ଶନିବାର ଦିନ ଚୁପଚାପ୍ ଏଠି ସୋରିଷ ତେଲ ରଖିଦିଅନ୍ତୁ ପାଇଯିବେ ସବୁ କଷ୍ଟ ଆଉ କରଜରୁ ମୁକ୍ତି…

ବନ୍ଧୁମାନେ ଆପଣ ମାନେ ଜାଣନ୍ତି କି ଶାସ୍ତ୍ର ଅନୁଯାୟୀ ସପ୍ତାହ ସାତ ଋତୁ ଅନୁଯାୟୀ ସବୁ ବାରର କିଛି ନା କିଛି ବିଶେଷ ମହତ୍ତ୍ଵ ରହିଛି।ସେହିପରି ଶନିବାର ଦିନ ପାଇଁ କିଛି ଏପରି ନିୟମ ରହିଛି ଯାହା କରିବା ଦ୍ଵାରା ଆମର ସମସ୍ତ କଷ୍ଟ ଆଉ କରଜରୁ ମୁକ୍ତି ଦିଏ। ଶନିବାରର ଦେବତା ଶ ଅଟନ୍ତି। ଯେଉଁ ମାନଙ୍କ ଉପରେ ଶନିଦେବ କୃପା ହୋଇଥାଏ ସେମାନଙ୍କ ଜୀବନରେ କେବଳ ସୁଖ ଏବଂ ସଫଳତା ହିଁ ମିଳିଥାଏ। ବ୍ୟକ୍ତିର ଜୀବନରେ ମହାଦଶା ଥିଲେ ତାକୁ ସମସ୍ତ କାର୍ଯ୍ୟରେ ବିଫଳତା ମିଳିଥାଏ।

ଶନିଦେବଙ୍କୁ ତୃପ୍ତ କରିବା ପାଇଁ ଲୋକେ ପଞ୍ଚ ହନୁମାନ ମୂର୍ତ୍ତିକୁ ପୂଜା କରନ୍ତି ଏବଂ ଓସ୍ତ ଗଛରେ ଜଳ ଚଢ଼ାନ୍ତି।କିଛି ଲୋକ ମଧ୍ୟ ଏହିଦିନ କଳା କପଡା, କଳା ରାଶି ଆଦି କଳା ଜାତୀୟ ଜିନିଷ ଦାନ କରିଥାନ୍ତି।ଆଜି ଆମେ କିଛି ସୋରିଷତେଲର ଉପାୟ ମାନ ଜଣାଇବୁ ଯାହା ଆପଣଙ୍କ ଭାଗ୍ୟ ବଦଳେଇଦେବ।ଯେଉଁ ଲୋକଙ୍କ ଉପରେ ଶନି ମହାଦଶା ଲାଗିଥାଏ ସେମାନେ ଶନିବାର ଦିନ କଳା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ।ଲାଲ ଫୁଲ ଅବା ଲାଲ ଆସନର ବ୍ୟବହାର କରିବେ ନାହିଁ କାରଣ ଏହା ମଙ୍ଗଳଙ୍କ ପ୍ରିୟ ଅଟେ ଏବଂ ମଙ୍ଗଳ ଏବଂ ଶନି କେବେ ଏକାଠି ହୁଅନ୍ତି ନାହିଁ।

ଶନିବାର ଦିନ ସୋରିଷତେଲର ଏକ ଦୀପ ଲଗାନ୍ତୁ ଏବଂ ସେଥିରେ କିଛି କଳା ରାଶି ଏବଂ ଗୋଟିଏ କଣ୍ଟା ପକାନ୍ତୁ।ଏହି ଦିପକୁ ନେଇ ଓସ୍ତ ଗଛ ମୂଳରେ ଜଳାନ୍ତୁ।ଏବଂ ଧ୍ୟାନ ରଖିବେ ଦୀପକୁ ପଶ୍ଚିମ ଆଡେ ମୁହଁ କରିବେ।କାରଣ ସନିଦେବଙ୍କ ପୂଜା ପଶ୍ଚିମ ଦିଗକୁ ମୁହଁ କରି କରାଯାଏ ଯେହେତୁ ଶନି ପଶ୍ଚିମ ଦିଗରେ ବାସ କରନ୍ତି।ଦୀପ ଜଳେଇବା ସମୟରେ ହନୁମାନ ଚାଳିଶା ପାଠ କରନ୍ତୁ।ଯେଉଁମାନେ ହନୁମାନଙ୍କ ପୂଜା କରନ୍ତି ସେମାନଙ୍କୁ ଶନିଦେବ କେବେ କୋପ କରନ୍ତି ନାହିଁ।ସେଠୁ ଘରକୁ ଫେରିବା ବେଳେ ସବିଦେବଙ୍କ ଏହି ମନ୍ତ୍ର ଜପ କରନ୍ତୁ ମନ୍ତ୍ରଟି ହେଉଛି ‘ଓମ୍ ଶନ୍ ଶନି ଦେବାୟ ନମଃ ‘ କୁ ୧୦୮ ଥର ଜପ କରନ୍ତୁ।

ଯଦି ଆପଣଙ୍କର ବିବାହ,ବ୍ୟାପାର,ଚାକିରି ଅବା ଦାମ୍ପତ୍ୟ ଜୀବନରେ କିଛି ଅସୁବିଧା ହେଉଛି ତେବେ ଆପଣ ଏହି ଉପାୟ ଟିକୁ ୪୧ ଦିନ କରିବା ପାଇଁ ଘରେ ଥିବା ଶନି ଅବା ମହାଲକ୍ଷ୍ମୀଙ୍କ ଆଗରେ ସଂକଳ୍ପ କରନ୍ତୁ।ଏହି ଉପାୟାକୁ ସୂର୍ଯ୍ୟାସ୍ତ ପୂର୍ବରୁ ହିଁ କରିନେବେ କାରଣ ସୂର୍ଯ୍ୟାସ୍ତ ପରେ ଓସ୍ତ ଗଛରେ ଦାରିଦ୍ର୍ୟ ବାସ କରିଥାଏ।ଯଦି ଦୁର୍ଭାଗ୍ୟ ପିଛା ଛାଡୁନାହିଁ ତେବେ ଏକ ପାତ୍ରରେ ସୋରିଷ ତେଲ ନେଇ ଏଥିରେ ନିଜ ମୁହଁ ଦେଖି ଶନି ଦେବଙ୍କୁ ପ୍ରାର୍ଥନା କରନ୍ତୁ କି ଆପଣଙ୍କର ସବୁ ଦୋଷ ଅବା କଷ୍ଟକୁ ଦୂର କରି ସଫଳତା ଯୋଗାଇଦେବେ।ଏହାପରେ ଏହି ତେଲକୁ କୌଣସି ଗରିବ ଲୋକକୁ ଦାନ କରି ଦିଅନ୍ତୁ।ଏହି ଉପାୟକୁ ଶନିବାର ଦିନ କରିବେ।ଏହାକୁ ଛାୟା ଦାନ କୁହାଯାଏ।ଏହାଦ୍ଵାରା ଭାଗ୍ୟ ବଦଳିଯାଏ।

ଏବେ ଆସନ୍ତୁ ଜାଣିବା ଲବଙ୍ଗର କିଛି ଉପାୟ ମାନ ଯାହାକୁ ଶନିବାର ଦିନ କଲେ ଭାଗ୍ୟ ବଦଳିଯାଏ।ଯଦି ଆପଣଙ୍କର ଶତ୍ରୁ ଅଧିକ ତେବେ ଏଥିରେ ଅଦା, ଲବଙ୍ଗ ଏବଂ ନିୟମିତ ଭାବରେ ମା ଦୁର୍ଗାଙ୍କୁ ଅର୍ପଣ କରନ୍ତୁ।ଏବଂ ଏହା ପରଦିନ ଗୋଟିଏ ଲବଙ୍ଗକୁ ନିଜ ପକେଟରେ ଏବଂ ଅନ୍ୟଟି ପାଟିରେ ପକେଇ ଯାଆନ୍ତୁ।ଏହା ଦ୍ଵାରା ଶତ୍ରୁ ଚାହିଁଲେ ବି କିଛି ଅନିଷ୍ଟ କରିପାରିବ ନାହିଁ।ଘରର ବାସ୍ତୁ ଦୂର କରିବା ପାଇଁ ୫ଟି ଲବଙ୍ଗ,୩ଟି ଗୁଜୁରାତି ନେଇ କର୍ପୁରରେ ଜଳେଇ ଦିଅନ୍ତୁ।ଏହା ଦ୍ବାରା ଘରେ ସକାରାତ୍ମକ ଉର୍ଜା ବନିରହେ।

ଯଦି ଜୀବନରେ ବହୁ ବାଧା ଆସୁଛି ତେବେ ଶନିବାର ଦିନ ୫ଟି ଲବଙ୍ଗ ନେଇ ଶିବ ଲିଂଗରେ ଅର୍ପଣ କରନ୍ତୁ।ଏହି ଉପାୟ କିଛି ଦିନ କରନ୍ତୁ ଯାହା ଦ୍ୱାରା ରାହୁ, କେତୁର ପ୍ରଭାବ ଜୀବନରେ ଦୂରେଇ ଯିବ।ନିଜ ପକେଟ୍ ରେ ଲବଙ୍ଗ ରଖିଲେ ଆକସ୍ମିକ ଦୁର୍ଘଟଣାରୁ ମୁକ୍ତି ମିଳେ।ଯଦି ଆୟ ଅପେକ୍ଷା ବ୍ୟୟ ଅଧିକା ହେଉଛି ତେବେ ପୂଜା ସ୍ଥାନରେ ମା ଲକ୍ଷ୍ମୀଙ୍କ ଆଗରେ ଗୋଲାପ ପାଖୁଡ଼ାରେ ୨ଟି ଲବଙ୍ଗ ଥୋଇ ମା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ।

ଶନିବାର ଦିନ ୫ଟି ଲବଙ୍ଗ ଏବଂ ୫ଟି କଉଡ଼ି ଏକ ଲାଲ କପଡ଼ାରେ ବାନ୍ଧି କରି ନିଜ ପଇସା ବାକ୍ସରେ ରଖନ୍ତୁ।ଏହା ଦ୍ଵାରା ଘରକୁ ଧନ ଆସିବା ସହିତ ଧନର ଧାର୍ଯ୍ୟ ହୋଇଥାଏ।ଜୀବନରେ ଯଦି ବହୁ ପରିଶ୍ରମ ପରେ ମଧ୍ୟ ଫଳ ମିଳେନାହିଁ ତେବେ ସୋରିଷ ତେଲରେ ହନୁମାନଙ୍କ ମନ୍ଦିରରେ ଦୀପ ଜାଳନ୍ତୁ।ଲବଙ୍ଗ ପକେଇବେ ଏବଂ ହନୁମାନ ଚାଳିଶାର ପାଠ କରିବେ।ଏହା ଦ୍ଵାରା ଜୀବନରେ ସମସ୍ତ କଷ୍ଟ ଦୂର ହେବ।ଏହି ଉପାୟ ୫ ଶନିବାର କରନ୍ତୁ।

ଯେବେ ଘରେ କିଛି ସମସ୍ୟା ଦେଖାଯାଉଛି ତେବେ ଗଣେଶଙ୍କ ସାମ୍ନାରେ ଗୋଟେ କଉଡ଼ି ଅବା ଗୁଆ ସାଙ୍ଗରେ ଏକ ଲବଙ୍ଗ ରଖନ୍ତୁ।ଘରୁ ବାହାରକୁ ଗଲେ ଗୁଆକୁ ପକେଟରେ ଏବଂ ଲବଂଗକୁ ମୁହଁରେ ରଖନ୍ତୁ।ଘରକୁ ଆସିଲେ ପୁନର୍ବାର ଗୁଆକୁ ସେହି ଗଣେଶଙ୍କ ସାମ୍ନାରେ ରଖିଦେବେ।ଏହା ଦେଶ ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ।ଘରେ ଯଦି କୌଣସି ଶୁଭ କାର୍ଯ୍ୟ ହେଉନାହିଁ ତେବେ ସୋରିଷ ତେଲର ଏକ ଦିପରେ ୨ଟି ଲବଙ୍ଗ ପକେଇ ତାକୁ ଘରର ଏକ ଅନ୍ଧାର କୋଣରେ ରଖି ଦିଅନ୍ତୁ।ଦେଖିବେ ସମସ୍ତ ସମସ୍ୟା ସମାଧାନ ହୋଇଯିବ।

Leave a Reply

Your email address will not be published. Required fields are marked *