ଏହି ୧୦ଟି କାମ କରିବା ଠାରୁ ଦୂରେଇ ରୁହନ୍ତୁ , ନଚେତ ଜୀବନସାରା ରହିବେ ଗରିବ

ଆସନ୍ତୁ ଆମେ ଆଜି ସେହି କାମଗୁଡିକ ବିଷୟରେ ଆଲୋଚନା କରିବା , ଯେଉଁ କାମ ଆମକୁ କରିବା ଉଚିତ ନୁହେଁ। ଦୀପାବଳି ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ପାଳନ କରାଯାଏ। ଏହିବର୍ଷ ମଧ୍ୟ ଦୀପାବଳି ପର୍ବ ୧୪ ନଭେମ୍ବର ଅର୍ଥାତ ଶନିବାର ଦିନ ପାଳନ କରାଯାଇଛି। ଏହି ପର୍ବରେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇବା ପାଇଁ ଶୁଭ ମୁହୂର୍ତ୍ତ ରହିଥାଏ। ଏହିଦିନ ଯେଉଁ ପୂଜା କରାଯାଏ , ତାହାର ସମ୍ପୂର୍ଣ୍ଣ ଫଳ ପ୍ରାପ୍ତ ହୋଇଥାଏ। ଏଥିପାଇଁ ଏହିଦିନ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ।

Google

ମାତା ଲକ୍ଷ୍ମୀ ତାଙ୍କ ଭକ୍ତ ମାନଙ୍କ ଉପରେ ସଦା ସର୍ବଦା କୃପା ରଖିଥାନ୍ତି। କିନ୍ତୁ ଶାସ୍ତ୍ର ଅନୁଯାୟୀ , ଏଭଳି କିଛି କାମ ରହିଛି ଯାହା କରିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଯାଆନ୍ତି।

ଆଜି ଆମେ ଆପଣଙ୍କୁ ଏଭଳି କିଛି କାମ ବିଷୟରେ କହିବାକୁ ଯାଉଛୁ , ଯେଉଁଗୁଡିକ କରିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଯାଆନ୍ତି। ଏବଂ ମାତା ଲକ୍ଷ୍ମୀ ଏଭଳି ଲୋକଙ୍କ ଘରକୁ ଯାଆନ୍ତି ନାହିଁ ଏବଂ ସେମାନେ ସର୍ବଦା ଗରିବ ରହିଥାନ୍ତି। ତେବେ ଏଭଳି କେଉଁ କାମ ରହିଛି , ଯାହାକୁ କରିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଯାଆନ୍ତି , ଆସନ୍ତୁ ସେ ବିଷୟରେ ଜାଣିବା।

୧)

ଯେଉଁ ବ୍ୟକ୍ତି ବିନା ସ୍ନାନ କରି ତୁଳସୀ ପତ୍ର ତୋଳିଥାନ୍ତି , ଏଭଳି ବ୍ୟକ୍ତିଙ୍କର ପୂଜା ଦେବତା ମାନେ ସ୍ୱୀକାର କରନ୍ତି ନାହିଁ ଏବଂ ମାତା ଲକ୍ଷ୍ମୀ ମଧ୍ୟ ସ୍ୱୀକାର କରନ୍ତି ନାହିଁ। ଏବଂ ସେ ଏଭଳି ଲୋକଙ୍କ ଉପରେ କ୍ରୋଧିତ ହୋଇଯାଆନ୍ତି ଏବଂ ସେହିଭଳି ବ୍ୟକ୍ତିଙ୍କ ଘରେ ବାସ କରନ୍ତି ନାହିଁ।

୨)

ଯେଉଁ ବ୍ୟକ୍ତି ଗୁରୁଙ୍କୁ ସମ୍ମାନ କରନ୍ତି ନାହିଁ ଏବଂ ଗୁରୁଙ୍କର ପତ୍ନୀଙ୍କ ଉପରେ ଖରାପ ଦୃଷ୍ଟି ରଖିଥାନ୍ତି। ସେଭଳି ବ୍ୟକ୍ତିଙ୍କ ଧନ ମାତା ଲକ୍ଷ୍ମୀ ଶେଷ କରିଦିଅନ୍ତି।

୩)

ମାତା ଲକ୍ଷ୍ମୀ ସେଭଳି ଲୋକଙ୍କ ଘରକୁ କେବେ ମଧ୍ୟ ଯାଆନ୍ତି ନାହିଁ , ଯେଉଁମାନେ ଅସ୍ଵଛ ରହି ଦେବାଦେବୀ ମାନଙ୍କର ପୂଜା କରିଥାନ୍ତି।

୪)

ଯେଉଁ ସ୍ତ୍ରୀ ନିଜ ଠାରୁ ବଡ଼ ମାନଙ୍କୁ ସମ୍ମାନ କରନ୍ତି ନାହିଁ , ଅନ୍ୟ ପୁରୁଷ ଉପରେ ମନ ଲଗାଇଥାନ୍ତି ଏବଂ ଅଧାର୍ମିକ କାମ କରିଥାନ୍ତି। ସେମାନଙ୍କ ଉପରେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇଯାଆନ୍ତି ଏବଂ ସେମାନଙ୍କ ଘରକୁ ଯାଆନ୍ତି ନାହିଁ।

Google

୫)

ଯେଉଁ ବ୍ୟକ୍ତି ମାନେ ଅଳସୁଆ ହୋଇଥାନ୍ତି , ସେମାନଙ୍କ ଉପରେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇଯାଆନ୍ତି। ମାତା ଲକ୍ଷ୍ମୀଙ୍କର ଯେତେ ପୂଜା କଲେ ମଧ୍ୟ ସେମାନେ ସର୍ବଦା ସେହି ଅଭାବରେ ରହିଥାନ୍ତି।

୬)

କେବେ ମଧ୍ୟ ପୂଜା କରିବା ସମୟରେ କାହା ଉପରେ କ୍ରୋଧିତ ହେବା ଉଚିତ ନୁହେଁ। ଏଭଳି କରୁଥିବା ଲୋକଙ୍କ ଉପରେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇଯାଆନ୍ତି ଏବଂ ଦେବାଦେବୀ ମାନେ ମଧ୍ୟ ସେହି ପୂଜାକୁ ସ୍ୱୀକାର କରନ୍ତି ନାହିଁ।

୭)

ଯେଉଁ ବ୍ୟକ୍ତିମାନେ ବର୍ଜିତ ଦିନରେ କିମ୍ବା ସନ୍ଧ୍ୟା ସମୟରେ ପତ୍ନୀଙ୍କ ସହ ସହବାସ କରିଥାନ୍ତି କିମ୍ବା ଦିନରେ ଶୋଇଥାନ୍ତି। ସେମାନଙ୍କ ଘରକୁ ମାତା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ।

୮)

ଯେଉଁ ବ୍ୟକ୍ତିଙ୍କ ଘରେ ସଦସ୍ୟ ମାନଙ୍କ ମଧ୍ୟରେ ବିନା କୌଣସି କାରଣରେ ମତଭେଦ କରାଯାଇଥାଏ , ସେମାନଙ୍କ ଘରେ ମଧ୍ୟ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ।

୯)

ଯେଉଁବ୍ୟକ୍ତି ମାନେ ମିଥ୍ୟାବାଦୀ , ଚୋର , ଖରାପ ଚରିତ୍ରର ଏବଂ ଅନ୍ୟମାନଙ୍କର ଧନ ଲୁଟିନେବା ପ୍ରକୃତିର ହୋଇଥାନ୍ତି , ଏଭଳି ବ୍ୟକ୍ତିଙ୍କ ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ।

୧୦)

ଏଭଳି ଲୋକ ଯେଉଁମାନେ ପର ସ୍ତ୍ରୀ କିମ୍ବା ପର ଧନସମ୍ପତି ଉପରେ ଖରାପ ଦୃଷ୍ଟି ପକାଇଥାନ୍ତି। ଏଭଳି ଲୋକଙ୍କ ଘରକୁ ମାତା ଲକ୍ଷ୍ମୀ ଯାଆନ୍ତି ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମା ଲକ୍ଷ୍ମୀଙ୍କ କୃପା ହେଲେ ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Leave a Reply

Your email address will not be published. Required fields are marked *