ବହୁତ ସୁନ୍ଦରୀ ଓ କୋଟିପତି ବାପାଙ୍କର ଝିଅ ହେଉଛନ୍ତି ଗମ୍ଭୀରଙ୍କ ସ୍ତ୍ରୀ ନାତାଶା ଜୈନ, କିନ୍ତୁ ବହୁତ ସରଳ ଜୀବନଯାପନ କରନ୍ତି

ଭାରତୀୟ କ୍ରିକେଟ ଦଳର ଅତି ଜଣାଶୁଣା ପୂର୍ବତନ ଖେଳାଳୀ ଗୌତମ ଗମ୍ଭୀର ଯିଏକି ଗତ ଦିନମାନଙ୍କରେ ଭାରତୀୟ ଜନତା ପାର୍ଟି ତରଫରୁ ନିର୍ବାଚନରେ ଛିଡ଼ା ହୋଇଥିଲେ। କେବଳ ଏତିକି ନୁହେଁ ସେ ନିର୍ବାଚନରେ ବିଜୟ ମଧ୍ୟ ହୋଇଥିଲେ। ଜଣାଇ ଦେଉଛୁକି ଗୌତମ ଗମ୍ଭୀରଙ୍କ ଜନ୍ମ ୧୪ ଅକ୍ଟୋବର ୧୯୮୧ ମସିହାରେ ଦିଲ୍ଲୀରେ ହୋଇଥିଲା। ଆଜକୁ ତାଙ୍କର ବୟସ ୩୮ ବର୍ଷ ହେଲାଣି। ନିଜର ଖେଳ ସମୟରେ ସେ ବହୁତ ଜଣାଶୁଣା ଓ ଦିଗଜ ଖେଳାଳୀ ଥିଲେ। ତାଙ୍କ ନାମରେ ଦୁଇଥର ବିଶ୍ବକପ ଜିତାଇବାର ଟାଇଟଲ ମଧ୍ୟ ଅଛି। ଏହି ବିଶ୍ୱକପ ମଧ୍ୟରୁ ୨୦୦୭ ଓ ୨୦୧୧ ର ଆଇସିସି ବିଶ୍ୱକପ ସାମିଲ ଅଛି।

Google

ଗୌତମ ଗମ୍ଭୀରଙ୍କ ବୃତ୍ତିଗତ ଜୀବନ ବିଷୟରେ କଥାବାର୍ତ୍ତା କରିବା ତେବେ ଆଜି ଦେଶର ଲକ୍ଷ ଲକ୍ଷ ଲୋକ ଏହି ବିଷୟରେ ଜାଣିଛନ୍ତି କିନ୍ତୁ ଆଜି ଆମର ପୋଷ୍ଟ ଟିକିଏ ଅଲଗା ପ୍ରକାର ହେବାକୁ ଯାଉଛି। ଆପଣଙ୍କୁ ଜଣାଇଦେଉଛୁଯେ, ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ କିଛି କଥା କହିବାକୁ ଯାଉଛୁ।

ସର୍ବପ୍ରଥମେ, ଯଦି ତାଙ୍କ ବିବାହ ବିଷୟରେ କହିବା, ତେବେ ସେ ୨୮ଅକ୍ଟୋବର, ୨୦୧୧ମସିହାରେ ନତାଶା ଜୈନଙ୍କ ସହିତ ବିବାହ କରିଥିଲେ। ଅନ୍ୟପକ୍ଷରେ, ଯଦି ତାଙ୍କ ପତ୍ନୀ ନତାଶାଙ୍କ ବିଷୟରେ କୁହାଯାଏ, ତେବେ ସବୁବେଳେ ତାଙ୍କୁ ଲାଇମଲାଇଟ ଠାରୁ ଦୂରରେ ଦେଖିବାକୁ ମିଳିଥାଏ।

ଲୁକ୍ସ ବିଷୟରେ କହିବାକୁ ଗଲେ, ନତାଶା ବହୁତ ସୁନ୍ଦରୀ ଦେଖାଯାଆନ୍ତି ଏବଂ ଯଦି ନତାଶାଙ୍କର ପରିବାର ବିଷୟରେ କୁହାଯାଏ ତେବେ, ତାଙ୍କ ପିତାଙ୍କ ନାମ ରବିନ୍ଦ୍ର ଜୈନ ଅଟେ, ଯିଏ କୋଟିପତି ବ୍ୟବସାୟୀ ଅଟନ୍ତି। କିନ୍ତୁ ସ୍ୱାମୀ ଏତେ ବଡ଼ ସେଲିବ୍ରିଟି ଏବଂ ବାପା ଏତେ ବଡ଼ ବ୍ୟବସାୟୀ ହୋଇଥିଲେ ମଧ୍ୟ ନତାଶା ବହୁତ ସରଳ ଏବଂ ବାସ୍ତବ ଜୀବନଯାପନ କରିବାକୁ ଭଲ ପାଆନ୍ତି। ସେ ଦେଖେଇହେବାକୁ ପସନ୍ଦ କରନ୍ତି ନାହିଁ।

ଏହିପରି ହୋଇଥିଲା ଗୌତମ ଏବଂ ନତାଶାଙ୍କ ଦେଖା:-

ବାସ୍ତବରେ, ସେମାନଙ୍କର ବିବାହ ଏକ ପ୍ରେମ ବିବାହ ଅଟେ କିନ୍ତୁ ସମ୍ବାଦରେ ଏହାକୁ ସବୁବେଳେ ଏକ ଏରେଞ୍ଜ ମେରେଜ ବୋଲି କୁହାଯାଏ। ଗୌତମଙ୍କ ପିତା ଜଣେ ବୟନ ବ୍ୟବସାୟୀ ଥିଲେ ଏବଂ ତାଙ୍କ ସାକ୍ଷାତ ଗୁଢ଼ଗାଉଁର ବ୍ୟବସାୟୀ ରବିନ୍ଦ୍ର ଜୈନଙ୍କ ସହ ହୋଇଥିଲା। ଏବଂ ଏହି କାରଣରୁ, ଦୁଇ ପରିବାର ମଧ୍ୟ ନିକଟତର ହୋଇଗଲେ କାରଣ ଏହି ଦୁଇଜଣ ବ୍ୟବସାୟୀ ପାର୍ଟନରଶିପ ହୋଇଗଲେ।

Google

ଇତି ମଧ୍ୟରେ ଗୌତମ ଗମ୍ଭୀରଙ୍କ ସାକ୍ଷାତ ନତାଶାଙ୍କ ସହିତ ହେଲା। ଧୀରେ ଧୀରେ ପରିବାରରେ ତାଙ୍କ ବିଷୟରେ କଥାବାର୍ତ୍ତା ଚାଲିଲା। ଦୁଇ ପରିବାର ନିଜର ବ୍ୟବସାୟ ସମ୍ପର୍କକୁ ଆତ୍ମୀୟ ସମ୍ପର୍କରେ ପରିବର୍ତ୍ତନ କରିଦେଲେ।

ଯଦି ଆମେ ଏମାନଙ୍କ ପ୍ରେମ କାହାଣୀ ବିଷୟରେ କହିବା ତେବେ ୨୦୦୭ ମସିହାରେ ନତାଶା ଓ ଗୌତମ ପରସ୍ପରକୁ ଡେଟ କରିବା ଆରମ୍ଭ କରିଲେ। ଗୌତମ ସବୁବେଳେ ଶାନ୍ତ ସ୍ଵଭାବର ଅଟନ୍ତି। ସେଥିପାଇଁ ଏହି ଦୁଇଜଣଙ୍କର ନିର୍ବନ୍ଧ ହେଉ ହେଉ ୩ ବର୍ଷ ବିତିଗଲା। ଏସବୁ ପରେ ୨୦୧୦ ମସିହାରେ ଦୁଇଜଣଙ୍କର ନିର୍ବନ୍ଧ ହୋଇଥିଲା ଓ ୨୦୧୧ରେ ବିବାହ ହୋଇଥିଲା। ଏମାନଙ୍କର ସମ୍ପର୍କକୁ ନେଇ ମଧ୍ୟ ଆମେ କହିପାରିବୁକି ଏମାନଙ୍କର ବିବାହ ଲଭ ଓ ଏରେଞ୍ଜ ଦୁଇଟି ଅଟେ। କାରଣ ଏମାନଙ୍କର ଏହି ସମ୍ପର୍କକୁ ଦୁଇ ପରିବାରର ମଞ୍ଜୁରୀ ମିଳିଥିଲା।

ଆଜି କହିବାକୁ ଗଲେ ଗୌତମ ଗମ୍ଭୀରଙ୍କ ଗୋଟିଏ ପୁଅ ଅଛି। ଯାହାର ନାମ ସେ ଅଜୀନ ଗମ୍ଭୀର ରଖିଛନ୍ତି। ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି। ଯାହାର ନାମ ଆନାୟଜା ଅଟେ। ଆଜି ସେ ଏକ ଖୁସିହାସି ଜୀବନ ବିତାଉଛନ୍ତି।

ବନ୍ଧୁଗଣ ଦେଶ ଦୁନିଆର ସମସ୍ତ ଖବର ଆପଣଙ୍କ ମୋବାଇଲରେ ପାଇବା ପାଇଁ ଆମ ଏହି page କୁ ଲାଇକ କରି ଦିଅନ୍ତୁ । ପ୍ରତିଟି ଖବର ଆପଣଙ୍କ ପାଖରେ ପହଂଚିବ । ଖବର ଭଲ ଲାଗିଲେ ଲାଇକ ଓ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *