ଶିବରାତ୍ରି ଦିନ ଭୁଲରେ ବି କରନ୍ତୁ ନାହିଁ ଏହି କାମ , ଜାଣନ୍ତୁ ପୂଜା ସମୟ ଓ ପୂଜା ବିଧି ।

ସେମିତିରେ ପ୍ରତ୍ଯେକ ମାସର ଚତୁର୍ଥ ତିଥି ଯାହା କୃଷ୍ଣପକ୍ଷରେ ଆସିଥାଏ ତାହାକୁ ଶିବରାତ୍ରି ରୂପରେ ପାଳନ କରାଯାଇଥାଏ। ଓ ଶିବଚତୁର୍ଦ୍ଦଶୀ ରୂପରେ ପାଳନ କରାଯାଇଥାଏ। ଏହି ଦିନକୁ ସିଦ୍ଧଦାୟକ ଦିନ ମନାଯାଇଛି। କଳିଯୁଗରେ ଯଦି କେହି ପ୍ରସନ୍ନ ହୋଇଥାନ୍ତି ତେବେ ସେ ହେଉଛନ୍ତି ଭଗବାନ ଶିବ। ଯଦି ଆପଣ ଏହିଦିନ ଛୋଟ ଉପାୟ କରୁଛନ୍ତି ତେବେ ଶିବ ପ୍ରସନ୍ନ ହୋଇ ଆପଣଙ୍କୁ ମରବଞ୍ଚିତ ବରଦାନ ନିଶ୍ଚୟ ଦେବେ। ସତ୍ୟ ହିଁ ଶିବ, ଏବଂ ଶିବ ହିଁ ସୁନ୍ଦର ଅଟନ୍ତି। ଏହିଦିନ ଭଗବାନ ଶିବଙ୍କର ବିବାହ ମା ପାର୍ବତୀଙ୍କ ସହ ହୋଇଥିଲା। ସେଥିପାଇଁ ଏହି ଦିନକୁ ଶିବଙ୍କ ବିବାହ ଉତ୍ସବ ରୂପରେ ଧୁମଧାମରେ ପାଳନ କରାଯାଏ। ଆସନ୍ତୁ ଜାଣିବା ଆପଣ ଶିବରାତ୍ରି ଦିନ କେଉଁଭଳି ପୂଜାର୍ଚ୍ଚନା ଓ ଜାଗର କରିବେ ଓ ପୂଜା କରିବାର ଶୁଭ ସମୟ କଣ ଅଟେ।

ଏହି ବର୍ଷ ମହାଶିବରାତ୍ରି ମାର୍ଚ୍ଚ ୧୧ ତାରିଖ ଗୁରୁବାର ଦିନ ପାଳନ କରାଯିବ। ଯଦି ଆପଣ ମହାଶିବରାତ୍ରିର ବ୍ରତ ତଥା ଜାଗର କରୁଛନ୍ତି ତାହେଲେ ଆପଣଙ୍କୁ ୧୧ମାର୍ଚ୍ଚରେ ଶୀଘ୍ର ଉଠି ନିତ୍ୟକ୍ରମ ସାରି ସ୍ଵଚ୍ଛ ବସ୍ତ୍ର ଧାରଣ କରିବା ଉଚିତ। ଧ୍ୟାନ ରଖିବେ ଶିବରାତ୍ରି ଦିନ କଳା ବସ୍ତ୍ର ପିନ୍ଧିବା ଅନୁଚିତ। ଏହି କଥାର ମଧ୍ୟ ଧ୍ୟାନ ରଖନ୍ତୁ ଯେଉଁ ମନୁଷ୍ୟମାନେ ମହାଶିବରାତ୍ରିରେ ବ୍ରତ ଉପାସ ରଖନ୍ତି ସେମାନେ ରସୁଣ, ପିଆଜ, ମାଂସ, ମାଛ, ମଦ, ଅଣ୍ଡା ଆଦି ସେବନ ଆଦୌ କରନ୍ତୁ ନାହିଁ ମହାଶିବରାତ୍ରି ଦିନ ଦାଢି କାଟନ୍ତୁ ନାହିଁ। ନଖ କାଟନ୍ତୁ ନାହିଁ, ମୁଣ୍ଡର ଚୁଟି କାଟନ୍ତୁ ନାହିଁ। ଏହା ସହିତ ମହାଶିବରାତ୍ରି ଦିନ ବେଲପତ୍ର ତୋଳିବା ଅନୁଚିତ। ବେଲପତ୍ର ବିନା ଶିବରାତ୍ରିର ପୂଜା ଅଧୁରା ଅଟେ ସେଥିପାଇଁ ଶିବରାତ୍ରି ପୂର୍ବଦିନ ବେଲପତ୍ର ତୋଳିଆଣି ଘରେ ରଖନ୍ତୁ।

Google

ଏହି ଦିନ ମା, ବାପା, ଶାଶୁ ଓ ଶ୍ଵଶୁରଙ୍କ ଅପମାନ କରିବା ଅନୁଚିତ। ସେମାନଙ୍କର ସେବା କରିବା ଉଚିତ। ଏହିଦିନ ଗୋମାତାର ସେବା କରିବା ଉଚିତ। ଏହା ସହିତ ଘରକୁ ଯଦି ବ୍ରାହ୍ମଣ, ସାଧୁ କେହି ଆସନ୍ତି ତେବେ ସେମାନଙ୍କୁ ଖାଲି ହାତରେ ଫେରାନ୍ତୁ ନାହିଁ, ସେମାନଙ୍କୁ କିଛି ବି ଦାନ ଦକ୍ଷିଣା ଦିଅନ୍ତୁ।

ମହାଶିବରାତ୍ରିରେ ସ୍ଵାମୀ-ସ୍ତ୍ରୀଙ୍କୁ ବ୍ରହ୍ମଚାରୀ ବ୍ରତର ପାଳନ କରିବା ଉଚିତ। ଅନ୍ନର ସେବନ ଆଦୌ କରନ୍ତୁ ନାହିଁ। ଅନେକ ଲୋକ ରାତ୍ରି ସମୟରେ ଭୋଜନ ଗ୍ରହଣ କରିଦିଅନ୍ତି। ଏହା ଭୁଲ ଅଟେ। ଆପଣ ଯେତେବେଳେ ସଂକଲ୍ପ କରିଥିଲେ ସେବେଠୁ ନେଇ ତହିଁ ପରଦିନ ସକାଳ ପର୍ଯ୍ୟନ୍ତ ଆପଣ କିଛି ଗ୍ରହଣ କରିବା ଉଚିତ ନୁହେଁ। ଯଦି ସମ୍ଭବ ହୁଏ ତେବେ ଆପଣ ନିର୍ଜଳ, ନିରାହାର ଉପାସ କରିବା ଉଚିତ। ଆପଣ ଶରୀର ସକ୍ଷମ ନୁହେଁ ତେବେ ଏହି ବ୍ରତ ଆପଣଙ୍କୁ କରିବା ଅନୁଚିତ। ଆପଣ ଚାହିଲେ ଫଳର ଆହାର କରିପାରିବେ। ଧ୍ୟାନ ରଖିବେ ଆପଣ ଯାହାବି ଫଳ ଖାଇବେ ସେହି ଫଳକୁ ପ୍ରଥମେ ଭଗବାନଙ୍କ ଠାରେ ପୂଜା କରିବେ। ଭଗବାନଙ୍କୁ ଭୋଗ ଲଗାଇବେ। ତାପରେ ଆପଣ ଫଳ ଆହାର ଗ୍ରହଣ କରିବା ଉଚିତ।

ମହାଦେବଙ୍କର ସର୍ବଶ୍ରେଷ୍ଠ କୃପା ପାଇବାର ଦିନ ହେଉଛି ମହାଶିବରାତ୍ରି । ତେଣୁ ମହାଶିବରାତ୍ରି ଦିନ ଆପଣ ମହାଦେବଙ୍କ ବ୍ରତ ରଖିନ୍ତୁ, ଅଭିଷେକ କରିନ୍ତୁ, ବେଲପତ୍ର ଓ ଧୁତୁରା ଫୁଲ ଅର୍ପଣ କରିନ୍ତୁ ତାହେଲେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଯିବ। ତେବେ ଏହି ବର୍ଷ ଶିବରାତ୍ରି ବହୁ ଶୁଭ ସୁଯୋଗ ରହୁଛି। ଏହିବର୍ଷରେ ଆସୁଥିବା ଶିବରାତ୍ରିରେ ଚାରୋଟି ପ୍ରହର ଆସୁଅଛି। ପ୍ରହର ଅନୁସାରେ ଆପଣଙ୍କୁ ଅନେକ ଶୁଭଫଳ ମିଳିପାରିବ। ଆପଣଙ୍କର ମନସ୍କାମନା ପୂରଣ ହେବ। ଯଦି ପ୍ରହରର ଗଣନା କରାଯାଏ ତେବେ ସନ୍ଧ୍ଯାକୁ ପ୍ରଥମ ପ୍ରହର ଆରମ୍ଭ ହେବ। ସନ୍ଧ୍ଯା ୬ଟା ରୁ ରାତି ୯ଟା। ଦ୍ଵିତୀୟ ପ୍ରହର ରାତି ୯ଟା ରୁ ରାତି ୧୨ଟା। ତୃତୀୟ ପ୍ରହର ରାତି ୧୨ଟା ରୁ ରାତି ୩ଟା। ଚତୁର୍ଥ ପ୍ରହର ରାତି୩ଟା ରୁ ସକାଳ ୬ଟା ପର୍ଯ୍ୟନ୍ତ। ଯଦି ଆପଣ ଜାଗର କରୁଛନ୍ତି ତେବେ ଏହି ପ୍ରହର ବିଷୟରେ ଜାଣିବା ଉଚିତ। ତେବେ ଶିବରାତ୍ରି ଦିନ ଶିବଙ୍କର ପ୍ରିୟ ଜିନିଷ ଆପଣ ଅର୍ପଣ କରନ୍ତି ତେହେଲେ ଆପଣଙ୍କର ମନସ୍କାମନା ପୂରଣ ହେବ।

ପ୍ରଥମ ପ୍ରିୟ ଜିନିଷ ବେଲପତ୍ର। ବେଲପତ୍ର ଦେଲେ ବ୍ୟବସାୟରେ ଉନ୍ନତି ହୁଏ ଓ ଏହା ସହିତ ଧନପ୍ରାପ୍ତି ହୁଏ। ଧ୍ୟାନ ରଖିବେ ବେଲପତ୍ରକୁ ଆପଣ ଗୋଟିଏ ଦିନ ପୂର୍ବରୁ ତୋଳି ଆଣିବେ। ଭାଙ୍ଗ ଚଢାଇଲେ ଘରର ଅଶାନ୍ତି ଦୂର ହୁଏ। ମାନସିକ ଅଶାନ୍ତି, ଦୁଃଖ, କଷ୍ଟ ଘରେ ଥିବା ନକାରାତ୍ମକ ଶକ୍ତି ସବୁ ଦୂର ହୋଇଯାଏ।

Google

ଦୁଦୁରା ଫୁଲ ଚଢାଇଲେ ଆଖି ରୋଗ ଭଲ ହୋଇଥାଏ। ହାର୍ଟ ପ୍ରୋବ୍ଲେମ ଦୂର ହୋଇଥାଏ। ଏବଂ ବିଷଧାର ଜିନିଷ ଓ ବିଷଧାର ଜନ୍ତୁଙ୍କ ଠାରୁ ମୁକ୍ତି ମିଳିଥାଏ। କ୍ଷୀର ଚଢାଇଲେ କିମ୍ବା ପଞ୍ଚାମୃତ ଚଢାଇଲେ ସବୁପ୍ରକାର ସୁଖ ସମୃଦ୍ଧି ମିଳିଥାଏ। ଯଦି ଆପଣ ଶୁଦ୍ଧ ଗୁଆଘିଅରେ ଅଭିଷେକ କରିବେ ତେବେ ସନ୍ତାନ ପ୍ରାପ୍ତ ହୋଇଥାଏ। ଦାମ୍ପତ୍ୟ ଜୀବନ ସୁଖମୟ କରିବା ପାଇଁ ପଞ୍ଚାମୃତରେ ଅଭିଷେକ କରାନ୍ତୁ। ଏହା ସହିତ ମା ପାର୍ବତୀଙ୍କୁ ନାଲି ଚୁଡି, ମେହେନ୍ଦି ଓ ନାଲି ଚୂନରୀ ଇତ୍ୟାଦି। ଏହା ସହିତ ଶିବରାତ୍ରି ଦିନ ଭଗବାନ ଗଣେଶ ଓ କାର୍ତ୍ତିକଙ୍କର ପୂଜାର୍ଚ୍ଚନା କରନ୍ତୁ।

ମହାଶିବରାତ୍ରି ଦିନ ଯେକୌଣସି ମନସ୍କାମନା ପୂରଣ କରିବାକୁ ଚହୁଁଛନ୍ତି ତେବେ ଏହି ଗୋଟିଏ ଉପାୟ ଆପଣ ନିଶ୍ଚୟ କରନ୍ତୁ ଏହା ବହୁତ ସହଜ ଅଟେ। ସେଦିନ ଆପଣ ୨୧ଟି ବେଲପତ୍ରରେ ନିଶ୍ଚୟ ଏହି ଉପାୟ କରନ୍ତୁ। ପ୍ରଥମେ ଆପଣ ଶିବରାତ୍ରି ପୂର୍ବଦିନ ୨୧ଟି ବେଲପତ୍ର ତୋଳି ଆଣି ଘରେ ରଖନ୍ତୁ। ଧ୍ୟାନ ରଖିବେ ବେଲପତ୍ର ତିନି ଟିକିଆ ହୋଇଥିବା ଦରକାର। ବେଲପତ୍ର ଦୁଇ ଟିକିଆ କିମ୍ବା ଛିଣ୍ଡି ନଥିବା ଦରକାର। ସେହି ପତ୍ର ସବୁକୁ ଗଙ୍ଗାଜଳରେ ଧୋଇଦିଅନ୍ତୁ। ପତ୍ରକୁ ଟିକେ ଶୁଖାଇ ଦିଅନ୍ତୁ, ଯେମିତ ପତ୍ର ଦେହରେ ପାଣି ଲାଗିନଥିବ। ସେହି ତିନୋଟି ପତ୍ରରେ ଚନ୍ଦନରେ ଓମ ନମଃ ଶିବାୟ ଲେଖିବେ। ୨୧ଟି ବେଲପତ୍ରରେ ଓମ ନମଃ ଶିବାୟ ଲେଖି ପ୍ରହର ଅନୁସାରେ ଚଢାଇଲେ ଆହୁରି ଭଲ ଫଳ ମିଳିଥାଏ। ମହାଦେବଙ୍କ ଉପରେ କଞ୍ଚାକ୍ଷୀର ଚଢାଇ ବେଲପତ୍ର ଅର୍ପଣ କରିଲେ ଆପଣଙ୍କର ମନସ୍କାମନା ପୂର୍ଣ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଭୋଲେନାଥ ” ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Leave a Reply

Your email address will not be published. Required fields are marked *