କ୍ରୋଧ ସ୍ଵଭାବ କାରଣରୁ ଏହି ନାମର ଝିଅ ମାନଙ୍କୁ ସହିବାକୁ ପଡ଼ିଥାଏ ଏହି କ୍ଷତି, ନାକ ଅଗରେ ରହିଥାଏ ସବୁବେଳେ ରାଗ…

ବର୍ତ୍ତମାନ ର ଆଧୁନିକ ଯୁଗରେ ବି ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ନିଜର ପ୍ରତ୍ୟେକ ଦିନ ଚର୍ଯ୍ୟା ବାସ୍ତୁ ଅନୁସାରେ କରିଥାନ୍ତି । କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଜାତକ ଦେଖିଥାନ୍ତି ଏବଂ ଶୁଭ ସମୟ ମଧ୍ୟ ନିର୍ଦ୍ଧାରିତ କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେମାନଙ୍କ ଜୀବନ କିପରି ହେବ ତାହା ମଧ୍ୟ ଜାଣିବାକୁ ଉତ୍ସୁକ ରହନ୍ତି । କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି କି ନାମ ଦ୍ୱାରା ମଧ୍ୟ ମଣିଷର ବ୍ୟକ୍ତିତ୍ୱ ଏବଂ ସ୍ଵଭାବ ଜାଣିହୁଏ ବୋଲି ? ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ପାଞ୍ଚଟି ନାମର ଝିଅ ବିଷୟରେ କହିବୁ ଯେଉଁମାନେ ଖୁବ କ୍ରୋଧି ସ୍ୱଭାବର ହୋଇଥାନ୍ତି ।

୧ . S ନାମର ଝିଅ :-

ଏହି ନାମର ଝିଅ ମାନେ ପ୍ରେମ ଉପରେ ଖୁବ ଭରସା କରନ୍ତି ଏବଂ ଜୀବନରେ ସବୁବେଳେ ଭଲ ପାଇବା ଇଚ୍ଛା କରନ୍ତି । ଏମାନେ ମନରୁ ସରଳ ଅଟନ୍ତି କିନ୍ତୁ ଏମାନଙ୍କ ମଧ୍ୟରେ ଅଧିକ କ୍ରୋଧ ରହିଥାଏ । ସାମାନ୍ୟ କଥାରେ ଏମାନେ ଅଧିକ ରାଗି ଯାଆନ୍ତି । ଏମାନଙ୍କର ଏହି ଗୁଣ କାରଣରୁ ସାଙ୍ଗ ସାଥି ଦୂରେଇ ଯାଇଥାନ୍ତି । ଏମାନଙ୍କ ବ୍ୟକ୍ତିତ୍ୱ ବେଶ ଉଚ୍ଚ ଧରଣର ହୋଇଥାଏ ।

୨ . R ନାମର ଝିଅ :-

ଏହି ନାମର ଝିଅ ମାନେ ଖୁବ କ୍ରୋଧି ସ୍ୱଭାବର ହୋଇଥାନ୍ତି । ଯାହାକି ଭବିଷ୍ୟତ ରେ ସେମାନଙ୍କ ଦୁର୍ବଳତା ସାଜି ଥାଏ । କିନ୍ତୁ ଏମାନଙ୍କ ମଧ୍ୟରେ ସ୍ନେହ ପ୍ରେମ ଭାବ ମଧ୍ୟ ରହିଥାଏ । ଏମାନେ ଦେଖିବାକୁ ଖୁବ ସୁନ୍ଦର ହୋଇଥାନ୍ତି । ଯାହାଦ୍ୱାରା ଯେକେହିବି ସହଜରେ ଏମାନଙ୍କ ପ୍ରତି ଆକର୍ଷିତ ହୋଇ ଯାଆନ୍ତି ।

୩ . P ନାମର ଝିଅ :-

ଏହି ନାମର ଝିଅ ମାନେ ସ୍ୱଭାବର ଶାନ୍ତ ହୋଇ ଥାନ୍ତି କିନ୍ତୁ ଏମାନଙ୍କୁ ଜଲଦି କ୍ରୋଧ ଆସିଥାଏ । ଏମାନେ ପ୍ରାୟତଃ ସବୁବେଳେ ଚୁପ ଚାପ ରହିବାକୁ ପସନ୍ଦ କରିଥାନ୍ତି । ସବୁବେଳେ ନିଜ କାମ ନିଜ ଦୁନିଆରେ ମଜ୍ଜି ରହିବାକୁ ଏମାନଙ୍କୁ ଭଲ ଲାଗିଥାଏ । କିନ୍ତୁ ଏମାନେ କେବେବି ନିଜ କ୍ରୋଧ କୁ ଅନ୍ୟ ଆଗରେ ପ୍ରକାଶ କରନ୍ତି ନାହିଁ ।

୪ . L ନାମର ଝିଅ :-

ଏହି ନାମର ଝିଅ ମାନେ ସବୁବେଳେ ସବୁ କାମରେ ଆଗୁଆ ରହନ୍ତି । ଜୀବନରେ ଏମାନେ ନିଜ ଇମେଜ କୁ ଖରାପ କରିବା ଭଳି କାମ କରିବାକୁ କେବେ ପସନ୍ଦ କରନ୍ତି ନାହିଁ । ଉପରୁ କ୍ରୋଧି ସ୍ୱଭାବର ହେଲେ ବି ଏମାନେ ମନରୁ ଖୁବ ଭଲ ହୋଇଥାନ୍ତା । କିନ୍ତୁ କ୍ରୋଧ ଏମାନଙ୍କ ଅବନତି ର କାରଣ ସାଜିଥାଏ ।

୫ . B ନାମର ଝିଅ :-

ଏମାନେ ମନରୁ ଖୁବ ସରଳ ହୋଇଥାନ୍ତି । ଛୋଟ କଥାରେ କ୍ରୋଧିତ ହେବା କାରଣରୁ ସବୁବେଳେ ଏମାନଙ୍କର ଝଗଡ଼ା ହୋଇଥାଏ । ସବୁବେଳେ ଏମାନେ ନିଜର ରାଗ ଅନ୍ୟ ଉପରେ ବାହାର କରିଥାନ୍ତି । ଜୀବନରେ ଏହି କ୍ରୋଧ କାରଣରୁ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି । କିନ୍ତୁ ସ୍ୱଭାବର ଖୁବ ଭଲ ହୋଇଥାନ୍ତି ଏହି ନାମର ଝିଅ ମାନେ ।

୬ . H ନାମର ଝିଅ :-

ଏହି ନାମର ଝିଅଙ୍କ ସ୍ଵଭାବ ଖୁବ ଭଲ ହୋଇଥାଏ । ଏମାନେ ଜୀବନରେ ସମସ୍ତଙ୍କୁ ସ୍ନେହ ପ୍ରେମ ଏବଂ ଭଲପାଇବା ଦେଇଥାନ୍ତି । ଏମାନେ ନିଜ ପରିବାରର ସବୁବେଳେ ଧ୍ୟାନ ରଖନ୍ତି । କିନ୍ତୁ କ୍ରୋଧ କାରଣରୁ ଏମାନଙ୍କର ଅନେକ କ୍ଷତି ମଧ୍ୟ ହୋଇଥାଏ ।

Leave a Reply

Your email address will not be published. Required fields are marked *