ଆଜିର ରାଶିଫଳ : ୩୦ ଅକ୍ଟୋବର ୨୦୨୦,ଶୁକ୍ରବାର,ସିଂହ, କନ୍ୟା ଏବଂ କୁମ୍ଭ ରାଶିର ଲୋକଙ୍କୁ ସମ୍ଭାଳି ରହିବା ଉଚିତ, ବାକି ଦିନଟି ସୁଦୃଢ ରହିବ।

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଛି। ଆଜିର ରାଶିଫଳ ଗଣନା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ ବିଶ୍ଳେଷଣ କରାଯାଏ। ଆମର ଏହି ଦୈନିକ ରାଶିଫଳରେ ୧୨ଟି ରାଶିର ଭବିଷ୍ୟତ କୁହାଯାଇଛି। ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନା ପୂରଣ କରିବାରେ ସଫଳ ହେବେ । ଆଜିର ରାଶିଫଳ ଆପଣଙ୍କ ଚାକିରୀ, ବ୍ୟାପାର, ପରିବାର ଓ ଲୋକମାନଙ୍କ ସହିତ ସମ୍ବନ୍ଧ , ସ୍ଵାସ୍ଥ୍ୟ ଓ ଆଜିର ଦିନଚର୍ଯ୍ୟା ରେ ହେବାକୁ ଥିବା ଶୁଭ ଅଶୁଭ ଘଟଣାର ଭବିଷ୍ୟ ଫଳ ହୋଇଥାଏ।

ମେଷ ରାଶି –

ଆଜି ଆପଣ ନିଜର ଶାରୀରିକ ଫିଟନେସକୁ ନେଇ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରି ପାରନ୍ତି। ଧନ ଲାଭ ହୋଇପାରନ୍ତି। ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ। କାର୍ଯ୍ୟ ମାମଲାରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ରହିଛି ଏବଂ ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ ଏବଂ ରୋମାଣ୍ଟିକ ସମୟ ଅତିବାହିତ କରିବେ। ପ୍ରେମୀଙ୍କୁ ଉପହାର ଦେଇ ପାରନ୍ତି। ଆଜି ଆପଣଙ୍କୁ ହାଲକା ଅନୁଭବ ହେବ।

ବୃଷ ରାଶି –

ଦ୍ବିପ୍ରହର ସମୟରେ ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ। ଆୟ ସୁଦୃଢ ରହିବ। ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ। ଅଚାନକ ଖର୍ଚ୍ଚ ବଢିପାରେ । ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ରେ କିଛି ସମସ୍ୟାର ସାମ୍ନା କରିବାକୁ ପଡ଼ିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ରୋମାଣ୍ଟିକ ସମୟ ଅତିବାହିତ କରିବେ। ବାହାର ସ୍ଥାନକୁ ଯିବା ପାଇଁ ପ୍ରୋଗ୍ରାମ କରି ପାରନ୍ତି। ବଡ଼ ଭାଇଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଜମିବାଡ଼ି କିଣାକିଣି କରି ପାରନ୍ତି।

ମିଥୁନ ରାଶି –

ଦ୍ବିପ୍ରହର ରେ ଆପଣ କାର୍ଯ୍ୟରେ ଧ୍ୟାନ ଦେବେ । ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ଧନ ଆଗମନ ହେବାର ସମ୍ଭାବନା ରହିଛି। ଟଙ୍କା ଉଧାର ଦେବା ଉଚିତ ନୁହେଁ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଲାଭଦାୟକ ରହିବ। କାର୍ଯ୍ୟରେ ଉତ୍ଥାନ ପତନ ଦେଖା ଦେଇପାରେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଫାଇନାଲ କରି ପାରନ୍ତି। ସ୍ବାସ୍ଥ୍ୟରେ ସୁଧାର ଆସିବ।

Google

କର୍କଟ ରାଶି –

ଭାଗ୍ୟ ବଳରେ ଆପଣଙ୍କ ଜୀବନ ଆଗକୁ ବଢିବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ, ଆପଣଙ୍କୁ ସକାରାତ୍ମକ ପରିଣାମ ପ୍ରାପ୍ତ ହେବ। ଜୀବନସାଥୀଙ୍କ ସବୁ କ୍ଷେତ୍ରରେ ଆପଣ ସହଯୋଗ କରିବେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ସ୍ଥିତି ଦୁର୍ବଳ ହୋଇପାରେ। ପରିବାରରେ ପିତାମାତାଙ୍କ ଠାରୁ ସହଯୋଗ ପ୍ରାପ୍ତ କରିବେ।

ସିଂହ ରାଶି –

ବଡ଼ କାମରେ ହାତ ଦେବା ଆପଣଙ୍କ ପାଇଁ ହାନିକାରକ ହୋଇପାରେ। ଦ୍ବିପ୍ରହର ପରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ପାରିବାରିକ ଜୀବନରେ ସମସ୍ୟା ଦେଖା ଦେଇପାରେ। ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ସମସ୍ୟା ଦେଖା ଦେଇପାରେ, ଏଥିପାଇଁ ଭୁଲ ବୁଝାମଣାକୁ ଦୂର କରିବା ପାଇଁ ପ୍ରୟାସ କରନ୍ତୁ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିଛି।

କନ୍ୟା ରାଶି –

ମାନସିକ ସ୍ତରରେ ଆପଣ ସୁଦୃଢ ରହିବେ। ଆପଣଙ୍କ ପାଇଁ କିଛି ପରିସ୍ଥିତି ସମସ୍ୟା ସୃଷ୍ଟି କରିପାରେ। ଆପଣଙ୍କର କିଛି କାର୍ଯ୍ୟ ବିଗିଡ଼ି ପାରେ । ଆର୍ଥିକ ସ୍ତରରେ ଦିନଟି ଅନୁକୂଳ ରହିଛି। ଆପଣ କାର୍ଯ୍ୟ ସୁବିଧାରେ ତୁଲାଇବେ। ଜୀବନସାଥୀଙ୍କ ଠାରୁ ପ୍ରଶଂସା ପାଇବେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିଛି।

ତୁଳା ରାଶି –

ମାନସିକ ସ୍ତରରେ ଆପଣ ଯାହା କରିବେ ସବୁକୁ ତୁଲାଇବା ପାଇଁ ପ୍ରୟାସ କରିବେ। ଆପଣଙ୍କ କାର୍ଯ୍ୟ ବିଗିଡି ପାରେ। ଆର୍ଥିକ ସ୍ତରରେ ଆପଣ ସୁଦୃଢ଼ ରହିବେ।ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରୁ ସମସ୍ୟା ରୁ ମୁକ୍ତି ପାଇବେ। ଜୀବନସାଥୀ ଙ୍କ ଠାରୁ ପ୍ରଶଂସା ପ୍ରାପ୍ତ କରିବେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ନିଜ ସଂପର୍କ ରେ ଆଗକୁ ବଢିବେ। ଭଉଣୀଙ୍କ ସହିତ ବିବାଦ ହୋଇପାରେ। କାର୍ଯ୍ୟ ମାମଲାରେ ଉଚିତ ପରିଣାମ ପ୍ରାପ୍ତ କରିବେ। ବିରୋଧୀ ଆପଣଙ୍କ ଉପରେ ଭାରୀ ରହିବେ।

ବିଛା ରାଶି –

ଆଜି ନିଜ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ କରିବେ। ବନ୍ଧୁଙ୍କ ସହିତ ଉତ୍ତମ ସମ୍ବନ୍ଧ ସ୍ଥାପନ ହେବ। ସହର ବାହାରକୁ ଯିବା ପାଇଁ ଯୋଜନା କରି ପାରନ୍ତି। ମନରେ କିଛି କଥା ରହିପାରେ। ପାରିବାରିକ ଜୀବନ ସୁଖମୟ ରହିବ। କାର୍ଯ୍ୟ ମାମଲାରେ ଆପଣଙ୍କୁ ଅଧିକ ବ୍ୟସ୍ତତା ଅନୁଭବ ହୋଇପାରେ। ଖର୍ଚ୍ଚରେ ବୃଦ୍ଧି ହୋଇପାରେ।

ଧନୁ ରାଶି –

ଆଜି ଆପଣଙ୍କ ପାଇଁ ବଢିଆ ଦିନ ରହିଛି। କାର୍ଯ୍ୟ ମାମଲାରେ ଅଧିକ ପରିଶ୍ରମ କରିବେ ଏବଂ ଆପଣଙ୍କୁ ସଫଳତା ମିଳିବ। ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆର୍ଥିକ ସ୍ତରରେ ଆପଣଙ୍କୁ ଲାଭ ମିଳିବ। ଚାକିରୀ ପେଶାରେ ଥିବା ଲୋକଙ୍କୁ ଲାଭ ମିଳିବ ଏବଂ ବ୍ୟବସାୟ ରେ ଉନ୍ନତି ହେବ। ନିଜ ବ୍ୟବସାୟକୁ ବୁଦ୍ଧି ବଳରେ ଆଗକୁ ବଢେଇବେ। ପ୍ରେମ କରୁଥିବା ଲୋକଙ୍କ ସହିତ ବିବାହ କରି ପାରନ୍ତି। ସମ୍ପର୍କ ସୁଦୃଢ ରହିବ।

Google

ମକର ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଦ୍ବିପ୍ରହର ପରେ ଆପଣଙ୍କୁ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ପାରିବାରିକ ସଦସ୍ୟଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଆପଣଙ୍କର ଆତ୍ମବିଶ୍ବାସ ରେ ବୃଦ୍ଧି ହେବ। ଆୟ ଠିକ୍ ଠାକ୍ ରହିବ। ଖର୍ଚ୍ଚରେ ନିୟନ୍ତ୍ରଣ ଆସିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ସନ୍ତୁଷ୍ଟ ରହିବେ। ଆପଣଙ୍କର ଆତ୍ମସମ୍ମାନ ହାନୀ ହେବାର ସମ୍ଭାବନା ରହିଛି। ଘରକୁ ବନ୍ଧୁଙ୍କ ଆଗମନ ହୋଇପାରେ।

କୁମ୍ଭ ରାଶି –

ପାରିବାରିକ ଜୀବନ ରେ ସମସ୍ୟା ଦେଖା ଦେଇପାରେ ଦ୍ବିପ୍ରହର ସମୟରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ଭାଇଭଉଣୀଙ୍କ ସହିତ ଉତ୍ତମ ସମ୍ବନ୍ଧ ରହିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ ଏବଂ ପରସ୍ପର ଉପରେ ସ୍ନେହ ପ୍ରେମ ଭରି ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ସମ୍ପର୍କରେ ସନ୍ତୁଷ୍ଟ ରହିବେ। ଦ୍ବିପ୍ରହର ସମୟରେ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି।

ମୀନ ରାଶି –

ଆପଣ ସମ୍ପୂର୍ଣ୍ଣ ଭାବରେ ସକାରାତ୍ମକ ରହିବାକୁ ପ୍ରୟାସ କରିବେ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ । ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସ୍ନେହ ଏବଂ ପ୍ରେମ ଭରି ରହିବ। ଜୀବନସାଥୀଙ୍କୁ ଜଣେ ଆଦର୍ଶ ବ୍ୟକ୍ତି ରୂପରେ ଆପଣ ଦେଖିବେ। ଆପଣଙ୍କ ପରିଶ୍ରମ ସାର୍ଥକ ରହିବ। କାର୍ଯ୍ୟ ମାମଲାରେ ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ନିରାଶ ହୋଇ ପାରନ୍ତି। ବ୍ୟବସାୟ ରେ ଆପଣ ନିଜର ବୁଦ୍ଧି ପ୍ରୟୋଗ କରିବେ।

ବନ୍ଧୁଗଣ ଆଜି ମା ସନ୍ତୋଷୀଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ମା ସନ୍ତୋଷୀ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *