ଆଜିର ରାଶିଫଳ : ୧୩ ଅକ୍ଟୋବର ୨୦୨୦,ମଙ୍ଗଳବାର,କର୍କଟ, ମକର ଏବଂ ଧନୁ ରାଶିକୁ ଲାଭ ମିଳିବାର ଯୋଗ, ପଢନ୍ତୁ ମଙ୍ଗଳବାରର ରାଶିଫଳ।

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଛି। ଆଜିର ରାଶିଫଳ ଗଣନା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ ବିଶ୍ଳେଷଣ କରାଯାଏ। ଆମର ଏହି ଦୈନିକ ରାଶିଫଳରେ ୧୨ଟି ରାଶିର ଭବିଷ୍ୟତ କୁହାଯାଇଛି। ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନା ପୂରଣ କରିବାରେ ସଫଳ ହେବେ । ଆଜିର ରାଶିଫଳ ଆପଣଙ୍କ ଚାକିରୀ, ବ୍ୟାପାର, ପରିବାର ଓ ଲୋକମାନଙ୍କ ସହିତ ସମ୍ବନ୍ଧ , ସ୍ଵାସ୍ଥ୍ୟ ଓ ଆଜିର ଦିନଚର୍ଯ୍ୟା ରେ ହେବାକୁ ଥିବା ଶୁଭ ଅଶୁଭ ଘଟଣାର ଭବିଷ୍ୟ ଫଳ ହୋଇଥାଏ।

ମେଷ ରାଶି –

ଆଜି ଆପଣ ମାନସିକ ଚିନ୍ତା ଦୂର କରି ସମୟକୁ ଉପଭୋଗ କରିବେ। ଆଜି ଆପଣ ନିଜ କାର୍ଯ୍ୟରେ ଅଧିକ ପରିଶ୍ରମ କରିବେ ଏବଂ ଲଗାତାର କାମ କରିବେ। ଆପଣଙ୍କୁ ଲାଗିବ କି ସମସ୍ତେ ଆପଣଙ୍କ ସହିତ ଜଡିତ ରହିଛନ୍ତି। ବ୍ୟକ୍ତିଗତ ଜୀବନ ସୁଖରେ ପରିପୂର୍ଣ୍ଣ ରହିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ସୁଖଶାନ୍ତି ଭରି ରହିବ।

ବୃଷ ରାଶି –

କୌଣସି ଏଜେନ୍ସି କୁ ନେବାର ଇଛା ଆଜି ପୂର୍ଣ୍ଣ ହୋଇପାରେ। ଆପଣଙ୍କ ଆୟରେ ବୃଦ୍ଧି ହେବ। ଘରର ସୁଖ ସୁବିଧାରେ ଆପଣ ଧ୍ୟାନ ଦେବେ।ଆୟକୁ ନେଇ ସ୍ଥିତି ସୁଦୃଢ ରହିବ। ଆପଣଙ୍କ ପରିଶ୍ରମ ସହିତ ଆୟରେ ବୃଦ୍ଧି ହେବ। ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଆପଣ ବ୍ୟାକୁଳ ରହିବେ। କାର୍ଯ୍ୟକୁ ନେଇ ଆପଣ ସନ୍ତୁଷ୍ଟ ରହିବେ।

ମିଥୁନ ରାଶି –

ମାନସିକ ରୂପରେ ଆପଣ ସୁଦୃଢ ରହିବେ। ଆପଣଙ୍କ ବୁଦ୍ଧି ସବୁ ଛୋଟ ବଡ଼ ସମସ୍ୟାକୁ ମାପି ନେବ। ଶତ୍ରୁ ମାନଙ୍କ ପ୍ରତି ସାବଧାନ ରୁହନ୍ତୁ। କେହି ଆପଣଙ୍କୁ ସମସ୍ୟାରେ ପକେଇବା ପାଇଁ ପ୍ରୟାସ କରିପାରେ। ଜମିବାଡ଼ି ସମ୍ପର୍କିତ ମାମଲାରେ ଆପଣଙ୍କୁ ଲାଭ ମିଳିବ। ଆପଣଙ୍କର ଖର୍ଚ୍ଚ ବଢିବ, କିନ୍ତୁ ଘରେ ସୁଖଶାନ୍ତି ର ମାହୋଲ ରହିବ। ବ୍ୟକ୍ତିଗତ ଜୀବନ ସୁଖମୟ ରହିବ l କାର୍ଯ୍ୟ ମାମଲା ପୂର୍ବ ଅପେକ୍ଷା ସୁଦୃଢ ରହିବ।

Google

କର୍କଟ ରାଶି –

ଅଧିକ ଭାବୁକ ହୋଇ କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ। ଆଜି ଆପଣଙ୍କର ପରିବାର ପ୍ରତି ଚିନ୍ତା ବଢିପାରେ। କିଛି ଖାସ୍ ମୁଦ୍ଦା ହେବ, ଯାହା ଉପରେ ଧ୍ୟାନ ଦିଆଯିବ। ପରିବାରର କୌଣସି ସଦସ୍ୟଙ୍କ ଜନ୍ମଦିନର ଆୟୋଜନ କରିବା ପାଇଁ ବିଚାର କରି ପାରନ୍ତି। ନୂଆ ନୂଆ ଘର ବନିବ ଏବଂ ଘରକୁ ଲୋକଙ୍କର ଯିବାଆସିବା ହେବ। ସରକାରଙ୍କ ତରଫରୁ କିଛି ସୁବିଧା ମିଳିପାରେ। ଆପଣଙ୍କର ସ୍ଥାନାନ୍ତରଣ ଯୋଗ ରହିଛି। ବ୍ୟକ୍ତିଗତ ଜୀବନକୁ ନେଇ ଆପଣଙ୍କୁ ସାବଧାନ ରହିବା ଆବଶ୍ୟକ।

ସିଂହ ରାଶି –

ଯେତେବେଳେ ଆପଣଙ୍କ ମନ ଖୁସି ହେବ, ସେତେବେଳେ ଆପଣଙ୍କୁ ସବୁ ସମସ୍ୟା ଛୋଟ ଲାଗିବ। ଆଜି ଆପଣ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ବ୍ୟସ୍ତ ରହିବେ। କାର୍ଯ୍ୟକୁ ନେଇ ଦାୟିତ୍ବହୀନ ରହି ପାରନ୍ତି। ଆପଣ ବନ୍ଧୁ ମାନଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ପରିବାରରେ କୌଣସି ବୃଦ୍ଧ ଲୋକଙ୍କ ସ୍ୱାସ୍ଥ୍ୟ ବିଗିଡିବା ଦ୍ଵାରା ଆପଣ ଅଧିକ ଚିନ୍ତିତ ରହି ପାରନ୍ତି। ଅଫିସରେ ଆପଣଙ୍କର ଅଲଗା ରୂପ ଦେଖିବାକୁ ମିଳିପାରେ।

କନ୍ୟା ରାଶି –

ଆଜି ଆପଣଙ୍କ ବାଣୀ ରେ ମଧୁରତା ଆସିପାରେ। ଯାହାଦ୍ବାରା ଆପଣ ସମସ୍ତଙ୍କ ସହିତ ମିଶି ଯିବେ। ଆପଣଙ୍କର ପୁରୁଣା ସମସ୍ୟା ଦୂର ହେବ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ବ୍ୟକ୍ତିଗତ ଜୀବନକୁ ନେଇ କିଛି ଚିନ୍ତା ପ୍ରକଟ ହୋଇପାରେ। କାର୍ଯ୍ୟକୁ ନେଇ ଆପଣଙ୍କର ପ୍ରବଳ ସ୍ଥିତି ରହିବ ଏବଂ ଆପଣଙ୍କର ଖର୍ଚ୍ଚ ପ୍ରତି ଧ୍ୟାନ ଆସିବ। ଆଜି ପରିବାର ଲୋକଙ୍କ ସହିତ ଆପଣ କିଣାକିଣି କରିବାକୁ ଯାଇ ପାରନ୍ତି।

ତୁଳା ରାଶି –

ପୂର୍ବରୁ କରିଥିବା ନିବେଶ ରୁ ଲାଭ ମିଳିବ। ସମ୍ପତ୍ତି ବିକ୍ରୟ ଦ୍ଵାରା ମଧ୍ୟ ଲାଭ ମିଳିପାରେ। ଆପଣଙ୍କର କିଛି ଯୋଜନା ବ୍ୟବସାୟ କୁ ଆଗକୁ ବଢ଼ାଇବା ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କ ଆୟ ରେ ବୃଦ୍ଧି ହେବ। ହାଲକା ଖର୍ଚ୍ଚ ହୋଇପାରେ। କିନ୍ତୁ ମାନସିକ ସ୍ତରରେ ଆପଣଙ୍କ ଉପରେ ଚାପ ରହିବ ନାହିଁ, ଯାହାଦ୍ବାରା ଆପଣ ସନ୍ତୁଷ୍ଟ ଅନୁଭବ କରିବେ।ଆପଣଙ୍କ ବ୍ୟକ୍ତିଗତ ଜୀବନରେ ସୁଖଶାନ୍ତି ବିରାଜମାନ କରିବ। ଭାଗ୍ୟ ପ୍ରବଳ ରହିଥିବା ହେତୁ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ।

ବିଛା ରାଶି –

କୌଣସି କଥାକୁ ନେଇ ବିରୋଧାଭାସ ସ୍ଥିତି ଉତ୍ପନ୍ନ ହୋଇପାରେ। ଆପଣଙ୍କୁ ନିଷ୍ପତ୍ତି ନେବାରେ ଆପଣ ନିଜକୁ ଅସହଜ ଅନୁଭବ କରିବେ। କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ, ତାଛଡା ସ୍ଥିତିକୁ ସ୍ବୀକାର କରି ନିଅନ୍ତୁ। ସନ୍ତାନଙ୍କ ତରଫରୁ ଆପଣଙ୍କୁ କୌଣସି ଚିନ୍ତା ହେବ ନାହିଁ। ବହୁତ ସମୟ ପରେ ଆପଣ ନିଜକୁ ଖୁସି ଅନୁଭବ କରିବେ। ବ୍ୟକ୍ତିଗତ ଜୀବନରେ ଆପଣ ଅଧିକ ବ୍ୟସ୍ତ ରହିବେ ଏବଂ ସମ୍ଭାଳିବା ପାଇଁ ସମୟ ଲାଗିପାରେ।

ଧନୁ ରାଶି –

ଆପଣ ସ୍ୱତନ୍ତ୍ରତା ପସନ୍ଦ ବ୍ୟକ୍ତି ଅଟନ୍ତି। ଆପଣଙ୍କ ଭିତରେ ଜ୍ଞାନ ଭରି ରହିଛି, ଏହାର ଲାଭ ଉଠାଇ ପାରିବେ। ଆପଣଙ୍କ ଆଖପାଖ ଲୋକଙ୍କୁ ନିଜର ଜ୍ଞାନର ପରିଚୟ କରାଇବେ।ପାରିବାରିକ ଜୀବନକୁ ନେଇ ଆପଣଙ୍କ ମନରେ ଅଲଗା ବିଚାର ଆସିବ। ଆପଣଙ୍କ ବ୍ୟବହାରରେ କିଛି ଲୋକେ ଆଶ୍ଚର୍ଯ୍ୟଚକିତ ହୋଇଯିବେ। କାର୍ଯ୍ୟରେ ଆପଣ ଅଧିକ ଧ୍ୟାନ ଦେବେ ଏବଂ ଅଧିକାରୀ କ୍ଷେତ୍ରର ବୃଦ୍ଧି ହେବାର ଯୋଗ ରହିଛି। ଆଜି କୌଣସି ନୂଆ ଜାଗାକୁ ଭ୍ରମଣରେ ଯିବ ପାଇଁ ଯୋଜନା କରି ପାରନ୍ତି। ବ୍ୟକ୍ତିଗତ ଜୀବନରେ ଆପଣଙ୍କର ଦୃଷ୍ଟିକୋଣ ବ୍ୟାପକ ରହିବ। ଯେଉଁଥିପାଇଁ ଆପଣ ଅଧିକ ପ୍ରସନ୍ନ ରହିବେ।

Google

ମକର ରାଶି –

ଆପଣଙ୍କ ବିଚାର ରେ ଧୀର ଏବଂ ଗମ୍ଭୀର ହେବା କାରଣରୁ ଆପଣ ବୁଝି ବିଚାରି ଆଗକୁ ବଢିବେ। ବ୍ୟବସାୟ ରେ ନୂଆ ଡିଲକୁ ନେଇ ରୋମାଞ୍ଚିତ ରହିବେ ଏବଂ ସଫଳ ହେବା ପରେ ଆପଣ ନିଜର ଅଟକି ରହିଥିବା ଇଛା ପୂରଣ କରିବେ। ବନ୍ଧୁ ମାନଙ୍କ ତରଫରୁ ସହଯୋଗ ମିଳିବ। ପରିବାର ଲୋକେ ଆପଣଙ୍କ ସପକ୍ଷରେ ରହିବେ। ବ୍ୟକ୍ତିଗତ ଜୀବନକୁ ନେଇ ସ୍ଥିତି ସୁଦୃଢ ରହିବ। ଆପଣଙ୍କ ଆଖପାଖ ଲୋକେ ପ୍ରଭାବିତ ହେବେ। କାମକୁ ନେଇ ସ୍ଥିତିରେ ସୁଧାର ଆସିବ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। କାର୍ଯ୍ୟ ମାମଲାରେ ଉଚିତ ପରିଣାମ ଲାଭ କରିବେ।

କୁମ୍ଭ ରାଶି –

ଟଙ୍କାପଇସା ନିବେଶ ଏକ ବିଚାରଣୀୟ ବିଷୟ ଅଟେ। ଆଜି କର ପ୍ରଣାଳୀ ସମ୍ବନ୍ଧିତ କୌଣସି ନୂଆ କଥା ଜାଣିବାକୁ ମିଳିବ।ନୂଆ ସମସ୍ୟା ଆସିପାରେ। ଆପଣଙ୍କ ଆୟରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ବ୍ୟକ୍ତିଗତ ଜୀବନ ଅଧିକ ରୋମାଣ୍ଟିକ ରହିବ। ବିରୋଧୀ ମାନଙ୍କୁ ନେଇ ଅଧିକ ସାବଧାନ ରହିବା ଆବଶ୍ୟକ। ନୂଆ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ।

ମୀନ ରାଶି –

ମନରେ ଧାର୍ମିକ ବିଚାର ନେଇ ଦିନଟି ଆରମ୍ଭ କରିବେ। ପରିବାର ପ୍ରତି ଆପଣ ଦାୟିତ୍ୱ ତୁଲାଇବେ। ଆଜି ଅଧିକ ଖର୍ଚ୍ଚ ହେବ। ମନ୍ଦିରକୁ ଦିଅଁ ଦର୍ଶନ ପାଇଁ ଯାଇ ପାରନ୍ତି। ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ସଜାଗ ରହିବେ। ଜୀବନସାଥୀଙ୍କୁ କୌଣସି କଥାକୁ ନେଇ କଷ୍ଟ ନହେଉ, ଏଥିପ୍ରତି ଆପଣ ଧ୍ୟାନ ରଖିବେ। କାର୍ଯ୍ୟକୁ ନେଇ ଆପଣ ଗମ୍ଭୀର ରହିବେ। ଆପଣଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ, ଯାହାଦ୍ବାରା ଦିନଟି ଆପଣଙ୍କ ପାଇଁ ସୁଖମୟ ରହିଛି ବୋଲି ଅନୁଭବ ହେବ।

ବନ୍ଧୁଗଣ ଆଜି ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ହନୁମାନ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *