ବୁଧର କୁମ୍ଭ ରାଶିରେ ପ୍ରବେଶ, ଜାଣନ୍ତୁ ୧୨ଟି ରାଶିରେ କିପରି ରହିବ ଶୁଭ ଏବଂ ଅଶୁଭ ପ୍ରଭାବ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁ ଗ୍ରହ ସମୟ ସମୟ ମଧ୍ୟରେ ନିଜର ସ୍ଥିତି ପରିବର୍ତ୍ତନ କରି ଥାଆନ୍ତି। ଯଦି କୌଣସି ଗ୍ରହ ନିଜର ରାଶି ପରିବର୍ତ୍ତନ କରିଥାଏ, ଯାହାଦ୍ବାରା ସବୁ ରାଶି ଉପରେ ସକାରାତ୍ମକ ବା ନକାରାତ୍ମକ ପ୍ରଭାବ ପଡିଥାଏ। ଜ୍ୟୋତିଷ ଗଣନା ଅନୁସାରେ ୨୫ ଜାନୁଆରୀ ସନ୍ଧ୍ୟା ୪:୫୪ ଘଟିକା ସମୟରେ ବୁଧ ଗ୍ରହ ମକର ରାଶିରେ ଯାତ୍ରା ସମାପ୍ତ କରି କୁମ୍ଭ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି ଏବଂ ଏହା ୩୦ ଜାନୁଆରୀ ରାତି ୯:୧୮ ରେ ବକ୍ରୀ ହୋଇ ୪ ଫେବୃୟାରୀ ରାତି ୧୦: ୩୮ ଘଟିକା ସମୟରେ ପୁଣି ମକର ରାଶିରେ ପ୍ରବେଶ କରିବେ।

ବୁଧ ଗ୍ରହର ରାଶି ପରିବର୍ତ୍ତନ ଯୋଗୁଁ ସବୁ ରାଶିର ଲୋକଙ୍କ ଜୀବନରେ କିଛି ନା କିଛି ପ୍ରଭାବ ଅବଦ୍ୟ ପଡ଼ିବ। ବୁଧର ଏହି ରାଶି ପରିବର୍ତ୍ତନ ଦ୍ଵାରା କେଉଁ ରାଶି ପାଇଁ ଶୁଭ ରହିବ ଏବଂ କେଉଁ ରାଶିକୁ ପାଇଁ ଅଶୁଭ ଫଳ ପ୍ରାପ୍ତ ହେବ , ଆସନ୍ତୁ ଜାଣିବା ସେହି ବିଷୟରେ।

ଆସନ୍ତୁ ଜାଣିବା ବୁଧର ଏହି ଗୋଚର ଦ୍ଵାରା କେଉଁ ରାଶି ପାଇଁ ଶୁଭ ରହିବ।

ମେଷ ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହର ଗୋଚର ଲାଭଦାୟକ ରହିବ। ଆପଣଙ୍କ ଦ୍ଵାରା କରିଥିବା ନୂଆ ଯୋଜନା ଲାଭଦାୟକ ରହିବ। ନୂଆ ନୂଆ ଲୋକଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ, ଯାହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ। ବିଦ୍ୟାର୍ଥୀ ମାନଙ୍କୁ ପ୍ରତିଯୋଗିତା ରେ ସଫଳତା ମିଳିବ। ସନ୍ତାନ ସମ୍ବନ୍ଧିତ ସବୁ ଚିନ୍ତା ଦୂର ହେବ। ନବ ଦମ୍ପତ୍ତିଙ୍କ ପାଇଁ ବୁଧର ଗୋଚର ଅନୁକୂଳ ସାବ୍ୟସ୍ତ ହେବ , ସନ୍ତାନ ପ୍ରାପ୍ତି ପାଇଁ ଶୁଭ ସମୟ ଅଟେ। କାର୍ଯ୍ୟରେ ଲଗାତାର ସଫଳତା ମିଳିବ।

Google

ବୃଷ ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହର ଗୋଚର ଶୁଭ ରହିବ। ଆର୍ଥିକ ସ୍ଥିତି ସୁଦୃଢ ରହିବ। କାର୍ଯ୍ୟ ବ୍ୟାପାରରେ ଲଗାତାର ସଫଳତା ମିଳିବ। କାର୍ଯ୍ୟ କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହିତ ସମ୍ବନ୍ଧ ସୁଦୃଢ ରହିବ। ପିତାମାତାଙ୍କ ସ୍ବାସ୍ଥ୍ୟ ରେ ସୁଧାର ଆସିବ। ଜମିବାଡ଼ି ମାମଲାରେ ସମାଧାନ ହୋଇଯିବ। ଆପଣ ଜମି ଅଥବା ବାହନ କିଣାକିଣି କରି ପାରନ୍ତି।

ତୁଳା ରାଶିର ଲୋକଙ୍କ ପାଇଁ ବୁଧର ଗୋଚର ଦ୍ଵାରା ଉତ୍ତମ ସଫଳତା ମିଳିବ। ବିଦ୍ୟାର୍ଥୀ ମାନଙ୍କୁ କୌଣସି ପ୍ରତିଯୋଗିତାରେ ସଫଳତା ମିଳିବ। କଠିନ ପରିଶ୍ରମ ଦ୍ବାରା ଆପଣଙ୍କୁ ସଫଳତା ମିଳିବ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ।

ଧନୁ ରାଶିର ଲୋକଙ୍କ ପାଇଁ ବୁଧର ଗୋଚର ଉତ୍ତମ ସାବ୍ୟସ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ବିସ୍ତାର ହୋଇପାରେ। ଆପଣଙ୍କ ମଧ୍ୟରେ ନୂତନ ଉର୍ଜାର ସଞ୍ଚାର ହୋଇପାରେ। ବିଶେଷ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ଚାକିରୀ ପେଶାରେ ଥିବା ଲୋକଙ୍କୁ ପଦୋନ୍ନତୀ ମିଳିବା ସହିତ ବେତନ ବୃଦ୍ଧି ହେବ। ଧାର୍ମିକ ସ୍ଥଳକୁ ଯାତ୍ରା କରି ପାରନ୍ତି। ଲମ୍ବା ସମୟରୁ ଚାକିରୀ ଖୋଜୁଥିବା ଲୋକଙ୍କୁ ଭଲ ଚାକିରୀ ମିଳିପାରେ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ।

ମକର ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହର ଗୋଚର ଅତି ଉତ୍ତମ ସାବ୍ୟସ୍ତ ହେବ। ଆପଣ ନିଜର ଉତ୍ତମ ବ୍ୟବହାର ଦ୍ଵାରା ଲୋକଙ୍କୁ ପ୍ରଭାବିତ କରିବେ। ଚାକିରୀ କ୍ଷେତ୍ରରେ ବାତାବରଣ ଆପଣଙ୍କ ସପକ୍ଷରେ ରହିବ। କଠିନ ପରିସ୍ଥିତିରେ ଆପଣ ନିଜର କୁଶଳତା ପ୍ରୟୋଗ କରିବେ। ସନ୍ତାନଙ୍କ ଦାୟିତ୍ୱ ଆପଣ ଉଚିତ ଢଙ୍ଗରେ ତୁଲାଇବେ। ଆପଣଙ୍କ ମାନସମ୍ମାନରେ ବୃଦ୍ଧି ହେବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ।

ଆସନ୍ତୁ ଜାଣିବା ବାକି ରାଶିର କିପରି ରହିବ ଅବସ୍ଥା –

ମିଥୁନ ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହର ଗୋଚର ଧର୍ମ କର୍ମ ମାମଲାରେ ଅଧିକ ଧନ ଖର୍ଚ୍ଚ ହୋଇପାରେ। ଆପଣଙ୍କ ପରାକ୍ରମରେ ବୃଦ୍ଧି ହେବ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ଆପଣ କୌଣସି ମହତ୍ୱପୂର୍ଣ୍ଣ ମାମଲାରେ ବଡ଼ ନିଷ୍ପତ୍ତି ନେଇ ପାରନ୍ତି। କାର୍ଯ୍ୟଳୟରେ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା ମିଳିବ । ବିଦେଶରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ନୂଆ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ବିଦ୍ୟାର୍ଥୀ ମାନଙ୍କୁ ପରୀକ୍ଷା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ।

କର୍କଟ ରାଶିର ଲୋକଙ୍କୁ ବୁଧ ଗ୍ରହର ଗୋଚର ଯୋଗୁଁ ଅନେକ କଠିନ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିପାରେ। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଗାଡି ଚଳାଚଳ ସମୟରେ ସାବଧାନ ରୁହନ୍ତୁ। କୌଣସି ପୁରୁଣା ବେମାରୀ ଯୋଗୁଁ ଆପଣ ଚିନ୍ତିତ ରହି ପାରନ୍ତି। ଶରୀର ରେ କୌଣସି ପ୍ରକାରର ସମସ୍ୟା ଦେଖା ଦେଇପାରେ। ପରିବାରରେ କୌଣସି ଲୋକଙ୍କ ସହିତ ଉତ୍ତମ ତାଳମେଳ ରଖିବେ।

Google

ସିଂହ ରାଶିର ଲୋକଙ୍କ ପାଇଁ ବୁଧର ଗୋଚର ମଧ୍ୟମ ଫଳଦାୟକ ରହିବ। ବିବାହ ସମ୍ବନ୍ଧିତ ମାମଲାରେ ଆସୁଥିବା ବାଧା ଦୂର ହେବ। ଶ୍ଵଶୁର ଘର ପକ୍ଷରୁ ସହଯୋଗ ପ୍ରାପ୍ତ ହେବ। ବ୍ୟାପାରରେ ଲାଭ ପ୍ରାପ୍ତ ହେବ। ବନ୍ଧୁଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ ଏବଂ ଏକ ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି। ଆପଣ ମହତ୍ୱପୂର୍ଣ୍ଣ କାଗଜପତ୍ରରେ ହସ୍ତାକ୍ଷର କରିବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ।

କନ୍ୟା ରାଶିର ଲୋକଙ୍କ ପାଇଁ ବୁଧର ଗୋଚର ଯୋଗୁଁ ଶତ୍ରୁରେ ବୃଦ୍ଧି ହୋଇପାରେ। ବିଦ୍ୟାର୍ଥୀ ମାନଙ୍କର ପାଠପଢ଼ାରେ ମନ ଲାଗିବ। ବିରୋଧୀ ପକ୍ଷ ଆପଣଙ୍କୁ ନୀଚ ପ୍ରଦର୍ଶନ କରିବା ପାଇଁ ପ୍ରୟାସ କରି ପାରନ୍ତି। ଆର୍ଥିକ ମାମଲାକୁ ନେଇ ସତର୍କ ରୁହନ୍ତୁ। ଧନ ହାନୀ ହେବାର ସମ୍ଭାବନା ରହିଛି। ଚାକିରୀ କ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିପାରେ।

ବିଛା ରାଶିର ଲୋକଙ୍କ ପାଇଁ ବୁଧର ଗୋଚର ସାମାନ୍ୟ ରହିବ। ଜମିବାଡ଼ି ମାମଲାରେ ସମାଧାନ ହୋଇପାରେ। ଧର୍ମ କର୍ମ କାର୍ଯ୍ୟରେ ରୁଚି ବଢିବ। ଆପଣ ଅସହାୟ ଲୋକଙ୍କୁ ସହଯୋଗ କରି ପାରନ୍ତି। ଯଦି ଆପଣ ନିବେଶ କରିବାକୁ ଚାହୁଁଛନ୍ତି ତାହେଲେ ଅନୁଭବୀ ଲୋକଙ୍କ ଠାରୁ ପରାମର୍ଶ ନିଅନ୍ତୁ। ବ୍ୟାପାରରେ ସମସ୍ୟା ଦେଖା ଦେଇପାରେ।

କୁମ୍ଭ ରାଶିର ଲୋକଙ୍କୁ ବୁଧ ଗ୍ରହର ଗୋଚର ଯୋଗୁଁ ନିଜ ଜୀବନରେ ସମସ୍ୟାର ସାମ୍ନା କରିବାକୁ ପଡିପାରେ। କୌଣସି କଥାକୁ ନେଇ ଆପଣ ଚିନ୍ତିତ ରହି ପାରନ୍ତି। କାର୍ଯ୍ୟ କ୍ଷେତ୍ରରେ ବିବା-ଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଆର୍ଥିକ ମାମଲାରେ ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି। ଆପଣ ନିଜ କ୍ରୋ-ଧକୁ ନିୟନ୍ତ୍ରଣ ରଖନ୍ତୁ। ବ୍ୟାପାରରେ ଲାଭ ମିଳିପାରେ। ଆପଣଙ୍କର ଅଧୁରା ମନସ୍କାମନା ପୂରଣ ହୋଇପାରେ।

ମୀନ ରାଶିର ଲୋକଙ୍କ ବୁଧର ଗୋଚର ଯୋଗୁଁ ବ୍ୟାପାରର ଗତି ଧୀର ଆସିଯାଏ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ଆପଣଙ୍କ ମନ କାର୍ଯ୍ୟରେ ଲାଗିବ ନାହିଁ। କୌଣସି ଲମ୍ବା ଦୂର ଯାତ୍ରାରେ ଯାଆନ୍ତୁ ନାହିଁ। ଦାମ୍ପତ୍ୟ ଜୀବନରେ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ପ୍ରେମ ଜୀବନ ପାଇଁ ସମୟ ଅନୁକୂଳ ରହିଛି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Leave a Reply

Your email address will not be published. Required fields are marked *