ଭଲ ସମୟ ଆସିବା ଆଗରୁ ଭଗବାନ ଦେଇଥାନ୍ତି ଏହିପରି କିଛି ସଂକେତ ।

ବନ୍ଧୁଗଣ ଭାଗ୍ୟରୁ ଅଧିକ ଏବଂ ସମୟର ପୂର୍ବରୁ କାହାକୁ ମଧ୍ୟ କିଛି ମିଳିନଥାଏ। ଯାହାଙ୍କ ଭାଗ୍ୟରେ ଯେତିକି ଲେଖାହେଇଛି ତାହାକୁ ସେତିକିହିଁ ମିଳିବ ଏବଂ ସଠିକ ସମୟ ଆସିଲେ ମିଳିବ । ସେଥିପାଇଁ ମନୁଷ୍ୟ ଜୀବନରେ ସମୟର ବିଶେଷ ମହତ୍ଵ ରହିଛି । ବେଳେ ବେଳେ ମନୁଷ୍ୟ ଜୀବନରେ ସମୟ ବହୁତ ଭଲ ରହିଥାଏ ଏବଂ ବେଳେ ବେଳେ ଖରାପ ରହିଥାଏ । କୁହାଯାଏ ଯେ ଯେପରି ଭଲ ସମୟ ମନୁଷ୍ୟ ଜୀବନରେ ଅଧିକ ଦିନ ପର୍ଯ୍ୟନ୍ତ ରହେ ନାହିଁ ସେହିପରି ଖରାପ ସମୟ ମଧ୍ୟ ଅଧିକ ଦିନ ପର୍ଯ୍ୟନ୍ତ ରହିନଥାଏ। ସମୟର ଚକ୍ର ସର୍ବଦା ଘୁରି ବୁଲୁଥାଏ ଯଦି କୌଣସି ବ୍ୟକ୍ତିର ସମୟ ଉତମ ରହିଛି ତେବେ ତାକୁ ସମସ୍ତ ପ୍ରକାରର ସୁଖ ପ୍ରାପ୍ତି ହୋଇଥାଏ ଏବଂ ବ୍ୟକ୍ତିର ଜୀବନରେ ଉତମ ସମୟ ଆସିବା ପୂର୍ବରୁ ଭଗବାନ ଏବଂ ପ୍ରକୃତି ଆମକୁ କିଛି ସଂକେତ ପ୍ରଦାନ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ଏପରି କିଛି ସଂକେତ ବିଷୟରେ ଯାହା ଭଲ ସମୟ ଆସିବା ପୂର୍ବରୁ ଭଗବାନ ଆମକୁ ପ୍ରଦାନ କରିଥାନ୍ତି।

ପ୍ରଥମ ସଂକେତଟି ହେଉଛି ଯଦି ସକାଳୁ ଉଠିବା ପରେ ଆପଣଙ୍କୁ ନିଜ ଭିତରେ ଖୁସିର ଅନୁଭବ ହୁଏ ଏବଂ ଆପଣ ନିଜ ମୁଖକୁ ଆଇନାରେ ଦେଖିବା ପରେ ଆପଣଙ୍କୁ ଏକ ଅଲଗା ପ୍ରକାର ଚମକ ଦେଖିବାକୁ ମିଳେ ତେବେ ବୁଝିନେବେ ଆପଣଙ୍କ ସହିତ ସେହି ଦିନ କିଛି ଉତ୍ତମ ହେବାକୁ ଯାଉଛି ଏବଂ ଏହା ଆପଣଙ୍କ ଜୀବନରେ ପୂର୍ବରୁ ଚାଲିଥିବା ସମସ୍ତ ସମ-ସ୍ୟା ଦୂର ହେବାର ସଂକେତ ପ୍ରଦାନ କରିଥାଏ ।

ଦ୍ଵିତୀୟ ସଂକେତ ହେଉଛି ଯଦି ବିନା କାରଣରେ ପରିବାରର କୌଣସି ସଦସ୍ୟ ଠାରୁ ଆପଣଙ୍କୁ କିଛି ଟଙ୍କା ମିଳୁଛି ତେବେ ଏହାର ଅର୍ଥ ହେଉଛି ଆପଣଙ୍କୁ ନିଜ କାର୍ଯ୍ୟକ୍ଷେତ୍ରରେ ବଡ ସଫଳତା ମିଳିବାକୁ ଯାଉଛି ଏବଂ ଆପଣଙ୍କ ଯାହା ମଧ୍ୟ ଖରାପ ସମୟ ଥିଲା ତାହା ଦୂର ହେବାକୁ ଯାଉଛି ଏହା ସହିତ ଏହା ଆପଣଙ୍କ ଧନ ବୃଦ୍ଧିର ସଂକେତ ଦେଇଥାଏ।

ତୃତୀୟ ସଂକେଟଟି ହେଉଛି ଯଦି ଆପଣ କୌଣସି କାର୍ଯ୍ୟରେ ଘରୁ ବାହାରକୁ ଯାଉଛନ୍ତି ଏବଂ ଆପଣଙ୍କୁ ରାସ୍ତାରେ ପୁର୍ଣ୍ଣକୁମ୍ଭ ତଥା ପାଣି ଭରି ହୋଇରହିଥିବା ମାଠିଆ କିମ୍ବା ଦୁଧରେ ପୁର୍ଣ୍ଣ ହୋଇଥିବା ପାତ୍ର ଦେଖାଯାଏ ତେବେ ଏହା ଏକ ଶୁଭ ସଂକେତ ହୋଇଥାଏ। ଏହାର ଅର୍ଥ ହେଉଛି ଆପଣଙ୍କ କାର୍ଯ୍ୟ ପୁର୍ଣ୍ଣରୂପରେ ସଫଳ ହେବ ।

ଚତୁର୍ଥ ସଂକେତ ହେଉଛି ସେହିପରି ପଶୁ ପକ୍ଷୀ ମଧ୍ୟ ଆମର ଭଲ ସମୟ ଆସିବାର ସଂକେତ ଦେଇଥାନ୍ତି ଯଦି ଆପଣଙ୍କ ଘରେ କିମ୍ବା ଘରର ଆଖ ପାଖରେ କୌଣସି ବିଲେଇ ଛୁଆକୁ ଜନ୍ମ ଦେଇଥାଏ ତେବେ ଏହା ଉତମ ସମୟ ଆସିବାର ସଂ-କେତ ହୋଇଥାଏ ଏବଂ ଯଦି ଆପଣ ଯାତ୍ରା କରିବା ସମୟରେ କୌଣସି ହସୁଥିବା ବାଳକ ଦେଖାଯାଏ ତେବେ ବୁଝିନେବେଯେ ଆପଣଙ୍କ ଭଲ ସମୟ ଆରମ୍ଭ ହୋଇଯାଇଛି ଏବଂ ଆପଣଙ୍କ ସହ କିଛି ଶୁଭ ଘଟିବ |

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Leave a Reply

Your email address will not be published. Required fields are marked *