ତପସ୍ୱିନୀ ଷଡ-ଯନ୍ତ୍ର ରଚୁଥିବା ଅଭିଯୋଗ କରିଲେ ପ୍ରମୋଦ ସାହୁ , ସିସିଟିଭି କୁ ଘୋଡ଼ାଇ….

ସୁମିତ ସାହୁ ଏବଂ ତପସ୍ୱିନୀଙ୍କ ବିବାଦ ମାମଲାରେ ପୁନର୍ବାର ଆଉ ଏକ ଅଭିଯୋଗ ଆଣିଛନ୍ତି ସୁମିତ ଙ୍କ ବାପା ପ୍ରମୋଦ ସାହୁ । ତାଙ୍କ ଅଭିଯୋଗ ଏହା ଯେ ତପସ୍ୱିନୀ ତାଙ୍କ ଘରର ସିସିଟିଭି କୁ ଘୋଡ଼ାଇ ଦେଇଛନ୍ତି ଯେଉଁ କାରଣରୁ ସେ ତପସ୍ୱିନୀ ଙ୍କ ଗତିବିଧି ଉପରେ ଆଉ ନଜର ରଖି ପାରୁ ନାହାଁନ୍ତି ।

ତେବେ ଗତ ତିନି ଦିନ ତଳେ ଶତାଧିକ ମହିଳା ସୁମିତ ଙ୍କ ଘରର ଗେଟ ଭାଙ୍ଗି ତପସ୍ୱିନୀ ଙ୍କୁ ତାଙ୍କ ଶ୍ୱଶୁର ଘର ଭିତରକୁ ପୁରେଇ ଥିଲେ । ସେହି ସମୟରେ ଏହି ଘଟଣା ବେଶ ଚର୍ଚ୍ଚାର ବିଷୟ ହୋଇଥିଲା । ମହିଳାଙ୍କୁ ପଚାରିବା ପରେ ସେମାନେ ତପ-ସ୍ୱିନୀ ଙ୍କୁ ନ୍ୟାୟ ଦେବା ପାଇଁ ଏପରି କରିଥିବା କହିଥିଲେ । ସେହି ଦିନ ଠାରୁ ତପସ୍ୱିନୀ ଏବଂ ପ୍ରମିଳା ତ୍ରିପାଠୀ ପ୍ରମୋଦ ସାହୁ ଙ୍କ ଘରର ଗ୍ୟାରେଜ ହାଉସ ରେ ରହି ଆସୁଛନ୍ତି । ଘଟଣାର ପରଦିନ ଠାରୁ ବ୍ରହ୍ମାନଗର ଅଞ୍ଚଳ ରେ ୧୪୪ ଧାରା ଜାରି କରାଯାଇ ଅନେକ ପୋଲିସ ମୁତୟନ କରାଯାଇଛି ।

କିନ୍ତୁ ଆଜି ସୁମିତ ଙ୍କ ବାପା ପ୍ରମୋଦ ସାହୁ ଅଡିଓ ମାଧ୍ୟମରେ ଆଉ ଏକ ଅନୁରୋଧ କରିଛନ୍ତି ଏବଂ ତପସ୍ୱିନୀ ଙ୍କ ନାମରେ ଅଭିଯୋଗ ମଧ୍ୟ ଆଣିଛନ୍ତି । ତାଙ୍କ କହିବା କଥା ଯେ ତପ-ସ୍ୱିନୀ ତାଙ୍କ ଘର ସାମ୍ନାରେ ଥିବା ସିସିଟିଭି କୁ ଘୋଡ଼ାଇ ଦେଇଛନ୍ତି । ପୁଣି ତପସ୍ୱିନୀ ଏପରି କରିବା ପଛରେ କିଛି ଷଡ-ଯନ୍ତ୍ର ରଚୁଥିବା ମଧ୍ୟ କହିଛନ୍ତି ଶ୍ୱଶୁର ପ୍ରମୋଦ ସାହୁ । ପ୍ରମୋଦ ସାହୁ ଏକ ଅଡିଓ ମାଧ୍ୟମରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସିସିଟିଭି କୁ ତାଙ୍କ ବିନା ଅନୁମତି କିପରି ଏପରି କରାଯାଇ ପାରିବ । ଏହା ସହିତ ସିସିଟିଭି ଆଢୁଆଳରେ ତପସ୍ୱିନୀ କିଛି ଷଡ଼ଯନ୍ତ୍ର ରଚୁଛନ୍ତି ବୋଲି କହିଛନ୍ତି ।

ସିସିଟିଭି ଏପରି ବନ୍ଦ ଥିବାରୁ ସେ ତପସ୍ୱିନୀ ଙ୍କ ଗତିବିଧି ଉପରେ ଆଉ ନଜର କରି ପାରୁ ନାହାନ୍ତି ଏହା ମଧ୍ୟ କହିଛନ୍ତି । କିନ୍ତୁ ଏହାର ଉତ୍ତର ରେ କହିଛନ୍ତି ଯେ ତପସ୍ୱିନୀ ଗ୍ୟାରେଜ ଘରେ ରହୁଛନ୍ତି , ଶୋଉଛନ୍ତି । ସେ ଜଣେ ମହିଳା ତେଣୁ ସେ ସିସିଟିଭି ସାମ୍ନାରେ କିପରି ରହି ପାରିବେ ? ତାଙ୍କର ବି କିଛି ଇଜ୍ଜତ ଅଛି ବୋଲି ଉତ୍ତର ଦେଇଥିଲେ ପ୍ରମିଳା ତ୍ରିପାଠୀ ।

Leave a Reply

Your email address will not be published. Required fields are marked *