କର କହିବା କଥା ହେଉଛି କି ଅଲଗା-ଅଲଗା ଭେରିଏଣ୍ଟରେ ଅଲଗା-ଅଲଗା ଲକ୍ଷଣ ରହିବା ସାଧାରଣ କଥା ଅଟେ। ଏହି ଜିନିଷ ଓମିକ୍ରନ ସହିତ ମଧ୍ୟ ହୋଇଛି।ଓମିକ୍ରନର ଲକ୍ଷଣ ଥଣ୍ଡା-ସର୍ଦ୍ଦି ପରି ହିଁ ହୋଇଥାଏ, କିନ୍ତୁ ଏହାର ଆରମ୍ଭ ଧିରେଧିରେ ଦୁଇଟି ଅସାଧାରଣ ଲକ୍ଷଣ ସହିତ ହୋଇଥାଏ ଯାହା ହେଉଛି- ମୁଣ୍ଡବିନ୍ଧା ଏବଂ ଥକାପଣ।

ଓମିକ୍ରନର ଅନ୍ୟ ଲକ୍ଷଣ

WHO ମୁତାବକ, ପୂର୍ବ ତୁଳନାରେ ନୂଆ ଭେରିଏଣ୍ଟ ତିନିଗୁଣା ଅଧିକ ସଂକ୍ରାମକ ଅଟେ ଏବଂ ଏହା ଅଧିକରୁ ଅଧିକ ଲୋକଙ୍କୁ ନିଜ କବଳରେ ନେଇପାରେ। ଏହି ଭାଇରସ ଭ୍ୟାକ୍ସିନ ଏବଂ ପ୍ରାକୃତିକ ଇଂଫେକ୍ଶନରୁ ମିଳିଥିବା ଇମ୍ୟୁନିଟୀରୁ ମଧ୍ୟ ବଞ୍ଚି ପାରିବ। ଏପର୍ଯ୍ୟନ୍ତର ସୂଚନା ଅନୁସାରେ, ଓମିକ୍ରନର ଲକ୍ଷଣ ଡେଲ୍ଟା ପରି ଗମ୍ଭୀର ନୁହେଁ। ଓମିକ୍ରନର କିଛି ଅସାଧାରଣ ଲକ୍ଷଣରେ ହାଲୁକା ଜ୍ବର ସାମିଲ ଅଟେ,ଯାହା ନିଜେ ନିଜେ ଠିକ ହୋଇ ଯାଇଥାଏ।ଏହା ବ୍ୟତୀତ ଥକାପଣ, ଗଳାରେ ଯନ୍ତ୍ରଣା ଏବଂ ଶରୀରରେ ବହୁତ ଅଧିକ ଯନ୍ତ୍ରଣା ଓମିକ୍ରନର ଖାସ ଲକ୍ଷଣ ଅଟେ। ହେଲେ, ସ୍ବାଦ ଏବଂ ସୁଗନ୍ଧ ଭଳି ଲକ୍ଷଣ ଓମିକ୍ରନରେ ଦେଖାଯାଏ ନାହିଁ।

ଓମିକ୍ରନ ଏବଂ ଡେଲ୍ଟାରେ ତୁଳନା- ହେଲ୍ଥ ଏକ୍ସପର୍ଟ ଏପର୍ଯ୍ୟନ୍ତ ମଧ୍ୟ ଓମିକ୍ରନ ଏବଂ ଡେଲ୍ଟା ଭେରିଏଣ୍ଟର ଲକ୍ଷଣରେ ସଂପୂର୍ଣ୍ଣ ଭାବରେ ଅନ୍ତର କରି ପାରୁନାହାଁନ୍ତି। ଏପର୍ଯ୍ୟନ୍ତର ସୂଚନାରୁ ଜଣାପଡିଛି କି କେବଳ ୫୦ ପ୍ରତିଶତ ଲୋକ ହିଁ କୋରୋନା ଭାଇରସର କ୍ଲାସିକ ତିନ ଲକ୍ଷଣ-ଜ୍ବର, କାଶ କିମ୍ବା ସୁଗନ୍ଧ-ସ୍ବାଦର କମିର ଅନୁଭବ କରିଥାନ୍ତି। ଏହା ବ୍ୟତୀତ ଦୁଇ ଭେରିଏଣ୍ଟରେ ନାକରୁ ବୋହିବା, ମୁଣ୍ଡ ବିନ୍ଧା, ହାଲୁକା କିମ୍ବା ବହୁତ ଅଧିକ ଥକାପଣ, ଛିଙ୍କ ଲାଗିବା କିମ୍ବା ପୁଣି ଗଳାରେ ଯନ୍ତ୍ରଣା ଅନୁଭବ ହୋଇଥାଏ।

ଓମିକ୍ରନରୁ କେମିତି ପାରିବେ ବଞ୍ଚି- କୋରୋନାର କୈାଣସି ବି ଭେରିଏଣ୍ଟରୁ ବଞ୍ଚିବା ପାଇଁ ଭ୍ୟାକ୍ସିନର ଦୁଇଟି ଯାକ ଡୋଜ ନେବା ଜରୁରୀ ଅଟେ। ନୂଆ ବର୍ଷର ଉତ୍ସବରେ ନିଜକୁ ଭିଡ଼ ସ୍ଥାନରୁ ଦୂରେଇ ରଖନ୍ତୁ ଏବଂ ସାମାଜିକ ଦୂରତାକୁ ସଂପୂର୍ଣ୍ଣ ଭାବରେ ପାଳନ କରନ୍ତୁ। ମାସ୍କକୁ ସଠିକ ଭାବେ ଲଗାନ୍ତୁ ଏବଂ ଯେପର୍ଯ୍ୟନ୍ତ ଆବଶ୍ୟକତା ନାହିଁ, ଏହାକୁ ବିଲକୁଲ ମଧ୍ୟ ହଟାନ୍ତୁ ନାହିଁ। ହାତକୁ ସମୟ ସମୟରେ ସଫା କରିବାକୁ ଲାଗନ୍ତୁ ଏବଂ କୈାଣସି ବି ଲକ୍ଷଣ ଦେଖିବା ଦ୍ବାରା ଡାକ୍ତରଙ୍କ ସହିତ ନିଶ୍ଚିତ ଭାବରେ ସମ୍ପର୍କ କରନ୍ତୁ।

Leave a Reply

Your email address will not be published. Required fields are marked *