ଜାଗର ବା ମହାଶିବରାତ୍ରି ଦିନ ଭଗବାନ ଶିବଙ୍କୁ ଚଢାଇ ଦିଅନ୍ତୁ ଏଥିରୁ ଗୋଟିଏ ଜିନିଷ ହୋଇଯିବେ ଅମାପ ଧନ ସମ୍ପତ୍ତିର ମାଲିକ।

ବନ୍ଧୁଗଣ ଏବେ ଆସନ୍ତୁ ଜାଣିନେବା ମହାଶିବରାତ୍ରି ବା ଜାଗର ଦିନ ଭଗବାନ ମହାଦେବଙ୍କୁ କଣ ଅର୍ପଣ କଲେ ଭଗବାନ ମହାଦେବ ପ୍ରସନ୍ନ ହେବା ସହିତ ସୁଖ ସମୃଦ୍ଧି ଧନ ଐଶର୍ଯ୍ୟ ପୂର୍ଣ ଜୀବନ ଅତିବାହିତ କରିବାର ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ବନ୍ଧୁଗଣ ମହାଶିବରାତ୍ରି ବା ଜାଗର ଦିନଟି ହେଉଛି ଭଗବାନ ମହାଦେବଙ୍କର ଅତି ପ୍ରିୟ ପର୍ବ। ଏହା ସହିତ ଏହି ଦିନ ଭଗବାନ ମହାଦେବଙ୍କୁ ଯାହାବି ଅର୍ପଣ କରନ୍ତୁ ତାହାକୁ ସେ ଆଦରର ସହକାରେ ଗ୍ରହଣ କରିଥାନ୍ତି ଏବଂ ବର ପ୍ରଦାନ ମଧ୍ୟ କରିଥାନ୍ତି। ମାତ୍ର ଜାଗର ରାତିରେ ଯେଉଁ ବର ପ୍ରାପ୍ତି ପାଇଁ କେଉଁ ଜିନିଷ ଅର୍ପଣ କରାଯାଏ ଓ ମହାଦେବଙ୍କର କେଉଁ ମନ୍ତ୍ର ଜପ କରାଯାଏ ଏହି ବିଷୟରେ ବିସ୍ତାର ଭାବରେ ଆସନ୍ତୁ ଜାଣିନେବା।

ବନ୍ଧୁଗଣ ମହାଶିବରାତ୍ରି ବା ଶିବ ଉପବାସ ଅର୍ଥାତ ଏଇ ଦିନ ଯଦି ଉପବାସ ରଖି ଯେକୌଣସି କାର୍ଯ୍ୟ ଭଗବାନଙ୍କ ପାଇଁ କରିବେ ତାହା ନିଶ୍ଚୟ ସଫଳ ହେବ। ତେଣୁ ପ୍ରଥମେ ତ କହିବୁ ଏହି ଦିନ ନିଶ୍ଚୟ ଉପବାସ ରଖନ୍ତୁ। ଯଦି କାହାରି କିଛି ରୋଗ ଥାଏ ତେବେ ଫଳ ମୁଳ ଅଣ ଇତ୍ୟାଦି ଗ୍ରହଣ କରିପାରିବେ। ଏବଂ ଏହା କରିବା ଯଦି ଅସମ୍ଭବ ହୁଏ ତେବେ ଏହି ଦିନ ସାତିକ ଆହାର ଗ୍ରହଣ କରିବେ। ଏହି ଦିନ ପିଆଜ ରସୁଣ, ମଦ ମାଛ ମାଂସ ଇତ୍ୟାଦି ଠାରୁ ନିଜକୁ ଦୂରେଇ ରଖିବେ। ତେବେ ଏହି ଦିନ ପ୍ରାତଃ କାଳରେ ଉଠି ସ୍ନାନ ଶୌଚ ଆଦି ସାରି ଶିବ ଅଭିଷେକ କରିବା ଦ୍ବାରା ସମସ୍ତ ମନକାମନା ପୂର୍ଣ ହୋଇଥାଏ। ତ ସେ କିପରି ଶିବ ଅଭିଷେକ କରିବେ ଏବଂ କେଉଁ ଜିନିଷରେ ଅଭିଷେକ କରିବା ଦ୍ବାରା କଣ ଫାଇଦା ମିଳିଥାଏ ଆସନ୍ତୁ ଜାଣିନେବା। ବନ୍ଧୁଗଣ ଚାକିରିଟିଏ ପାଇବାକୁ ଚାହୁଁଥିଲେ ଅବା ପ୍ରୋମସନ ପାଇବା ପାଇଁ ଚାହୁଁଥିଲେ ଚାକିରି କ୍ଷେତ୍ରରେ ଉନ୍ନତି ପାଇବା ପାଇଁ ମହାଶିବରାତ୍ରି ଦିନ ଆଖୁ ରସରେ ଭଗବାନ ଶିବଙ୍କୁ ଅଭିଷେକ କରନ୍ତୁ। ଏହା କରିବା ଦ୍ବାରା ଭଗବାନ ଶିବଙ୍କର ଆଶୀର୍ବାଦରୁ ମନମୁତାବକ ଚାକିରି ମିଳିଥାଏ। ଏବଂ ପ୍ରୋମସନ ମଧ୍ୟ ମିଳିଥାଏ। ଏହା ସହିତ ଧନର ପ୍ରାପ୍ତି ମଧ୍ୟ ହୋଇଥାଏ।

ଶିବ ଅଭିଷେକ କରିବା ସହିତ ଓଁ ଇସେସ୍ବରାର୍ୟ ନମଃ ଏହି ମନ୍ତ୍ରକୁ ୧୧ ମାଳା ଜପ କରିବା ଦ୍ବାରା ଚାକିରି ସମ୍ବୋଦ୍ଧିୟ ସମସ୍ତ ପ୍ରକାରର ବାଧାବିଘ୍ନ ଦୂର ହୋଇଥାଏ। ବନ୍ଧୁଗଣ ଯଦି ଆପଣଙ୍କ ଘରେ ବିବାହ ଯୋଗ୍ୟ ପୁଅ କିମ୍ବା ଝିଅ ରହିଥାନ୍ତି ସେମାନଙ୍କର ବିବାହ ହୋଇପାରୁ ନଥାଏ ଅବା ଆପଣ ନିଜେ ବିବାହ କରିପାରୁ ନାହାନ୍ତି, ଦାମ୍ପତ୍ୟ ସୁଖରୁ ବଞ୍ଚିତ ଅଛନ୍ତି ଏଥି ପାଇଁ ଚିନ୍ତାରେ ରହୁଛନ୍ତି ତେବେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବା ଦାମ୍ପତ୍ୟ ସୁଖ ବିବାହ ପୂର୍ଣ ପ୍ରାପ୍ତି ପାଇଁ ଏହି ଉପାୟଟି ଅତି ଶୁଭଙ୍କର ଅଟେ। ଆପଣ ଗାଈର କଞ୍ଚା କ୍ଷୀରରେ ହଳଦୀ ବା କେଶର ମିଶାଇ ଶିବ ଭଗବାନଙ୍କର ଅଭିଷେକ କରନ୍ତୁ। ଏବଂ ମା ପାର୍ବତୀଙ୍କୁ ଶାଢ଼ୀ, ଲାଲ ଚୁନେରି ବା ପଣତ, ଅଳତା, ସିନ୍ଦୂର, ଶଙ୍ଖା ଅର୍ପଣ କରି ଦାମ୍ପତ୍ୟ ଜୀବନ ସୁଖମୟ ବିବାହ ସୁଖ ପାଇଁ ପ୍ରାର୍ଥନା କରନ୍ତୁ। ଏହା ସହିତ ଓଁ ମା ମହେଶ୍ଵରାୟ ନମଃ ଏହି ମନ୍ତ୍ରକୁ ଜପ କରନ୍ତୁ। ଆପଣଙ୍କ ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ଭରି ଯିବ।

ବନ୍ଧୁଗଣ କରଜ ବା ଋଣରୁ ମୁକ୍ତି ପାଇବା ପାଇଁ ଏକ ସରଳ ଉପାୟଟିଏ କରିପାରିବେ। ଆପଣ ଆଖୁରସ କିମ୍ବା ପଇଡ଼ ପାଣି ଦ୍ବାରା ଭଗବାନ ମହାଦେବଙ୍କର ରୁଦ୍ରାଭିଷେକ କରନ୍ତୁ। ଏହା ସହିତ ଏହି ଦିନ ଓଁ ଋଣ ମୁକ୍ତେଶ୍ଵରାୟ ମହାଦେବାୟ ନମଃ ଏହି ମନ୍ତ୍ରକୁ ୨୧ ମାଳା ଜପ କରନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କର ସମସ୍ତ କରଜ ବା ଋଣ ମହାଦେବଙ୍କର କୃପାରୁ ଧୀରେ ଧୀରେ ମୁକ୍ତି ମିଳିବାକୁ ଲାଗିବ। ବନ୍ଧୁଗଣ ଆପଣଙ୍କ ବ୍ୟବସାୟରେ ଉନ୍ନତି ହେଉନଥିଲେ ବ୍ୟବସାୟ ବୃଦ୍ଧି କରିବାକୁ ଚାହୁଁଥିବେ ତେବେ ଭଗବାନ ଶିବଙ୍କୁ ମହୁ ଅର୍ପଣ କରନ୍ତୁ। ଏବଂ ଚାଲୁଥିବା ଋତୁର ଋତୁ ଫଳର ରସରେ ଭଗବାନ ଶିବଙ୍କର ଅଭିଷେକ କରନ୍ତୁ।ଏହା ସହିତ ଓଁ ଦାରିଦ୍ର୍ୟତା ଦୁଃଖ ଦେହନାୟ ନମଃ ଶିବାୟ ଏହି ମନ୍ତ୍ରକୁ ଆପଣ ନିରନ୍ତର ଜପ କରନ୍ତୁ। ଏହା ଦ୍ବାରା ଆପଣଙ୍କ ଜୀବନର ସମ୍ପୂର୍ଣ କାରବାର ବା ବ୍ୟବସାୟର ସମସ୍ତ ସମସ୍ୟା ଦୂର ହୋଇଥାଏ। ବ୍ୟବସାୟରେ ବୃଦ୍ଧି ଘଟିଥାଏ ଏବଂ ଲାଭ ହୋଇଥାଏ।

ବନ୍ଧୁଗଣ ସୁଖ ସମୃଦ୍ଧି ପାଇବା ପାଇଁ ଏକ ଛୋଟ ଉପାୟଟିଏ କରିପାରିବେ। ଏହାକୁ କରିବା ଦ୍ବାରା ସୁଖ ସମୃଦ୍ଧି ପ୍ରାପ୍ତି ସହିତ ଆପଣଙ୍କର ସମସ୍ତ ଅଭିଳାଷ ମଧ୍ୟ ପୂରଣ ହୋଇଥାଏ। ଗାଈର କଞ୍ଚା କ୍ଷୀର ଦ୍ବାରା ଭଗବାନ ଶିବଙ୍କର ଅଭିଷେକ କରବା ସହିତ ଓଁ ଜଟାଧରାୟ ନମଃ ଏହି ମନ୍ତ୍ରକୁ ନିରନ୍ତର ଜପ କରନ୍ତୁ।ବହୁତ ଚମତ୍କାରୀ ଫଳ ମିଳିବ। ବନ୍ଧୁଗଣ ଆପଣଙ୍କ ପରିବାରରେ ସର୍ବଦା କଳହ ଏବଂ ଅଶାନ୍ତି ଲାଗି ରହୁଥିବ କିମ୍ବା ପାଳିତ ପଶୁ ପକ୍ଷୀ ମାନଙ୍କର ଅକାଳ ନିଧନ ହେଉଥିଲେ ତେବେ ଏକ ଛୋଟ ଉପାୟଟିଏ କରିପାରିବେ ବହୁତ ଶୁଭ ଫଳ ମିଳିବ। ଏହି ଶିବରାତ୍ରୀ ଦିନ ଦହିରେ ଭୋଳାନାଥଙ୍କର ଅଭିଷେକ କରନ୍ତୁ। ଏହା ସହିତ ଓଁ ସୋମ୍ପଦେ ନମଃ ଏହି ମନ୍ତ୍ରକୁ ୧୧ମାଳା ଜପ କରନ୍ତୁ। ଏହା ଦ୍ବାରା ପରିବାରରେ ସୁଖ,ଶାନ୍ତି, ସ୍ନେହ, ପ୍ରେମ ସହାନୁଭୁତି ବୃଦ୍ଧି ପାଇଥାଏ। ପଶୁ ପାଳନରେ ମଧ୍ୟ ଉନ୍ନତି ହୋଇଥାଏ।

ବନ୍ଧୁଗଣ ମାନସିକ ଶାନ୍ତି ଓ ଶାରିରୀକ ସୁଖ ଶାନ୍ତି ପାଇବା ପାଇଁ ଚାହୁଁଥିଲେ ଗଙ୍ଗା ଜଳରେ ଭୋଳାନାଥଙ୍କର ଅଭିଷେକ କରନ୍ତୁ। ଏହି ରୁଦ୍ରାଭିଷେକ କରିବା ସହିତ ଚନ୍ଦ୍ରମୋୖଳିଶ୍ଵରାୟ ନମଃ ଏହି ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ। ଏହା ଦ୍ବାରା ଆପଣଙ୍କୁ ବହୁତ ଫାଇଦା ମିଳିଥାଏ। ବନ୍ଧୁଗଣ ଯଦି ଆପଣ କୌଣସି ଗମ୍ଭୀର ରୋଗରେ ପୀଡିତ ଅଛନ୍ତି ଅବା ଆପଣଙ୍କ ପରିବାରରେ କେହି ଗମ୍ଭୀର ରୋଗରେ ପୀଡିତ ଅଛନ୍ତି …

Leave a Reply

Your email address will not be published. Required fields are marked *