ଗ୍ରହ ନକ୍ଷତ୍ର ବନାଉଛନ୍ତି ଦୁଇଟି ଯୋଗ , ଏହି ୫ଟି ରାଶିର ପରିଶ୍ରମ ଆଣିବ ଉତ୍ତମ ଫଳ , ଜାଣନ୍ତୁ ଆପଣଙ୍କ ରାଶି ଉପରେ କି ପ୍ରଭାବ ପଡିବ

ଗ୍ରହ ନକ୍ଷତ୍ରର ଲଗାତାର ବଦଳୁ ଥିବା ସ୍ଥିତି ଯୋଗୁଁ ସବୁ ବ୍ୟକ୍ତିର ରାଶିରେ ଅଲଗା ଅଲଗା ପ୍ରଭାବ ପକାଇ ଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିର ରାଶିରେ ଗ୍ରହର ଚଳନ ଠିକ ରହିଛି ତାହେଲେ ଜୀବନରେ ଶୁଭ ପରିଣାମ ଦେଖିବାକୁ ମିଳିଥାଏ। କିନ୍ତୁ ଗ୍ରହର ସ୍ଥିତି ଠିକ୍ ନରହିବା କାରଣରୁ ଜୀବନରେ ବହୁତ ସମସ୍ୟା ଦେଖିବାକୁ ମିଳିଥାଏ। ପରିବର୍ତ୍ତନ ପ୍ରକୃତିର ନିୟମ ଅଟେ, ଏହା ନିରନ୍ତର ଚାଲି ରହିଥାଏ। ଏହାକୁ ରୋକି ପାରିବା ଅସମ୍ଭବ ଅଟେ।

ଜ୍ୟୋତିଷ ଗଣନା ଅନୁସାରେ ଆଜି ଗ୍ରହ ନକ୍ଷତ୍ରର ବଦଳୁ ଥିବା ସ୍ଥିତି ଯୋଗୁଁ ସିଦ୍ଧ ଯୋଗ ପରେ ସାଧ୍ୟ ଯୋଗର ନିର୍ମାଣ ହେଉଛି। ଏହାର ଶୁଭ ଓ ଅଶୁଭ ପ୍ରଭାବ ୧୨ ଟି ରାଶି ଉପରେ ପକାଇବ। କହିବାକୁ ଗଲେ କେଉଁ ରାଶିର ଲୋକଙ୍କୁ ଶୁଭ ଫଳ ପ୍ରାପ୍ତ ହେବ, କେଉଁ ମାନଙ୍କୁ ବିପରୀତ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ ? ଚାଲନ୍ତୁ ଜାଣିବା ସେହି ବିଷୟରେ।

ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କୁ ମିଳିବ ଶୁଭ ଫଳ।

ସିଂହ ରାଶିର ଲୋକଙ୍କର ବିଚାର କରିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଏହି ଶୁଭ ଯୋଗ ଦ୍ୱାରା ବ୍ୟବସାୟ କରୁଥିବା ଲୋକଙ୍କୁ ଫାଇଦା ମିଳିବ। ବ୍ୟବସାୟରେ ଫାଇଦା ମିଳିବାର ଯୋଗ ରହିଛି। ବିବାହିତ ଲୋକଙ୍କର ଗୃହସ୍ଥ ଜୀବନ ସୁଖମୟ ରହିବ। ପ୍ରେମ ସମ୍ବନ୍ଧରେ ମଧୁରତା ବଢିବ। ଆପଣ କୌଣସି ବୁଝାମଣାର କାର୍ଯ୍ୟ କରି ପାରନ୍ତି। ଆର୍ଥିକ ସ୍ଥିତିରେ ଆପଣଙ୍କୁ ସଫଳତା ମିଳିବ। ଆପଣ ଭବିଷ୍ୟତ ପାଇଁ ଧନ ଏକତ୍ରିତ କରିବେ।

Google

ତୁଳା ରାଶିର ଲୋକଙ୍କୁ ନିଜର ପରିଶ୍ରମ ଅନୁସାରେ ସଫଳତା ମିଳିବ। ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ। ଚାକିରୀ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କୁ ସହଯୋଗ କରିବେ ଏବଂ ପ୍ରଶଂସା କରିବେ। ପ୍ରେମ ଜୀବନ ସୁଖମୟ ରହିବ। ପ୍ରେମୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ପରସ୍ପର ପ୍ରତି ବିଚାର ସକାରାତ୍ମକ ରହିବ।

ବିଛା ରାଶିର ଲୋକଙ୍କର ଭାଗ୍ୟ ସୁଦୃଢ ରହିବ। କାରବାରରେ ଧନ ଲାଭ ହେବାର ଯୋଗ ରହିଛି। ଆର୍ଥିକ ସ୍ଥିତି ସୁଦୃଢ ରହିବ। ଲାଭର ଅନେକ ଅବସର ମିଳିବ। ଖାସ୍ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ବ୍ୟବସାୟରେ ସଫଳତା ହାସଲ କରିବେ । ଆପଣ ନିଜର ସମ୍ପର୍କୀୟଙ୍କ ସହିତ ଦେଖାସାକ୍ଷାତ ହୋଇ ପାରନ୍ତି। ବୈବାହିକ ଜୀବନ ସୁଖମୟ ରହିବ।

କୁମ୍ଭ ରାଶିର ଲୋକଙ୍କର ଆତ୍ମବିଶ୍ବାସ ସୁଦୃଢ ରହିବ। ଚାକିରୀ କ୍ଷେତ୍ରରେ ଅଧିକାରୀ ଆପଣଙ୍କୁ ସହଯୋଗ କରିବେ। ସଫଳତାର ଅନେକ ଅବସର ମିଳିବ। କ୍ୟାରିୟରରେ ଉନ୍ନତିର ନୂତନ ମାର୍ଗ ପ୍ରାପ୍ତ ହେବ। ନିଜର ଅଟକି ରହିଥିବା କାର୍ଯ୍ୟ ପୂରଣ କରି ପାରନ୍ତି। କ୍ୟାରିୟରରେ ଉନ୍ନତିର ରାସ୍ତା ଖୋଲି ଯିବ। ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ। ଧାର୍ମିକ କାର୍ଯ୍ୟରେ ରୁଚି ବଢିବ।

ମୀନ ରାଶିର ଲୋକଙ୍କ ଦୃଢ଼ ମନୋବଳ ଯୋଗୁଁ ଜରୁରୀ କାର୍ଯ୍ୟରେ ସଫଳତା ମିଳିବ। ପିତାମାତାଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଆର୍ଥିକ ସ୍ଥିତି ପ୍ରବଳ ରହିବ। କାର୍ଯ୍ୟଳୟରେ ଆପଣଙ୍କ ମନ ପ୍ରସନ୍ନ ରହିବ। ସନ୍ତାନଙ୍କ ତରଫରୁ ସୁଖ ପ୍ରାପ୍ତ ହେବ। ବନ୍ଧୁଙ୍କ ସହିତ ମଉଜ ମସ୍ତି କରିବେ। ସାମାଜିକ କ୍ଷେତ୍ରରେ ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ପାଇବ। କ୍ୟାରିୟରରେ ଲଗାତାର ଆଗକୁ ବଢିବେ।

ଆସନ୍ତୁ ଜାଣିବା ବାକି ରାଶିର କିପରି ରହିବ ଅବସ୍ଥା –

ମେଷ ରାଶିର ଲୋକଙ୍କ ମନରେ କାର୍ଯ୍ୟ ମାମଲାରେ ଅନେକ ବିଚାର ଆସିବ। ଆପଣଙ୍କୁ ଧ୍ୟାନ ରଖିବାକୁ ପଡିବ ଯେ କୌଣସି କାର୍ଯ୍ୟ ସୀଘ୍ରତାରେ ଆରମ୍ଭ କରନ୍ତୁ ନାହିଁ। ପାରିବାରିକ ମାହୋଲ ସୁଖମୟ ରହିବ। ବନ୍ଧୁଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଅଚାନକ ଦୁଃଖଦ ସମାଚାର ମିଳିପାରେ। ଆପଣଙ୍କ ମନ ନିରାଶ ହୋଇପାରେ। ଆପଣଙ୍କୁ ନିଜ ଚିନ୍ତାଧାରା ସକାରାତ୍ମକ ରଖିବାକୁ ପଡିବ। ସମ୍ପତ୍ତି କାର୍ଯ୍ୟରେ ଲାଭ ମିଳିବ।

ବୃଷ ରାଶି ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ। କାରବାରରେ ବୃଦ୍ଧି ହେବ। ଆପଣଙ୍କୁ ନିଜ ଲକ୍ଷ୍ୟ ପ୍ରତି ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। ଆପଣ ଅଜଣା ଲୋକଙ୍କ କଥାକୁ ଧ୍ୟାନ ଦିଅନ୍ତୁ ନାହିଁ। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ନିଜ ମନକଥା ତାଙ୍କୁ ସେୟାର କରିବେ। ଆପଣଙ୍କ ସମ୍ପର୍କ ସୁଦୃଢ ରହିବ। ସ୍ବାସ୍ଥ୍ୟ ମାମଲାରେ ଆପଣ ଦାୟିତ୍ବହୀନ ହୁଅନ୍ତୁ ନାହିଁ। ଖାଦ୍ୟପେୟ ଉପରେ ଧ୍ୟାନ ରଖନ୍ତୁ।

Google

ମିଥୁନ ରାଶିର ଲୋକଙ୍କର କାର୍ଯ୍ୟ ମାମଲାରେ ସ୍ଥିତି ସୁଦୃଢ ରହିବ। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରଭାବଶାଳୀ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଶିକ୍ଷା କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ କୌଣସି ପ୍ରତିଯୋଗିତାରେ ସଫଳତା ମିଳିବ। ବ୍ୟାପାର ବଢେଇବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆପଣଙ୍କୁ ସକାରାତ୍ମକ ରେଜଲ୍ଟ ମିଳିପାରେ। ସାମାଜିକ ଦାୟରା ବୃଦ୍ଧି ପାଇବ।

କର୍କଟ ରାଶିର ଲୋକଙ୍କ ଜୀବନରେ ଅନେକ କଠିନ ପରିସ୍ଥିତି ସୃଷ୍ଟି ହୋଇପାରେ। ସନ୍ତାନଙ୍କ ପକ୍ଷରୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ପାରିବାରିକ ଜୀବନ ସୁଖମୟ ରହିବ। ଅଫିସରେ ଆପଣ କୌଣସି ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ କରିବେ। ବରିଷ୍ଠ ଅଧିକାରୀ ଆପଣଙ୍କୁ ସହଯୋଗ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପ୍ରେମ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ।

କନ୍ୟା ରାଶିର ଲୋକଙ୍କୁ ବିତ୍ତୀୟ ସମ୍ବନ୍ଧିତ ମାମଲାରେ ବୁଝାମଣା କରି କାମ କରିବା ଉଚିତ। କିଛି ଜରୁରୀ କାର୍ଯ୍ୟରେ ବନ୍ଧୁଙ୍କ ସହାୟତା ନେଇ ପାରନ୍ତି। ଅଫିସରେ ସହକର୍ମୀଙ୍କ ସହିତ ବିବାଦ ହୋଇପାରେ। ବ୍ୟବସାୟରେ କୌଣସି ଯୋଜନା ଉପରେ ଆପଣ କାମ କରି ପାରନ୍ତି। ଆପଣଙ୍କୁ ନିଜ ବାଣୀ ଇପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ସନ୍ତାନଙ୍କ ତରଫରୁ ଚିନ୍ତା ଗ୍ରାସ କରିପାରେ।

ଧନୁ ରାଶିର ଲୋକଙ୍କୁ ଅନେକ କଠିନ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିପାରେ। ସେୟାର ମାର୍କେଟ ସହିତ ଜଡିତ ଲୋକଙ୍କୁ ହାନୀ ହେବାର ସମ୍ଭାବନା ରହିଛି। ସାମାଜିକ ବା ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ତାଳମେଳ ରହିବ। ବୃଦ୍ଧ ଲୋକଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ। ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ସମୟ ରହିବ। ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆର୍ଥିକ ମାମଲାରେ ବଡ଼ ନିଷ୍ପତ୍ତି ନେବାକୁ ପଡିପାରେ।

ମକର ରାଶିର ଲୋକଙ୍କୁ ବ୍ୟବସାୟ ମାମଲାରେ କୌଣସି ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ଆପଣଙ୍କ ସମୟ ସାମାନ୍ୟ ରହିବ। ଆପଣଙ୍କୁ ବିନମ୍ର ସ୍ଵଭାବ ରଖିବା ଆବଶ୍ୟକ। ଯାହାଦ୍ବାରା ଲୋକେ ଆପଣଙ୍କ ବ୍ୟବହାର ରେ ପ୍ରଭାବିତ ହେବେ। ସମ୍ପତ୍ତି କାର୍ଯ୍ୟ ପାଇଁ ସମୟ ସାମାନ୍ୟ ରହିଛି। ଆପଣ ନିଜର ଯୋଜନା ଅନୁସାରେ କାର୍ଯ୍ୟ କରନ୍ତୁ,ଆପଣଙ୍କୁ ଅଧିକ ଫାଇଦା ମିଳିବ। ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Leave a Reply

Your email address will not be published. Required fields are marked *