ଭୌତିକ ସୁଖର କାରକ ଶୁକ୍ର ଗ୍ରହ ଆଜି ମକର ରାଶିରେ ପ୍ରବେଶ କରି ସାରିଛନ୍ତି। ଏହି ରାଶି ଉପରେ ଶୁକ୍ର ଦେବ ୨୧ ଫେବୃୟାରୀ ପର୍ଯ୍ୟନ୍ତ ଗୋଚର କରିବେ, ଏହାପରେ କୁମ୍ଭ ରାଶିରେ ପ୍ରବେଶ କରି ଯିବେ। ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ବୃଷ ଏବଂ ତୁଳା ରାଶିର ସ୍ଵାମୀ ମାନା ଯାଇଥାଏ। ଶୁକ୍ର ଦେବ କନ୍ୟା ରାଶିରେ ନୀଚରେ ଏବଂ ମୀନ ରାଶିରେ ଉଚ୍ଚରେ ମାନା ଯାଇଥାନ୍ତି। ଆସନ୍ତୁ ଜାଣିବା ଶୁକ୍ରର ଗୋଚର ସବୁ ରାଶି ଉପରେ ପ୍ରଭାବ ।
ମେଷ ରାଶି –
ଆପଣଙ୍କର ଚାକିରୀ ଏବଂ ବ୍ୟାପାରରେ ବୃଦ୍ଧି ହେବ। ଆର୍ଥିକ ପକ୍ଷ ସୁଦୃଢ ରହିବ। ବିବାହ ସମ୍ବନ୍ଧିତ ବାର୍ତ୍ତା ସଫଳ ରହିବ। ଆପଣଙ୍କର ଅଟକି ରହିଥିବା ସରକାରୀ କାର୍ଯ୍ୟ ସମ୍ପନ୍ନ ହେବ। ପିତାମାତାଙ୍କ ସ୍ବାସ୍ଥ୍ୟ ପ୍ରତି ଚିନ୍ତିତ ରହି ପାରନ୍ତି।
ବୃଷ ରାଶି –
କାର୍ଯ୍ୟ କ୍ଷେତ୍ରରେ ଆସୁଥିବା ବାଧା ଦୂର ହେବ। ଧର୍ମ କର୍ମ ମାମଲାରେ ଆପଣ ଗଭୀର ରୁଚି ରଖିବେ। ଦାନ ପୁଣ୍ୟ ଭଳି କାର୍ଯ୍ୟ କରି ପାରନ୍ତି। ବିଦେଶ କମ୍ପାନୀ ଗୁଡିକରେ ଆପଣ କରିଥିବା ଆବେଦନ ସଫଳ ରହିବ। ସନ୍ତାନ ସମ୍ବନ୍ଧିତ ଚିନ୍ତାରୁ ମୁକ୍ତି ମିଳିବ। ଛାତ୍ର ମାନଙ୍କୁ ସଫଳତା ମିଳିବ।
ମିଥୁନ ରାଶି –
ଆପଣଙ୍କ ସ୍ବାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପଡିପାରେ। କାର୍ଯ୍ୟ କ୍ଷେତ୍ରରେ ଷ-ଡ଼ଯ-ନ୍ତ୍ରର ଶି-କାର ହୋଇପାରନ୍ତି। ସାମାଜିକ ପଦ ପ୍ରତିଷ୍ଠାରେ ବୃଦ୍ଧି ହେବ। ନିଜର ଯୋଜନାକୁ ଗୋପନୀୟ ରଖିବା ପାଇଁ ପ୍ରୟାସ କରି ପାରନ୍ତି। ବିଦ୍ୟାର୍ଥୀ ମାନଙ୍କୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ।
କର୍କଟ ରାଶି –
ଚାକିରୀ ଏବଂ ବ୍ୟାପାରରେ ବୃଦ୍ଧି ହେବ। ସରକାରୀ କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କୁ ଉଚ୍ଚ ଅଧିକାରୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଆପଣଙ୍କର ବିବାହ ସମ୍ବନ୍ଧିତ ବାର୍ତ୍ତା ସଫଳ ରହିବ। କୋର୍ଟ କଚେରୀ ମାମଲାରେ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ରହିବ।
ସିଂହ ରାଶି –
ଗୁପ୍ତ ଶ-ତ୍ରୁଙ୍କ ମଧ୍ୟରେ ବୃଦ୍ଧି ହେବ। ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡିପାରେ। ଆପଣଙ୍କର ଆଳସ୍ୟ ଦୂର ହେବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ହେବ। ପରିବାରରେ ବରିଷ୍ଠ ସଦସ୍ୟ ଏବଂ କାର୍ଯ୍ୟ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସମ୍ବନ୍ଧ ବିଗାଡ଼ିବା ପାଇଁ ଦିଅନ୍ତୁ ନାହିଁ।
କନ୍ୟା ରାଶି –
ପ୍ରେମ ସମ୍ବନ୍ଧ ସୁଦୃଢ ରହିବ। ନିଜର ବାଣୀ ଉପରେ ସର୍ବଦା ନିୟନ୍ତ୍ରଣ ରଖିବା ଆବଶ୍ୟକ। କଠିନ ପରିସ୍ଥିତି ସମୟରେ ନିଜକୁ ସମ୍ଭାଳିବା ପାଇଁ ପ୍ରୟାସ କରନ୍ତୁ। ସନ୍ତାନଙ୍କ ଦାୟିତ୍ୱ ପୂରଣ ହେବ। ନୂଆ ଦମ୍ପତ୍ତିଙ୍କୁ ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ବିଦେଶୀ ନାଗରିକତା ପାଇଁ ଆପଣଙ୍କ ଆବେଦନ ସଫଳ ରହିବ।
ତୁଳା ରାଶି –
ପାରିବାରିକ କ-ଳହ ଏବଂ ମାନସିକ ଅଶାନ୍ତିର ସାମ୍ନା କରିବାକୁ ପଡିପାରେ। ବନ୍ଧୁ ତଥା ସମ୍ପର୍କୀୟଙ୍କ ଠାରୁ ଅପ୍ରିୟ ସମାଚାର ମିଳିପାରେ। ଜମିବାଡ଼ି ମାମଲାର ସମାଧାନ ହୋଇଯିବ। ବାହନ କ୍ରୟ କରିବା ପାଇଁ ସମୟ ଅନୁକୂଳ ରହିଛି। ମହିଳା ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି।
ବିଛା ରାଶି –
ପରିଶ୍ରମ ଅନୁସାରେ ଆପଣଙ୍କୁ ସଫଳତା କମ ମିଳିବାର ସମ୍ଭାବନା ରହିଛି। ପରିବାରରେ ବରିଷ୍ଠ ସଦସ୍ୟ ତଥା ଭାଇ ମାନଙ୍କ ସହିତ ମତଭେଦ ସୃଷ୍ଟି ହେବାକୁ ଦିଅନ୍ତୁ ନାହିଁ। ଧର୍ମ କର୍ମ ମାମଲାରେ ଗମ୍ଭୀର ରୁଚି ରଖିବେ। ସାମାଜିକ ପଦ ପ୍ରତିଷ୍ଠାରେ ବୃଦ୍ଧି ହେବ। ଆପଣଙ୍କୁ ଦାନ ପୁଣ୍ୟ କରିବା ଉଚିତ। ଉଚ୍ଚ ଅଧିକାରୀଙ୍କ ସହିତ ସମ୍ବନ୍ଧ ବିଗା-ଡ଼ିବା ପାଇଁ ଦିଅନ୍ତୁ ନାହିଁ। ବ୍ୟର୍ଥ ଚିନ୍ତା କରନ୍ତୁ ନାହିଁ।
ଧନୁ ରାଶି –
କାର୍ଯ୍ୟ ବ୍ୟାପାରରେ ବୃଦ୍ଧି ହେବ। ଅତ୍ୟଧିକ ଖର୍ଚ୍ଚ କାରଣରୁ ଆର୍ଥିକ ମାନ୍ଦା ଅବସ୍ଥା ଦେଖା ଦେଇପାରେ। ଆୟର ସାଧନରେ ବୃଦ୍ଧି ହେବ। ଅଟକି ରହିଥିବା ଧନ ଫେରସ୍ତ ମିଳିପାରେ। ଜମିବାଡ଼ି ମାମଲାରେ ସମସ୍ୟାର ସମାଧାନ ହୋଇଯିବ। ବାହନ କିଣିବାର ସଂକଳ୍ପ ସମ୍ପନ୍ନ ହେବ।
ମକର ରାଶି –
ସବୁ ବିଷମ ପରିସ୍ଥିତିରୁ ଆପଣଙ୍କୁ ମୁକ୍ତି ମିଳିପାରେ। ଏବେ ଆପଣ ଯେଉଁ କାର୍ଯ୍ୟ ଆରମ୍ଭ କରିବେ, ସବୁଥିରେ ସଫଳ ରହିବେ। ଚାକିରୀରେ ପଦୋନ୍ନତୀ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ବିଦେଶୀ କଂପାନୀରେ ଚାକିରୀ ପାଇଁ ଆବେଦନ ସଫଳ ରହିବ। ସରକାରୀ କାର୍ଯ୍ୟ ସୁରୁଖୁରୁରେ ସମାପନ ହେବ।
କୁମ୍ଭ ରାଶି –
ଏହି ସମୟରେ ଧନ ଖର୍ଚ୍ଚ ହୋଇପାରେ। ଅତ୍ୟଧିକ ବ୍ୟସ୍ତତା କାରଣରୁ ଆପଣ ଆଳସ୍ୟ ଅନୁଭବ କରି ପାରନ୍ତି। କାର୍ଯ୍ୟ ସଫଳ ହେବାରେ ବିଳମ୍ବ ହୋଇପାରେ, ଏଥିପାଇଁ ହତାଶ ହୁଅନ୍ତୁ ନାହିଁ। ଆଖି ସମସ୍ୟା ଦେଖା ଦେଇପାରେ, ଏଥିପାଇଁ ଆପଣ ସାବଧାନ ରୁହନ୍ତୁ। କାର୍ଯ୍ୟ କ୍ଷେତ୍ରରେ ଷ-ଡ଼-ଯ-ନ୍ତ୍ରର ଶି-କାର ହୋଇ ପାରନ୍ତି। କୌଣସି ଯାତ୍ରା ଦ୍ଵାରା ଆପଣଙ୍କୁ ଲାଭ ମିଳିବ।
ମୀନ ରାଶି –
ଆୟର ସାଧନରେ ବୃଦ୍ଧି ହେବ। ଅଟକି ରହିଥିବା ଧନ ଫେରସ୍ତ ମିଳିପାରେ। ଗୁ-ପ୍ତ ଶ-ତ୍ରୁଙ୍କ ଠାରୁ ସାବଧାନ ରୁହନ୍ତୁ। ଆପଣ ନିଜ ସମ୍ପର୍କୀୟଙ୍କୁ ନୀ-ଚା ଦେଖେଇବା ପାଇଁ ପ୍ରୟାସ କରି ପାରନ୍ତି। ଆପଣ କାହାକୁ ଉଧାର ଦିଅନ୍ତୁ ନାହିଁ। ଚାକିରୀ ବ୍ୟବସାୟରେ ଆପଣଙ୍କୁ ସଫଳତା ମିଳିବ।
ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।