ଯେତେବେଳେ ଆମେ ଶୋଇ ଥାଉ , ସେତେବେଳେ ଆମକୁ ଅନେକ ସ୍ବପ୍ନ ଦେଖାଯାଏ। କିଛି ସ୍ବପ୍ନ ଭଲ ହୋଇଥାଏ ତ ଆଉକିଛି ସ୍ବପ୍ନ ଖରାପ ହୋଇଥାଏ। କିନ୍ତୁ ଅନେକଥର ଆପଣ ଧ୍ୟାନ ଦେଇଥିବେ କି ଯେଉଁ ସ୍ବପ୍ନ ଆମେ ରାତିରେ ଦେଖି ଥାଉ ତାହା ସକାଳେ ଉଠିବା ପରେ ଆମର ମନେ ନଥାଏ। କିଛି ସ୍ବପ୍ନ ବହୁତ ଅଦ୍ଭୁତ ହୋଇଥାଏ, ଯାହାର ଆମ ଜୀବନରେ କୌଣସି ପ୍ରକାରର ସମ୍ପର୍କ ନଥାଏ। କିନ୍ତୁ କିଛି ସ୍ବପ୍ନ ରହିଛି ଯାହା ନିଦରେ ଥାଇ ମଧ୍ୟ ଡରାଇ ଦେଇଥାଏ। ଆପଣଙ୍କୁ କହି ରଖୁଛୁ ସ୍ବପ୍ନ ଭଲ ହେଉ ଅବା ଖରାପ ତାହାର କିଛି ନା କିଛି ଅର୍ଥ ରହିଥାଏ। ଅନେକ ସମୟରେ ଲୋକେ ସୂଚନା ଅଭାବରୁ ସ୍ବପ୍ନର ଅର୍ଥ ବିଷୟରେ ଜାଣି ପାରନ୍ତି ନାହିଁ।
ସ୍ବପ୍ନ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ସ୍ବପ୍ନର ଏକ ଅଲଗା ଅର୍ଥ ରହିଥାଏ ଏବଂ ଏହା ଆସୁଥିବା ସମୟରେ ଶୁଭ ବା ଅଶୁଭ ଘଟଣା ଆଡ଼କୁ ସଂକେତ ଦେଇଥାଏ। ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କିଛି ଏଭଳି ସ୍ବପ୍ନ ବିଷୟରେ କହିବୁ , ତାହା ଯଦି ଆପଣ ସ୍ୱପ୍ନରେ ଦେଖନ୍ତି ତାହେଲେ ବୁଝିଯିବେ କି ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି। ଆଜ୍ଞା ହଁ, ଯଦି ସ୍ୱପ୍ନରେ ଏଭଳି କିଛି ଜିନିଷ ଦେଖୁଛନ୍ତି ତାହେଲେ ଏହାର ଅର୍ଥ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ କୃପା ଦୃଷ୍ଟି ରଖିବେ ଏବଂ ଆପଣଙ୍କ ଭାଗ୍ୟ ଚମକିବା କୁ ଲାଗିବ।
ସ୍ବପ୍ନରେ ଟଙ୍କା ଦେଖା ଯିବା –
ଅନେକଥର ଦେଖା ଯାଇଛି କି ଲୋକେ ନିଜ ସ୍ବପ୍ନରେ ଟଙ୍କା ଦେଖନ୍ତି। ସ୍ବପ୍ନ ଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସ୍ବପ୍ନରେ ଟଙ୍କା ଦେଖିବା ଶୁଭ ମାନା ଯାଇଥାଏ। ଯଦି ଆପଣ ନିଜ ସ୍ବପ୍ନରେ କାଗଜର ନୋଟ ବା ପଇସା ଦେଖନ୍ତି, ଏହାର ଅର୍ଥ ହେଉଛି ଆସୁଥିବା ସମୟରେ ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି ଏବଂ ଅଳ୍ପ ପରିଶ୍ରମରେ ଆପଣଙ୍କୁ ଅଧିକ ଧନ ପ୍ରାପ୍ତ ହେବ।
ସ୍ବପ୍ନରେ ଫୁଲ ଦେଖା ଯିବା –
ଯଦି ଆପଣ ନିଜ ସ୍ବପ୍ନରେ ଲାଲ ବା ଧଳା ରଙ୍ଗର ଫୁଲ ଦେଖୁଛନ୍ତି ତାହେଲେ ଏହାର ଅର୍ଥ ହେଉଛି ଭବିଷ୍ୟତରେ ଆପଣଙ୍କୁ ଧନଲାଭ ହୋଇପାରେ। ସ୍ବପ୍ନ ଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେଖିବାକୁ ଗଲେ , ଚମେଲୀ, ଗୁଲମୋହର, କେତକୀ ବା କେଶର ରଙ୍ଗର ଫୁଲ ସ୍ବପ୍ନରେ ଦେଖିଲେ ଏହାର ଅର୍ଥ ହୋଇଥାଏ ବ୍ୟକ୍ତିକୁ ନିକଟ ଭବିଷ୍ୟତରେ ଧନ ସଂପତ୍ତି ପ୍ରାପ୍ତ ହେବାର ଯୋଗ ରହିଛି।
ସ୍ବପ୍ନରେ ପଶୁ ମାନଙ୍କୁ ଦେଖିବା –
ସ୍ବପ୍ନ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ନିଜ ସ୍ବପ୍ନରେ ଧଳା ଗାଈ , ଧଳା ଘୋଡ଼ା, ହାତୀ, କସ୍ତୁରୀ ମୃଗ, ବେଲ, ଧଳା ସାପ, ବିଛା ଦେଖାଯାଏ , ତାହେଲେ ଏହାର ଅର୍ଥ ସେହି ବ୍ୟକ୍ତି ପାଖକୁ ଭବିଷ୍ୟତରେ ଅନେକ ଧନ ବୈଭବ ଆସିବାର ଅଛି। ଯଦି ଆପଣ ପଶୁଙ୍କୁ ନିଜ ସ୍ବପ୍ନ ରେ ଦେଖନ୍ତି ତାହେଲେ ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। କୌଣସି ନା କୌଣସି ମାଧ୍ୟମରେ ଆପଣଙ୍କୁ ଧନଲାଭ ହୋଇପାରେ।
ସ୍ବପ୍ନରେ ଫଳ ଦେଖିବା –
ସ୍ବପ୍ନ ଶାସ୍ତ୍ର ଅନୁସାରେ ଯଦି ଆପଣ ନିଜ ସ୍ବପ୍ନରେ ଫଳରେ ଭରି ରହିଥିବା ଗଛ ଦେଖୁଛନ୍ତି ବା ଆମ୍ବ ବଗିଚା, ବେଦନା, ସେଓ, ନାସପାତି , ନଡ଼ିଆ ଫଳ ଦେଖୁଛନ୍ତି, ତାହେଲେ ବୁଝି ନିଅନ୍ତୁ ଯେ ଏହା ଆପଣଙ୍କୁ ଧନଲାଭ ହେବାର ସଂକେତ ଅଟେ। ଏହାର ଅର୍ଥ ଆପଣ ଖୁବ୍ ଶୀଘ୍ର ଧନୀ ହୋଇ ପାରନ୍ତି। ଅଚାନକ ଆପଣଙ୍କ ପାଖକୁ ଟଙ୍କା ଆସିବାର ସମ୍ଭାବନା ରହିଛି।
ସ୍ବପ୍ନରେ ମାଟି ପାତ୍ର ଦେଖିବା –
ଯଦି ଆପଣ ନିଜ ସ୍ବପ୍ନରେ ମାଟି ପାତ୍ର ଦେଖୁଛନ୍ତି , ତାହେଲେ ଖୁବ୍ ଶୀଘ୍ର ଆପଣଙ୍କୁ ଶୁଭ ଏବଂ ସର୍ବଶ୍ରେଷ୍ଠ ମାନା ଯିବ। ସ୍ବପ୍ନ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ମାଟିର ପାତ୍ର ଯେଭଳି କଳସ, ପାଣି ରେ ଭରି ରହିଥିବା କଳସ ବା ଖାଲି ମାଟି ପାତ୍ର ଦେଖୁଛି ତାହେଲେ ଏହାର ଅର୍ଥ ହେଉଛି ଖୁବ୍ ଶୀଘ୍ର ସେହି ବ୍ୟକ୍ତିକୁ ଧନଲାଭ ହୋଇ ପାରନ୍ତି।
ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।