ଆଜିର ରାଶିଫଳ : ୧୪ ଅକ୍ଟୋବର ୨୦୨୦,ବୁଧବାର,ତୁଳା ଏବଂ ଧନୁ ରାଶି ସମେତ ୫ଟି ରାଶିକୁ ଫାଇଦା, ବାକି ରାଶି ଗୁଡିକର ଦିନ ରହିବ ସାମାନ୍ୟ ।

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଛି। ଆଜିର ରାଶିଫଳ ଗଣନା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ ବିଶ୍ଳେଷଣ କରାଯାଏ। ଆମର ଏହି ଦୈନିକ ରାଶିଫଳରେ ୧୨ଟି ରାଶିର ଭବିଷ୍ୟତ କୁହାଯାଇଛି। ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନା ପୂରଣ କରିବାରେ ସଫଳ ହେବେ । ଆଜିର ରାଶିଫଳ ଆପଣଙ୍କ ଚାକିରୀ, ବ୍ୟାପାର, ପରିବାର ଓ ଲୋକମାନଙ୍କ ସହିତ ସମ୍ବନ୍ଧ , ସ୍ଵାସ୍ଥ୍ୟ ଓ ଆଜିର ଦିନଚର୍ଯ୍ୟାରେ ହେବାକୁ ଥିବା ଶୁଭ ଅଶୁଭ ଘଟଣାର ଭବିଷ୍ୟ ଫଳ ହୋଇଥାଏ।

ମେଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ପ୍ରେମ ଜୀବନକୁ ଆପଣ ଉପଭୋଗ କରିବେ। ପ୍ରେମୀ ଯୁଗଳଙ୍କ ମଧ୍ୟରେ ବୁଝାମଣା ରହିବ। କାର୍ଯ୍ୟ ମାମଲାକୁ ନେଇ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ, ଯାହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ। କିଛି ଜରୁରୀ କାର୍ଯ୍ୟକୁ ଭାଗ୍ୟ ଉପରେ ଛାଡି ଦେବା ଉଚିତ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ଜୀବନସାଥୀ ଆପଣଙ୍କୁ କିଛି ଉତ୍ତମ କଥା କହି ପାରନ୍ତି।

ବୃଷ ରାଶି –

ଘରକୁ ଅତିଥି ଆସିବା ଦ୍ୱାରେ ଘରେ ହସଖୁସିର ବାତାବରଣ ସୃଷ୍ଟି ହେବ। ଘର ପାଇଁ ଆବଶ୍ୟକୀୟ ବସ୍ତୁ କିଣାକିଣି କରି ପାରନ୍ତି। ନିବେଶ ପାଇଁ ଆଜିର ଦିନଟି ଅନୁକୂଳ ରହିଛି। ବ୍ୟବସାୟକୁ ନେଇ ସ୍ଥିତି ସୁଦୃଢ ରହିବ। କାହାକୁ କିଛି କହିବା ଆଗରୁ ଭଲଭାବରେ ବିଚାର କରନ୍ତୁ, ଏଥିପ୍ରତି ଧ୍ୟାନ ଦିଅନ୍ତୁ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ଆଜି ଆପଣ ସମୟକୁ ଉପଭୋଗ କରିବେ।

ମିଥୁନ ରାଶି –

ଆଜି ଆପଣ ସାଙ୍ଗମାନଙ୍କ ସହିତ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ବହୁତ ସମୟ ଠାରୁ ପ୍ରୟାସ କରୁଥିବା କାର୍ଯ୍ୟ ସମ୍ପନ୍ନ ହେବ। ସରକାରୀ କାର୍ଯ୍ୟରେ ହାତ ଦେବା ଦ୍ଵାରା ଆପଣଙ୍କୁ ଲାଭ ମିଳିବ। ଆପଣଙ୍କୁ ନିଜ ବ୍ୟବସାୟକୁ ଆଗକୁ ବଢେଇବା ପାଇଁ ନୂଆ ପ୍ରକଳ୍ପ ମିଳିପାରେ। ବିରୋଧୀ ମାନଙ୍କ ଠାରୁ ସାବଧାନ ରୁହନ୍ତୁ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଆପଣଙ୍କ ବୁଦ୍ଧି ଉଚିତ ସମୟରେ କାମରେ ଆସିବ।

Google

କର୍କଟ ରାଶି –

ଭାବୁକ ହୋଇ ଆପଣ ନିଜକୁ ସୁଦୃଢ ଅନୁଭବ କରିବେ। ଘରେ ଚାଲିଥିବା ପରିସ୍ଥିତିରେ ଆପଣଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବ। ଘରେ ସୁଖଶାନ୍ତି ବିଦ୍ୟମାନ ହେବ ଏବଂ ଆପଣ ନିଜର ମଧୁର ବାଣୀ ଦ୍ଵାରା ସମସ୍ତଙ୍କ ହୃଦୟ ଜିଣି ନେବେ। ଆପଣଙ୍କ ଘରକୁ ଅତିଥିଙ୍କ ଆଗମନ ଲାଗି ରହିବ। ବ୍ୟବସାୟକୁ ନେଇ ଗମ୍ଭୀର ରହିବା ଆବଶ୍ୟକ। ସ୍ଥିତିକୁ ନେଇ ଅଣଦେଖା କରିବା ଉଚିତ ନୁହେଁ। ବ୍ୟକ୍ତିଗତ ଜୀବନରେ ନିରାଶାର ସାମ୍ନା କରିବାକୁ ପଡିପାରେ। କାର୍ଯ୍ୟକୁ ନେଇ ସ୍ଥିତି ସୁଦୃଢ ରହିବ ଏବଂ ଉଚିତ ପରିଣାମ ପ୍ରାପ୍ତ କରିବେ।

ସିଂହ ରାଶି –

ଜୀବନରେ ସତକୁ ଗୁରୁତ୍ବ ଦେଇଥିବା ଆପଣ ଆଜି ଉତ୍ତମ ମୁଡରେ ନଜର ଆସିବେ। ସ୍ବାସ୍ଥ୍ୟକୁ ନେଇ ଆପଣ ଗମ୍ଭୀର ରହିବେ। ସର୍ଦ୍ଦି ଏବଂ କାଶ ଯୋଗୁଁ ସମସ୍ୟା ସୃଷ୍ଟି ହୋଇପାରେ। ବ୍ୟକ୍ତିଗତ ଜୀବନରେ ଆପଣ ବହୁତ ଖୁସି ନଜର ଆସିବେ। କାର୍ଯ୍ୟକୁ ନେଇ ଆପଣ ଦାୟିତ୍ବହୀନ ହୋଇ ପାରନ୍ତି। ପରିବାର ଏବଂ କାର୍ଯ୍ୟକ୍ଷେତ୍ରକୁ ନେଇ ଆପଣ ତାଳମେଳ ବନାଇ ରଖିବେ।

କନ୍ୟା ରାଶି –

ଖର୍ଚ୍ଚ ବଢିପାରେ। ଅଧିକ ଖର୍ଚ୍ଚ ବଢିବା ଯୋଗୁଁ ଆର୍ଥିକ ମାନ୍ଦା ଅବସ୍ଥା ଦେଖା ଦେଇପାରେ। ବ୍ୟକ୍ତିଗତ ଜୀବନରେ କିଛି ନିରାଶା ଅନୁଭବ କରିପାରନ୍ତି। କାର୍ଯ୍ୟକୁ ନେଇ ନିୟନ୍ତ୍ରଣରେ ରହିବେ। ଆପଣଙ୍କ ଜୀବନ ଅତି ସୁନ୍ଦର ଅତିବାହିତ ହେବ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ।

ତୁଳା ରାଶି –

ଆୟରେ ବୃଦ୍ଧି ହେବ। ଆର୍ଥିକ ରୂପରେ ସୁଦୃଢ ରହିବେ। ନିବେଶ କରିଥିବା ଟଙ୍କା ଫେରସ୍ତ ମିଳିବ। ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ। ସେୟାର ବଜାରରେ ଆପଣଙ୍କୁ ଫାଇଦା ମିଳିବ। କାର୍ଯ୍ୟକୁ ନେଇ ସ୍ଥିତି ସୁଦୃଢ ରହିବ। ବ୍ୟକ୍ତିଗତ ଜୀବନକୁ ନେଇ ଆପଣ ପରିପକ୍ୱତା ପ୍ରଦର୍ଶନ କରିବେ। କାର୍ଯ୍ୟ ମାମଲାକୁ ନେଇ ଆପଣ ଗମ୍ଭୀର ରହି ପାରନ୍ତି।

ବିଛା ରାଶି –

ମନରେ କୌଣସି ସନ୍ଦେହ ରଖନ୍ତୁ ନାହିଁ, ନଚେତ ଆପଣଙ୍କୁ ଅସୁବିଧାରେ ସମ୍ମୁଖିନ ହେବାକୁ ପଡ଼ି ପାରେ। ବ୍ୟକ୍ତିଗତ ଜୀବନକୁ ଉତ୍ତମ ବନେଇବା ପାଇଁ କିଛି ଗତିବିଧିରେ ଭାଗ ନେବେ। କାର୍ଯ୍ୟକୁ ନେଇ ସ୍ଥିତି ସୁଦୃଢ ରହିବ। ଆପଣ ଯେଉଁଠାରେ କାର୍ଯ୍ୟ କରନ୍ତି, ସେଠାରେ ପାର୍ଟିର ଆୟୋଜନ କରି ପାରନ୍ତି। ଆପଣ ନିଜର ଆତ୍ମବିଶ୍ବାସରେ ଭରି ରହିବେ। କୌଣସି ପ୍ରତିଯୋଗିତାରେ ସଫଳତା ମିଳିବା ଦ୍ଵାରା ଆପଣଙ୍କର ଉତ୍ସାହ ବୃଦ୍ଧି ହେବ।

ଧନୁ ରାଶି –

ଭାଗ୍ୟ ପ୍ରବଳ ରହିଥିବା ହେତୁ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ। ଆପଣ ବିଚାର କରିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। ଜମିବାଡ଼ି ମାମଲାରେ ସଫଳତା ମିଳିବ। ବ୍ୟକ୍ତିଗତ ଜୀବନରେ ହସଖୁସିରେ ସମୟ ଅତିବାହିତ କରିବେ। ଆପଣଙ୍କ ଆଖପାଖ ଲୋକଙ୍କୁ କିଛି ନୂଆ ସୂଚନା ଦେବା ପାଇଁ ପ୍ରୟାସ କରି ପାରନ୍ତି। ବିରୋଧୀ ଆପଣଙ୍କୁ ହଇରାଣ କରିବା ପାଇଁ ପ୍ରୟାସ କରି ପାରନ୍ତି।

Google

ମକର ରାଶି –

ଖର୍ଚ୍ଚରେ ବୃଦ୍ଧି ହୋଇପାରେ। ଯାହାଦ୍ବାରା ଆପଣଙ୍କୁ ସମସ୍ୟା ହୋଇପାରେ। ଭୁଲ ଜାଗାରେ ନିବେଶ କରିବା ଦ୍ୱାରା ଆପଣଙ୍କୁ ହାନୀ ହୋଇପାରେ। ପୂଜାପାଠରେ ଖର୍ଚ୍ଚ ହୋଇପାରେ। ଭାଗ୍ୟ ସୁଦୃଢ ରହିବା ଯୋଗୁଁ ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ଆଜି ସମ୍ପର୍କ କୁ ନେଇ ଅସାମଞ୍ଜସ୍ୟ ସ୍ଥିତିରେ ରହିବେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନକୁ ନେଇ ଆଶ୍ବସ୍ତ ଅନୁଭବ କରିବେ।

କୁମ୍ଭ ରାଶି –

ଆଜି ଆପଣ ଅଧିକ ଖୁସି ଅନୁଭବ କରିବେ। ଦାମ୍ପତ୍ୟ ଜୀବନରେ ସମସ୍ୟା ସମାପ୍ତ ହେବ। ବ୍ୟକ୍ତିଗତ ଜୀବନକୁ ନେଇ ଆପଣ ସନ୍ତୁଷ୍ଟ ରହିବେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ନିଜ ସମ୍ପର୍କକୁ ନେଇ ଅଧିକ ଗମ୍ଭୀର ରହିବେ। ଘରର ମାହୋଲରେ ସମସ୍ୟା ଦେଖା ଦେଇପାରେ। କାର୍ଯ୍ୟକୁ ନେଇ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ଆପଣ ଘର ଏବଂ କାର୍ଯ୍ୟକ୍ଷେତ୍ରକୁ ନେଇ ତାଳମେଳ ରଖିବେ।

ମୀନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆଜି ଆପଣ ନିଜ ଜୀବନକୁ ଉପଭୋଗ କରିବେ। ସବୁ ସମସ୍ୟାକୁ ଭୟ ନକରି ଆତ୍ମବିଶ୍ବାସକୁ ସୁଦୃଢ କରିବା ଦ୍ଵାରା ସମ୍ପର୍କ ସୁଦୃଢ଼ ରହିବ ଏବଂ କାର୍ଯ୍ୟରେ ସଫଳତା ମିଳିବ। ଆୟରେ ବୃଦ୍ଧି ହେବ। ଖର୍ଚ୍ଚରେ ବୃଦ୍ଧି ହେବ। ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ଏବଂ କାର୍ଯ୍ୟରେ କମ୍ ଧ୍ୟାନ ଦେବେ। ସନ୍ଧ୍ୟାରେ ସ୍ଥିତି ସୁଦୃଢ ରହିବ।

ବନ୍ଧୁଗଣ ଆଜି ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ଶ୍ରୀ ଗଣେଶ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *