ସବୁବେଳେ ଆପଣ ଦେଖିଥିବେ,ସର୍ବଦା ପୂଜାପାଠ କରୁଥିବା ବ୍ୟକ୍ତି ଦୁଃଖୀ ରୁହନ୍ତି। ଏହିପରି ମନରେ ପ୍ରଶ୍ନ ଆସିଥାଏ କି ସର୍ବଦା ଆମେ ପୂଜାପାଠ କରି ଥାଉ। ପ୍ରଭୁଙ୍କ ଭକ୍ତିରେ ଲୀନ ହୋଇ ଯାଇ ଥାଉ। ତଥାପି ଆମର ଦୁଃଖ ଓ ଅସୁବିଧା ସମାପ୍ତ ହେଉନାହିଁ। ଏହାର ବିପରୀତରେ ଯଦି ଆମେ ଦେଖିବା ଆମଠାରୁ ସୁଖୀ ସେହିଲୋକେ ହୋଇଥାନ୍ତି, ଯେଉଁମାନେ ଧର୍ମ କାମ କରନ୍ତି ନାହିଁ। ଏତେ ଧର୍ମକର୍ମ କାର୍ଯ୍ୟ କରିବା ପରେ ମଧ୍ୟ ଅଧିକ କଷ୍ଟ କାହିଁକି ପାଇଥାଉ। ଏହି ଲୋକେ ଧାର୍ମିକ ହୋଇଥାନ୍ତି।
ଭାଗବତ ଗୀତରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି – ହେ ମନୁଷ୍ୟ ତମେ କର୍ମ କରିଚାଲ। ଫଳର ଚିନ୍ତା ମୋ ଉପରେ ଛାଡି ଦିଅ। ସଠିକ ସମୟରେ ଉଚିତ ଫଳ ପ୍ରାପ୍ତ ହେବ। କିନ୍ତୁ ସବୁବେଳେ ଏହା ଦେଖିବାକୁ ମିଳିଥାଏ କି ଭଲ ଲୋକେ , ପୁଣ୍ୟାତ୍ମା ଲୋକେ ଦୁଃଖ ପାଇଥାନ୍ତି, ଯେବେକି ପାପୀ ବ୍ୟକ୍ତି । କିନ୍ତୁ ସେମାନେ ପରମୁହୁର୍ତ୍ତରେ ସୁଖୀ ହୋଇଥାନ୍ତି। ବେଳେବେଳେ ବୁଝି ହୋଇ ନଥାଏ ଯେ ଏପରି କାହିଁକି ହୋଇଥାଏ। କଣ ଈଶ୍ୱରଙ୍କ ବିଚାର ଭୁଲ ହେଉଛି। ବନ୍ଧୁଗଣ ଏହାପଛରେ ଗୋଟେ କାରଣ ରହିଛି। ଧ୍ୟାନ ସହକାରେ ଏହିକଥା ଶୁଣନ୍ତୁ।
ଜଣେ ଗୁରୁଜୀଙ୍କ ଦୁଇଟି ସନ୍ତାନ ଥିଲେ। ଦୁଇଜଣ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ ଓ ବୁଦ୍ଧିମାନ ଥିଲେ। ତାଙ୍କ ମଧ୍ୟରୁ ଜଣଙ୍କ ଅଭ୍ୟାସ ଖରାପ ହୋଇ ଯାଇଥିଲା। ଜଣେ ସନ୍ତାନ ସତସଙ୍ଗ କରୁଥାନ୍ତି, ପୂଜାପାଠ କରିଥାନ୍ତି। ଯେଉଁଠାରେ ନାମକିର୍ତ୍ତନ ହୋଇଥାଏ, ସେଠାରେ ଭଗବାନଙ୍କ ଆରାଧନା ମଜ୍ଜି ଯାଆନ୍ତି। ଦ୍ଵିତୀୟ ସନ୍ତାନଟି ଖରାପ ଅଭ୍ୟାସ ରଖିବା ଯୋଗୁଁ ସେ ସବୁବେଳେ ବେଶ୍ୟାର ଘରକୁ ଯାଇଥାଏ। ବେଶ୍ୟାର ମୁଜରା ତାକୁ ଭଲ ଲାଗିଥାଏ। ଯେତେବେଳେ ସେ ନାଚୁଥିଲା, ତାକୁ ଦେଖିବା ପାଇଁ ଲୋକଙ୍କର ଭିଡ଼ ଲାଗିଥାଏ। ଆଜିକାଲି ଗାଆଁରେ ପଲ, ଦାସକାଠିଆ, ଗାଆଣ, ପାଲା ହେବା କମି ଯାଇଛି। ଯଦି କୌଣସି ନାଚ ପ୍ରଦର୍ଶନ ପାଇଁ ଆସିଥାନ୍ତି ଲୋକେ ଏହାକୁ ଖୁବ୍ ଆନନ୍ଦ ସହକାରେ ଦେଖୁଛନ୍ତି। ବହୁତ ଗମ୍ଭୀର ସହକାରେ ବୁଝନ୍ତୁ। ଏହି ଯେଉଁ ଆଖି ଆପଣଙ୍କର , ଶରୀର ଆପଣଙ୍କର, ସବୁ ଇଛା ପୂରଣ ହେଉନାହିଁ। ଆଜି ମଧ୍ୟ ଝିଅ ମାନଙ୍କ ନାଚ ଦେଖିବାକୁ ଇଚ୍ଛା କରୁଛନ୍ତି, ଝିଅଙ୍କ ସୁନ୍ଦରତା ପ୍ରତି ଆକର୍ଷିତ ହେଉଛନ୍ତି। ଜଣେ ସୁନ୍ଦର ସ୍ତ୍ରୀ ରାସ୍ତାରେ ଯାଉଥିବା ସମୟରେ ବ୍ୟକ୍ତି ଜଣକ କହିଲେ ଆରେ ପାଗଳ ତମେ ଏହି ସୁନ୍ଦର ଦେଖି ମୁଗ୍ଧ ହୋଇ ଯାଉଛ କିନ୍ତୁ ଅସଲି ସୁନ୍ଦରତା ଦେଖି ନାହଁ। ଯେଉଁଦିନ ମୋ ଜଗନ୍ନାଥଙ୍କୁ ଦେଖିବା ସେହିଦିନ ପାଗଳ ହୋଇଯିବ। ଏହି ଦୁନିଆ ଆମକୁ ସେହି ପର୍ଯ୍ୟନ୍ତ ଭଲ ଲାଗିଥାଏ, ଯେଉଁ ପର୍ଯ୍ୟନ୍ତ ଆମକୁ ଭଗବାନଙ୍କ ସ୍ଵାଦ ମିଳି ନଥାଏ। ହଁ ସ୍ଵାଦ ମିଳିବା ବହୁତ ଡେରି ହୋଇ ଯାଏ। ପ୍ରଥମ ସନ୍ତାନ ଯାଇଥାଏ ଭଗବାନଙ୍କ ପୂଜାର୍ଚ୍ଚନା କରିବା ପାଇଁ ଏବଂ ଅନ୍ୟ ସନ୍ତାନ ଯାଇଥାଏ ବେଶ୍ୟାର ନାଚ ଦେଖିବା ପାଇଁ। ଦିନେ ଦ୍ଵିତୀୟ ସନ୍ତାନକୁ ରାତିରେ ବେଶ୍ୟା ଘରୁ ଫେରିବା ସମୟରେ ରାସ୍ତାରେ ତାକୁ ସୁନାରେ ଭରି ରହିଥିବା ପର୍ଶ ମିଳିଲା। ସୁନାର ପର୍ଶ ମିଳିବାପରେ ସେ ଖୁସି ମନରେ ଘରକୁ ଫେରୁଥିଲା। ପ୍ରଥମ ସନ୍ତାନଟି ସତସଙ୍ଗ କରି ଘରକୁ ଫେରିବା ସମୟରେ ରାସ୍ତାରେ ଗୋଟେ ଲୁହାର କଣ୍ଟା ତାଙ୍କ ପାଦରେ ବାଜିଲା। ସେ ଛୋଟେଇ ଛୋଟେଇ ଗୁରୁଜୀଙ୍କ ପାଖକୁ ଗଲେ ଏବଂ ପଚାରିଲେ ଭଗବାନଙ୍କ ନ୍ୟାୟ ଏପରି ମୁଁ ସତସଙ୍ଗ କରିବାକୁ ଯାଇଥିଲି ଲୁହା କଣ୍ଟା ପାଦରେ ଫୋଡ଼ି ହୋଇଗଲା । ଆଉ ସେ ବେଶ୍ୟାର ମୂଜରା ଦେଖିବାକୁ ଯାଇଥିଲା ତାକୁ ସୁନାର ପର୍ସ ମିଳିଲା। ଏହା ଭଗବାନଙ୍କ ନିଷ୍ପତ୍ତି କିପରି ଅଟେ। ସେ ଭୁଲ କାର୍ଯ୍ୟ କରୁଥିଲା ତେଣୁ ତାର ପାଦରେ କଣ୍ଟା ପଶିବାର ଥିଲା। ମୋତେ କାହିଁକି ଏତେ କଷ୍ଟ ଦେଲେ। ଗୁରୁଜୀ କହିଲେ ତମେ ଏବେ ବର୍ତ୍ତମାନ ଦେଖୁଛ। ତମେ କେବଳ ବର୍ତ୍ତମାନକୁ ଦେଖୁଛ। ଈଶ୍ୱର ଭୂତ ଭବିଷ୍ୟତକୁ ଦେଖି ନିଷ୍ପତ୍ତି କରି ଥାନ୍ତି। ଆମକୁ ଜଣା ନଥାଏ ଭବିଷ୍ୟତରେ ଆମ ସହିତ କଣ ଘଟିବ । କିନ୍ତୁ ଈଶ୍ୱରଙ୍କୁ ସବୁକିଛି ଜଣା ଥାଏ। ଗୁରୁଜୀ କହିଲେ ଯାହାକୁ ସୁନାଗହଣା ମିଳିଲା ତାକୁ ଆଜିର ଦିନରେ ବହୁତ ଗୁଡ଼ିଏ ସୁନା ଗହଣା ପେଡ଼ି ମିଳିବାର ଥିଲା। ଆଜି ତାଙ୍କୁ ରାଜା ହେବାର ଥିଲା। କିନ୍ତୁ ବେଶ୍ୟା ଘରକୁ ଯାଇ ଆଉ ଅଧିକ ପାପ କାରଣରୁ ତାର ପୁଣ୍ୟ ସବୁ କ୍ଷୟ ହୋଇଗଲା। ଆଜିର ଦିନରେ ଏହି ବ୍ୟକ୍ତିକୁ ରାଜା ହେବାର ଥିଲା। କାରଣ ପୂର୍ବଜନ୍ମରେ ଏହି ବ୍ୟକ୍ତିଙ୍କ ପୁଣ୍ୟ ଅଧିକ ଥିଲା। କିନ୍ତୁ କୁକର୍ମ କରି ସବୁ ପୁଣ୍ୟ କ୍ଷୟ ହୋଇଗଲା। ଏଥିପାଇଁ ତାଙ୍କୁ ଛୋଟ ସୁନାମୁଣିରେ ସନ୍ତୁଷ୍ଟ ହେବାକୁ ପଡ଼ିଲା। ଆଉ ତୁମକୁ ଆଜି ମୃ-ତ୍ୟୁ ଆସିବାର ଥିଲା। ତମେ ସର୍ବଦା ଭକ୍ତିର ମାର୍ଗରେ ରହୁଥିଲ, ଈଶ୍ୱରଙ୍କ ଚିନ୍ତନ ରେ ରହୁଥିଲ। ଏଥିପାଇଁ ଭଗବାନ ତୁମର ମୃ-ତ୍ୟୁକୁ ଲୁହା କଣ୍ଟାରେ ବଜେଇ ପରିବର୍ତ୍ତନ କରି ଦେଲେ। ପରମାତ୍ମଙ୍କ ନିଷ୍ପତ୍ତିକୁ ସମସ୍ତେ ବୁଝି ପାରନ୍ତି। ଯଦି କଷ୍ଟ ଆସେ ବା ଦୁଃଖ ଆସେ, ଆପଣ ଈଶ୍ୱରଙ୍କ ସହିତ ଜଡ଼ିତ ରୁହନ୍ତୁ।
ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।