ଆଜିର ସୋମବାର ଅଟେ ଏବଂ ପୁରାତନ କାଳରୁ ହିଁ ସୋମବାର ଦିନର ସମ୍ପର୍କ ଭଗବାନ ଶିବଙ୍କ ସହ ରହିଛି। ଏହିଦିନକୁ ଶିବଙ୍କର ଭକ୍ତ ମାନେ ସ୍ୱତନ୍ତ୍ର ଭାବରେ ବିବେଚନା କରିଥାନ୍ତି ଏବଂ ଭଗବାନଙ୍କର ଆରାଧନା କରିଥାନ୍ତି। ବିଶ୍ୱାସ ଅନୁଯାୟୀ , ସୋମବାର ଦିନ ବ୍ରତ ଏବଂ ପୂଜା କରିବା ଦ୍ୱାରା ଭଗବାନ ଶିବ ତାଙ୍କ ଭକ୍ତ ମାନଙ୍କ ଉପରେ ବହୁତ ଶୀଘ୍ର ପ୍ରସନ୍ନ ହୋଇଯାଆନ୍ତି। ସେ ଭକ୍ତମାନଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାନ୍ତି। ବ୍ରତ ଏବଂ ପୂଜା କରୁଥିବା ଲୋକମାନଙ୍କ ଜୀବନରୁ ଦୁଃଖ , ରୋଗ , କଷ୍ଟ ଏବଂ ଆର୍ଥିକ ସମସ୍ୟା ଆଦି ଦୂର କରିଦେଇଥାନ୍ତି। କୁଆଁରୀ ଝିଅମାନଙ୍କ ଦ୍ୱାରା ଏହିଦିନ ବ୍ରତ ଏବଂ ଶିବଙ୍କର ପୂଜା କରାଯିବା ଦ୍ୱାରା ସେମାନଙ୍କର ବିବାହ ହୋଇଯାଏ। କେବଳ ଏତିକି ନୁହେଁ , ସେମାନଙ୍କୁ ଭଗବାନ ଶିବଙ୍କ ପରି ମନଲାଖି ବର ମିଳିଥାଏ।
ସୋମବାର ଦିନ ସକାଳେ ଗାଧୋଇ ସାରିବା ପରେ ମନ୍ଦିରକୁ ଯାଆନ୍ତୁ କିମ୍ବା ଘରେ ହିଁ ବିଧି ବିଧାନ ଅନୁଯାୟୀ ଭଗବାନ ଶିବଙ୍କର ପୂଜା କରନ୍ତୁ। ସର୍ବପ୍ରଥମେ ଭଗବାନ ଶିବଙ୍କ ସହିତ ମାତା ପାର୍ବତୀ ଏବଂ ନନ୍ଦୀଙ୍କୁ ଗଙ୍ଗାଜଳ ଏବଂ କ୍ଷୀର ଦ୍ୱାରା ସ୍ନାନ କରାନ୍ତୁ। ଏହାପରେ ସେମାନଙ୍କୁ ଚନ୍ଦନ , ଚାଉଳ , ଭାଙ୍ଗ , ସୁପାରୀ , ବେଲପତ୍ର ଏବଂ ଧୁତୁରା ଅର୍ପଣ କରନ୍ତୁ। ଭୋଗ ଲଗାଇବା ପରେ ଶେଷରେ ଭଗବାନ ଶିବଙ୍କୁ ବିଧିବିଧାନ ଅନୁଯାୟୀ ଆରତୀ କରନ୍ତୁ।
ସୋମବାର ଦିନ ନିଶ୍ଚିତ ଭାବରେ ଏହି କାମ କରନ୍ତୁ:-
ମନ୍ଦିରକୁ ଯାଇ ଭଗବାନ ଶିବଙ୍କୁ କ୍ଷୀର ଏବଂ ମିଶ୍ରି ଅର୍ପଣ କରନ୍ତୁ। ଯଦି ମନ୍ଦିରକୁ ଯାଇପାରିବେ ନାହିଁ , ତେବେ ଘରେ ହିଁ ଭଗବାନ ଶିବଙ୍କୁ ଏହି ଜିନିଷ ଗୁଡିକ ଅର୍ପଣ କରନ୍ତୁ।
ଭଗବାନ ଶିବଙ୍କର ବେଲପତ୍ର ଅତ୍ୟନ୍ତ ପ୍ରିୟ ଅଟେ। ଏହି କାରଣରୁ ଆପଣଙ୍କ ମନସ୍କାମନା ପୂର୍ଣ୍ଣ ପାଇଁ ସୋମବାର ଦିନ ଭଗବାନ ଶିବଙ୍କୁ ୧୧ଟି ବେଲପତ୍ର ଅର୍ପଣ କରନ୍ତୁ।
ଏହାବ୍ୟତୀତ ଗଙ୍ଗାଜଳ ଦ୍ୱାରା ପ୍ରତ୍ୟେକ ସୋମବାର ଦିନ ତାଙ୍କର ଅଭିଷେକ କରନ୍ତୁ। ବିଶ୍ୱାସ ଅନୁଯାୟୀ , ଭଗବାନ ଶିବ ଏହାଦ୍ବାରା ଖୁବଶୀଘ୍ର ପ୍ରସନ୍ନ ହୋଇଯାଆନ୍ତି।
ଓଁ ନମଃ ଶିବାୟ ମନ୍ତ୍ର ସହ ତାଙ୍କୁ ଋତୁ ଅନୁଯାୟୀ କୌଣସି ମିଠା ଫଳ ଅର୍ପଣ କରନ୍ତୁ।
ବିଶ୍ୱାସ ଅନୁଯାୟୀ , ଭଗବାନ ଶିବଙ୍କୁ ଜିଲାପି ଅର୍ପଣ କରି ମଧ୍ୟ ପ୍ରସନ୍ନ କରାଯାଇପାରିବ।
ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଓଁ ନମଃ ଶିବାୟ ” ଅବଶ୍ୟ ଲେଖି ଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ଆପଣଙ୍କର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।