ଶୁକ୍ରବାର ଉପାୟ: ଆଜି ଦିନରେ ଏହି ଉପାୟ କରନ୍ତୁ, ମା ଲକ୍ଷ୍ମୀ ଆପଣଙ୍କୁ କରିବେ ଧନୀ

ସନାତନ ହିନ୍ଦୁ ଧର୍ମରେ ଶୁକ୍ରବାର ଦିନ ଲକ୍ଷ୍ମୀ ଏବଂ ବୈଭବ ବିଳାସର ଦିନ ଭାବରେ ବିବେଚନା କରାଯାଏ । ଆଜି ଦିନରେ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କିଛି ଉପାୟ ମଧ୍ୟ କରାଯାଇଥାଏ । ଆଜି ଆମେ ଆପଣଙ୍କୁ ଏପରି କିଛି କୌଶଳ ବିଷୟରେ କହିବାକୁ ଯାଉଛୁ ଯାହାଦ୍ୱାରା ବହୁତ ଅଧିକ ଧନ ଆପଣଙ୍କୁ ପାଖକୁ ଆସିପାରେ ।

ସନାତନ ଧର୍ମରେ ପ୍ରତିଦିନ କୌଣସି ନା କୋୖଣସି ଦେବୀ ଦେବତାଙ୍କର ହୋଇଥାଏ । ଯାହା ଅନୁସାରେ ଶୁକ୍ରବାର ଦିନ ହେଉଛି ଦେବୀ ଲକ୍ଷ୍ମୀଙ୍କ ଦିନ ଅଟେ । ଶୁକ୍ରବାର ଦିନ ଯେଉଁ ଭକ୍ତମାନେ ମା ଲକ୍ଷ୍ମୀଙ୍କର ପୂଜା କରିଥାନ୍ତି, ସେମାନଙ୍କୁ ସଂସାରର ସମସ୍ତ ସୁଖ ପ୍ରାପ୍ତ ହୋଇଥାଏ । ଶାସ୍ତ୍ରରେ ମା ଲକ୍ଷ୍ମୀଙ୍କୁ ଧନର ଦେବୀ ଭାବରେ ବିଶ୍ୱାସ କରାଯାଏ ।

Google

ବିଶ୍ୱାସ କରାଯାଏ ଶୁକ୍ରବାର ଦିନ ଯେଉଁ ଭକ୍ତମାନେ ମା ଲକ୍ଷ୍ମୀଙ୍କୁ ଭଲ ଭାବରେ ପୂଜା ଅର୍ଚ୍ଚନା କରିଥାନ୍ତି ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ସର୍ବଦା ସେହି ଭକ୍ତମାନଙ୍କ ଉପରେ ରହିଥାଏ । କିନ୍ତୁ ଏହି ଦିନ କିଛି କାର୍ଯ୍ୟ ନକରିବା ପାଇଁ ମଧ୍ୟ କୁହାଯାଇଛି । ଜାଣନ୍ତୁ କିଛି ଏପରି କାର୍ଯ୍ୟ ବିଷୟରେ ଯାହା ଏହି ଦିନ କରିବା ଉଚିତ୍ ନୁହେଁ ।

ଶୁକ୍ରବାର ଉପାୟ :

ବିଶ୍ୱାସ ଅନୁସାରେ, ମା ଲକ୍ଷ୍ମୀ କେବେବି, କୌଣସି ସମୟରେ ଘରକୁ ଆସିପାରନ୍ତି । କିନ୍ତୁ ସନ୍ଧ୍ୟା ସମୟ ଏପରି ହୋଇଥାଏ, ଯେଉଁ ସମୟରେ ମା ଲକ୍ଷ୍ମୀ ଆସିବାର ସମ୍ଭାବନା ଅଧିକ ହୋଇଥାଏ, ତେଣୁ ସନ୍ଧ୍ୟା ସମୟରେ ସମଗ୍ର ଘରର ଆଲୋକ ଜଳାଇ ସମଗ୍ର ଘରକୁ ଆଲୋକିତ କରିବା ଉଚିତ୍ ।

ମା ଲକ୍ଷ୍ମୀଙ୍କ ସାମ୍ନାରେ ମୋଗ୍ରା ସୁଗନ୍ଧିତ ଅତର ଏବଂ ରତି ଏବଂ କାମାସୁଖ ପାଇଁ ଗୋଲାପ ଅତର ପ୍ରଦାନ କରିବା ଉଚିତ୍ । ଏହା ସହିତ ଦେବୀ ଲକ୍ଷ୍ମୀଙ୍କ ସମ୍ମୁଖରେ କେଭେଡେ ଅତର ଅର୍ପଣ କରିବା ଦ୍ୱାରା ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ ।

ଶୁକ୍ରବାର ଦିନ ସକାଳ ସମୟରେ ଗୋ ମାତାକୁ ସତେଜ ରୁଟି ଖାଇବାକୁ ଦେବା ଉଚିତ, କାରଣ ଏପରି କରିଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ଉପରେ ସର୍ବଦା ନିଜର କୃପାଦୃଷ୍ଟି ରଖିଥାନ୍ତି ।

ଘରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ନିଶ୍ଚିନ୍ତ ଧ୍ୟାନ ଦିଅନ୍ତୁ କାରଣ ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଏହା ସହିତ କେବେ ମଧ୍ୟ ସନ୍ଧ୍ୟା ସମୟରେ ଘରେ ଝାଡୁ ଲଗାନ୍ତୁ ନାହିଁ । ଏପରି କଲେ ଘରର ଲକ୍ଷ୍ମୀ ଘରୁ ବାହାରକୁ ଚାଲି ଯାନ୍ତି ।

Google

ଶୁକ୍ରବାର ଦିନ ସେହି ସ୍ଥାନକୁ ଯାଆନ୍ତୁ ଯେଉଁଠାରେ ମୟୂର ନୃତ୍ୟ କରିଥାଏ ଏବଂ ଏହା ପରେ ସେଠାରୁ ମାଟି ଆଣି ଏକ ଲାଲ ରଙ୍ଗର କପଡ଼ାରେ ବାନ୍ଧି ଏକ ପବିତ୍ର ସ୍ଥାନରେ ରଖି ଦିଅନ୍ତୁ ଏବଂ ପ୍ରତିଦିନ ଏହାକୁ ପୂଜା କରନ୍ତୁ । ଏପରି କରିଲେ ଆପଣ ଧନୀ ହୋଇଥାନ୍ତି ।

ଦେବୀ ଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ ଏହା ବ୍ୟତୀତ ଆଉ କ’ଣ କରି ପାରିବେ ।

ଘରେ ତୁଳସୀ ଗଛ ଲଗାନ୍ତୁ ଏବଂ ଏହାକୁ ପୂଜା କରନ୍ତୁ ।

ଧଳା ଚନ୍ଦନରେ ତିଲକ କରନ୍ତୁ ।

ପାଣିରେ ଚନ୍ଦନ ମିଶାଇ ସ୍ନାନ କରନ୍ତୁ ।

Google

ରୂପା ଖଣ୍ଡ କିମ୍ବା ଚନ୍ଦନ କାଠକୁ ନଦୀ କିମ୍ବା କେନାଲରେ ପ୍ରବାହିତ କରନ୍ତୁ ।

ସୁଗନ୍ଧିତ ପଦାର୍ଥ ବ୍ୟବହାର କରନ୍ତୁ ।

ସନ୍ତାନ ପ୍ରାପ୍ତି କରିବାକୁ ଚାହୁଁଥିବା ଦମ୍ପତି ହରିସିଙ୍ଗର (ସିଙ୍ଗାରହାର) ଚାରା ଘରେ ଲଗାନ୍ତୁ ଏବଂ ନିଜ ଛୋଟ ସନ୍ତାନର ଯତ୍ନ ନେବା ପରି ଏହି ଗଛର ଯତ୍ନ ନିଅନ୍ତୁ ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ଦେଖିବେ ମା ଲକ୍ଷ୍ମୀଙ୍କ କୃପା ହେଲେ ଆପଣଙ୍କ ଘର ପରିବାର ହସ ଖୁସିରେ ଭରି ଯିବ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *