ବର୍ତ୍ତମାନ କପଡ଼ା ମାସ୍କ ବି ଦେବନି କାମ, ଜାଣନ୍ତୁ ଓମିକ୍ରନ କୁ ରୋକିବା ପାଇଁ ବର୍ତ୍ତମାନ କେଉଁ ମାସ୍କ ଅଧିକ ପ୍ରଭାବୀ ହେବ :-

କରୋନା ସହିତ ବର୍ତ୍ତମାନ ଓମିକ୍ରନ ନିଜର ପ୍ରଭାବ ବିସ୍ତାର କରିବାରେ ଲାଗିଛି । ତେବେ ଏହା ପ୍ରାୟ ୯୦ ଦେଶରେ ନିଜର ବିସ୍ତାର ଜାରି ରଖିଛି । ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରୁ କିଛି ଲୋକ ପୂର୍ବରୁ କରୋନାରେ ଆକ୍ରାନ୍ତ ହେବା ସହିତ ସେମାନେ ଟୀକା ମଧ୍ୟ ନେଇ ସାରିଥିଲେ । ତଥାପି ଓମିକ୍ରନ ସଂକ୍ରମଣ କୁ ରୋକାଯାଇ ପାରିନାହିଁ । ତେଣୁ ବର୍ତ୍ତମାନ ଓମିକ୍ରମ ର ଏପରି ବିପଜ୍ଜନକ ସଂକ୍ରମଣ ଉପରେ ବୈଜ୍ଞାନିକ ମାନେ ଅଧିକ ଗବେଷଣା ଜାରି ରଖିଛନ୍ତି ଏବଂ ଏହାର ଆଗାମୀ ପରିସ୍ଥିତି କିପରି ହୋଇପାରେ ତାହାକୁ ହୃଦୟଙ୍ଗମ କରି ସତର୍କ ମଧ୍ୟ କରାଇ ଦେଇଛନ୍ତି ।

ବୈଜ୍ଞାନିକ ମାନଙ୍କ ଗବେଷଣା ପରେ ଏହି ତଥ୍ୟ ପ୍ରକାଶ ପାଇଛି ଯେ ବର୍ତ୍ତମାନ ଓମିକ୍ରନ କୁ ରୋକିବା ପାଇଁ କପଡ଼ା ମାସ୍କ ଅଧିକ ପ୍ରଭାବୀ ହେବ ନାହିଁ । ତେଣୁ ଡାକ୍ତର ଏବଂ ବୈଜ୍ଞାନିକ ମାନେ ତିନି ସ୍ତର ବିଶିଷ୍ଟ କପଡ଼ା ମାସ୍କ ପିନ୍ଧିବାକୁ ସୂଚାଇ ଦେଇଛନ୍ତି । ଅନ୍ୟପଟେ ବରିଷ୍ଠ ଡାକ୍ତର ନିରୋଜ ମିଶ୍ର କହିଛନ୍ତି ଯେ ତିନି ସ୍ତର ବିଶିଷ୍ଟ ଦୁଇଟି କପଡ଼ା ମାସ୍କ ହେଲେ ଯାଇ ତାହା ଓମିକ୍ରନ ସଂକ୍ରମଣ କୁ ୮୦ ରୁ ୮୫ ପ୍ରତିଶତ ରୋକିବାରେ ସହାୟକ ହେବ ।

ମାତ୍ର ଗବେଷକଙ୍କ ଅନୁଯାୟୀ ତିନି ସ୍ତର ବିଶିଷ୍ଟ ସର୍ଜିକାଲ ମାସ୍କ ପିନ୍ଧିଲେ ଦୁଇଟି ତିନି ସ୍ତର ବିଶିଷ୍ଟ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ କିମ୍ବା ଏନ – 95 ମାସ୍କ ମଧ୍ୟ ପିନ୍ଧିବାର ଆବଶ୍ୟକତା ନାହିଁ । ଆପଣ ମାନେ ନିଶ୍ଚିତ ଭାବରେ ଏନ – 95 ମାସ୍କ ସମ୍ବନ୍ଧରେ ଜ୍ଞାତ ଥିବେ । ତାହା କରୋନା ପାଇଁ ୯୦ ପ୍ରତିଶତ ପ୍ରଭାବୀ ଥିଲା ଏବଂ ଓମିକ୍ରନ ପାଇଁ ମଧ୍ୟ ତାହା ପ୍ରଭାବୀ ହୋଇ ପାରିବ ।

ଗବେଷକଙ୍କ ଅନୁଯାୟୀ ଏନ – 95 ମାସ୍କ ସ୍ୱାସ୍ଥ୍ୟ ନିୟାମକ ଆଧାରରେ ପ୍ରସ୍ତୁତ କରାଯାଇଛି । ମାତ୍ର କପଡ଼ା ମାସ୍କ ପ୍ରସ୍ତୁତି ପାଇଁ କୌଣସି ସ୍ୱାସ୍ଥ୍ୟ ନିୟାମକ ନାହିଁ । ତେଣୁ ଓମିକ୍ରନ ପ୍ରଭାବ କୁ ରୋକିବା ପାଇଁ କପଡ଼ା ମାସ୍କ କିଛି ମାତ୍ରାରେ ପ୍ରଭାବୀ ହେବା ସହିତ ତିନି ସ୍ତର ବିଶିଷ୍ଟ ସର୍ଜିକାଲ ମାସ୍କ ଏବଂ ଏନ – 95 ମାସ୍କ ୮୦ ରୁ ୮୫ ପ୍ରତିଶତ ପ୍ରଭାବୀ ହୋଇ ପାରିବ ।

Leave a Reply

Your email address will not be published. Required fields are marked *