ଟିଭି ପରଦାର ଏହି 5 ସୁନ୍ଦରୀଙ୍କ ଭଉଣୀ ପରସ୍ପରର କାର୍ବନ କପି ଯାହା ଦେଖି ଆପଣ ମଧ୍ୟ ଚକିତ ହେଇଯିବେ ।

ବଲିଉଡ ଇଣ୍ଡଷ୍ଟ୍ରି ଏବଂ ଟିଭି ଇଣ୍ଡଷ୍ଟ୍ରିର ଅଭିନେତ୍ରୀମାନେ ପ୍ରାୟତଃ ସବୁବେଳେ ହେଡଲାଇନରେ ରହିଥାନ୍ତି ଏବଂ ଏହି ଅଭିନେତ୍ରୀମାନେ ପ୍ରାୟତଃ ସେମାନଙ୍କ ପରିବାରର ଫଟୋ ମଧ୍ୟ ସେୟାର କରନ୍ତି । ଆଜି ଆମେ ଆପଣଙ୍କୁ ଟିଭି ଦୁନିଆର କିଛି ସୁନ୍ଦରୀ ହସିନାମାନଙ୍କ ଭଉଣୀଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଦେଖିବାକୁ ରୂପରେ ବହୁତ ସୁନ୍ଦର ଏବଂ ସେମାନଙ୍କୁ ଦେଖିଲେ ଲାଗିବ ଯେ ପରସ୍ପରର କାର୍ବନ କପି ବୋଲି,ତେବେ ଆସନ୍ତୁ ଦେଖିବା ଏହି ତାଲିକାରେ କେଉଁମାନଙ୍କ ନାମ ରହିଛି।

Google

ଭାରତୀ ସିଂ:-

ଟିଭି ଇଣ୍ଡଷ୍ଟ୍ରିର ହସ ରାଣୀ ଭାବରେ ଜଣାଶୁଣା ଭାରତୀ ସିଂ ବର୍ତ୍ତମାନ ସମୟର ସବୁଠାରୁ ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ହୋଇପାରିଛନ୍ତି ଏବଂ ଭାରତୀ ସିଂ ଅନେକ ଟିଭି ଶୋ’ରେ କାମ କରିଛନ୍ତି ଏବଂ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭାରତୀ ସିଂଙ୍କ ପରିବାର କହିଲେ ତାଙ୍କ ମା ଏବଂ ତାଙ୍କ ବଡ ଭଉଣୀ । ତାଙ୍କ ଭଉଣୀଙ୍କ ନାମ ପିଙ୍କି ସିଂ, ଯିଏ ଭାରତୀ ସିଂଙ୍କ ଠାରୁ ବଡ ଏବଂ ପିଙ୍କି ସିଂଙ୍କ ଦେଖିବାକୁ ପୁରା ଭାରତୀଙ୍କ ପରି । ସେ ତାଙ୍କ ଭଉଣୀଙ୍କ ସହ ଫଟୋ ଉଠାଇ ସେୟାର କରନ୍ତି,ଯେଉଁଥିରେ ପିଙ୍କି ଏବଂ ଭାରତୀ ସିଂ ପରସ୍ପରର କାର୍ବନ କପି ପରି ଲାଗନ୍ତି ଏବଂ ସେମାନଙ୍କର ଫଟୋ ମଧ୍ୟ ବହୁ ଭାଇରାଲ୍ ହୁଏ ।

Google

ଶକ୍ତି ମୋହନ:-

ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ଶକ୍ତି ମୋହନ ଏବଂ ତାଙ୍କ ଭଉଣୀ ମୁକ୍ତି ମୋହନ ଉଭୟ ପରସ୍ପରର କାର୍ବନ କପି ପରି ମନେହୁଅନ୍ତି ଏବଂ ଯେତେବେଳେ ବି ଏହି ଦୁଇଜଣ ଏକାଠି ଥାନ୍ତି ,ପ୍ରଶଂସକମାନଙ୍କ ପାଇଁ ସେମାନଙ୍କୁ ଚିହ୍ନିବା କଷ୍ଟକର ହୋଇଯାଏ । ଏହି ଦୁଇ ଭଉଣୀ ଡାନସିଂରେ କ୍ୟାରିଅର୍ କରିଛନ୍ତି ଏବଂ ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ହୋଇଛନ୍ତି ଏବଂ ପ୍ରାୟତଃ ଉଭୟ ଏକତ୍ର ସେମାନଙ୍କର ସୁନ୍ଦର ଫଟୋ ପୋଷ୍ଟ କରିଥାନ୍ତି ।

Google

ଶିବାଙ୍ଗୀ ଯୋଶୀ:-

ଷ୍ଟାର୍ ପ୍ଲସର ପ୍ରସିଦ୍ଧ ଶୋ “ୟେ ରିସ୍ତା କ୍ୟା କେହଲତା ହେ” ର ପ୍ରସିଦ୍ଧ ନାୟିକା ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଶିବାଙ୍ଗୀ ଯୋଶୀ ଯିଏକି ନାୟରା ରୂପେ ଘରେ ଘରେ ପ୍ରସିଦ୍ଧ ତାଙ୍କର ଶୀତଳ ଯୋଶୀ ନାମକ ଭଉଣୀ ଅଛି ଏବଂ ଶୀତଳ ଦେଖିବାକୁ ଶିବାଙ୍ଗୀଙ୍କ ପରି । ଏହି ଦୁଇ ଭଉଣୀଙ୍କ ମଧ୍ୟରେ ବହୁତ ଭଲ ବନ୍ଧନ ଅଛି ଏବଂ ପ୍ରାୟତ ଦୁଇ ଭଉଣୀ ଏକତ୍ର ଫଟୋ ସେୟାର କରନ୍ତି ଯାହାକି ବହୁ ଭାଇରାଲ୍ ହୁଏ । ଶୀତଳ ଯୋଶୀ ଦେଖିବାକୁ ପୁରା ଶିବାଙ୍ଗୀ ଯୋଶୀଙ୍କ ଭଳି ଏବଂ ଦୁହେଁ ମଧ୍ୟ ବହୁ ସୁନ୍ଦର ଦେଖିବାକୁ।

Google

ଦିବ୍ୟଙ୍କା ତ୍ରିପାଠୀ:-

ଟିଭି ଦୁନିଆର ସବୁଠାରୁ ସୁନ୍ଦର ତଥା ପ୍ରସିଦ୍ଧ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ବର୍ତ୍ତମାନ ସମୟରେ ଟିଭି ଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ ହୋଇପାରିଛନ୍ତି । ଦିବ୍ୟଙ୍କାଙ୍କ ଭଉଣୀର ନାମ ହେଉଛି ପ୍ରିୟଙ୍କା ତ୍ରିପାଠୀ ଏବଂ ପ୍ରିୟଙ୍କାଙ୍କ ବ୍ୟକ୍ତିତ୍ୱ ଦିବ୍ୟଙ୍କାଙ୍କ ପରି ଏବଂ ଉଭୟ ଦେଖିବାକୁ ପରସ୍ପରର କାର୍ବନ କପି । ପ୍ରିୟଙ୍କା ଦିବ୍ୟଙ୍କାଙ୍କଠାରୁ ବଡ ଏବଂ ସେ ଭୋପାଳରେ ରୁହନ୍ତି ।

Google

ସ୍ମୃତି ଖାନ୍ନା:-

ଟିଭି ଅଭିନେତ୍ରୀ ସ୍ମୃତି ଖାନ୍ନା ଟିଭିରେ ଅନେକ ଲୋକପ୍ରିୟ ଶୋ’ରେ କାମ କରିଛନ୍ତି । ତାଙ୍କ ଭଉଣୀଙ୍କ ନାମ ଶ୍ରୁତି ଖାନ୍ନା ଅଟେ ଯିଏକି ଦେଖିବାକୁ ଅବିକଳ ତାଙ୍କ ପରି ।

ବନ୍ଧୁଗଣ ଦେଶ ଦୁନିଆର ସମସ୍ତ ଖବର ଆପଣଙ୍କ ମୋବାଇଲରେ ପାଇବା ପାଇଁ ଆମ ଏହି page କୁ ଲାଇକ କରି ଦିଅନ୍ତୁ । ପ୍ରତିଟି ଖବର ଆପଣଙ୍କ ପାଖରେ ପହଂଚିବ । ଖବର ଭଲ ଲାଗିଲେ ଲାଇକ ଓ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *