ଡାକ୍ତରଖାନାରେ ସବୁଜ କିମ୍ବା ନୀଳ ରଙ୍ଗର ହିଁ ପୋଷାକ କଣ ପାଇଁ ପିନ୍ଧା ଯାଇଥାଏ ?

ଆମେ ଯେବେ ମଧ୍ୟ ଡାକ୍ତରଖାନାକୁ ଯାଇଥାଉ ତ ଆମେ ସବୁବେଳେ ଦେଖିଥାଉ କି, ଡାକ୍ତରଖାନାରେ ଧଳା ବ୍ୟତୀତ ସବୁଠାରୁ ଅଧିକ ସବୁଜ ଏବଂ ନୀଳ ରଙ୍ଗ ହିଁ ଦେଖା ଯାଇଥାଏ।ସବୁଜ କିମ୍ବା ନୀଳ ପରଦା, ଚାଦର, ତକିଆ ଖୋଳ ଆଦି।

କେବଳ ଏତିକି ଜିନିଷ ନୁହେଁ ବରଂ ସେଠାର ଡାକ୍ତର ମଧ୍ୟ ଧଳା କୋଟ ବ୍ୟତୀତ ସବୁଠାରୁ ଅଧିକ ସବୁଜ କିମ୍ବା ନୀଳ ରଙ୍ଗର ପୋଷାକରେ ହିଁ ଦେଖା ଯାଇଥାନ୍ତି। ଯାହାକୁ ସ୍କ୍ରବ କୁହାଯାଏ। କିନ୍ତୁ କଣ ଆପଣ କେବେ ଚିନ୍ତା କରିଛନ୍ତି କି, ଏହି ରଙ୍ଗ ଗୁଡ଼ିକର ବ୍ୟବହାର ପଛରେ କ’ଣ କାରଣ ରହିଥାଏ। ଡାକ୍ତରଖାନାରେ କଣ ପାଇଁ ନାଲି, ହଲଦିଆ, କଳା ରଙ୍ଗ ବ୍ୟବହାର ହୋଇନଥାଏ। ଚାଲନ୍ତୁ ଆଜି ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଦେବୁ।

ସାଧାରଣତଃ ସବୁ ଡାକ୍ତରଖାନାରେ ଧଳା ରଙ୍ଗର ବ୍ୟବହାର କରିବା ପଛର କାରଣ ବହୁତ ସରଳ ଏବଂ ସ୍ବଭାବିକ ଅଟେ ଯାହା ବିଷୟରେ ବୋଧହୁଏ ଆପଣ ପ୍ରଥମରୁ ହିଁ ଜାଣିଥିବେ। ଯେମିତି କି ପିଲାଦିନେ ସ୍କୁଲରେ ପଢା ଯାଇଛି କି ଧଳା ରଙ୍ଗ, ସ୍ବଚ୍ଛତା ଏବଂ ଶାନ୍ତି ଦର୍ଶେଇ ଥାଏ।

ଏହି କାରଣରୁ ଡାକ୍ତରଖାନାର କାନ୍ଥ, ଡ଼ାକ୍ତରଙ୍କ କୋଟ, ଅନେକ ଥର ଚାଦର, ତକିଆ ଆଦି ଭରି ଜିନିଷ ଧରା ରଙ୍ଗର ହୋଇଥାଏ। ଯାହାଦ୍ଵାରା ସେଠାକୁ ଆସୁଥିବା ରୋଗୀଙ୍କୁ ସଫାସୁତୁରା ବାତାବରଣର ଅନୁଭବ ହେବ। କିନ୍ତୁ ଅନ୍ୟ ଦୁଇଟି ରଙ୍ଗ ସବୁଜ ଏବଂ ନୀଳ ପଛର କାରଣ ବହୁତ ଆକର୍ଷଣୀୟ ଅଟେ।

ବହୁଦିନ ପୂର୍ବରୁ କେବଳ ଧଳା ରଙ୍ଗ ପୋଷାକର ବ୍ୟବହାର ହେଉଥିଲା

ଗୋଟିଏ ସାଇନ୍ସ ଓ୍ବେବସାଇଟ ଅନୁସାରେ ପୂର୍ବରୁ ଡାକ୍ତରଙ୍କ ସ୍କ୍ରବ ଧଳା ରଙ୍ଗର ହିଁ ହେଉଥିଲା। କିନ୍ତୁ ୧୯୦୦ ଆରମ୍ଭ ବର୍ଷରେ ଡାକ୍ତର ବୁଝି ପାରିଥିଲେ କି ଧରା ରଙ୍ଗର ସ୍କ୍ରବରେ କଣ ବିପଦ ରହିଛି।

ରକ୍ତର ଗଭୀର ଲାଲ ରଙ୍ଗକୁ ଲଗାତର ଦେଖିବା ପରେ ଯଦି ହଠାତ ଧଳା ରଙ୍ଗର ଡ୍ରେସ ଦେଖା ଯିବ ତାହେଲେ କିଛି ମୁହୂର୍ତ୍ତ ପାଇଁ ଆପଣଙ୍କ ଆଖି ଚମକି ଯାଇଥାଏ, ବିଲକୁଲ ସେହି ପରି ଯେମିତି ଥଣ୍ଡା ଦିନରେ ହଠାତ ଚାରି ପାଖରେ ବରଫ ଦେଖିବାରେ ଆଖି କିଛି ସମୟ ପାଇଁ ଚମକିବାକୁ ଲାଗିଥାଏ।

ଧରା ରଙ୍ଗ ତୁଳନାରେ ସବୁଜ ଏବଂ ନୀଳ ରଙ୍ଗ ଆଖି ପାଇଁ ଆରାମଦାୟକ ଅଟେ

ଏହାପରେ ସେହି ସମୟର ଡାକ୍ତର ଏହି ଅଭିଯୋଗ କରିଛନ୍ତି କି, ସର୍ଜରୀ କିମ୍ବା ଅପରେସନ ସମୟରେ ଅଧିକ ସମୟ ପର୍ଯ୍ୟନ୍ତ ନିଜ ସାଥୀ ଡାକ୍ତରଙ୍କୁ ଦେଖିବା ଦ୍ଵାରା ତାଙ୍କ ମୁଣ୍ଡରେ ଗମ୍ଭୀର ରୂପରେ ଯନ୍ତ୍ରଣା ହେବାକୁ ଲାଗିଥାଏ।ଏହା ସହିତ ଆଖି ଚମକି ଯିବା କାରଣରୁ ରୋଗୀଙ୍କ ଅପରେସନରେ ମଧ୍ୟ ଚିନ୍ତା ଆସିପାରେ।ଏହା ପରଠାରୁ ହିଁ ଡାକ୍ତରଙ୍କ ଦ୍ଵାରା ସବୁଜ କିମ୍ବା ନୀଳ ରଙ୍ଗର ସ୍କ୍ରବ ପିନ୍ଧା ଯିବାକୁ ଲାଗିଛି।

ଏଥିପାଇଁ ତୁରନ୍ତ ନାଲି ରଙ୍ଗରୁ ନଜର ହଟେଇ ସବୁଜ କିମ୍ବା ନୀଳ ରଙ୍ଗକୁ ଦେଖିବା ଦ୍ବାରା ଆଖିକୁ ଆରାମ ମିଳିଥାଏ ଏବଂ ଜୋର ମଧ୍ୟ ପଡ଼ିନଥାଏ।ଏହାର ସବୁଠାରୁ ବଡ଼ କାରଣ ଏହା ଅଟେ କି, ଧଳା ରଙ୍ଗ ସବୁ ଲାଇଟକୁ ରିଫ୍ଲେକ୍ଟ କରି ଦେଇଥାଏ ଯେତେବେଳେ କି ସବୁଜ ଏବଂ ନୀଳ ଏମିତି କରିନଥାଏ।ସେ ଆସୁଥିବା ପ୍ରକାଶକୁ ନିଜ ଭିତରେ ଶୁଖେଇ ନେଇଥାଏ।

ନାଲି ରଙ୍ଗର ରକ୍ତ ଏବଂ ସବୁଜ କିମ୍ବା ନୀଳ ରଙ୍ଗର ପୋଷାକକୁ ଗୋଟିଏ ପରେ ଗୋଟିଏ ଦେଖିବା ଦ୍ବାରା କଂଟ୍ରାଷ୍ଟ ହୋଇ ଯାଇଥାଏ ଯାହାଦ୍ଵାରା ନଜର ଉପରେ କୈାଣସି ଖରାପ ପ୍ରଭାବ ପଡିନଥାଏ।

ଆଖିକୁ ଭ୍ରମରୁ ବଞ୍ଚେଇ ଥାଏ ସବୁଜ ଏବଂ ନୀଳ ରଙ୍ଗ

ଧଳା ରଙ୍ଗ କିମ୍ବା ଅନ୍ୟ ରଙ୍ଗର ବ୍ୟବହାର କରିବା ପଛରେ ଗୋଟିଏ କାରଣ ରହିଛି ରଙ୍ଗର ବାରମ୍ବାରତା ଏବଂ ଭ୍ରମ ପ୍ରଭାବ। ଯେତେବେଳେ ଡାକ୍ତର ନାଲି ରଙ୍ଗର ରକ୍ତ କିମ୍ବା ଅନ୍ୟ ଅଙ୍ଗରୁ ନିଜ ନଜର ହଟେଇ ଧରା ରଙ୍ଗ ଉପରେ ପକେଇ ଥାନ୍ତି ତ ତାଙ୍କ ଆଖିରେ ନାଲି ରଙ୍ଗର ଏବଂ ଶରୀରର ଅଙ୍ଗର ଭ୍ରମ ବହୁ ସମୟ ପର୍ଯ୍ୟନ୍ତ ରହିଥାଏ।ଏହା ବିଲକୁଲ ସେହି ପରି ହିଁ ଅଟେ ଯେମିତି ଆଖିରେ ଫ୍ଲାସ ଲାଇଟ ଚମକି ଯିବ ତ ବହୁ ସମୟ ପର୍ଯ୍ୟନ୍ତ ସେମିତି ହିଁ ଅନୁଭବ ହୋଇଥାଏ।

Leave a Reply

Your email address will not be published. Required fields are marked *