ଗାର୍ଲଫ୍ରେଣ୍ଡ ନତାଶାଙ୍କ ସହିତ ଜାନୁୟାରୀ ୨୪ରେ ବିବାହ କରିବାକୁ ଯାଉଛନ୍ତି ବରୁଣ ଧାବନ, ୫ଦିନ ପର୍ଯ୍ଯନ୍ତ ଚାଲିବ ବିବାହ ସମାରୋହ

ଆମର ବଲିଉଡ ଇଣ୍ଡଷ୍ଟ୍ରିରେ ବର୍ତ୍ତମାନ ବିବାହ ଋତୁ ଚାଲିଛି। ଗତ କିଛି ମାସ ମଧ୍ୟରେ ଅନକେ ତାରକା ବିବାହ କରିଛନ୍ତି। ବର୍ତ୍ତମାନ ବହୁତ ଶୀଘ୍ର ବଲିଉଡର ଜଣାଶୁଣା ଅଭିନେତା ବରୁଣ ଧାବନ ନିଜର ଗାର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କ ସହିତ ବିବାହ ବନ୍ଧନରେ ବାନ୍ଧିବାକୁ ଯାଉଛନ୍ତି। ବର୍ତ୍ତମାନ ତାଙ୍କର ବିବାହର ତାରିଖ ମଧ୍ୟ ସାମ୍ନାକୁ ଆସି ସାରିଛି। ଜଣାଇଦେଉଛୁକି ବହୁତ ସମୟରୁ ମିଡିଆରେ ବରୁଣ ଓ ନତାଶାଙ୍କ ସମ୍ପର୍କ ବିଷୟରେ ଖବର ସାମ୍ନାକୁ ଆସୁଥିଲା ଓ ପ୍ରଶଂସକ ବରୁଣଙ୍କ ବିବାହକୁ ବହୁତ ସମୟ ଧରି ଅପେକ୍ଷା କରିଥିଲେ। ବର୍ତ୍ତମାନ ଅପେକ୍ଷାର ସମୟ ସରିଯାଇଛି। ମିଡିଆ ରିପୋର୍ଟ ଅନୁସାରେ ବରୁଣ ଧାବନ ନିଜର ଗାର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କ ସହିତ ଏହି ମାସ ୨୪ ତାରିଖରେ ବିବାହ କରିବାକୁ ଯାଉଛନ୍ତି।

Google

ବରୁଣ ଧାବନ ତାଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚାରେ ଅଛନ୍ତି ଏବଂ ଖବର ଅନୁଯାୟୀ, ଜାନୁୟାରୀ ୨୪ରେ ବରୁଣ ନତାଶାଙ୍କ ସହ ସାତ ଫେରା ନେବାକୁ ଯାଉଛନ୍ତି ଏବଂ ତାଙ୍କ ବିବାହର ସମସ୍ତ ରୀତିନୀତି ୨୨ତାରିଖରୁ ଆରମ୍ଭ ହେବ, ଯାହା ଜାନୁୟାରୀ ୨୫ପର୍ଯ୍ୟନ୍ତ ଚାଲିବ। ଏବଂ ଏହି ବିବାହରେ ବରୁଣ ଧାବନ ଏବଂ ନତାଶା ଦଲାଲଙ୍କ ଉଭୟ ପରିବାର ସଦସ୍ୟ ଯୋଗଦେବେ। ଏକ ରିପୋର୍ଟ ଅନୁଯାୟୀ, ଆଲିବାଗରେ ବରୁଣ ଏବଂ ନତାଶାଙ୍କ ବିବାହ ସମ୍ପୂର୍ଣ୍ଣ ରୀତି ସହିତ ସମ୍ପନ୍ନ ହେବ ଏବଂ ଏହି ବିବାହରେ ପ୍ରାୟ ୨୦୦ ଜଣ ଅତିଥିଙ୍କର ନିମନ୍ତ୍ରଣର ତାଲିକା ପ୍ରସ୍ତୁତ କରାଯାଇଛି ଏବଂ ହୋଟେଲ ବୁକ ହୋଇଛି ଏବଂ ସେମାନଙ୍କର ବିବାହ ବହୁତ ବଡ ଢଙ୍ଗରେ ସମ୍ପୂର୍ଣ ହେବ।

ଜଣାଇଦେଉଛୁକି ଉଭୟ ବରୁଣ ଧାବନ ଏବଂ ନତାଶା ଦଲାଲ ପଞ୍ଜାବୀ ପରିବାରର ଅଟନ୍ତି, ଏଭଳି ପରିସ୍ଥିତିରେ ପଞ୍ଜାବୀ ରୀତିନୀତି ସହିତ ସେମାନଙ୍କ ବିବାହ ବହୁ ଭଲ ଭାବରେ ପାଳନ କରାଯିବ ଏବଂ ଏହି ବିବାହରେ ପରିବାର ଏବଂ ସମ୍ପର୍କୀୟଙ୍କ ବ୍ୟତୀତ କିଛି ଘନିଷ୍ଠ ବନ୍ଧୁ ମଧ୍ୟ ଯୋଗଦେବେ ଏବଂ ସମସ୍ତ ଅତିଥିଙ୍କୁ ଇ-ନିମନ୍ତ୍ରଣ ପଠାଯାଇଛି। ବଲିଉଡ ତାରକାମାନେ ମଧ୍ୟ ବରୁଣ ଧାବନଙ୍କ ବିବାହରେ ଯୋଗଦେବେ କାରଣ ଏହା ହେଉଛି ନୂଆ ବର୍ଷର ୨୦୨୧ର ପ୍ରଥମ ବଲିଉଡ ବିବାହ ଏବଂ ବରୁଣ ଧାବନଙ୍କର ସମସ୍ତ ବନ୍ଧୁ ଏବଂ ତାଙ୍କ ପ୍ରଶଂସକମାନେ ତାଙ୍କୁ ବର ଭାବରେ ଦେଖିବା ପାଇଁ ବହୁତ ପସନ୍ଦ କରନ୍ତି। କୁହାଯାଉଛିକି ଏହି ବିବାହ ବହୁତ ଗ୍ରାଣ୍ଡ ବିବାହ ହେବାକୁ ଯାଉଛି।

Google

ସୂଚନା ପାଇଁ ଜଣାଇଦେଉଛୁକି ବରୁଣ ଧାବନ ଓ ନତାଶା ଦଲାଲ ଛୋଟ ବେଳଠୁ ଉଭୟ ପରସ୍ପରଙ୍କୁ ଭଲ ଭାବରେ ଜାଣିଛନ୍ତି ଓ ତାଙ୍କର ମିତ୍ରତା ଧୀରେ ଧୀରେ ପ୍ରେମରେ ପରିବର୍ତ୍ତନ ହୋଇଗଲା ଓ ବର୍ତ୍ତମାନ ବରୁଣ ନତାଶାଙ୍କୁ ନିଜର ଜୀବନସଙ୍ଗୀନି ବନାଇବାକୁ ଯାଉଛନ୍ତି। ୨୦୧୮ରେ ବରୁଣ ଧାବନ ନିଜର ଓ ନତାଶାଙ୍କ ରିଲେସନସିପଙ୍କୁ ଅଫିସିଆଲ କରିଥିଲେ ଓ କହିଥିଲେ ଅତିଶୀଘ୍ର ନତାଶାଙ୍କ ସହିତ ବିବାହ କରିବେ। ଗତବର୍ଷ ଯେତେବେଳେ ନତାଶା ବିନା ବିବାହରେ ବରୁଣଙ୍କ ପାଇଁ କରବାଚୌଥର ବ୍ରତ ରଖିଥିଲେ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ମିଡିଆରେ ଏମିତି ଖବର ଭାଇରାଲ ହୋଇଥିଲାକି ବରୁଣ ନତାଶାଙ୍କ ସହିତ ଲୁଚି ଲୁଚି ନିର୍ବନ୍ଧ କରିଛନ୍ତି ଓ ଏହି କଥାର ଖୁଲାସା ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ କରିସାରିଛନ୍ତି। ଜଣାଇଦେଉଛୁକି ବରୁଣ ଓ ନତାଶାଙ୍କ ଯୋଡି ବହୁତ ସୁନ୍ଦର ଦେଖାଯାଏ ଓ ଉଭୟ ପରସ୍ପରଙ୍କୁ ବହୁତ ଭଲ ପାନ୍ତି। ଅତିଶୀଘ୍ର ଉଭୟ ବିବାହ କରି ସାତ ଜନ୍ମ ପାଇଁ ପରସ୍ପର ପାଇଁ ହୋଇଯିବେ।

ବନ୍ଧୁଗଣ ଦେଶ ଦୁନିଆର ସମସ୍ତ ଖବର ପାଇବା ପାଇଁ ଆମର ଏହି page କୁ ଲାଇକ ଓ ସେଆର କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *