ସାପ୍ତାହିକ ରାଶିଫଳ ( ୩୦ ନଭେମ୍ବର ରୁ ୬ ଡିସେମ୍ବର ୨୦୨୦ ) : ଡିସେମ୍ବର ମାସର ପ୍ରଥମ ସପ୍ତାହରେ କେଉଁ ରାଶିର ଲୋକେ ରହିବେ ଭାଗ୍ୟବାନ।

ନମସ୍କାର ଜୟ ଜଗନ୍ନାଥ ବନ୍ଧୁଗଣ, ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ସ୍ୱାଗତ । ଆଜିର ଏହି ପୋଷ୍ଟଟି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହେବାକୁ ଯାଉଛି । ଆଜିର ଏହି ପୋଷ୍ଟରେ ସପ୍ତାହିକ ରାଶିଫଳ ଜଣେଇବୁ । ଏହାକୁ ଜାଣିବା ପାଇଁ ଶେଷ ଯାଏଁ ପଢନ୍ତୁ ।

ମେଷ ରାଶି –

ମେଷ ରାଶିର ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ଏବଂ ସୁଖମୟ ରହିବ। ଆପଣ ନିଜର କ୍ଷମତାକୁ ଉଚିତ ସମୟରେ ଉପଯୋଗ କରିବେ। ବନ୍ଧୁଙ୍କ ସହାୟତାରେ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ମାଙ୍ଗଳିକ କାର୍ଯ୍ୟରେ ସାମିଲ ହୋଇ ପାରନ୍ତି । ପ୍ରେମୀଙ୍କ ସହିତ ବହୁତ ଦିନପରେ ଦେଖା ସାକ୍ଷାତ ହୋଇପାରେ। ଦାମ୍ପତ୍ୟ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ। ଅନ୍ୟ ମାନଙ୍କ କଥାରେ ପଡନ୍ତୁ ନାହିଁ। ସମ୍ପର୍କୀୟଙ୍କ ସହିତ ସମ୍ବନ୍ଧ ବିଗିଡି ପାରେ। ପୁରୁଣା ବେମାରୀ ଦେଖା ଦେଇପାରେ। ଛାତ୍ର ମାନଙ୍କ ପାଇଁ  ସପ୍ତାହ ଅନୁକୂଳ ସାବ୍ୟସ୍ତ ହେବ। କଠିନ ପରିଶ୍ରମ ଦ୍ବାରା ସଫଳତା ମିଳିବ। ଶୁଭ ଅଙ୍କ ୭, ଶୁଭ ରଙ୍ଗ ଧଳା, ଶୁଭ ଦିନ ଶୁକ୍ରବାର, ସଫଳତାର ସୂତ୍ର ହେଉଛି ଧର୍ଯ୍ୟ ର ସହିତ ସବୁ କାର୍ଯ୍ୟ କରନ୍ତୁ। ଉପାୟ ହେଉଛି ଶୁକ୍ରବାର ଦିନ ଧଳା କପଡା ଏବଂ ଚାଉଳ ଆଦି ଧାର୍ମିକ ସ୍ଥାନରେ  ଅର୍ପଣ କରନ୍ତୁ ନାହିଁ।

Google

ବୃଷ ରାଶି –

ଏହି ରାଶିର ଲୋକଙ୍କ ପାଇଁ ସପ୍ତାହଟି ଅତ୍ୟନ୍ତ ଅନୁକୂଳ ରହିବ। ଗ୍ରହ ଗୋଚର ଚଳନ ଦ୍ଵାରା କିଛି ସମସ୍ତ ଦେଖା ଦେଇପାରେ। ବୁଝି ବିଚାରି ଲୋକଙ୍କୁ କଥା ଦିଅନ୍ତୁ। ବ୍ୟାପାର ରେ କୌଣସି ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରି ନିଅନ୍ତୁ। ସମସ୍ୟାକୁ ସମାଧାନ କରିବା ପାଇଁ ନିଜର ବିବେକର ବ୍ୟବହାର କରନ୍ତୁ । ଏହି ସମୟରେ ନିଜର ବାଣୀ ଉପରେ ଧ୍ୟାନ ଦିଅନ୍ତୁ। କ୍ରୟ ବିକ୍ରୟ ସମୟରେ ଆପଣଙ୍କୁ ବିଚାର କରିବା ଆବଶ୍ୟକ। ପ୍ରେମ ଜୀବନ ସୁଖମୟ ରହିବ। ସାଥୀଙ୍କ ଉପେକ୍ଷା କରନ୍ତୁ ନାହିଁ। ଶୁଭ ଅଙ୍କ ହେଉଛି ୪, ଶୁଭ ଦିନ ସୋମବାର, ଶୁଭ ରଙ୍ଗ ଗୋଲାପି , ସଫଳତା ର ସୂତ୍ର କଠିନ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିପାରେ। ଉପାୟ ହେଉଛି ଗୁରୁବାର ଦିନ ପାଣିରେ ହଳଦୀ  ମିଶେଇ ସ୍ନାନ କରନ୍ତୁ।

ମିଥୁନ ରାଶି –

ନଭେମ୍ବର ମାସର ଶେଷ ସପ୍ତାହ ଆପଣଙ୍କ ପାଇଁ ସୁଖମୟ ରହିବ। ରୋଜଗାର ର ଅପେକ୍ଷା ସମାପ୍ତ ହେବ। ଶାସନ ସତ୍ତାରେ ଜଡ଼ିତ ଲୋକଙ୍କୁ ଅପ୍ରତ୍ୟାଶିତ ଲାଭ ମିଳିବ। କାରବାର ପାଇଁ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ଯାତ୍ରା ଲାଭଦାୟକ ରହିବ। ପିତାମାତାଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ମହିଳା ମାନଙ୍କୁ ଯୋଜନା ମୁତାବକ କାର୍ଯ୍ୟ କରିବା ଆବଶ୍ୟକ। ଘରୋଇ ମହିଳା ମାନଙ୍କୁ ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ପ୍ରେମ ସମ୍ବନ୍ଧ ମଧୁର ରହିବ। ପାର୍ଟନରଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଶୁଭ ରଙ୍ଗ ୧ , ଶୁଭ ଦିନ ବୁଧବାର , ଶୁଭ ରଙ୍ଗ ସବୁଜ , ସଫଳତାର ସୂତ୍ର ସମୟର ସଦୁପଯୋଗ କରନ୍ତୁ। ଗାଈକୁ ଚାରା ଖୁଆନ୍ତୁ। ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ। ଆପଣଙ୍କର ସବୁ ବିଘ୍ନ ଦୂର ହେବ।

କର୍କଟ ରାଶି –

ଏହି ରାଶିର ଲୋକେ ଆଜି ଭଟକି ପାରନ୍ତି। ଭାବୁକ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କାଗଜ ପତ୍ରରେ ବୁଝି ବିଚାରୁ ଦସ୍ତଖତ କରନ୍ତୁ। ଏହି ସପ୍ତାହରେ ଆପଣଙ୍କୁ ଆବଶ୍ୟକ କାର୍ଯ୍ୟରେ ଖର୍ଚ୍ଚ ହୋଇପାରେ। ଆପଣ ଅଧିକ ବ୍ୟସ୍ତ ରହିବେ। ବୈବାହିକ ଜୀବନରେ ଜୀବନସାଥୀଙ୍କୁ ନେଇ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଛାତ୍ର ମାନଙ୍କୁ ନିଜ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ ଏବଂ କଠିନ ପରିଶ୍ରମ କରିବାକୁ ପଡ଼ିବ। ଶୁଭ ଅଙ୍କ ୫, ଶୁଭ ଦିନ ମଙ୍ଗଳବାର, ଶୁଭ ରଙ୍ଗ କ୍ରିମ,  ସଫଳତାର ସୂତ୍ର ହେଉଛି ବିବେକ ର ବ୍ୟବହାର କରନ୍ତୁ । ଉପାୟ ହେଉଛି ମଙ୍ଗଳବାର ଦିନ ଗୋଲାପ ର ମାଳା ଭଗବାନ ହନୁମାନଙ୍କୁ ଅର୍ପଣ କରନ୍ତୁ ଏବଂ ହନୁମାନ ଚାଳିଶା ପାଠ କରନ୍ତୁ।

ସିଂହ ରାଶି –

ସିଂହ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହର ଆରମ୍ଭ ଅତ୍ୟନ୍ତ ସୁଖମୟ ରହିବ। ସମ୍ପର୍କୀୟଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ ଏବଂ ଅଧିକ ଧନଲାଭ ହୋଇପାରେ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଚାକିରୀ କ୍ଷେତ୍ରରେ ଥିବା ଲୋକଙ୍କୁ ମାନସମ୍ମାନ ମିଳିବ ସହିତ ଅଧିକ ଦାୟିତ୍ୱ ମିଳିବ। ପ୍ରେମ ପ୍ରସଙ୍ଗ ରେ କୌଣସି କଥାକୁ ନେଇ ସମସ୍ୟା ହୋଇପାରେ। କାରବାର ପାଇଁ ସପ୍ତାହ ଅନୁକୂଳ ସାବ୍ୟସ୍ତ ହେବ। ପ୍ରେମୀଙ୍କ ଭାବନାକୁ ଉପେକ୍ଷା କରନ୍ତୁ ନାହିଁ। ଦାମ୍ପତ୍ୟ ଜୀବନରେ ଅନ୍ୟ ଜଣକ ପ୍ରବେଶ କରନ୍ତୁ ନାହିଁ। ପରିବାରରେ ଅଶାନ୍ତି ସୃଷ୍ଟି ହୋଇପାରେ। ଶୁଭ ଅଙ୍କ ୬, ଶୁଭ ଦିନ ଗୁରୁବାର, ଶୁଭ ରଙ୍ଗ ହଳଦିଆ , ସଫଳତାର ସୂତ୍ର ହେଉଛି ନିଜ ଲକ୍ଷ୍ୟ ପ୍ରତି ଧ୍ୟାନ କେନ୍ଦ୍ରିତ କରନ୍ତୁ। ଉପାୟ ହେଉଛି ଭଗବାନ ବିଷ୍ଣୁଙ୍କ ଆରାଧନା କରନ୍ତୁ ,  ପ୍ରସାଦ ସ୍ୱରୂପ ହଳଦୀ ବା ଚନ୍ଦନର ଟୀକା ଲଗାନ୍ତୁ।

Google

କନ୍ୟା ରାଶି –

କନ୍ୟା ରାଶିର ଦିନଟି ଆପଣଙ୍କ ପାଇଁ ଏହି ସପ୍ତାହ ସାମାନ୍ୟ ଏବଂ ଉନ୍ନତିକାରକ ସାବ୍ୟସ୍ତ ହେବ। ଆଳସ୍ୟ ଅଧିକ ରହିପାରେ। କାର୍ଯ୍ୟରେ ମନ ଲାଗିବ ନାହିଁ। ମନୋରଞ୍ଜନ କାର୍ଯ୍ୟରେ ରୁଚି ରଖିବେ। ଏହି ସପ୍ତାହରେ ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ। ଲମ୍ବା ଯାତ୍ରାରେ ଯାଇ ପାରନ୍ତି। ଏହି ସପ୍ତାହରେ ଛାତ୍ରଛାତ୍ରୀ ମାନଙ୍କୁ ଆଶାନୁରୂପ ଫଳ ପ୍ରାପ୍ତ ହେବ। ସନ୍ତାନଙ୍କ ପକ୍ଷରୁ ସୁଖଦ ପରିଣାମ ପ୍ରାପ୍ତ ହେବ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ। ପ୍ରେମୀଙ୍କ ସହିତ ସାମଞ୍ଜସ୍ୟ ବୃଦ୍ଧି ହେବ। ଶୁଭ ଅଙ୍କ ୬, ଶୁଭ ଦିନ ବୁଧବାର ,  ଶୁଭ ରଙ୍ଗ ସବୁଜ , ସଫଳତାର ସୂତ୍ର ହେଉଛି ଆଳସ୍ୟ ତ୍ୟାଗ କରନ୍ତୁ। ଭଗବାନ ଗଣେଶ ଙ୍କୁ ଦୁବ ଅର୍ପଣ କରନ୍ତୁ ଏବଂ ମନ୍ତ୍ର ପାଠ କରନ୍ତୁ।

ତୁଳା ରାଶି –

ଏହି ରାଶିର ଲୋକଙ୍କୁ ଏହି ସପ୍ତାହରେ ଅନେକ ସୁଖ ପ୍ରାପ୍ତ ହେବ। କାର୍ଯ୍ୟ କ୍ଷେତ୍ରରେ ବ୍ୟାପାରରେ ସଫଳତା ମିଳିବ । ଲମ୍ବା ସମୟରୁ ଚାଲି ଥିବା ଯୋଜନା ସମ୍ପନ୍ନ ହେବ। ବନ୍ଧୁଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। କୌଣସି ପ୍ରଭାବଶାଳୀ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ, ଯାହାଦ୍ଵାରା ଆପଣଙ୍କୁ ଲାଭ ମିଳିବ। ଶାରୀରିକ ରୂପରେ ଆପଣ ନିଜକୁ ସୁସ୍ଥ ଅନୁଭବ କରିବେ। ଭବନ ବା ବାହନ କିଣାକିଣି ବା ବିକ୍ରୟ କରିବା ପାଇଁ ଅନୁକୂଳ ଦିନ ରହିଛି। ପିତାମାତାଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଆପଣଙ୍କ କାର୍ଯ୍ୟ ଯୋଜନା ସମ୍ପନ୍ନ ହେବ। ଛାତ୍ର ମାନଙ୍କୁ ପରିଶ୍ରମ କରିବାକୁ ପଡିପାରେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଶୁଭ ଅଙ୍କ ୧ , ଶୁଭ ଦିନ ଶୁକ୍ରବାର , ଶୁଭ ରଙ୍ଗ ଧଳା , ସଫଳତାର ସୂତ୍ର ହେଉଛି ଗରିବକୁ ଦାନ କରନ୍ତୁ।

ବିଛା ରାଶି –

ସପ୍ତାହର ଆରମ୍ଭରେ ସୁଖଦ ସମାଚାର ଶୁଣିବାକୁ ମିଳିପାରେ। କାରବାରରେ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ନୂଆ କାର୍ଯ୍ୟ କରିବା ପାଇଁ  ଆପଣ ଯୋଜନା କରିବେ।ସପ୍ତାହର ମଧ୍ୟମ ଭାଗରେ ପ୍ରେମୀଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ। ଗୁପ୍ତ ଶତ୍ରୁଙ୍କ ଠାରୁ ସାବଧାନ ରୁହନ୍ତୁ । ପରିବାର ସଦସ୍ୟଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ପ୍ରେମ ସମ୍ବନ୍ଧରେ ଭୁଲ ବୁଝାମଣା ସୃଷ୍ଟି ହେବ।ଖର୍ଚ୍ଚରେ ନିୟନ୍ତ୍ରଣ ରଖନ୍ତୁ। ଶୁଭ ଅଙ୍କ ୪, ଶୁଭ ଦିନ ମଙ୍ଗଳବାର, ଶୁଭ ରଙ୍ଗ ଲାଲ, ସଫଳତାର ସୂତ୍ର ହେଉଛି ସତର୍କ ରୁହନ୍ତୁ ଏବଂ ନିଜ ବେବକ ବ୍ୟବହାର କରନ୍ତୁ। ମଙ୍ଗଳବାର ଦିନ ଲାଲ କପଡାରେ ଅଟା ଏବଂ ମସୁର ଡାଲି ମିଶେଇ ଦକ୍ଷିଣା ସହିତ ଦାନ କରନ୍ତୁ।

ଧନୁ ରାଶି –

ଏହି ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ସାବ୍ୟସ୍ତ ହେବ। ଘରେ ମାଙ୍ଗଳିକ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରେ। କାରବାରରେ ସଫଳତା ମିଳିବ। ଦାୟିତ୍ବହୀନ ହୁଅନ୍ତୁ ନାହିଁ, କାର୍ଯ୍ୟ ମାମଲାରେ ଅଧିକ ପରିଶ୍ରମ କରନ୍ତୁ , ଅପେକ୍ଷାକୃତ ସଫଳତା ମିଳିବ। ପରିଶ୍ରମ କରିବା ଦ୍ୱାରା ଉଚିତ ପରିଶ୍ରମ ପ୍ରାପ୍ତ କରିବେ।ସପ୍ତାହର ଆରମ୍ଭରେ ଛୋଟ ଯାତ୍ରା କରିବାକୁ ପଡିପାରେ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ । ଶୁଭ ଅଙ୍କ ୭, ଶୁଭ ଦିନ ସୋମବାର, ଶୁଭ ରଙ୍ଗ ହଳଦିଆ, ସଫଳତାର ସୂତ୍ର ଧର୍ଯ୍ୟର ସହିତ କାର୍ଯ୍ୟ କରନ୍ତୁ। ଭଗବାନ ବିଷ୍ଣୁଙ୍କୁ ବିଧି ବିଧାନ ସହିତ ପୂଜାର୍ଚ୍ଚନା କରନ୍ତୁ। ଗୁରୁବାର ଦିନ ହଳଦୀ ଏବଂ ଚଣା ଡାଲି ଅର୍ପଣ କରନ୍ତୁ।

Google

ମକର ରାଶି –

ଏହି ରାଶିର ଲୋକଙ୍କୁ କାର୍ଯ୍ୟ ପାଇଁ ଅଧିକ ଉତ୍ସାହିତ ହେବା ଉଚିତ ନୁହେଁ। ଗୁପ୍ତ ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। କେହି ଆପଣଙ୍କ ଦୁର୍ବଳତାକୁ ନେଇ ଫାଇଦା ଉଠେଇ ପାରନ୍ତି। ଜୀବନସାଥୀଙ୍କ ପ୍ରତି ଆପଣ ସଚ୍ଚୋଟ ରହିବେ, ନଚେତ ସାମାଜିକ କଳଙ୍କ ବା ଅପମାନର ସାମ୍ନା କରିବାକୁ ପଡିପାରେ। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ପିତାମାତାଙ୍କ ତରଫରୁ ସ୍ନେହ ଏବଂ ସହଯୋଗ ପ୍ରାପ୍ତ ହେବ। ଧାର୍ମିକ ସ୍ଥଳକୁ ଯାତ୍ରା କରି ପାରନ୍ତି। ଶୁଭ ଅଙ୍କ ୪, ଶୁଭ ଦିନ ଶୁକ୍ରବାର, ଶୁଭ ରଙ୍ଗ ଧଳା,  ସଫଳତାର ସୂତ୍ର ହେଉଛି ନିଜ ମନକୁ ଶାନ୍ତ ରଖନ୍ତୁ। ଶନିବାର ଦିନ ସନ୍ଧ୍ୟା ସମୟରେ ନଡ଼ିଆକୁ ନଦୀରେ ପ୍ରବାହିତ କରି ଦିଅନ୍ତୁ।

କୁମ୍ଭ ରାଶି –

ସପ୍ତାହର ଆରମ୍ଭରେ ଅଧିକ ଖର୍ଚ୍ଚ ହୋଇପାରେ। ଆର୍ଥିକ ସ୍ଥିତି ଦୁର୍ବଳ ରହିବ। ଧନ ଉଧାର ଦିଅନ୍ତୁ ନାହିଁ। ମଙ୍ଗଳବାର ଦିନ କାହାଠାରୁ ଋଣ ନିଅନ୍ତୁ ନାହିଁ। ଅତି ଆବଶ୍ୟକତା ଥିବା ହେତୁ କୌଣସି ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ଘର ପରିବାରରେ ସୁଖଶାନ୍ତି ବଜାୟ ରହିବ। ଛାତ୍ରଛାତ୍ରୀ ମାନଙ୍କୁ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ। ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗ ରେ ପାରିବାରିକ କଳହ ଦୂର ହେବ। ସମ୍ପର୍କୀୟ ଆପଣଙ୍କ ପ୍ରେମ ସ୍ବୀକାର କରି ନେବେ। ଜୀବନସାଥୀ ଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଶୁଭ ରଙ୍ଗ ନୀଳ, ଶୁଭ ଅଙ୍କ ୯ , ଶୁଭ ଦିନ ଶନିବାର । ସଫଳତାର ସୂତ୍ର ହେଉଛି ଶିଘ୍ରତା କରନ୍ତୁ ନାହିଁ। ଉପାୟ ହେଉଛି ଅସହାୟ ଲୋକଙ୍କୁ ଚାହା ପତି ଦାନ କରନ୍ତୁ।

ମୀନ ରାଶି –

ଯଦି ଆପଣଙ୍କୁ କେହି ଇଜ୍ଜତ ଦେଉଛି , ସେମାନଙ୍କର ଦୁର୍ବଳତା ବୁଝିବାକୁ ପ୍ରୟାସ କରନ୍ତୁ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଉଚିତ ସଫଳତା ମିଳିବ। ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ, ନଚେତ ପେଟ ସମ୍ବନ୍ଧିତ ସମସ୍ୟା ଦେଖା ଦେଇପାରେ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ଶ୍ଵଶୁର ଘର ପକ୍ଷରୁ ସହଯୋଗ ପ୍ରାପ୍ତ ହେବ। ଶୁଭ ଅଙ୍କ ୨, ଶୁଭ ଦିନ ରବିବାର , ଶୁଭ ରଙ୍ଗ ଲାଲ, ସଫଳତାର ସୂତ୍ର ହେଉଛି କାର୍ଯ୍ୟରେ ଏବଂ ସମୟ ପ୍ରତି ଧ୍ୟାନ କେନ୍ଦ୍ରିତ କରନ୍ତୁ। ରବିବାର ଦିନ ତମ୍ବା ପାତ୍ର ରେ ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଭୋଲେନାଥ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କର କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Leave a Reply

Your email address will not be published. Required fields are marked *