ମୟୁର ପଙ୍ଖ କେଉଁଠି ରଖିଲେ ଧନ ବଢି ଥାଏ, ଓ ଏହାର ଅନ୍ୟସବୁ ଉପକାର ବିଷୟରେ ଜାଣନ୍ତୁ ।

ବନ୍ଧୁଗଣ ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯେ ଘରର ଆମଦାନୀ ଦଶ ଗୁଣା ବଢିବ ଏବଂ ଟଙ୍କା ପଇସା ଆସିବାର ବାଟ ଖୋଲିଯିବ। ତେବେ ଏବେ ଆସନ୍ତୁ ଜାଣିବା।

ଆଜିର ଏହି ମହଙ୍ଗା ଦିନରେ ଧନ ହିଁ ଲୋକମାନଙ୍କର ଭଗବାନ ପାଲଟି ଗଲାଣି। ଆଜିକାଲିର ଲୋକମାନେ ଯେତେ ଟଙ୍କା କମାଇଲେ ମଧ୍ୟ ତାହା ଠାରୁ ଅଧିକ ଖର୍ଚ୍ଚ ହୋଇଯାଉଛି। ଆଜିର ଦିନରେ ବହୁତ କମ ଲୋକ ଏମିତି ଥିବେ ଯାହାଙ୍କର ପଇସାର ଅଭାବ ହେଉ ନଥିବ। ଯଦି ବି ଯାହା ପାଖରେ ପ୍ରଯ୍ୟାପ୍ତ ପରିମାଣରେ ପଇସା ଥିବ ସେମାନଙ୍କର ଅଧିକ ପଇସା କମାଇବାକୁ ଇଛା ରହୁଛି। ଧନର ଅଭାବ ଏହିପରି ହିଁ ହୋଇଥାଏ। ଯେତେଥିଲେ ବି ମଧ୍ୟ ମନ ଭୋରେ ନାହିଁ। ଏମିତିକି ବହୁ ପରିଶ୍ରମ ପରେ ଆପଣଙ୍କୁ ନିଜ ଇଛା ଅନୁସାରେ ପଇସା ମିଳି ପାରି ନଥାଏ। ଆଉ ଯଦି ଆସିବି ଯାଏ ତାହା ମଧ୍ୟ ରହି ନଥାଏ ଖର୍ଚ୍ଚ ହୋଇଯାଏ। ଏମିତିରେ ମନ ଜାଣି ଥାଏ ଯେ ଖରାପ ଭାଗ୍ୟ ଚାଲିଛି ବୋଲି। ତେଣୁ ଆଜି ଆମେ ଆପଣ ମାନଙ୍କୁ ଏମିତି ଉପାୟ ବିଷୟରେ ଜଣେଇବୁ ଯେ ଯାହା ପଇସା ଆସିବାର ବାଟ ଖୋଲିଯିବ। ଏବଂ ତାହା ବହୁତ ଦିନ ପର୍ଯ୍ୟନ୍ତ ରହିବ। ତେଣୁ ଏଥିପାଇଁ ଆପଣଙ୍କୁ ବେସି କିଛି କରିବାକୁ ପଡିବ ନାହିଁ। କେବଳ ୩ ଟି ମୟୁରପଙ୍ଖର ବ୍ୟବହାର କରିବାକୁ ପଡିବ। ଏହାର ବ୍ୟବହାର କିପରି କରିବାକୁ ପଡିବ ତାହା ଆମେ ଆପଣ ମାନଙ୍କୁ ଜଣେଇବୁ।

Google

ଏହା ପୂର୍ବରୁ ଆପଣମାନେ ଜାଣି ରଖନ୍ତୁ ଯେ ଏହି ମୟୁର ପଙ୍ଖ କୋଣ ଅଟେ। ଏହା ଏକ ଶକ୍ତିଶାଳୀ ଚମତ୍କାରି ଯନ୍ତ୍ର ଅଟେ ଏବଂ ଏହା ତନ୍ତ୍ର ବିଦ୍ୟାରେ ବହୁତ କାମରେ ଆସିଥାଏ। କେବଳ ଏବେ ନୁହେଁ ପ୍ରାଚୀନ କାଳରୁ ଏହାର ବ୍ୟବହାର କରାଯାଉଛି। ଶାସ୍ତ୍ର,ଜ୍ୟୋତିଷ ସବୁଠାରେ ଏହାର ବ୍ୟବହାର ଉଲ୍ଲେଖ ରହିଛି। ଭଗବାନ ଶ୍ରୀକୃଷ୍ଣଙ୍କ ମୁକୁଟରେ ମୟୁରପଙ୍ଖର ବ୍ୟବହାର କରାଯାଏ। ଏହି ମୟୁରପଙ୍ଖକୁ ବିଦ୍ୟାଦେବୀ ମା ସରସ୍ଵତୀ, ଧନର ଦେବୀ ମା ଲକ୍ଷ୍ମୀ, ଭଗବାନ ଶ୍ରୀକୃଷ୍ଣ, ଭଗବାନ କାର୍ତ୍ତିକ, ଭଗବାନ ଶ୍ରୀ ହନୁମାନ ସମସ୍ତଙ୍କର ସହିତ ଯୋଡ଼ା ଯାଇଥାଏ। ଏହି ମୟୁରପଙ୍ଖକୁ ଯଦି ଆପଣ ବଇଁଶୀ ସହିତ ରଖିବେ ତେବେ ସମ୍ପର୍କରେ ମଧୁରତା ଆସିଥାଏ। ଘରେ ଯଦି ନକରାତ୍ମକ ଉର୍ଜା ବଢିଯାଏ ତେବେ ଏହାକୁ କେମିତି ଦୂର କରିବେ, କେମିତି ଏହାର ବିନାଶ କରିବେ ଏହା ପାଇଁ ଆପଣ ଗୋଟେ ମୟୁରପଙ୍ଖକୁ ସନ୍ଧ୍ୟା ଆଳତି ପରେ ଜୋରରେ ହଲାନ୍ତୁ। ଯାହା ଦ୍ୱାରା ଆପଣଙ୍କ ଘରେ ଥିବା ନକାରାତ୍ମକ ଉର୍ଜା ଚାଲି ଯାଇଥାଏ। ଏହା ଆପଣ ପ୍ରତିଦିନ କରନ୍ତୁ। ଏହା ବହୁତ ଭଲ ହୋଇଥାଏ। ଏହା ଦ୍ୱାରା ଆପଣଙ୍କ ଘରର ନକାରାତ୍ମକ ଉର୍ଜା ବାହାରକୁ ଚାଲି ଯାଇଥାଏ। ଏବଂ ଯେଉଁ ଘରେ ସକାରାତ୍ମକ ଉର୍ଜା ଅଧିକ ରହିଥାଏ ସେହି ଘରେ ମା ଲକ୍ଷ୍ମୀ ବାସ କରିଥାନ୍ତି। ଏହି ସବୁକୁ ଧ୍ୟାନ ରଖି ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ଯେ ଘରର ସେହି କେଉଁ ୩ ଟି କୋଣ ରହିଛି ଯେଉଁଠାରେ ମୟୁରପଙ୍ଖ ରଖିଲେ ଆପଣଙ୍କର ଘର ସବୁବେଳେ ସକାରାତ୍ମକ ଉର୍ଜା ଭରପୁର ରହିବ ଏବଂ ମା ଲକ୍ଷ୍ମୀ ସବୁବେଳେ ବାସ କରିବେ।

ତେଣୁ ଆପଣଙ୍କର ଘରେ କୌଣସି ଏକ ଶୁଭ ଦିନରେ ମୟୁରପଙ୍ଖକୁ ଏମିତି ଏକ ଜାଗାରେ ରଖିବେ ଯେଉଁଠିକି ସମସ୍ତଙ୍କର ଦୃଷ୍ଟି ପଡିବ। ମୟୁରପଙ୍ଖ ନକାରାତ୍ମକ ଉର୍ଜାକୁ ନିଜର ଆଡ଼କୁ ଟାଣି ନେଇଥାଏ। ତେଣୁ ସେଥିପାଇଁ ଏହାକୁ ଘରର ଏଭଳି ଏକ ଜାଗାରେ ରଖନ୍ତୁ କି ଏହା ସମସ୍ତଙ୍କ ନଜରରେ ଆସିବ। ମୟୁରପଙ୍ଖର ଏହି ଉପାୟ ନାଁ କେବଳ ଆପଣଙ୍କ ଜୀବନରେ ଆପଣଙ୍କ ପରିବାରରେ ସମସ୍ତଙ୍କ ଜୀବନରେ ମଧ୍ୟ ସୁଖ ସମୃଦ୍ଧି ଆଣିଦେଇଥାଏ। ଏହି ଉପାୟ ଆପଣ କୌଣସି ଏକ ଶୁଭ ଦିନରେ କରିପାରିବେ। ମୟୁରପଙ୍ଖର ବ୍ୟବହାର ସବୁ ଜାଗାରେ ହୋଇଥାଏ। ଯେମିତିକି ବିଦ୍ୟାର୍ଥୀ ମାନେ ନିଜ ବହି ଭିତରେ ଅଭିମନ୍ତ୍ରିତ ମୟୁରପଙ୍ଖ ରଖି ଥାଆନ୍ତି। ଏହା ସେମାନଙ୍କ ପାଇଁ ରାମବାଣ ସାବ୍ୟସ୍ତ ହୋଇଥାଏ। ଘରର ସମସ୍ତ ରୁମରେ ଗୋଟିଏ ଗୋଟିଏ ମୟୁରପଙ୍ଖ ରଖିଲେ ଘରର ବାସ୍ତୁଦୋଷ ଦୂର ହୋଇଥାଏ।

ଯଦି ଆପଣଙ୍କର ରାହୁ କେତୁ ବା କାଳସର୍ପ ଦୋଷ ରହିଛି ତେବେ ଆପଣ ନିଜ ପାଖରେ ମୟୁରପୋଙ୍ଖ ରଖନ୍ତୁ। ଏହା ଦ୍ୱାରା ଆପଣଙ୍କର ବହୁତ ଭଲ ଲାଭ ହୋଇଥାଏ। ଯଦି ଆପଣଙ୍କ ଘରେ କୌଣସି ଶିଶୁ ବହୁତ ଜିଦିଆ ହୋଇଯାଉଛି ତେବେ ତାକୁ ମୟୁରପଙ୍ଖ ହଲାଇ ପବନ କରାଇଲେ ତାର ଜିଦିପଣ ଧୀରେ ଧୀରେ କମ ହୋଇଥାଏ। ନଚେତ ଆପଣଙ୍କ ଘର ଫ୍ୟାନରେ ମୟୁରପଙ୍ଖ ଲିଗାଇ ଦିଅନ୍ତୁ ଏହା ଦ୍ୱାରା ଆପଣଙ୍କର ପିଲାର ଜିଦି ଧୀରେ ଧୀରେ କମ ହେବାକୁ ଲାଗିବ। ଯଦି ଆପଣଙ୍କ ଘରେ ନବଜାତ ଶିଶୁ ରହିଛି ତେବେ ତାହାର ନଜର ଦୋଷ ହଟାଇବା ପାଇଁ ତାର ବିଛଣା ପାଖରେ ଗୋଟେ ମୟୁରପଙ୍ଖ ରଖି ଦିଅନ୍ତୁ। ଏହା ଦ୍ବାରା ନଜର ଦୋଷ ଛାଡିଯିବ। ଆଉ ଯଦି ଘୋରେ ପଇସାର ଅଭାବ ହେଉଛି ବା ପଇସା ଆସୁନାହିଁ କିମ୍ବା ପଇସା ଅଧିକ ଖର୍ଚ୍ଚ ହୋଇଯାଉଛି ବା ଯେତେ ପଇସା ଆସିଲେ ବି ମଧ୍ୟ ସରିଯାଉଛି ତେବେ ଘରର ଦକ୍ଷିଣ ପୂର୍ବ ଦିଗରେ ଏହି ମୟୁରପୋଙ୍ଖକୁ ରଖିଲେ ଲାଭ ହୋଇଥାଏ।

ମୟୁରପଙ୍ଖ ଘରେ ରଖିଲେ କୁହାଯାଏ ସାପ ଘରେ ପ୍ରବେଶ କରି ନଥାଏ। ଯଦି ଆପଣଙ୍କ ଘର ଆଖ ପାଖରେ ସାପ ମାନଙ୍କର ଡେରା ରହିଛି ତେବେ ଘରର ସାମ୍ନାରେ ମୟୁରପଙ୍ଖ ରଖିଦିଅନ୍ତୁ।

Google

ତେବେ ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ଘରର କେଉଁ ୩ ଟି କୋଣ ଯେଉଁଠାରେ ମୟୁରପଙ୍ଖ ରଖିଲେ ଆପଣଙ୍କର ଧନ ଦଶ ଗୁଣା ବଢିଯିବ।

ତେବେ ଆପଣ ଜାଣିରଖନ୍ତୁ ଯେ ଆପଣଙ୍କ ଆଲମୀରା ଯେଉଁଠାରେ ଆପଣ ପଇସା ରଖୁଛନ୍ତି ସେହିଠାରେ ମୟୁରପୋଙ୍ଖ ରଖନ୍ତୁ। ଏହା ଦ୍ୱାରା ଆପଣଙ୍କର ଧନ ବଢିବ ଏବଂ ଖର୍ଚ୍ଚ ମଧ୍ୟ କମ ହେବ।

ମୟୁରପୋଙ୍ଖ ଘରେ ଠାକୁରଙ୍କୁ ଯେଉଁଠାରେ ରଖୁଛନ୍ତି କିମ୍ବା ଉତ୍ତର ପୂର୍ବ ଦିଗରେ ରଖନ୍ତୁ। ପ୍ରତିଦିନ ପୂଜା କରିବା ସମୟରେ ଏହି ମୟୁରପୋଙ୍ଖକୁ ପୂଜା କରନ୍ତୁ। ଆପଣ ଦେଖିବେ ଆପଣଙ୍କ ଭାଗ୍ୟ ଚମକି ଉଠିବ। ଏବଂ ଧନ ଆଗମନର ରାସ୍ତା ଖୋଲିଯିବ।

ମୟୁରପୋଙ୍ଖ ଆପଣଙ୍କର ବେଡ଼ କିମ୍ବା ବିଛଣା ତଳେ ରଖନ୍ତୁ। ଏହା ଦ୍ୱାରା ଆପଣ ଶୋଇଲେ ପଜେଟିଭ ଏନର୍ଜୀ ଆସେ। ଆପଣଙ୍କ ଜୀବନରେ ସଫଳତା ଆସିବ। ଆପଣଙ୍କ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଭଗବାନ ଗଣେଶ ଙ୍କର ମୂର୍ତି ବା ଫୋଟ ଲଗାଇ ସେଠାରେ ୩ଟି ମୟୁରପୋଙ୍ଖ ଲଗାନ୍ତୁ। ଏହା ଦ୍ୱାରା ଘରର ବାସ୍ତୁଦୋଷ ଦୂର ହୋଇଥାଏ ଏବଂ ଘର ଉପରେ ନଜର ପଡିବ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଆଉ ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ । ଭଗବାନଙ୍କ ଆଶୀର୍ବାଦ ହେଲେ ଆପଣଙ୍କ ସବୁ ମନସ୍କାମନା ପୂରଣ ହେବ ।

Leave a Reply

Your email address will not be published. Required fields are marked *