ଗୁରୁବାର ଦିନ ଏହି କଥାର ଧ୍ୟାନ ରଖନ୍ତୁ,ଭଗବାନ ବିଷ୍ଣୁଙ୍କର ଆପଣଙ୍କ ଉପରେ ସଦାସର୍ବଦା ଆଶୀର୍ବାଦ ରହିବ।

ସମସ୍ତ ଦେବତାଙ୍କ ମଧ୍ୟରୁ ଭଗବାନ ବିଷ୍ଣୁଙ୍କୁ ଜଗତର ପାଳନ କର୍ତା ବୋଲି ବିବେଚନା କରାଯାଏ। ଯଦି ଭଗବାନ ବିଷ୍ଣୁ କୌଣସି ବ୍ୟକ୍ତିଙ୍କ ପୂଜାରେ ପ୍ରସନ୍ନ ହୋଇଯାନ୍ତି ତ ତେବେ ସେହି ବ୍ୟକ୍ତିଙ୍କୁ ମନ ପସନ୍ଦର ଫଳ ପ୍ରାପ୍ତି ହୋଇଥାଏ। ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କର ଦିନ ବୋଲି ମାନାଯାଏ। ଯଦି ଆପଣ ଗୁରୁବାର ଦିନ ହଲଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତି ତେବେ ଏମିତି କରିବା ଦ୍ୱାରା ଆପଣଙ୍କ ଘର ପରିବାରକୁ ସୁଖ ସମୃଦ୍ଧି ଆସିଥାଏ। ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କର ପୂଜାର୍ଚ୍ଚନାର ବିଶେଷ ଦିନ ଅଟେ।

Google

ଶାସ୍ତ୍ରରେ ଭଗବାନ ବିଷ୍ଣୁଙ୍କର ମହିମା ବିଷୟରେ ଉଲ୍ଲେଖ କରାଯାଇଛି। ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦ ଯଦି ଆପଣଙ୍କ ଉପରେ ରହେ ତାହେଲେ ଆପଣଙ୍କ ଜୀବନରେ ସମସ୍ତ ଦୁଖଃ କଷ୍ଟ ଦୂର ହୋଇଯାଇଥାଏ ଏବଂ ଆପଣ ସୁଖ ଶାନ୍ତି ପୂର୍ବକ ଜୀବନ ଅତିବାହିତ କରିବେ। କିନ୍ତୁ ଆପଣଙ୍କୁ କିଛି କଥାର ବିଶେଷ ଧ୍ୟାନ ରଖିବା ନିତାନ୍ତ ଆବଶ୍ୟକ। ଯଦି ଆପଣ ଗୁରୁବାର ଦିନ ଏହି କଥା ଗୁଡିକରେ ଧ୍ୟାନ ରଖିବେ ତାହେଲେ ଭଗବାନ ବିଷ୍ଣୁଙ୍କର କୃପା ପ୍ରାପ୍ତି ମିଳିବ। ଆଉ ଆପଣଙ୍କ ଜୀବନ ସୁଖରେ କଟିବ।

ଗୁରୁବାର ଦିନ ଏହି କଥାର ଧ୍ୟାନ ରଖନ୍ତୁ :-

ଯଦି ଆପଣ ଗୁରୁବାର ଦିନ ପୂଜା କରୁଛନ୍ତି ତ ଆପଣ ପୂଜା କରିବା ସମୟରେ କିଛି କଥାର ଧ୍ୟାନ ଅବଶ୍ୟ ରଖନ୍ତୁ ଯଦି ଆପଣ ଏହି କଥାର ଧ୍ୟାନ ରଖିବେ ତାହେଲେ ଆପଣଙ୍କୁ ପୂଜାର ସମ୍ପୂର୍ଣ୍ଣ ଫଳ ପ୍ରାପ୍ତି ହେବ। ଗୁରୁବାର ଦିନ ଆପଣ କଦଳୀ ଗଛକୁ ନିଶ୍ଚୟ ପୂଜା କରନ୍ତୁ କାରଣ କଦଳୀ ଗଛରେ ଭଗବାନ ବିଷ୍ଣୁଙ୍କର ବାସ ବୋଲି ବିବେଚନା କରାଯାଏ।

ଆପଣ ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରି ଏହା ପରେ ହିଁ ପୂଜା କରନ୍ତୁ। ଯଦି ଆପଣ କିଛି ହଳଦିଆ ରଙ୍ଗର ଜିନିଷ ଦାନ କରିବେ ତ ଏମିତି କରିବା ଦ୍ୱାରା ଆପଣ ଦାନ କରିଥିବାର ଅନେକ ଗୁଣା ଫଳ ପ୍ରାପ୍ତି କରିବେ।

ଯଦି ଆପଣଙ୍କ କୁଣ୍ଡଳୀରେ ବୃହଷ୍ପତି ଗ୍ରହ କମଜୁର ଅଛି ତ ଆପଣ ବୃହଷ୍ପତି ଗ୍ରହଙ୍କୁ ଶକ୍ତିଶାଳୀ କରିବା ପାଇଁ ଗୁରୁବାର ଦିନ ବୃହଷ୍ପତିଙ୍କୁ ପୂଜା କରନ୍ତୁ ଏବଂ ବୃହଷ୍ପତିଙ୍କ କଥା ପଢ଼ନ୍ତୁ ଏବଂ ଅନ୍ୟ ମାନଙ୍କୁ ମଧ୍ୟ ଶୁଣାନ୍ତୁ।

ଯଦି ଆପଣ ଗୁରୁବାର ଦିନ ଭଗବାନ ଶିବଲିଙ୍ଗ ଉପରେ ହଳଦିଆ ରଙ୍ଗର କନିଅର ଫୁଲ ଅର୍ପଣ କରିବେ ଏବଂ ଭଗବାନ ଶିବଙ୍କର ଆରାଧନା କରିବେ ତ ଏମିତି କରିବା ଫଳରେ ଗୁରୁଦୋଷ ସମାପ୍ତ ହୋଇଯାଇଥାଏ।

Google

ଯଦି ଆପଣ ଭଗବାନ ବିଷ୍ଣୁଙ୍କୁ ଭୋଗରେ ମୁଗ ଡାଲି ଅର୍ପଣ ଜରିବେ ତ ଏଥିରେ ଆପଣଙ୍କୁ ଉତ୍ତମ ଫଳ ପ୍ରାପ୍ତି ହେବ। ଯଦି ଆପଣ ଚାହିଁବେ ତ ମୁଗଡାଲି ସହିତ ଗୁଡ଼ିଚିନି ମଧ୍ୟ ଭୋଗରେ ଲଗେଇ ପାରିବେ।

ଯଦି ଆପଣ ଗୁରୁବାର ଦିନ ଏହି ସବୁ କଥାର ଧ୍ୟାନ ରଖିବେ ତ ଏଥିରେ ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସଦାସର୍ବଦା ବନି ରହିବ ଏବଂ ଜୀବନର ସମସ୍ତ ଅସୁବିଧାର ସମୁଖୀନ କରିବା ପାଇଁ ଶକ୍ତି ମିଳିବ। ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦରୁ ଆପଣ ଖୁସିରେ ରହିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଓଁ ନମଃ ବିଷ୍ଣୁଦେବାୟ ” ନିଶ୍ଚିତ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Leave a Reply

Your email address will not be published. Required fields are marked *