କେଏଫସି ମିଲରେ ମଗେଇଲେ ଚିକେନ, ଆସିଲା କୁକୁଡ଼ା ମୁଣ୍ଡ…

ଆଜିକାଲିର ଏହି ବ୍ୟସ୍ତବହୁଳ ଜୀବନରେ ଲୋକେ ଖାଇବା ପିଇବା ଉପରେ ଏତେ ଧ୍ୟାନ ଦେଉ ନାହାଁନ୍ତି । ନିଜର କାମକୁ ସବୁଠାରୁ ଆଗରେ ରଖୁଛନ୍ତି ମାତ୍ର ଯାହା ଅଧିକ ଜରୁରୀ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଏତେ ଖାସ ଗୁରୁତ୍ୱ ଦେଉ ନାହାଁନ୍ତି । ଆଉ ପୁଣି ମଣିଷ ସବୁବେଳେ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ପସନ୍ଦ କରିଥାଏ । ଫାଷ୍ଟଫୁଡ଼ କିମ୍ବା ବାହାରର ଖାଦ୍ୟ ପ୍ରତି ସେ ଅଧିକ ଆଗ୍ରହ ପ୍ରକାଶ କରେ । ଏଥିପାଇଁ ବର୍ତ୍ତମାନ ସମୟରେ ଲୋକେ ଅର୍ଡର କରି ଖାଇବାକୁ ଅଧିକ ପସନ୍ଦ କରନ୍ତି । ଆଉ ଏମିତିରେ ବର୍ତ୍ତମାନ ସମୟରେ କେଏଫସି ରୁ ଅଧିକାଂଶ ଲୋକ ଖାଦ୍ୟ ଅର୍ଡର କରିଥାନ୍ତି ।

କିନ୍ତୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏକ ଘଟଣା ବିଷୟରେ କହିବୁ ଯାହା ଶୁଣିବା ପରେ ଆପଣ କେଏଫସି ରୁ ଖାଦ୍ୟ ଅର୍ଡର କରିବା ପୂର୍ବରୁ ଶହେ ଥର ଭାବିବେ । ତେବେ ଘଟଣା ଅନୁଯାୟୀ ବ୍ରିଟେନ ର ଜଣେ ମହିଳାଙ୍କ ଖାଦ୍ୟରୁ କୁକୁଡ଼ା ମୁଣ୍ଡ ବାହାରିଛି ଯାହାକୁ ସେ କେଏଫସି ରୁ ଅର୍ଡର କରିଥିଲେ । ତେବେ ଏନେଇ ମହିଳା ବିରକ୍ତି ଭାବ ପ୍ରକାଶ କରିଛନ୍ତି ଏବଂ ଏହି ଘଟଣାକୁ ନିଜ ଟ୍ୱିଟର ଜରିଆରେ ସେୟାର କରିଛନ୍ତି ।

ତେବେ ସମ୍ପୂର୍ଣ୍ଣ ଘଟଣା ହେଉଛି ଯେ ଗତ କିଛିଦିନ ତଳେ ମହିଳା ଜଣକ କେଏଫସି ରୁ ଖାଦ୍ୟ ଅର୍ଡର କରିଥିଲେ ମାତ୍ର ସେଥିରୁ ଫ୍ରାଏଡ଼ କୁକୁଡ଼ା ମୁଣ୍ଡ ବାହାରିଥିଲା । ସେ ତାହାର ଫୋଟ ସହିତ ଟ୍ୱିଟ କରି କେଏଫସି ର ସମାଲୋଚନା କରିଥିଲେ ଏବଂ ବିରକ୍ତି ଭାବ ପ୍ରକାଶ କରିଥିଲେ । ଏହା ଦେଖିବା ପରେ ଅନ୍ୟ ୟୁଜର ମାନେ ମଧ୍ୟ କେଏଫସି ଉପରେ ସମାଲୋଚନା କରିବା ଆରମ୍ଭ କରିଛନ୍ତି । ପୂର୍ବରୁ ମଧ୍ୟ କେଏଫସି ଉପରେ ଖାଦ୍ୟର ମାନ ରଖୁ ନଥିବା ନେଇ ଅନେକ ଅଭିଯୋଗ ହୋଇ ସାରିଛି ।

ତେଣୁ ଏହାର ଉତ୍ତରରେ କେଏଫସି କହିଛି ଯେ ” ଆମେ କୁକୁଡ଼ା ମାଂସ ବ୍ୟବହାର କରୁଛୁ ସତ । ମାତ୍ର ଖାଦ୍ୟର ମାନ ଖରାପ କରିନାହୁଁ । ତେବେ ଏମିତି କେବେ କେବେ ହୋଇ ଯାଇଛି । ଆମେ ଏ ସମ୍ବନ୍ଧରେ ନିଶ୍ଚିତ ତଦନ୍ତ କରି କାର୍ଯ୍ୟା-ନୁଷ୍ଠାନ ଗ୍ରହଣ କରିବୁ ଏବଂ ଆଶା କରୁଛୁ ଯେପରି ଆଉ ଏମିତି ଭୁଲ ନହେଉ । ତେଣୁ କେଏଫସି ତରଫରୁ ଆଉ ଏପରି ନିନ୍ଦନୀୟ କାର୍ଯ୍ୟ ହେବ ନାହିଁ ବୋଲି କେଏଫସି ମନ୍ତବ୍ୟ ଦେଇଛି ଏବଂ ଶେଷରେ ୨ ଟି ଷ୍ଟାର ଦେଇଥିବା ମହିଳା ଜଣଙ୍କୁ ୫ ଷ୍ଟାର ଦେବାକୁ ଅନୁରୋଧ କରିଛି । “

Leave a Reply

Your email address will not be published. Required fields are marked *