ଗୁରୁବାର ଦିନ କରନ୍ତୁ ଏହି ୫ଟି କାମ, ଘରକୁ ଧନର ଆଗମନ ହେବ

ବନ୍ଧୁଗଣ ବୃହସ୍ପତି ବାର ଅର୍ଥାତ ଗୁରୁବାର, ଏହା ଅତ୍ୟନ୍ତ ଶୁଭବାର ଅଟେ। ଏହି ବାରଟି ଲକ୍ଷ୍ମୀନାରାୟଣଙ୍କ ସହିତ ଜଡିତ। ଏହିଦିନ ଲକ୍ଷ୍ମୀ ନାରାୟଣଙ୍କର ପୂଜା କରିବା ଦ୍ଵାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ହିନ୍ଦୁ ଧର୍ମରେ କିଛି ନା କିଛି ବାର ସହିତ ମହତ୍ଵ ଜଡିରହିଛି। ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରିବା ଦ୍ଵାରା ଘରକୁ ଅନେକ ଖୁସି ଆସିଥାଏ। ଧନ ସମ୍ପତ୍ତି ମଧ୍ୟ ବୃଦ୍ଧି ହୋଇଥାଏ। ଏଥିପାଇଁ ଗୁରୁବାର ଦିନ ଲକ୍ଷ୍ମୀ ନାରାୟଣଙ୍କର ଆରାଧନା କରିବା ଉଚିତ। ଏଥିସହିତ ଗୁରୁବାର ଦିନ ଏମିତି କାମ କରିବା ଦ୍ଵାରା ଆପଣଙ୍କର କିଛି ଅଟକିଥିବା କାମ ପୁଣିଥରେ ଆରମ୍ଭ ହୋଇଥାଏ। ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର ଘର ଧନ ସମ୍ପତ୍ତିରେ ପୁରି ଉଠିଥାଏ। ପ୍ରତ୍ଯେକ ଗୁରୁବାର ଦିନ କରନ୍ତୁ ଏହିପରି କିଛି କାମ, ଘରକୁ ଟାଣି ହୋଇ ଆସିବେ ମା ଲକ୍ଷ୍ମୀ। ଘରେ ସମସ୍ତ ସମସ୍ଯା ସମାପ୍ତ ହୋଇଯିବ। ଘର ପୁରି ଉଠିବ ଧନ ଧାନ୍ଯରେ।

ଆଜିର ସମୟରେ ପ୍ରତ୍ଯେକ ବ୍ୟକ୍ତି ସେମାନଙ୍କର ସମସ୍ତ ଅବଶ୍ୟକତାକୁ ପୂରଣ କରିବା ପାଇଁ ଅର୍ଥ ବା ଧନର ଇଚ୍ଛା ରଖିଥାନ୍ତି। ଅନେକ ଲୋକ ଅଛନ୍ତି ଯେଉଁମାନେ ଅନେକ ଟଙ୍କା ପଇସା ରୋଜଗାର କରିଥାନ୍ତି। କିନ୍ତୁ ଶେଷରେ ଟଙ୍କାଟିଏ ମଧ୍ୟ ସଞ୍ଚୟ ହୋଇନଥାଏ। ଯେମିତି ହେଲେ ସେ ପଇସା ଖର୍ଚ୍ଚ ହୋଇଯାଇଥାଏ। ଯେଉଁଥିପାଇଁ ସେମାନଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଧନ କେବଳ ସେହି ମାନଙ୍କ ପାଖରେ ରହିଥାଏ ଯେଉଁ ମାନଙ୍କ ଉପରେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରିବା ସହିତ କେତେକ ନୀତି ନିୟମ ମଧ୍ୟ ପାଳନ କରିବାକୁ ପଡିଥାଏ। ତେବେ ଆସନ୍ତୁ ଜାଣିବା ପ୍ରତ୍ଯେକ ଗୁରୁବାର ଦିନ କେଉଁ ସବୁ ନିୟମ ଓ କେଉଁ କାମ କରିବା ଦ୍ଵାରା ଆମର ସମସ୍ତ ଆର୍ଥିକ ସମସ୍ଯା ଦୂର ହୋଇଥାଏ। ଘରେ ଧନର ବର୍ଷା ହେବାକୁ ଲାଗିଥାଏ।

ପ୍ରଥମ କଥା:-

Google

ବ୍ରହ୍ମ ମୂହୁର୍ତ୍ତରେ ସ୍ନାନ କରିବା:-

ବ୍ରହ୍ମ ମୂହୁର୍ତ୍ତ ଅତ୍ୟନ୍ତ ଶୁଭ ମୂହୁର୍ତ୍ତ ହୋଇଥାଏ। ଏହି ମୂହୁର୍ତ୍ତରେ ସମସ୍ତ ଦେବା ଦେବୀଙ୍କର ପ୍ରଭାବ ସବୁଠାରୁ ଅଧିକ ରହିଥାଏ। ଏଥିପାଇଁ ଗୁରୁବାର ଦିନ ବ୍ରହ୍ମ ମୂହୁର୍ତ୍ତରେ ଉଠି ସ୍ନାନ କରିବା ଦ୍ଵାରା ଶୁଭ ଫଳ ମିଳିଥାଏ। ସ୍ନାନ କରିବା ସମୟରେ ପାଣିରେ ଗଙ୍ଗା ପାଣି ନିଶ୍ଚୟ ମିଶାନ୍ତୁ। ସ୍ନାନ କରିବା ସମୟରେ ଓମ ବୃହସ୍ପତୟେ ନମଃ ନିଶ୍ଚୟ ଜପ କରନ୍ତୁ। ଏହି ବ୍ରହ୍ମ ମୂହୁର୍ତ୍ତଟି ରାତି ୪ରୁ ଆରମ୍ଭ ହୋଇ ସୂର୍ଯ୍ୟ ଉଦୟ ପର୍ଯ୍ୟନ୍ତ ରହିଥାଏ। ଏହି ବ୍ରହ୍ମ ମୂହୁର୍ତ୍ତରେ ସ୍ନାନ କରିବା ବ୍ଯତୀତ ଭଗବାନଙ୍କର ପୂଜା କରିବା ଦ୍ଵାରା ପୂଜା ସଫଳ ହୋଇଥାଏ।

ଦ୍ଵିତୀୟ କଥା:-

Google

ଆର୍ଥିକ ସମସ୍ଯାରୁ ମୁକ୍ତି ପାଇବା ପାଇଁ:-

ଗୁରୁବାର ଦିନ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର ପୂଜା କରିବା ଉଚିତ। ଏହା କରିବା ଦ୍ଵାରା ଆପଣଙ୍କର ସମସ୍ତ ସମସ୍ଯାଗୁଡିକର ଅନ୍ତ ଘଟିଥାଏ।

ତୃତୀୟ କଥା:-

ଗୁରୁବାର ଦିନ ହଳଦୀ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ। ଏହା ସହିତ ମା ଲକ୍ଷ୍ମୀଙ୍କୁ ହଳଦିଆ ରଙ୍ଗର ଫଳ, ପୁଷ୍ପ ଏବଂ ନୈବେଦ୍ୟ ଅର୍ପଣ କରନ୍ତୁ।

ଚତୁର୍ଥ କଥା:-

ଗୁରୁବାର ଦିନ ଆପଣ ହଳଦୀ ପାଣିରେ ସ୍ନାନ କରନ୍ତୁ। ଏବଂ ଗୋଟିଏ କଦଳୀ ଗଛ ମୂଳରେ ହଳଦୀ ପାଣି ଅର୍ପଣ କରନ୍ତୁ।ଏହାଦ୍ବାରା ଆପଣଙ୍କର ଘରକୁ କେବଳ ଧନ ହିଁ ଧନ ଆସିଥାଏ।

ପଞ୍ଚମ କଥା:-

ଧନର ଅଭାବକୁ ଦୂର କରିବା ପାଇଁ:-

ଗୁରୁବାର ଦିନ ଉପବାସ ପାଳନ କରନ୍ତୁ। ଉପବାସ କରିବା ସମୟରେ ଭିକାରୀ ବା ଦରିଦ୍ରକୁ ହଳଦିଆ ଜିନିଷ ଦାନ କରନ୍ତୁ। ଏହା କରିବା ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କର ଗୃହରେ ବାସ କରିଥାନ୍ତି।

Google

ଷଷ୍ଠ କଥା:-

ଗୁରୁବାର ଦିନ ଆପଣ ତୁଲସୀ ଗଛର ପୂଜା କରିବା ସମୟରେ ତୁଳସୀ ଗଛ ମୂଳରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ। ଏବଂ ଗୁରୁବାର ଦିନ ଆପଣର ବୃହସ୍ପତି ଗ୍ରହକୁ ଶକ୍ତିଶାଳୀ କରିବା ପାଇଁ ଭଗବାନ ଶିବଙ୍କୁ ହଳଦିଆ ରଙ୍ଗର ପୁଷ୍ପ ଅର୍ପଣ କରନ୍ତୁ। ଏହା କରିବା ଦ୍ଵାରା ଆପଣଙ୍କର ବୃହସ୍ପତି ଗ୍ରହ ମଜବୁତ ହୋଇଥାଏ। ଏବଂ ସମସ୍ତ ଖରାପ ପ୍ରଭାବ ଦୂର ହୋଇଥାଏ।

ସପ୍ତମ କଥା:-

ଗୁରୁବାର ଦିନ ଓସ୍ତ ଗଛର ପୂଜା କରନ୍ତୁ। ଗୁରୁବାରର ଦିନ ଓସ୍ତ ଗଛର ପୂଜା କରିବା ଦ୍ଵାରା ସମସ୍ତ ଇଚ୍ଛା ପୂରଣ ହୋଇଥାଏ। ଗୁରୁବାର ଦିନ ସକାଳେ ଏହି ଗଛ ମୂଳରେ ଜଳ ଅର୍ପଣ କରନ୍ତୁ। ଏହାପରେ ଏହି ଗଛର ପରିକ୍ରମା କରନ୍ତୁ। ଏବଂ ଗଛରେ ସୂତା ମଧ୍ୟ ବାନ୍ଧନ୍ତୁ। ସୂତା ବାନ୍ଧିବା ସମୟରେ ନିଜ ମନସ୍କାମନା ମଧ୍ୟ କୁହନ୍ତୁ। ଏପରି କରିବା ଦ୍ଵାରା ନିଜର ସମସ୍ତ ମନସ୍କାମନା ପୂରଣ ହୋଇଥାଏ।

ଗୁରୁବାର ଦିନ ଏହି ସବୁ କାର୍ଯ୍ୟ ନିଶ୍ଚୟ କରନ୍ତୁ। ଏବଂ ମାତା ଲକ୍ଷ୍ମୀଙ୍କର ଅପାରକୃପା ପାଇବା ପାଇଁ ତଳେ ଥିବା ଆମର କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ।

Leave a Reply

Your email address will not be published. Required fields are marked *