ସୁମିତ ଓ ତାପସ୍ୱିନୀଙ୍କ ମଧ୍ୟରେ ବଢୁଥିବା ବିବାଦକୁ ନେଇ ମୁଁହ ଖୋଲିଲେ ଓଲିଉଡ ଅଭିନେତ୍ରୀ ବିଦୁସ୍ମିତା। ତାପସ୍ୱିନୀଙ୍କୁ ବୋହୂ ରୂପେ ସିକ୍ଵାର କରିବା ପାଇଁ ଅନୁରୋଧ କଲେ : ଦେଖନ୍ତୁ ଭିଡ଼ିଓ

ବହୁ ଚର୍ଚ୍ଚିତ କେସ ସୁମିତ ନିଜ ସ୍ୱାମୀଙ୍କୁ ପାଇବା ପାଇଁ ତାପସ୍ୱିନୀ ଦୀର୍ଘ ଦୁଇ ମାସ ହେବ ଶୀତ ରାତିରେ ସୁମିତଙ୍କ ଘର ଆଗରେ ଧାରଣା ଦେଉଛନ୍ତି। ହେଲେ ସୁମିତ ତାପସ୍ୱିନୀଙ୍କ ଠାରୁ ଦୂରରେ ରହିବା ପାଇଁ ମଧ୍ୟ ସେ ସଂଘର୍ଷ ଜାରି ରଖିଛନ୍ତି। ତେବେ ଏହି ସମୟରେ ତାପସ୍ୱିନୀଙ୍କୁ ଅନେକ ସ୍ଥାନରୁ ସହାୟତା ମିଳୁଛି। ତାପସ୍ୱିନୀଙ୍କ ସାଙ୍ଗରେ ସମାଜସେବୀ ପ୍ରମିଳା ମାଆ ମଧ୍ୟ ଆରମ୍ଭ ରୁ ରହିଛନ୍ତି। ସୁମିତଙ୍କ ପଡୋଶୀ ଲୋକେ ଏବଂ ଅନ୍ୟାନ୍ୟ ଲୋକମାନେ ମଧ୍ୟ ତାପସ୍ୱିନୀଙ୍କ ସାଙ୍ଗରେ ଛିଡା ହୋଇଛନ୍ତି। ତେବେ ଏହା ପଛରେ ମୁଖ୍ୟ କାରଣ ହେଉଛି ତାପସ୍ୱିନୀଙ୍କ ସହ ହେଉଥିବା ଅତ୍ୟାଚାର।

ସୁମିତ ଏବଂ ତାପସ୍ୱିନୀ ଦୁହେଁ ଭଲ ପାଇବା ପରେ କୋର୍ଟରେ ରେଜିଷ୍ଟର ମ୍ୟାରେଜ କରିଥିଲେ। ଆଜି ବର୍ତ୍ତମାନ ଦୁହେଁ ଅଲଗା ହେବା ପାଇଁ ମଧ୍ୟ କୋର୍ଟରେ ଲଢ଼ୁଛନ୍ତି। ତେବେ ସୁମିତ ବିବାହର ପ୍ରତିଶ୍ରୁତି ଦେଇ ବାହାଘର ଦିନ ହିଁ ସୁମିତ ତାପସ୍ୱିନୀଙ୍କୁ ଏକୁଟିଆ ଛାଡି ଚାଲି ଯାଇଥିଲେ।

ଏହାପର ଠାରୁ ତାପସ୍ୱିନୀ ଶୀତ ଓ ଜାଡରେ ମଶରୀ ଟାଙ୍ଗି ସୁମିତଙ୍କ ଘର ଆଗରେ ନ୍ୟାୟ ପିଇବା ଆଶାରେ ଧାରଣା ଦେଉଛନ୍ତି। କେବଳ ସେତିକି ନୁହେଁ ବ୍ରହ୍ମପୁର SDJM ସେମାନଙ୍କୁ ଏକାଠି କରିବା ପାଇଁ ୭ ଦିନ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହେଲେ ସୁମିତ ତାପସ୍ୱିନୀଙ୍କୁ ଏକୁଟିଆ ଛାଡି ଚାଲି ଆସିଥିଲେ। ଯାହାଫଳରେ ଏହି କେସ ଆହୁରି ଗମ୍ଭୀର ହେବାରେ ଲାଗିଥିଲା।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ତାପସ୍ୱିନୀ ସୁମିତଙ୍କ ଲଢେଇ ନା କେବଳ କୋର୍ଟରେ ଚାଲିଛି ବରଂ ସୋସିଆଲ ମିଡ଼ିଆରେ ମଧ୍ୟ ଦେଖିବାକୁ ମିଳୁଛି। ତାପସ୍ୱିନୀ କିଛି ପୁରୁଣା ଭିଡ଼ିଓ ଏବଂ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରୁଥିବା ବେଳେ ସୁମିତ ମଧ୍ୟ ସୋସିଆଲ ମିଡ଼ିଆରେ ଭିଡ଼ିଓ ଏବଂ ଅଡିଓ ଆଦି ସେୟାର କରୁଥିବାର ଦେଖିବାକୁ ପାଇବେ।

ଯେଉଁଥିରେ କି ଏହି ମାମଲା ଆହୁରି ରହସ୍ୟ ଘେର ମଧ୍ୟରେ ଚାଲି ଯାଇଛି। ତେବେ ଏହି ସମୟରେ ତାପସ୍ୱିନୀଙ୍କ କଷ୍ଟ ଦେଖି ନ ପାରି ଓଲିଉଡ ଅଭିନେତ୍ରୀ ବିଦୁସ୍ମିତା ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ମୁଁହ ଖୋଲିଛନ୍ତି।

ଅଭିନେତ୍ରୀ ବିଦୁସ୍ମିତା କହିଛନ୍ତି କି ମୁଁ ପ୍ରଥମଥର ପାଇଁ ଏପରି ଏକ ସ୍ତ୍ରୀ ଦେଖିଲି ଯିଏକି ନିଜ ସ୍ୱାମୀକୁ ପାଇବା ପାଇଁ ଶୀତରେ ମଧ୍ୟ ସ୍ୱାମୀ ଘର ଆଗରେ ଧାରଣା ଦେଉଥିବାର। ତେବେ ଏହା ତାଙ୍କୁ ପ୍ରେରଣା ଦେଇଥିଲା। ତେବେ ଆପଣ ମାନେ ମଧ୍ୟ ଜାଣିଛନ୍ତି ଯେ ତାପସ୍ୱିନୀଙ୍କୁ ନ୍ୟାୟ ଦେବା ପାଇଁ ସୁମିତଙ୍କ ପଡୋଶୀ ମଧ୍ୟ ତାପସ୍ୱିନୀଙ୍କୁ ନ୍ୟାୟ ଦେବା ଆଶାରେ ଆଗେଇ ଆସିଥିଲେ। ବିଦୁସ୍ମିତା ମଧ୍ୟ ତାପସ୍ୱିନୀଙ୍କ ପଡ଼ୋଶୀଙ୍କୁ ପ୍ରଶଂସା କରିଛନ୍ତି। ତାଙ୍କର ଏଭଳି କାର୍ଯ୍ୟ ପାଇଁ।

କେବଳ ସେତିକି ନୁହେଁ ବିଦୁସ୍ମିତା ସୁମିତଙ୍କୁ ମଧ୍ୟ ଅନେକ ପ୍ରଶ୍ନ କରିଛନ୍ତି। ଯେପରି କି ସୁମିତ କାହିଁକି ତାପସ୍ୱିନୀଙ୍କ ହାତ ବାହାଘର ଦିନ ହିଁ ଛାଡି ଦେଲେ। ଏହା ଏକ ବହୁତ ବଡ ଅନ୍ୟାୟ ଏକ ଝିଅ ପାଇଁ ବୋଲି ସେ କହିଛନ୍ତି। କାରଣ ଏହା ପୂର୍ବରୁ ଦୁହେଁ ପ୍ରେମ କରି କୋର୍ଟରେ ରେଜିଷ୍ଟର ମ୍ୟାରେଜ କରିଥିଲେ।

କେବଳ ସେତିକି ନୁହେଁ ସେ ସୁମିତଙ୍କ ପରିବାର ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ତାପସ୍ୱିନୀଙ୍କୁ ନିଜ ବୋହୂ କରି ନେଇ ଯାଆନ୍ତୁ ଏବଂ ତାଙ୍କୁ ନିଜ ଝିଅ ଭଳି ଦେଖନ୍ତୁ। କାରଣ ଆମ ସମାଜରେ ନାରୀର ମର୍ଯ୍ୟାଦା ଖୁବ ଉପରେ ରହିଛି।

ମାତ୍ର ସେ ତ ବେସୀ କିଛି ଡିମାଣ୍ଡ କରୁ ନାହାଁନ୍ତି, ଯାହାକୁ ବାହା ହେଇଥିଲେ ତାଙ୍କୁ ତାଙ୍କ ସ୍ଵାମୀ ସୁମିତ ଦରକାର ବୋଲି ସେ କହିଛନ୍ତି। ସେ ଚାହିଁଥିଲେ ପଇସା ପତ୍ର ନେଇ ମୁହଁ ବାନ୍ଧି ବସି ପାରିଥାନ୍ତେ। ହେଲେ ସେ ତାହା କଲେ ନାହିଁ। କେବଳ ସେତିକି ନୁହେଁ ତାପସ୍ୱିନୀ ନିଜ ସ୍ୱାମୀଙ୍କୁ ପାଇବା ପାଇଁ ଯେଉଁ ସବୁ କଷ୍ଟ କରୁଛନ୍ତି ତେବେ ତାଙ୍କୁ ସାବିତ୍ରୀ ସହ ସମ୍ବୋଧନ କରିଛନ୍ତି ଅଭିନେତ୍ରୀ ବିଦୁସ୍ମିତା। ତାପସ୍ୱିନୀଙ୍କ ଆତ୍ମ ବିଶ୍ୱାସକୁ ବୃଦ୍ଧି କରେଇବା ପାଇଁ ଯାହା କରିବାକୁ ପଡିଲେ ମଧ୍ୟ ସେ କରିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *