ଭୁଲକରି ମଧ୍ୟ ଏହି ଜିନିଷଗୁଡ଼ିକୁ ତକିଆ ତଳେ ରଖନ୍ତୁ ନାହିଁ, ନଚେତ୍ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ ।

ଶୋଇବା ସମୟରେ ଲୋକମାନେ ପ୍ରାୟତ ନିଜ ତକିଆ ପାଖରେ ପର୍ସ, ମୋବାଇଲ୍ ଏବଂ ଅନ୍ୟାନ୍ୟ ବିଭିନ୍ନ ପ୍ରକାରର ଜିନିଷ ରଖିଥାନ୍ତି । କିନ୍ତୁ ବାସ୍ତୁ ଅନୁସାରେ, ଏହି ପ୍ରକାରର ଜିନିଷ ରଖିବା ଦ୍ୱାରା ଆପଣଙ୍କ ଘରେ ଦୁଃଖ ଦୁର୍ଦ୍ଦଶା ବଢ଼ି ଥାଏ । କେବଳ ଏତିକି ନୁହେଁ, ଏହି ଜିନିଷଗୁଡ଼ିକୁ ତକିଆ ପାଖରେ ରଖିବା ଦ୍ୱାରା ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ, ତେବେ ଆସନ୍ତୁ ଜାଣିବା ଶୋଇବା ସମୟରେ କେଉଁ ଜିନିଷ ଗୁଡ଼ିକ ଆପଣଙ୍କ ତକିଆ ପାଖରେ ରଖିବା ଉଚିତ୍ ନୁହେଁ ।

ପାଣି ଜଗ:-

ଶୋଇବା ସମୟରେ ନିଜ ବିଛଣା ଏବଂ ତକିଆ ଆଖ ପାଖରେ ପାଣି ଜଗ ରଖିବା ଉଚିତ୍ ନୁହେଁ । ପ୍ରାୟତ ଦେଖାଯାଏ ଲୋକମାନେ ନିଜ ମୁଣ୍ଡ ପାଖରେ ପାଣି ଜଗ ରଖି ଶୋଇଥା’ନ୍ତି, କିନ୍ତୁ ଏହା ଦ୍ୱାରା ଆପଣଙ୍କ ରାଶିରେ ଚନ୍ଦ୍ର ଦୁର୍ବଳ ହୋଇଥାଏ ଏବଂ ଚନ୍ଦ୍ର ଦୁର୍ବଳ ହେବା ଦ୍ୱାରା ମାନସିକ ରୋଗ ସୃଷ୍ଟି ହୋଇଥାଏ ।

ପର୍ସ:-

ଅଧିକାଂଶ ପୁରୁଷଙ୍କର ଅଭ୍ୟାସ ହୋଇଥାଏ ସେମାନେ ଶୋଇବା ସମୟରେ ନିଜର ତକିଆ ପାଖରେ ପର୍ସ ରଖିଥାନ୍ତି, କିନ୍ତୁ ଏପରି କରିବା ଉଚିତ୍ ନୁହେଁ । ତକିଆ ନିକଟରେ ପର୍ସ ରଖି ଶୋଇବା ଦ୍ୱାରା ଅପଚୟ ଖର୍ଚ୍ଚ ହୋଇଥାଏ, ଏହା ସହିତ ଘରେ ଦୁଃଖ ଏବଂ ଆର୍ଥିକ କ୍ଷତିର ମଧ୍ୟ କାରଣ ହୋଇଥାଏ। ଏପରି ପରିସ୍ଥିତିରେ ଶୋଇବା ପୂର୍ବରୁ ସର୍ବଦା ଏହା ସ୍ଥିର କରନ୍ତୁ ଆପଣଙ୍କ ପର୍ସ ଠିକ୍ ସ୍ଥାନରେ ଅଛି କି ନାହିଁ ।

ଔଷଧ:-

ପ୍ରାୟତ ଲୋକମାନେ ରାତିରେ ଶୋଇବା ସମୟରେ ଔଷଧ ଖାଇଥା’ନ୍ତି ଏବଂ ଅବଶିଷ୍ଟ ଔଷଧଗୁଡିକ ତକିଆ ପାଖରେ ରଖି ଦେଇଥାନ୍ତି, ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ, ତେଣୁ ଭୁଲକରି କେବେ ମଧ୍ୟ ଔଷଧଗୁଡିକୁ ନିଜର ତକିଆ ପାଖରେ ରଖନ୍ତୁ ନାହିଁ ।

ଜୋତା-ଚପଲ:-

କିଛି ଲୋକଙ୍କର ଏହା ଅଭ୍ୟାସ ହୋଇଥାଏ, ସେମାନେ ନିଜ ବିଛଣା ନିକଟରେ ଜୋତା ଚପଲ ବାହାର କରି ଶୋଇଥା’ନ୍ତି, ଏହା ପଛରେ ଲୋକମାନେ ତର୍କ କରିଥାନ୍ତି ଯଦି ସେମାନଙ୍କୁ ରାତିରେ ବାଥରୁମକୁ ଯିବାକୁ ପଡିବ, ତେବେ ସେମାନଙ୍କୁ କୌଣସି ଅସୁବିଧା ଯେମିତି ନହେଉ । କିନ୍ତୁ ଏପରି କରିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ, ଏହିପରି ଭାବରେ ଚେଷ୍ଟା କରନ୍ତୁ ଜୋତା ଚପଲକୁ ସବୁବେଳେ ଶୋଇବା ଘର ବାହାରେ ବାହାର କରି ଆସନ୍ତୁ ।

ଚାବି:-

ଯଦି ଆପଣ ମଧ୍ୟ ଆପଣଙ୍କ କାର, ଅଫିସ୍ କିମ୍ବା ଘରର ଚାବି ନିଜ ପାଖରେ ରଖି ଶୋଇଥାଅ, ତେବେ ନିଜର ଏହି ଅଭ୍ୟାସ ଆଜି ହିଁ ଛାଡିଦିଅନ୍ତୁ । ବାସ୍ତୁଶାସ୍ତ୍ର ଅନୁସାରେ, ତକିଆ ପାଖରେ ଚାବି ନେଇ ଶୋଇବା ଦ୍ୱାରା ଘରେ ଆର୍ଥିକ ପ୍ରତିବନ୍ଧକ ପରି ଅବସ୍ଥା ଦେଖାଦେଇଥାଏ ।

ତେଲ:-

ତେଲକୁ ମୁଣ୍ଡରେ ମାଲିସ୍ କରିବା ପରେ, ଯଦି ଆପଣ ତେଲକୁ ତକିଆ ପାଖରେ ଛାଡିଦିଅନ୍ତି ତେବେ ଏହା ଦ୍ୱାରା ଆପଣଙ୍କୁ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଏହା ସହିତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହୋଇପାରେ ।

ମୋବାଇଲ୍ କିମ୍ବା ଲାପଟପ୍:-

ପ୍ରାୟତ ଲୋକମାନେ ମୋବାଇଲ୍ କିମ୍ବା ଲାପଟପ୍ ପରି ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ନିଜ ପାଖରେ ରଖି ଶୋଇଥା’ନ୍ତି, ଯଦି ଆପଣ ମଧ୍ୟ ଏପରି କରୁଥାନ୍ତି ତେବେ ଏହା ଆପଣଙ୍କ ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ । ବାସ୍ତୁଶାସ୍ତ୍ର ଅନୁସାରେ, ଇଲେକ୍ଟ୍ରୋନିକ୍ ଜିନିଷଗୁଡିକ ରାହୁ ସହିତ ଜଡିତ ହୋଇଥାଏ, ତେଣୁ ଯଦି ଆପଣ ଶୋଇବା ସମୟରେ ନିଜର ତକିଆ ପାଖରେ ଏହି ଜିନିଷ ଗୁଡ଼ିକ ରଖନ୍ତି, ତେବେ ଏହା ଦ୍ୱାରା ରାହୁଦୋଶ ସୃଷ୍ଟି ହୋଇଥାଏ ।

ଖବରକାଗଜ କିମ୍ବା ପତ୍ରିକା (ମେଗାଜିନ୍):-

ଶୋଇବା ସମୟରେ କେବେ ମଧ୍ୟ ନଜର ତକିଆ ତଳେ କିମ୍ବା ଆଖ ପାଖରେ ଖବରକାଗଜ କିମ୍ବା ପତ୍ରିକା (ମେଗାଜିନ) ରଖି ଶୋଇବା ଉଚିତ୍ ନୁହେଁ । ଏହା ଦ୍ୱାରା ମଣିଷ ଜୀବନରେ ସମସ୍ୟା ସୃଷ୍ଟି ହୋଇପାରେ ।

ମଇଳା ପୋଷାକ:-

ମଇଳା ପୋଷାକକୁ କେବେବି ଆପଣଙ୍କ ବିଛଣା କିମ୍ବା ମୁଣ୍ଡ ପାଖରେ ରଖି ଶୋଇବା ଉଚିତ୍ ନୁହେଁ, ଏହା କରିବା ଦ୍ୱାରା ନକାରାତ୍ମକତା ଆସିଥାଏ ଏବଂ ଶୋଇବା ସମୟରେ ଦୂଃସ୍ୱପ୍ନ ବା ଖରାପ୍ ସ୍ବପ୍ନ ମଧ୍ୟ ଆସିଥାଏ ।

ଖଟ ଆଗରେ ଦର୍ପଣ ରଖନ୍ତୁ ନାହିଁ:-

ଏହି କଥାକୁ ନିଶ୍ଚିତ କରନ୍ତୁ ଆପଣଙ୍କ ଖଟ ଠିକ୍ ସାମ୍ନାରେ ଯେମିତି କୌଣସି ଦର୍ପଣ ରହିବ ନାହିଁ । ଯଦି ଖଟର ଠିକ୍ ସାମ୍ନାରେ ଦର୍ପଣ ରହିଥାଏ, ତେବେ ଏହା ଦ୍ୱାରା ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇଥାଏ ଏବଂ ଆପଣଙ୍କ ଜୀବନସାଥୀ ସହିତ ଝଗଡା ହେବାର ସମ୍ଭାବନା ମଧ୍ୟ ବଢ଼ି ଥାଏ ।\

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ ଓ ସେଆର କରନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *