ଆଜି ସୋମବାର ଦିନରେ ଭଗବାନ ଶିବ ଭକ୍ତମାନଙ୍କ ଉପରେ ବିଶେଷ ଆଶୀର୍ବାଦ ଦେଇଥାନ୍ତି। ସୋମବାର ଦିନ ଭଗବାନ ଶିବଙ୍କୁ ସମର୍ପିତ କରାଯାଇଛି। ପବିତ୍ର ମନରେ ଭଗବାନ ଶିବଙ୍କର ପୂଜା ଅର୍ଚ୍ଚନା କରୁଥିବା ଲୋକଙ୍କର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ ଏବଂ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ବିଶ୍ୱାସ ଅନୁଯାୟୀ ଭଗବାନ ଶିବଙ୍କୁ ଖୁସି କରିବା ପାଇଁ ସୋମବାର ଦିନ ସକାଳେ ଉଠି ସ୍ନାନ କରି ଭଗବାନ ଶିବଙ୍କୁ ପୂଜା କରିବା ଉଚିତ। କୁହାଯାଏ ଯେ ଭଗବାନ ଶିବ ହିଁ ଏପରି ଜଣେ ଭଗବାନ ଅଟନ୍ତି , ଯିଏ ଭକ୍ତଙ୍କର ଡାକ ଖୁବ ଶୀଘ୍ର ଶୁଣିଥାନ୍ତି। ଭଗବାନ ଶିବ ତ୍ରିଦେବ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି , ଯେଉଁମାନେ ଭଗବାନ ଶିବଙ୍କୁ ପୂଜା କରନ୍ତି , ସେମାନଙ୍କର ସମସ୍ତ ଦୁଃଖ କଷ୍ଟ ସବୁଦିନ ପାଇଁ ଦୂର ହୋଇଯାଏ। ଶିବପୁରାଣରେ ‘ଓଁ ନମଃ ଶିବାୟ’ ମନ୍ତ୍ରକୁ ସମସ୍ତ ଦୁଃଖ କଷ୍ଟ ଦୂର କରୁଥିବା ମନ୍ତ୍ର ଭାବରେ ବିବେଚନା କରାଯାଇଛି।

ଏହିପରି ଭାବରେ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ:-
ଆମର ହିନ୍ଦୁ ଧର୍ମଶାସ୍ତ୍ରରେ , ଏହି ଚମତ୍କାରୀ ମନ୍ତ୍ରକୁ ଜପ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ସ୍ଥିର କରାଯାଇ ନାହିଁ। ଏହାର ଅର୍ଥ ଏହା ଯେ ଏହି ମନ୍ତ୍ରର ଜପ ଆପଣ ଆପଣଙ୍କ ସୁବିଧା ଅନୁଯାୟୀ ଯେକୌଣସି ସମୟରେ କରିପାରିବେ।
ଏହି ମନ୍ତ୍ରର ଜପ ନଦୀ କୂଳରେ ଶିବଲିଙ୍ଗ ସ୍ଥାପନ କରି , କୌଣସି ଜଙ୍ଗଲ କିମ୍ବା ଶାନ୍ତ ସ୍ଥାନରେ କିମ୍ବା ଘରେ ରହି କରାଯାଇପାରିବ।
ଏହି ମନ୍ତ୍ରର ଜପ ପ୍ରତ୍ୟେକ ଦିନ ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗ ଆଡ଼କୁ ମୁହଁ କରି କରିବା ଉଚିତ।
ଏହି ମନ୍ତ୍ରର ଜପ ରୁଦ୍ରାକ୍ଷ ମାଳା ଦ୍ୱାରା କରିବା ଉଚିତ।
ଏହି ମନ୍ତ୍ରର ଜପ ପ୍ରତ୍ୟେକ ଦିନ ଅତି କମରେ ୧୦୮ ଥର କରିବା ଉଚିତ।
ଉପଯୋଗ:-
ଏହି ମନ୍ତ୍ରକୁ ମୌଖିକ କିମ୍ବା ମାନସିକ ରୂପରେ ପୁନରାବୃତ୍ତି କରିବା ସମୟରେ ମନରେ ଭଗବାନ ଶିବଙ୍କର ଅନନ୍ତ ଏବଂ ସର୍ବବ୍ୟାପକ ଉପସ୍ଥିତି ଉପରେ ଧ୍ୟାନ କେନ୍ଦ୍ରିତ କରି କରିବା ଉଚିତ। ପରମ୍ପରାଗତ ଭାବରେ ଏହାକୁ ରୁଦ୍ରାକ୍ଷ ମାଳାରେ ୧୦୮ ଥର ପୁନରାବୃତ୍ତି କରାଯାଇଥାଏ। ଏହାକୁ ଜପ ଯୋଗ କୁହାଯାଇଥାଏ। ଏହାକୁ ଯେକୌଣସି ବ୍ୟକ୍ତି ଜପ କିମ୍ବା ଗାନ କରିପାରିବେ , କିନ୍ତୁ ଗୁରୁଙ୍କ ଦ୍ୱାରା ମନ୍ତ୍ର ଦୀକ୍ଷା ପରେ ଏହି ମନ୍ତ୍ରର ପ୍ରଭାବ ବଢି ଯାଇଥାଏ। ମନ୍ତ୍ର ଦୀକ୍ଷା ପୂର୍ବରୁ ଗୁରୁ ସାଧାରଣତଃ କିଛି ଅବଧି ପାଇଁ ଅଧ୍ୟୟନ କରନ୍ତି। ମନ୍ତ୍ର ଦୀକ୍ଷା ପ୍ରାୟତଃ ମନ୍ଦିର ଅନୁଷ୍ଠାନ ଯେପରିକି ପୂଜା , ଜପ , ଯଜ୍ଞ , ଧ୍ୟାନ ଏବଂ ବିଭୁତି ଲଗାଇବାର ଅଂଶ ହୋଇଥାଏ। ଗୁରୁ , ମନ୍ତ୍ରକୁ ଶିଷ୍ୟଙ୍କର ଡାହାଣ କାନରେ କହିଥାନ୍ତି ଏବଂ କେବେ ଓ କିପରି ପୁନରାବୃତ୍ତି କରିବାର ବିଧି ବିଷୟରେ କହିଥାନ୍ତି।

ପ୍ରଭାବ:-
ଏହି ମନ୍ତ୍ର ପ୍ରାର୍ଥନା , ପରମାତ୍ମା-ପ୍ରେମ , ଦୟା , ସତ୍ୟ ଏବଂ ପରମସୁଖ ଭଳି ଗୁଣ ସହ ଜଡିତ ହୋଇଛି। ସଠିକ ଭାବରେ ମନ୍ତ୍ରକୁ ଜପ କରିବା ଦ୍ଵାରା ଏହା ମନକୁ ଶାନ୍ତ , ଆଧ୍ୟାତ୍ମିକ ଅନ୍ତର୍ଦୃଷ୍ଟି ଏବଂ ଜ୍ଞାନ ଆଣିଥାଏ। ଏହା ଭକ୍ତ ମାନଙ୍କୁ ଶିବଙ୍କ ନିକଟକୁ ମଧ୍ୟ ଆଣିଥାଏ। ପରମ୍ପରା ଭାବରେ ଏହାକୁ ସ୍ୱୀକାର କରାଯାଇଛି ଯେ ଏହି ମନ୍ତ୍ରରେ ସମସ୍ତ ଶାରୀରିକ ଏବଂ ମାନସିକ ରୋଗକୁ ଦୂର କରିବାପାଇଁ ଶକ୍ତିଶାଳୀ ଚିକିତ୍ସକ ଗୁଣ ରହିଛି। ଏହି ମନ୍ତ୍ରକୁ ଭାବପୂର୍ଣ୍ଣ ଭାବରେ ପାଠ କରିବା ଦ୍ୱାରା ହୃଦୟକୁ ଶାନ୍ତି ଏବଂ ଆତ୍ମାକୁ ପ୍ରସନ୍ନତା ମିଳିଥାଏ। ଅନେକ ହିନ୍ଦୁ ଶିକ୍ଷକ ମାନଙ୍କର ବିଚାର ରହିଛି ଯେ ଏହି ପାଞ୍ଚଟି ଅକ୍ଷରକୁ ପୁନରାବୃତ୍ତି କରିବା ଶରୀର ପାଇଁ ସାଉଣ୍ଡ ଥେରାପି ଏବଂ ଆତ୍ମା ପାଇଁ ଅମୃତର ଭକ୍ତି ଅଟେ।
ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରିବା ସହିତ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଓଁ ନମଃ ଶିବାୟ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।