22 ଜାନୁଆରୀରେ ହେବ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ, ଜାଣନ୍ତୁ 12 ରାଶି ମଧ୍ୟରୁ କେଉଁ ମାନଙ୍କୁ ମିଳିବ ଶୁଭ ଫଳ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆକାଶର ସମସ୍ତ ଗ୍ରହ ସମୟ ସହିତ ସେମାନଙ୍କର ସ୍ଥିତିକୁ ପରିବର୍ତ୍ତନ କରିଥାନ୍ତି ଯେଉଁ କାରଣରୁ ସମସ୍ତ ରାଶିର ଜାତକଙ୍କ ଉପରେ କିଛି ପ୍ରଭାବ ପଡିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଭଗବାନ ଶନିଙ୍କ ଗତିବିଧି ଅତ୍ୟନ୍ତ ମନ୍ଥର ବୋଲି ବିବେଚନା କରାଯାଏ। ଶନି ଅଢେ଼ଇ ବର୍ଷ ପରେ ନିଜର ରାଶି ପରିବର୍ତ୍ତନ କରନ୍ତି।ଆପଣଙ୍କୁ କହିବାକୁ ଯାଉଛୁ ଯେ ଏହି ବର୍ଷ ଭଗବାନ ଶନିଦେବ ନିଜ ମକର ରାଶିରେ ରହିବେ କିନ୍ତୁ ଜାନୁୟାରୀ ୨୨ ରେ ଭଗବାନଶନି ଦେବଙ୍କ ନକ୍ଷତ୍ର ବଦଳୁଛି। ଏହି ଦିନ ଏହା ଶ୍ରାବଣ ନକ୍ଷତ୍ରରେ ପ୍ରବେଶ କରିବ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଭଗବାନ ଶନି ଦେବଙ୍କ ନକ୍ଷତ୍ର ପରିବର୍ତ୍ତନ ଯୋଗୁ ସମସ୍ତ ୧୨ଟି ରାଶିଙ୍କ ଉପରେ ଶୁଭ ଏବଂ ଅଶୁଭ ପ୍ରଭାବ ପଡ଼ିବ। କେଉଁ ଲୋକମାନେ ଶୁଭ ଫଳାଫଳ ପାଇବେ ଏବଂ କେଉଁ ରାଶି ମାନେ ଅଶୁଭ ଫଳାଫଳ ପାଇବେ? ଆସନ୍ତୁ ଜାଣିବା ଏହା ବିଷୟରେ।

ଆସନ୍ତୁ ଜାଣିବା ଶନିଙ୍କ ନକ୍ଷତ୍ର ପରିବର୍ତନ ଯୋଗୁ କେଉଁ ରାଶି ମାନଙ୍କୁ ମିଳିବ ଶୁଭ ଫଳ।

ମେଷ ରାଶି:-

ଏହି ରାଶି ଥିବା ଲୋକମାନେ ଶନି ଗ୍ରହ ନକ୍ଷତ୍ର ପରିବର୍ତ୍ତନ ଯୋଗୁଁ ସମ୍ପୂର୍ଣ ଫଳ ମିଳିବ। ପିତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ଭାଇଭଉଣୀଙ୍କ ସହ ସମ୍ପର୍କ ସୁଧୁରିବାର ସମ୍ଭାବନା ଅଛି। କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବାର ଆଶା ରହିଛି।ଆପଣ ନିଜର ଚିନ୍ତାଧାରାକୁ ଠିକ ସମୟରେ ସଂପୂର୍ଣ୍ଣ କରିପାରିବେ। ବିପୁଳ ପରିମାଣର ଧନଲାଭ ମିଳିପାରେ।

Google

କନ୍ୟା ରାଶି:-

ଏହି ରାଶି ଥିବା ଲୋକମାନେ ଶନି ଗ୍ରହ ନକ୍ଷତ୍ର ପରିବର୍ତ୍ତନ ଯୋଗୁଁ ବହୁତ ଭଲ ରହିବ। ସନ୍ତାନ ମାନଙ୍କଠାରୁ ବହୁତ ଭଲ ଖବର ମିଳିପାରେ। ପ୍ରେମ ପ୍ରସଙ୍ଗରେ ଆପଣ ଭାଗ୍ୟବାନ ହେବେ। ଆପଣ ନିଜ ଜୀବନସାଥୀଙ୍କ ସହିତ ଭଲ ସମୟ ଅତିବାହିତ କରିବାକୁ ଯାଉଛନ୍ତି। ଅବିବାହିତ ଲୋକଙ୍କର ପ୍ରସ୍ତାବ ସମ୍ପର୍କ ଠିକ ହୋଇପାରେ। ଆୟରେ ବହୁତ ବୃଦ୍ଧି ଘଟିବ। ଟଙ୍କା ରୋଜଗାର କରିବାର ଉପାୟ ହାସିଲ ହୋଇପାରେ।

ତୁଳା ରାଶି:-

ଏହି ରାଶି ଥିବା ଲୋକମାନେ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଯୋଗୁଁ ସମ୍ପତ୍ତି କ୍ଷେତ୍ରରେ ଲାଭ ପାଇବେ ବୋଲି ଆଶା କରାଯାଏ।ସମ୍ପତ୍ତି କିଣିବା ପାଇଁ ଆପଣ କୌଣସି ନିଷ୍ପତି ନେଇପାରନ୍ତି। ଆର୍ଥିକ ପରିସ୍ଥିତି ମଜବୁତ ରହିବ। ପାରିବାରିକ ପରିବେଶ ସୁଖଦ ରହିବ। ପରିବାରର ସମସ୍ତ ସଦସ୍ୟ ଆପଣଙ୍କୁ ପୂର୍ଣ୍ଣ ସମର୍ଥନ କରିବେ। ବ୍ୟକ୍ତିଗତ ଜୀବନରେ ଚାଲିଥିବା ସମସ୍ୟାର ସମାଧାନ ହୋଇପାରେ। ବ୍ୟବସାୟ କ୍ଷେତ୍ରରେ ଆପଣ କ୍ରମାଗତ ଭାବରେ ଅଗ୍ରଗତି ହାସଲ କରିବେ।

ବିଛା ରାଶି:-

ଏହି ରାଶିର ଲୋକମାନେ ଶନିଙ୍କ ନକ୍ଷତ୍ର ପରିବର୍ତନ ଯୋଗୁ ସାକାରାତ୍ମକ ପରିଣାମ ମିଳିବାର ଆସା ଅଛି। ଆପଣଙ୍କର ମହତ୍ତ୍ୱପୂର୍ଣ କାର୍ଯ୍ୟ ସମାପ୍ତ ହେବ ଯେଉଁଥିରେ ଆପଣଙ୍କୁ ଭଲ ଲାଭ ମିଳିପାରେ। ଆପଣଙ୍କ ଜୀବନରେ ସୁଖ ଆସିବାକୁ ଯାଉଛି। ହଠାତ ଧନଲାଭ ହେବାର ସମ୍ଭାବନା ଅଛି। ଭାଇଭଉଣୀଙ୍କ ସହ ସମ୍ପର୍କ ସୁଦୃଢ ହେବ। ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବାକୁ ଯାଉଛି। ଦୀର୍ଘ ସମୟ ଧରି ସ୍ଥଗିତ କାର୍ଯ୍ୟ ସମାପ୍ତ ହେବ।

ଧନୁ ରାଶି:-

ଧନୁ ରାଶିର ଲୋକମାନେ ଶନିଙ୍କ ନକ୍ଷତ୍ର ପରିବର୍ତନ ଯୋଗୁଁ ସକରାତ୍ମକ ଫଳାଫଳ ପାଇବେ। ଭାଗ୍ୟ ଯୋଗୁ ଆପଣ ନିଜର କାର୍ଯ୍ୟରେ ସଫଳତା ପାଇବେ। ଶ୍ରାବଣ ନକ୍ଷତ୍ରରେ ଶନିଙ୍କ ଆଗମନ ସହିତ ଆପଣଙ୍କ ଜୀବନରେ ଧନ ପ୍ରାପ୍ତି ହେବାର ହଠାତ ସମ୍ଭାବନା ଅଛି। ପିତୃପୁରୁଷଙ୍କ ସମ୍ପତ୍ତିରେ ଲାଭବାନ ହୋଇପାରନ୍ତି। ଆପଣକଙ୍କର ଯୋଜନା ସମାପ୍ତ ହେବ। ଆପଣଙ୍କର ଅସମ୍ପୂର୍ଣ୍ଣ ଇଚ୍ଛା ପୂରଣ ହୋଇପାରେ। ଆପଣ ପ୍ରତ୍ୟେକ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ।

ମକର ରାଶି:-

ଏହି ରାଶିର ଲୋକଙ୍କର ଶନିଙ୍କ ନକ୍ଷତ୍ର ପରିବର୍ତନ ଯୋଗୁଁ ଧନ ପ୍ରାପ୍ତିର ଯୋଗ ରହିଛି। ପୈତୃକ ସମ୍ପତି ସହିତ ଜଡ଼ିତ କାର୍ଯ୍ୟ ଅଗ୍ରଗତି କରିବ। ବାପାଙ୍କ ସାହାଯ୍ୟରେ କିଛି କାମରେ ଲାଭ ମିଳିପାରେ। ସାମାଜିକ ଦାୟିତ୍ୱ ବୃଦ୍ଧି ପାଇବ। ପ୍ରଭାବଶାଳୀ ଲୋକଙ୍କ ସାହାଯ୍ୟରେ ଆପଣ ନିଜର କ୍ୟାରିୟରରେ ଅଗ୍ରଗତି କରିବେ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିବ। ପ୍ରେମ ଜୀବନରେ ଖୁସି ପରିବେଶ ପାଇବାର ଯୋଗ ରହିଛି।

କୁମ୍ଭ ରାଶି:-

ଏହି ରାଶିର ଲୋକଙ୍କର ଶନିଙ୍କ ନକ୍ଷତ୍ର ପରିବର୍ତନ ଯୋଗୁଁ ବହୁତ ଖାସ ରହିବ। ଦାମ୍ପତ୍ୟ ଜୀବନ ସହିତ ଜଡିତ ସମସ୍ୟାର ସମାଧାନ ହୋଇପାରେ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ। ଆପଣମାନେ ପରସ୍ପରର ଭାବନା ବୁଝିପାରିବେ। ଯାନର ସୁଖ ମିଳିପାରେ। ବ୍ୟବସାୟ କ୍ଷେତ୍ର ସହିତ ଜଡିତ ଲୋକମାନଙ୍କର ସଫଳତା ମିଳିବାର ସମସ୍ତ ଆଶା ଅଛି। ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟରେ ଆପଣ ବିପୁଳ ଲାଭ ପାଇବେ। ପ୍ରେମ ଜୀବନ ଭଲ ରହିବ।

ମୀନ ରାଶି:-

ଏହି ରାଶିର ଲୋକଙ୍କର ଶନିଙ୍କ ନକ୍ଷତ୍ର ପରିବର୍ତନ ଯୋଗୁଁ ଭାଗ୍ୟବାନ ରହିବେ। ଆପଣ ଶନିଙ୍କ ଠାରୁ ସକରାତ୍ମକ ଫଳ ପାଇବେ।ଆପଣ ନିଜର ବିରୋଧୀଙ୍କୁ ପରାସ୍ତ କରିବେ। ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଛାତ୍ରମାନେ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହୋଇପାରନ୍ତି। ଆପଣଙ୍କର ସମୟ ବହୁତ ଭଲ ରହିବ। ଆପଣ ନିଜ ଇଚ୍ଛା ସବୁ ପୂରଣ କରିପାରିବେ।

ଆସନ୍ତୁ ଜାଣିବା ଅନ୍ୟ ରାଶି ମାନଙ୍କର ସ୍ଥିତି କିପରି ରହିବ।

ବୃଷ ରାଶି:-

ଏହି ରାଶିର ଲୋକଙ୍କ ମାନଙ୍କୁ ଶନିଙ୍କ ନକ୍ଷତ୍ର ପରିବର୍ତନ ଯୋଗୁ ମାନସିକ ଚାପରେ ଦେଇ ଗତି କରିବାକୁ ପଡ଼ିବ। ଭାଇ ଭଉଣୀଙ୍କ ସହିତ ଭଲ ସମ୍ପର୍କ ସ୍ଥାପନ କରି ଚାଲନ୍ତୁ। ଆପଣଙ୍କ ବ୍ୟକ୍ତିଗତ ଜୀବନରେ କିଛି ସମସ୍ୟା ଆସିପାରେ। କିଛି କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭୁଲ ବୁଝାମଣା ହେବାର ସମ୍ଭାବନା ଅଛି।ଭଲ ଏହା ହେବ ଯଦି ଆପଣ ବସି ଶାନ୍ତିପୂର୍ଣ୍ଣ ଭାବରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତି। କୌଣସି ବଡ଼ ବିନିଯୋଗ କରିବା ପୂର୍ବରୁ ଆପଣ ଘରର ଅଭିଜ୍ଞ ବ୍ୟକ୍ତିଙ୍କ ସହିତ ପରାମର୍ଶ ନେବା ନିତାନ୍ତ ଜରୁରୀ।

Google

ମିଥୁନ ରାଶି:-

ମିଥୁନର ଲୋକମାନଙ୍କୁ ଶନିଙ୍କ ନକ୍ଷତ୍ର ପରିବର୍ତନ ଯୋଗୁ ଜୀବନରେ କିଛି ଉତ୍ଥାନ-ପତନ ଦେଖିବାକୁ ମିଳିପାରେ। କିଛି କାର୍ଯ୍ୟ ସଫଳ ହେବ ନାହିଁ ଯେଉଁ କାରଣରୁ ଆପଣ ମାନସିକ ସ୍ତରରେ ଚାପଗ୍ରସ୍ତ ଅନୁଭବ କରିବେ। ଆପଣ ନିଜର ସ୍ୱାସ୍ଥ୍ୟକୁ ନେଇ ବିଶେଷ ଯତ୍ନ ନେବାକୁ ପଡିବ। କୌଣସି ପୁରୁଣା ରୋଗରେ ଚିକିତ୍ସା ପାଇଁ ଅଧିକ ଅର୍ଥ ଖର୍ଚ୍ଚ ହୋଇପାରେ। ଆପଣ ପିତାମାତାଙ୍କ ଆଶୀର୍ବାଦ ପାଇବେ। ଆର୍ଥିକ ମାମଲାରେ ସତର୍କ ରହିବା ଆବଶ୍ୟକ।

କର୍କଟ ରାଶି:-

ଏହି ରାଶିର ଲୋକଙ୍କୁ ମିଶ୍ରିତ ପରିଣାମ ହାସିଲ ହେବ। ଜୀବନସାଥୀଙ୍କ ସ୍ବାସ୍ଥ୍ୟ ସମ୍ବୋଦ୍ଧିତ ସମସ୍ୟା ସୃଷ୍ଟି ହୋଇପାରେ ଯାହାକୁ ନେଇ ଆପଣ ଅଧିକ ଚିନ୍ତିତ ରହିବେ। ବୈବାହିକ ଜୀବନ ଟିକେ ଚାପଭରା ରହିବ। ବ୍ୟବସାୟ ସହିତ ଜଡ଼ିତ ଲୋକମାନଙ୍କୁ ଭଲ ଫଳ ମିଳିବାର ଆସା ରହିଛି। ବ୍ୟବସାୟରେ ଆପଣଙ୍କୁ ସଫଳତା ହାସିଲ ହେବ। ଗଡ଼ି ଚଲାଇବା ସମୟରେ ଆପଣ ସାବଧାନ ରୁହନ୍ତୁ।

ସିଂହ ରାଶି:-

ଏହି ରାଶିର ଲୋକମାନଙ୍କୁ ଭଗବାନ ଶନିଙ୍କର ନକ୍ଷତ୍ର ପରିବର୍ତନ କାରଣରୁ ସ୍ବାସ୍ଥ୍ୟକୁ ନେଇ ବହୁତ ଅଧିକ ସତର୍କ ରହିବାକୁ ପଡ଼ିବ। ଆପଣଙ୍କୁ ନିଜର ବିରୋଧୀ ମାନଙ୍କୁ ସାମ୍ନା କରିବାକୁ ପଡ଼ିବ। କାର୍ଯ୍ୟ କ୍ଷେତ୍ରରେ କିଛି ଲୋକ ଆପଣଙ୍କ କାର୍ଯ୍ୟ ଉପରେ ନଜର ରଖିପାରନ୍ତି,ସେଥିପାଇଁ ସତର୍କ ରହିବା ଆବଶ୍ୟକ। ବିଦ୍ୟାର୍ଥୀ ମାନଙ୍କୁ ପ୍ରତିଯୋଗିତା ପରୀକ୍ଷାରେ କଠିନ ପରିଶ୍ରମ କରିବାକୁ ପଡ଼ିବ କିନ୍ତୁ ଆପଣଙ୍କୁ ଆପଣଙ୍କର ପରିଶ୍ରମର ଫଳ ମିଳିବ ନାହିଁ। ପ୍ରେମ ଜୀବନରେ ଉଥାନ ପତନର ସ୍ଥିତି ଲାଗି ରହିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଶନିଦେବ” ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Leave a Reply

Your email address will not be published. Required fields are marked *