ବାପା ମା କଥା ନମାନି ଘୋଡ଼ା ଉପରେ ବସୁଥିଲା କିନ୍ତୁ ଘୋଡ଼ା ମୋଟା ଟୋକା ସହ ଯାହା କଲା…

ଆଜିର ବ୍ୟସ୍ତତା ମଧ୍ୟରେ ଆମେ ନିଜର ମନ ଫୁର୍ତ୍ତି ପାଇଁ ଅବା ନିଜକୁ ଖୁସିରେ ରଖିବା ପାଇଁ ବହୁତ୍ କିଛି କରୁଅଛୁ। ଆଜି ଆମେ କିଛି ଏପରି ବିଷୟ ଉପରେ କହିବୁ ଯାହା ଆପଣଙ୍କ ମନରେ ଖୁସିର ଲହର ଆଣିଦେବ।ଯେମିତିକି ଆଜିକା ଦୁନିଆରେ ଲୋକ ନିଜକୁ ଖୁସିରେ ଅବା ସୌଖିନରେ ରଖିବା ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର ଅଧିକା କରୁଛନ୍ତି। ସେପରି କିଛି ମଜାଦାର ବିଷୟ ଉପରେ ଆମେ ଆପଣଙ୍କୁ ଜଣାଇବୁ। ଯାହା ଜାଣିଲେ ଆପଣ ଖୁସି ନହୋଇ ରହିପାରିବେ ନାହିଁ। ଆଜିକା ଦୁନିଆରେ କିଛି ଏପରି ଲୋକ ଅଛନ୍ତି ଯୋଉ ମାନେ ପଶୁ ମାନଙ୍କ ସହିତ ଲାଗନ୍ତି ଏବଂ ତାଙ୍କ ସହିତ ବହୁତ୍ ମଜା କରନ୍ତି। ଯାହା କିଛି ମାତ୍ରାରେ ହାସ୍ୟସ୍ପଦ ହେଲେ ମଧ୍ୟ ତାଙ୍କ ଜୀବନ ଉପରେ ବିପଦ ମଧ୍ୟ ରହିଥାଏ।

ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ଯାହା ଆମେରିକାର ମିଶିଗାନରେ ଥିବା ଏକ ଚିଡ଼ିଆଖାନାର।ଘଟଣା ଅନୁଯାୟୀ ଏପ୍ରିଲ ୨୦୧୭ରେ ଗୋଟିଏ ପରିବାର ଏହି ଚିଡ଼ିଆଖାନାକୁ ବୁଲିବାକୁ ଆସିଥିଲେ। କିନ୍ତୁ ପରିବାରର ଥିବା ସଦସ୍ୟ ମାନେ ସେଠି ଥିବା ସିମ୍ପାଞ୍ଜୀଙ୍କୁ ଚିଡ଼େଇବାକୁ ଲାଗିଲେ। ସେ ବହୁତ୍ ସମୟ ଯାଏଁ ୟେ ସବୁ ସହନ କଲା ଯାହା ସେମାନେ ସ୍ବପ୍ନରେ ସୁଦ୍ଧା ଭାବିନଥିଲେ। ସିମ୍ପାଞ୍ଜୀଟି ନିଜ ଗୋବର ଏପରି ଫିଙ୍ଗିଲା ଯେ ପରିବାରର ଥିବା ବୃଦ୍ଧ ମହିଳାର ମୁହଁରେ ବାଜିଲା।ସେଦିନ ସେହି ସିମ୍ପାଞ୍ଜୀ ସାଙ୍ଗେ ଲାଗିବା ତାଙ୍କୁ ବେଜିତ କଲା।

୨୦୨୦ ମାର୍ଚ୍ଚରେ ତୁର୍କୀର ଆଣ୍ଟାଲାରେ ଗୋଟିଏ ଚୋର ଗୋଟିଏ ଷ୍ଟୋରରେ କିଛି ଏପରି କଲା ଯାହା ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ।ସେ ପ୍ରଥମ ମହଲାରେ ଚଢି କାଚ ଭାଙ୍ଗି ଭିତରେ ପଶିଲା।ପ୍ରଥମେ ସବୁ ଆଡେ ନଜର ପକେଇଲା ବେଳେ ଏକ ବିଶାଳ ଆଇନାରେ ତାର ନଜର ପଡିଲା।ସେହି ବୁଦ୍ଧିମାନ ଲୋକ ଜଣକ ଆଇନାରେ ନିଜ ପ୍ରତିଛବି ଦେଖି ଭୟରେ ବାହାରକୁ ଚାଲିଆସିଲା।ସେ ଭାବିଲା କେହି ଜଣେ ସେଠି ଅଛି।ତାକୁ ଏପରି ଦୌଡିବାର ଦେଖି ତାର ସାଙ୍ଗମାନେ ଦୌଡ଼ି ପଳାଇଗଲେ।

ଅକ୍ଟୋବର ୨୦୨୦ରେ ଦିଲ୍ଲୀ ପୋଲିସକୁ ଏକ ଅଜଣା ନମ୍ବରରୁ ଫୋନ ଆସିଲା।ସେଥିରେ ଜଣେ ଅଜଣା ଲୋକ ତାର ଠିକଣାରେ ପହଞ୍ଚିବାକୁ କହିଲା।ପୋଲିସ ଫୋନ ପାଇ ସେଠାରେ ପହଞ୍ଚିବା ପରେ ତା ଘର ଉପରେ ତାରା ଟିଏ ଅଛି କହି ଏହି ଲୋକ ସେହି ତାରାକୁ ହଟେଇବାକୁ କହିଲା।ନିଶାଦ୍ରବ୍ୟ ସେବନ ଲାଗି ଏପରି କହିଥିବାରୁ ପୋଲିସ ମାନେ ନହସି ରହିପାରିଲେ ନାହିଁ।

୨୦୧୯ରେ ଉତ୍ତରପ୍ରଦେଶର ସମ୍ବଲ୍ ଠାରେ ଏହିପରି ଏକ ଘଟଣା ଘଟିଲା ଯେଉଁଠାରେ ଏକ ମହାଶୟ ଗଞ୍ଜେଇ ଟାଣି ନିଜ ଘରକୁ ଯିବାକୁ ବାଟ ପାଉନଥିଲେ ଓ ଏଥିପାଇଁ ସେମାନେ ୧୦୦ ନମ୍ୱର୍ ରେ ପୋଲିସ ପାଖକୁ ଫୋନ କରିଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ଲୋକଟି ତା ଚିଲମ୍ ଦେଖେଇବା ସହିତ ନିଜ ଘରେ ଛାଡ଼ିଦେବା ପାଇଁ କହିଲା।ଏହାପରେ କହିଲା କି ସେ ନିଶା କରନ୍ତିନି କେବଳ ଚିଲମ ପାଖରେ ରଖିବାର ସୌକ ଅଛି।ଶେଷରେ ପୋଲିସ ତାକୁ ଥାନାକୁ ନେଇ ଗୁଡ଼ାଏ ମାଡ଼ ଦେବା ପରେ ତାର ଚେତା ପଶିଲା।

ଆଉ ଏକ ଘଟଣାରେ ନିଜର ପୋଷା କୁକୁରବି ବେଳେବେଳେ ବେଜୀତ କରିଦିଏ।ସେପ୍ଟେମ୍ବର ୨୦୧୮ରେ ନିଉଜିଲ୍ୟାଣ୍ଡର କାହୋକାହୋରେ ରହୁଥିବା ଏକ ଲୁସି ନାମକ ମହିଳା ଏକ କାଫେ କୁ ଯାଇଥିଲେ । କାଫେରେ କୁକୁର ପ୍ରବେଶ ନିଷେଧ କାରଣ ଲାଗି ମହିଳା ଜଣକ କୁକୁରକୁ ଏକ କୋକାକୋଲା ଷ୍ଟାଣ୍ଡରେ ବାନ୍ଧିଦେଲେ।ମହିଳା ଜଣକ ଭିତରକୁ ପ୍ରବେଶ କରିବା କ୍ଷଣି କୁକୁରଟି ସେହି କାଫେ ସାମ୍ନାରେ ଥିବା କୋକାକୋଲା ଷ୍ଟାଣ୍ଡ ସହ ଦୌଡ଼ି ପଳେଇଲା।ଶେଷରେ ମହିଳା ଜଣକ ନିଜ କୁକୁର ପଛରେ ରାସ୍ତାରେ ଦୌଡ଼ିବାକୁ ଲାଗିଲେ।କେବଳ ସେତିକି ନୁହେଁ କାଫେ ଷ୍ଟାଣ୍ଡ ଭାଙ୍ଗିବାରୁ ସେହି ମହିଳାଙ୍କୁ ଫାଇନ ଦବାକୁ ପଡିଲା।

ଆଉ ଏକ ଜାଗାରେ ଏକ ମୋଟା ଯୁବକକୁ ଘୋଡାରେ ନବସିବାକୁ ସମସ୍ତେ କହୁଥିଲେ।କାରଣ ଘୋଡ଼ା ଅଟେ ଓଜନ ନେଇ ପାରିବ ନାହିଁ। ହେଲେ ଯୁବକ ଜଣକ ଘୋଡ଼ା ଉପରେ ବସିବା ପାଇଁ କାହା କଥା ନଶୁଣି ଚାଲିଗଲା।ହେଲେ ଘୋଡ଼ା ମୋଟା ଲୋକଟିକୁ ଦେଖି ତୁରନ୍ତ ଶକ୍ତ ଗୋଇଠା ଦେଲା।ଏହା ପରେ ମୋଟା ଲୋକ ଜଣକ ଆଉ କେବେ ନିଜ ଜୀବନରେ ଘୋଡ଼ା ପାଖକୁ ଯିବା କଥା ଭାବିଲା ନାହିଁ।

Leave a Reply

Your email address will not be published. Required fields are marked *