ଆଜି ଲାଗିବାକୁ ଯାଉଛି ଶିବ ଯୋଗ , ଏହି ରାଶିର ଲୋକଙ୍କ ଜୀବନରେ ଆସିବ ବଡ଼ ପରିବର୍ତ୍ତନ , ଅଚାନକ ଧନ ପ୍ରାପ୍ତିର ଯୋଗ ରହିଛି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆକାଶ ମଣ୍ଡଳରେ ଲଗାତାର ଗ୍ରହ ନକ୍ଷତ୍ରର ବଦଳୁଥିବା ସ୍ଥିତି ଯୋଗୁଁ ଅନେକ ଯୋଗର ନିର୍ମାଣ ହୋଇଥାଏ। ଏହାର ପ୍ରଭାବ ୧୨ ଟି ରାଶିର ଲୋକଙ୍କ ଉପରେ ପଡିଥାଏ। ଯଦି କୌଣସି ରାଶିର ଯୋଗ ଠିକ୍ ରହିଥାଏ, ତାହେଲେ ଉଚିତ ପରିଣାମ ପ୍ରାପ୍ତ ହେବ, କିନ୍ତୁ ଯଦି ଗ୍ରହ ମାନଙ୍କର ସ୍ଥିତି ଠିକ୍ ନରହେ ତାହେଲେ ବିପରୀତ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିପାରେ। ଜ୍ୟୋତିଷ ଗଣନା ଅନୁସାରେ ପ୍ରାତଃ କାଳ ୧୦ : ୦୯ ଘଟିକା ସମୟରେ ପରିଧ ଯୋଗ ରହିଛି। ଏହାପରେ ଦ୍ବିପ୍ରହର ସମୟରେ ଶିବ ଯୋଗର ନିର୍ମାଣ ହେବ। ଏହାସହିତ କୃତ୍ତିକା ନକ୍ଷତ୍ର ରହିବ। ଏହି ଶୁଭ ଯୋଗ ଆପଣଙ୍କ ରାଶିରେ କିପରି ପ୍ରଭାବ ପକାଇବ ଆସନ୍ତୁ ଜାଣିବା।

Google

ଆସନ୍ତୁ ଜାଣିବା ଶିବ ଯୋଗ ଦ୍ୱାରା କେଉଁ ରାଶି ଉପରେ ପଡ଼ିବ ଶୁଭ ଯୋଗର ପ୍ରଭାବ ।

ମେଷ ରାଶିର ଲୋକଙ୍କ ଉପରେ ଶିବ ଯୋଗର ପ୍ରଭାବ ଉତ୍ତମ ରହିବ। ମିଡ଼ିଆ କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ଫାଇଦା ମିଳିପାରେ। ଚାକିରୀ କ୍ଷେତ୍ରରେ ଆପଣଙ୍କ ପ୍ରଭାବ ରହିବ। ଖାସ୍ ଲୋକେ ଆପଣଙ୍କୁ ସହଯୋଗ କରି ପାରନ୍ତି। ବିଦ୍ୟାର୍ଥୀ ମାନଙ୍କୁ ପ୍ରତିଯୋଗିତାରେ ଶୁଭ ସମାଚାର ପ୍ରାପ୍ତ ହେବ। ଆର୍ଥିକ କ୍ଷେତ୍ରରେ ଲଗାତାର ସଫଳତା ମିଳିବ। ଆମଦାନୀ ରେ ବୃଦ୍ଧି ହେବ।

କନ୍ୟା ରାଶିର ଲୋକଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ। ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଦ୍ଵାରା ଆପଣ କ୍ୟାରିୟରରେ ଆଗକୁ ବାଢ଼ିବେ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଅଳ୍ପ ପରିଶ୍ରମ ଦ୍ଵାରା ଆପଣଙ୍କୁ ଅଧିକ ଲାଭ ମିଳିବାର ସମ୍ଭାବନା ରହିଛି। ଚାକିରୀ ଖୋଜୁଥିବା ଲୋକଙ୍କୁ ଚାକିରୀ ମିଳିବାର ସମ୍ଭାବନା ରହିଛି। ଆପଣ ଶତ୍ରୁଙ୍କୁ ପରାସ୍ତ କରିବେ। ମହିଳା ବନ୍ଧୁଙ୍କ ତରଫରୁ ଲାଭ ମିଳିପାରେ।

ଧନୁ ରାଶିର ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ। ପରିବାରର ଦାୟିତ୍ୱକୁ ଆପଣ ଉଚିତ ଢଙ୍ଗରେ ନିର୍ବାହ କରିବେ। ଆପଣଙ୍କ ବ୍ୟକ୍ତିତ୍ଵ ଆକର୍ଷଣୀୟ ରହିବ। ଆପଣଙ୍କ ପରିଶ୍ରମର ଉଚିତ ପରିଣାମ ପ୍ରାପ୍ତ ହେବ। ଅଫିସରେ ବହୁତ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। ଆର୍ଥିକ ଲାଭ ମିଳିବ। ପ୍ରଭାବଶାଳୀ ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ପ୍ରେମ ଜୀବନ ସୁଖମୟ ରହିବ। ପ୍ରେମୀ ଯୁଗଳ ଉତ୍ତମ ସମୟ ଅତିବାହିତ କରିବେ। ବିବାହ ଯୋଗ୍ୟ ଲୋକଙ୍କ ପାଇଁ  ବିବାହର ପ୍ରସ୍ତାବ ମିଳିପାରେ।

ମକର ରାଶିର ଲୋକେ ନିଜର ସବୁ ପ୍ରକାରର ଦାୟିତ୍ୱକୁ ଉଚିତ ଢଙ୍ଗରେ ନିର୍ବାହ କରିବେ। ରୋଜଗାର ନଥିବା ଲୋକଙ୍କୁ ଆଶାନୁରୂପ କମ୍ପାନୀରେ କାମ ମିଳିପାରେ। ଆମଦାନୀରେ ବୃଦ୍ଧି ହେବ। ବିଦ୍ୟାର୍ଥୀ ମାନଙ୍କୁ କ୍ୟାରିୟର ସମ୍ବନ୍ଧିତ ଶୁଭ ସମାଚାର ମିଳିପାରେ। ଆପଣଙ୍କର ଅଧୁରା ଇଛା ପୂରଣ ହୋଇପାରେ। ଆପଣ ନିଜର କଥାରେ ଲୋକଙ୍କୁ ପ୍ରଭାବିତ କରିବେ। ଧାର୍ମିକ କାର୍ଯ୍ୟରେ ଆପଣଙ୍କର ମନ ଲାଗିବ।

କୁମ୍ଭ ରାଶିର ଲୋକଙ୍କୁ କଠିନ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିପାରେ। ସାମାଜିକ କାର୍ଯ୍ୟରେ ଆପଣ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିବାରେ ସଫଳ ରହିବେ। ଘର ପରିବାରର ଆବଶ୍ୟକତାକୁ ବୁଝିବେ। ସନ୍ତାନଙ୍କ ତରଫରୁ ଶୁଭ ସମାଚାର ମିଳିପାରେ। ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। ଆପଣଙ୍କୁ ଆପଣଙ୍କ ପରିଶ୍ରମର ଉଚିତ ଫଳ ପ୍ରାପ୍ତ ହେବ। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ଫାଇଦା ମିଳିବ।

ମୀନ ରାଶିର ଲୋକଙ୍କ ଉପରେ ଶିବ ଯୋଗର ପ୍ରଭାବ ବହୁତ ଫାଇଦା ସାବ୍ୟସ୍ତ ହେବ। ଆପଣ ନିଜର ପରିଶ୍ରମ ବଳରେ ସବୁ କାର୍ଯ୍ୟ ସମ୍ପନ୍ନ କରିବେ। ଅଚାନକ ଘରକୁ ଅତିଥିଙ୍କ ଆଗମନ ହୋଇପାରେ। ଯାହାଫଳରେ ଘରର ମାହୋଲରେ ପରିବର୍ତ୍ତନ ଆସିପାରେ। ପୁରୁଣା ବାଦବିବାଦ ସମାପ୍ତ ହୋଇପାରେ। ଆପଣଙ୍କ ଉତ୍ତମ ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିବ। ସାମାଜିକ କ୍ଷେତ୍ରରେ ଆପଣଙ୍କୁ ମାନସମ୍ମାନ ପ୍ରାପ୍ତ ହେବ। ଧନ ସହିତ ଜଡ଼ିତ ବଡ଼ ଫାଇଦା ମିଳିବ।

Google

ଆସନ୍ତୁ ଜାଣିବା ବାକି ରାଶିର କିପରି ରହିବ ସ୍ଥିତି –

ବୃଷ ରାଶିର ଲୋକେ କାର୍ଯ୍ୟ କ୍ଷେତ୍ରରେ ଅଧିକ ଲାଭ ମିଳିବ। ପିତାମାତାଙ୍କ ତରଫରୁ ଉପହାର ମିଳିପାରେ, ଯାହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ। ଅଫିସରେ ବରିଷ୍ଠ ଅଧିକାରୀଙ୍କ ସହିତ ଉତ୍ତମ ତାଳମେଳ ରଖିବେ। ପ୍ରେମ ଜୀବନରେ ସମସ୍ୟା ଦେଖା ଦେଇପାରେ। ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ସାବ୍ୟସ୍ତ ହେବ। କାହାକୁ ଟଙ୍କା ଉଧାର ଦିଅନ୍ତୁ ନାହିଁ।

ମିଥୁନ ରାଶିର ଲୋକଙ୍କ ପାଇଁ ସମୟ ଠିକ୍ ଠାକ୍ ରହିବ। ଅଫିସ ରେ ସହକର୍ମୀ ଙ୍କ ସହଯୋଗ ପ୍ରାପ୍ତ ହେବ। ଆପଣଙ୍କ ବ୍ୟକ୍ତିତ୍ଵ ଅଧିକ ଆକର୍ଷଣୀୟ ରହିବ। ମାନସିକ ଚିନ୍ତା ଦୂର ହେବ। ଆର୍ଥିକ ସ୍ଥିତି ସୁଦୃଢ କରିବା ପାଇଁ ଆପଣ ସବୁ ପ୍ରକାରର ପ୍ରୟାସ କରିବେ। ଜୀବନସାଥୀଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ।

କର୍କଟ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଆପଣ କିଛି ଜରୁରୀ କାର୍ଯ୍ୟ ସୁବିଧାରେ ପୂରଣ କରିବେ। ଟଙ୍କାପଇସା ମାମଲାରେ ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ। ନଚେତ ହାନୀ ହେବାର ସମ୍ଭାବନା ରହିଛି। କାର୍ଯ୍ୟ ମାମଲାରେ ଅଧିକ ପରିଶ୍ରମ କରିବାକୁ ପଡିପାରେ। କୋର୍ଟ କଚେରୀ ମାମଲାରୁ ଦୂରେଇ ରୁହନ୍ତୁ। ପୁରୁଣା କଥାକୁ ନେଇ ଆପଣ ଚିନ୍ତିତ ରହି ପାରନ୍ତି।

ସିଂହ ରାଶିର ଲୋକେ ମନୋରଞ୍ଜନ କାର୍ଯ୍ୟରେ ସମୟ ଅତିବାହିତ କରିବେ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଘର ପରିବାରରେ କୌଣସି ସଦସ୍ୟଙ୍କ ଠାରୁ ଶୁଭ ସମାଚାର ମିଳିପାରେ। ବ୍ୟାପାରରେ ଜଡ଼ିତ ଲୋକଙ୍କୁ  ହାନୀ ହୋଇପାରେ। ପରିବାର ଲୋକଙ୍କ ସହିତ ଉତ୍ତମ ମନୋରଞ୍ଜନ ସମୟ ଅତିବାହିତ କରିବେ ଏବଂ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ବ୍ୟାପାରରେ ପରିବର୍ତ୍ତନ ହୋଇପାରେ ।

ତୁଳା ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଜୀବନସାଥୀ ଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଅଫିସରେ କାର୍ଯ୍ୟଭାର ଅଧିକ ରହିବ। ଶାରୀରିକ ଥକା ଅନୁଭବ କରିବେ। ଟଙ୍କାପଇସା ହିସାବ ସମୟରେ ସାବଧାନ ରୁହନ୍ତୁ। ନଚେତ ଆପଣଙ୍କ ଟଙ୍କା ଅଟକି ପାରେ। ପରିବାର ଲୋକଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। କୌଣସି ମହତ୍ୱପୂର୍ଣ୍ଣ ମାମଲାରେ ନିଷ୍ପତ୍ତି କରନ୍ତୁ ନାହିଁ।

ବିଛା ରାଶି –

ବିଛା ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ବିଦ୍ୟାର୍ଥୀ ମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆପଣଙ୍କୁ ନିଜ ଦାୟିତ୍ଵ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। ଚାକିରୀ କ୍ଷେତ୍ରରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ଆପଣଙ୍କ କାର୍ଯ୍ୟ ପ୍ରଭାବିତ ହୋଇପାରେ। ପିତାମାତାଙ୍କ ସହିତ କୌଣସି ଧାର୍ମିକ ସମାରୋହ ରେ ଯୋଗ ଦେଇ ପାରନ୍ତି। ଈଶ୍ୱରଙ୍କ ପ୍ରତି ଆପଣଙ୍କର ଭକ୍ତି ରହିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଶିବ ଶଙ୍କର ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Leave a Reply

Your email address will not be published. Required fields are marked *