ଅକ୍ଷୟ କୁମାରଙ୍କ ଠାରୁ କାଜଲଙ୍କ ପର୍ଯ୍ଯନ୍ତ ବଲିଉଡରେ ଏହି ୧୧ଜଣ ଅଭିନେତା ଓ ଅଭିନେତ୍ରୀ କାହିଁକି ଲୁଚାନ୍ତି ନିଜର ଉପନାମ, ଜାଣନ୍ତୁ ଏମାନଙ୍କର ଅସଲ ଉପନାମ

ଅନେକ ଥର ଦେଖାଯାଇଥାଏକି ଯେତେବେଳେ କାହାରି ନାମ ଛୋଟ ହୋଇଥାଏ କିମ୍ବା ସହଜରେ କହିହୁଏ ଲୋକମାନେ ସେତେବେଳେ ତାଙ୍କର ନାମକୁ ଅତି ସହଜରେ କହିଥାନ୍ତି। ଏହା କେବଳ ଆମ ସହ କିମ୍ବା ଆପଣଙ୍କ ସହିତ ହୋଇନଥାଏ ବରଂ ଅନେକ ପ୍ରସିଦ୍ଧ ଅଭିନେତା ଓ ଅଭିନେତ୍ରୀଙ୍କ ସହ ମଧ୍ୟ ହୋଇଥାଏ। ଆଜି ଆମେ ଏହି ପୋଷ୍ଟ ଜରିଆରେ ଆପଣଙ୍କୁ କହିବାକୁ ଯାଉଛୁ କିଛି ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ ଯେଉଁମାନେ ନିଜର ଉପନାମ ବ୍ୟବହାର କରନ୍ତି ନାହିଁ ।

Google

କାଜଲ:-

୯୦ ଦଶକରେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜୁତି କରୁଥିବା ଅଭିନେତ୍ରୀ କାଜଲ ବିବାହ ପରେ କାଜଲ ଦେବଗନ ହୋଇଯାଇଛନ୍ତି। ଯଦି ଆମେ ପୂର୍ବ ସମୟର କଥା କହିବା ତେବେ କାଜଲଙ୍କ ଅସଲ ଉପନାମ ମୁଖାର୍ଜୀ ଅଟେ। ନିଜର ପିତା ମାତାଙ୍କ ଠାରୁ ଅଲଗା ହେବା ପରେ ନିଜର ଟାଇଟଲକୁ ବ୍ୟବହାର କରିବା ବନ୍ଦ କରିଦେଲେ।

Google

ଧର୍ମେନ୍ଦ୍ର:-

ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କୁ ଆପଣ ଦେଖିଥିବେ। ବିନା ଟାଇଟଲରେ ତାଙ୍କର ନାମ ନିଆଯାଏ। କିନ୍ତୁ ଆମେ ଆପଣଙ୍କୁ ଜଣାଇଦେଉଛୁକି ଧର୍ମେନ୍ଦ୍ରଙ୍କ ପୁରା ନାମ ଧର୍ମେନ୍ଦ୍ର ସିଂ ଦେୱଲ, ଯାହାକି ତାଙ୍କର ପିଲାଙ୍କର ନାମ ସହିତ ଲାଗିଅଛି।

Google

ରେଖା:-

ବଲିଉଡର ଲେଜେଣ୍ଡାରୀ ଅଭିନେତ୍ରୀ ରେଖାଙ୍କୁ ଦେଖିଥିବେ ସେ କେବେ ନିଜ ନାମ ପରେ କୌଣସି ସରନେମ ବ୍ୟବହାର କରନ୍ତି ନାହିଁ। କିନ୍ତୁ ତାଙ୍କର ଅସଲ ନାମ ଭାନୁରେଖା ଗଣେଶନ। ଯାହାକୁ ଛୋଟ କରି କେବଳ ରେଖା ନାମକୁ ବ୍ୟବହାର କରାଯାଏ।

Google

ଗୋବିନ୍ଦା:-

ଆଉ ଏକ ଜଣାଶୁଣା ବଲିଉଡ ଅଭିନେତା ଗୋବିନ୍ଦା ଯାହାଙ୍କୁ ତାଙ୍କର ଅସଲ ନାମରେ ବହୁତ କମ ଲୋକ ଜାଣିଛନ୍ତି। ତାଙ୍କର ଅସଲ ନାମ ଅରୁଣ ଆହୁଜା ଅଟେ। ଇଣ୍ଡଷ୍ଟ୍ରିରେ ପରିଚୟ ପାଇଁ ନିଜର ନାମକୁ ଛୋଟ କରିଦେଇଥିଲେ।

Google

ଜିତେନ୍ଦ୍ର:-

୮୦ ଓ ୯୦ ଦଶକର ପ୍ରସିଦ୍ଧ ଅଭିନେତା ଜିତେନ୍ଦ୍ର ମଧ୍ୟ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ନିଜର ନାମ ବଦଳାଇ ଦେଇଥିଲେ। ତାଙ୍କର ପୂର୍ବ ନାମ ରବି କପୁର ଥିଲା।

Google

ଶ୍ରୀଦେବୀ:-

ଶ୍ରୀଦେବୀଙ୍କ ନାମ ବିନା ଏହି ଲିଷ୍ଟ ଅସମ୍ପୂର୍ଣ ଅଟେ। ବଲିଉଡର ବହୁତ ପ୍ରସିଦ୍ଧ ଅଭିନେତ୍ରୀଙ୍କ ମଧ୍ୟରେ ତାଙ୍କର ନାମ ଆସିଥାଏ। ତାଙ୍କର ଅସଲ ନାମ ଶ୍ରୀ ଅମ୍ମା ୟାଙ୍ଗର ଅୟପ୍ପ୍ନ ଥିଲା, ଯାହାକୁ ସେ ବଲିଉଡକୁ ଆସିବା ପରେ କେବଳ ଶ୍ରୀଦେବୀ କରିଦେଲେ।

Google

ତମନ୍ନା:-

ଆଜି ବଲିଉଡରେ ନିଜର ନାମ କରିସାରିଥିବା ପ୍ରସିଦ୍ଧ ସାଉଥ ଅଭିନେତ୍ରୀ ତମନ୍ନା ଭାଟ୍ଟିଆଙ୍କୁ ଅନେକ ଥର ନିଜର ନାମର ଉପନାମକୁ ବ୍ୟବହାର କରୁନଥିବାର ଦେଖାଯାଏ। ଏମିତି କରିବାର କାରଣ ହେଉଛି ନାମକୁ ଛୋଟ କରିବା।

Google

ଅକ୍ଷୟ କୁମାର:-

ବଲିଉଡର ଖିଲାଡ଼ି ଭାଇ ନାମରେ ପ୍ରସିଦ୍ଧ ଅଭିନେତା ଅକ୍ଷୟ କୁମାରଙ୍କ ନାମ ମଧ୍ୟ ଏହି ଲିଷ୍ଟରେ ଅଛି। ଅକ୍ଷୟ ନିଜର ନାମ ପରେ ଉପନାମ ବ୍ୟବହାର କରନ୍ତି କିନ୍ତୁ ତାଙ୍କର ଅସଲ ନାମ ହେଉଛି ରାଜୀବ ଭାଟିଆ।

Google

ତବୁ:-

ଅଭିନେତ୍ରୀ ତବୁ ମଧ୍ୟ ଲୋକଙ୍କ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ନାମକୁ ଛୋଟ କରିଥିଲେ। ଏହା ଏଥିପାଇଁ ହୋଇଥିଲା କାରଣ ତାଙ୍କର ସମ୍ପୂର୍ଣ୍ଣ ନାମ ତବ୍ବୁସୁମ ହାଶ୍ମି ଥିଲା ଏବଂ ଏହା କହିବା ପାଇଁ ବହୁତ ଲମ୍ବା ଥିଲା।

Google

ରଣବୀର ସିଂ:-

ଅଭିନେତା ରଣବୀର ସିଂଙ୍କ ପ୍ରକୃତ ନାମ ରଣବିର ସିଂ ଭବାନୀ ଅଟେ, କିନ୍ତୁ ବଲିଉଡରେ ପାଦ ରଖିବା ପୂର୍ବରୁ ସେ ତାଙ୍କ ପୂର୍ବପୁରୁଷଙ୍କ ଆଖ୍ୟା ହଟାଇ ଦେଇଥିଲେ ଯାହାଦ୍ୱାରା ତାଙ୍କର ନାମ ଅଧିକ ଲମ୍ବା ହେବ ନାହିଁ।

Google

ଆସିନ:-

ଅନ୍ୟ ଜଣେ ପ୍ରସିଦ୍ଧ ସାଉଥ ଅଭିନେତ୍ରୀଙ୍କୁ ତାଙ୍କ ସରନେମ ବ୍ୟବହାର କରୁଥିବା ଦେଖିବାକୁ ମିଳିନାହିଁ। ସିଏ ଆଉକେହି ନୁହଁନ୍ତି ଅଭିନେତ୍ରୀ ଆସିନ ଅଟନ୍ତି ଯାହାଙ୍କ ସମ୍ପୂର୍ଣ୍ଣ ନାମ ଥୋତ୍ତୁମକଲ ଅଟେ।

Google

ବନ୍ଧୁଗଣ ଦେଶ ଦୁନିଆର ସମସ୍ତ ଖବର ଆପଣଙ୍କ ମୋବାଇଲରେ ପାଇବା ପାଇଁ ଆମ ଏହି page କୁ ଲାଇକ କରି ଦିଅନ୍ତୁ । ପ୍ରତିଟି ଖବର ଆପଣଙ୍କ ପାଖରେ ପହଂଚିବ । ଖବର ଭଲ ଲାଗିଲେ ଲାଇକ ଓ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *