ଘରେ ଆଇନା ରଖିଛନ୍ତି କି ତେବେ ଜାଣନ୍ତୁ ଏହି ଭୟଙ୍କର କଥା

ଆଇନା କରିଥାଏ କାଙ୍ଗାଳ। ଆପଣ ଆଇନା ସାମ୍ନାରେ ଘଣ୍ଟା ଘଣ୍ଟା ସମୟ ବିତାଉଛନ୍ତି କି? ତ ଏହା ଜାଣିଲେ ଆପଣ ଭୟ କରିବେ। ଆଇନା ସୌନ୍ଦର୍ଯ୍ୟର ପରିଚୟ ଦେଇଥାଏ ଏବଂ ତାହା ସହିତ ଏକ ଭୟାନକ ତଥ୍ୟ ମଧ୍ୟ ଦେଇଥାଏ। ବାସ୍ତୁଶାସ୍ତ୍ର ଏହା ଏମିତି ଏକ ଶାସ୍ତ୍ର ଅଟେ ଆପଣଙ୍କର ସମସ୍ତ ପ୍ରକାରର ସମସ୍ୟାର ସମାଧାନର ବାଟ ଦେଖାଇ ଥାଏ। ଘରକୁ ସୁନ୍ଦର ଏବଂ ସୁସଜ୍ଜିତ କରିବା ପାଇଁ ଆଇନାର ବ୍ୟବହାର ବହୁ ଆଗରୁ ଚାଲି ଆସିଛି। ଆଇନା ଘରକୁ ଆହୁରି ସୌନ୍ଦର୍ଯ୍ୟ ବନାଇ ଥାଏ। ଆଇନା ଜୀବନର ଗୋଟେ ବହୁତ ଆବଶ୍ୟକ ଜିନିଷ ହୋଇଥାଏ। ଲୋକେ ଆଇନାର ନିଜକୁ ପ୍ରସ୍ତୁତ କରିଥାନ୍ତି ବା ସଜେଇ ଥାଆନ୍ତି। ଆଇନା ଆଗରେ ସଜେଇ ହେବା ପାଇଁ ୯୫% ଲୋକ ପସନ୍ଦ ମଧ୍ୟ କରିଥାନ୍ତି। କିନ୍ତୁ ଆପଣ କଣ ଏହା ଜାଣିଛନ୍ତି କି ଆଇନାର ବିପରୀତ ବ୍ୟବହାର ବା ଭଲ ବ୍ୟବହାର ଆପଣଙ୍କୁ ନାକରାତ୍ମକ ଉର୍ଜା, ଦୁର୍ଘଟଣା ଆଦି ଭୟଙ୍କର ସମସ୍ୟା ଆଣିଦେଇଥାଏ। ତେବେ ଆସନ୍ତୁ ଜାଣିବା କିପରି ହୋଇଥାଏ।

ବହୁତ ସମୟ ଆଇନାରେ ନିଜକୁ ଦେଖିବା ବାସ୍ତୁଶାସ୍ତ୍ରରେ ବର୍ଜିତ ଅଛି। ଏହା କରିବା ଦ୍ୱାରା ନକରାତ୍ମକ ଉର୍ଜା ଆପଣଙ୍କ ଶରୀରରେ ପ୍ରବେଶ କରିଥାଏ। ଏହା ଦ୍ବାରା ଆପଣ ଧୀରେ ଧୀରେ ବର୍ବାଦ ଆଡ଼କୁ ଟାଣି ହୋଇଯାନ୍ତି।

Google

ଖାସ କରି ଆଇନା ରାତିରେ ଏକାନ୍ତରେ ଭୁଲରେ ମଧ୍ୟ ଦେଖିବା ଅନୁଚିତ। କାରଣ ରାତି ସମୟରେ ଆଇନାର ରୂପ କିଛି ଅଲଗା ପ୍ରକାରରେ ହୋଇଥାଏ। ଆଇନା ଆପଣଙ୍କର ସୌନ୍ଦର୍ଯ୍ୟର ପରିଚୟ ଦେବା ସହିତ ନାକାରାତ୍ମକ ଉର୍ଜାର ସଂକେତ ମଧ୍ୟ ଦେଇଥାଏ। ତାହା ଆପଣଙ୍କ ପାଇଁ କ୍ଷତିକାରକ ମଧ୍ୟ ହୋଇଥାଏ। ରାତିର ସମୟରେ ଆଇନା ଦେଖିବା ଦ୍ୱାରା ଆପଣଙ୍କ ଉପରେ ନାକାରାତ୍ମକ ପ୍ରଭାବ ପକାଇଥାଏ ଏବଂ ଆପଣଙ୍କ ଉପରେ ଭାରି ପଡିଥାଏ। ସେଥିପାଇଁ ସାବଧାନ ହୋଇଯାନ୍ତୁ।

ବାସ୍ତୁଶାସ୍ତ୍ର କୁହେ ଯେ ଆଇନା ସୌନ୍ଦର୍ଯ୍ୟ ସଜାଡ଼ିବା ସଙ୍ଗେ ସଙ୍ଗେ ଭାଗ୍ୟ ମଧ୍ୟ ସଜାଡି ଦେଇଥାଏ। କାରଣ ଆଇନା ସମ୍ବଦ୍ଧରେ କେତେକ ଭୁଲ ହୋଇଗଲେ ସ୍ୱସ୍ଥ୍ୟ, ଧନ ଏବଂ ଉନ୍ନତିରେ ବାଧା ମଧ୍ୟ ଆଣିଥାଏ। ଏଣୁ ସତର୍କ ରୁହନ୍ତୁ।

ଯାହା କିଛିବି ହୋଇଯାଉନା କାହିଁକି ଆପଣ ଏମିତି ଭୁଲ କେବେବି କରିବେ ନାହିଁ। ଆପଣ ନିଜ ଶୟନ କକ୍ଷରେ ଆଇନା ରଖନ୍ତୁ ନାହିଁ। ଯଦି କୌଣସି କାରଣରୁ ଆବଶ୍ୟକ ପଡିଥାଏ ତେବେ ଆଇନା ଏମିତି ସ୍ଥାନରେ ରଖନ୍ତୁ ଯେପରି ଆପଣ ସକାଳୁ ଉଠିବା ସମୟରେ ଯେମିତି ଆଇନରେ ଆପଣଙ୍କ ମୁହଁ ନ ଦେଖାଯାଏ। ଅର୍ଥାତ ଆଇନାରେ ଯେପରି ଆପଣଙ୍କ ବିଛଣା ନ ଦେଖାଯାଏ। କାରଣ ଏହା ବହୁତ ଅଶୁଭ ହୋଇଥାଏ। ଏହା କହିବା କି ଆଇନା ଆଗରେ ବିଛଣା ରହିବା ଦ୍ୱାରା ଘୋରର ଉର୍ଜାପନ ଆପଣଙ୍କ ଉପରେ ପଡିଥାଏ, ଭାରି ମଧ୍ୟ ପଡିଥାଏ। ଏଣୁ ବାସ୍ତୁଶାସ୍ତ୍ର ଅନୁଯାୟୀ ବେଡ଼ରୁମରେ ଆଇନା ରଖୁଥିଲେ ରାତି ସମୟରେ ଆଇନା ଉପରେ କପଡା ପକାଇ ଢାଙ୍କି ଦିଅନ୍ତୁ ଅବା ମୁଭିଙ୍ଗ ମିରର ମଧ୍ୟ ବ୍ୟବହାର କରିପାରିବେ। ଯେମିତିକି ଆଇନା ବ୍ୟବହାର ସମୟରେ ସାମ୍ନା ପଟକୁ ବୁଲାଇ ବ୍ୟବହାର କରନ୍ତୁ ଏବଂ ବ୍ୟବହାର କରି ସାରିବା ପରେ ଆଇନାକୁ ବୁଲାଇ ପଛ ପଟକୁ କରିଦିଅନ୍ତୁ। ଏହା କରିବା ଦ୍ୱାରା ନାକାରାତ୍ମକ ଉର୍ଜାର ଭୟ ନଥାଏ।

Google

ଭୁଲରେ ମଧ୍ୟ ଭଙ୍ଗା, ଫୋଟା ଆଇନାକୁ ଘରେ ରଖନ୍ତୁ ନାହିଁ। ନଚେତ ଆପଣ ନିଜର ବରବାଦୀର କାରଣ ପାଲଟି ଯିବେ। କାରଣ ଭଙ୍ଗା ଆଇନା ଘରେ ରଖିବା ଦ୍ୱାରା ଭୟଙ୍କର ଦୁର୍ଘଟଣାର ଆଗମନ ହୋଇଥାଏ। ଏଥିପାଇଁ ଯେତେ ଶୀଘ୍ର ସମ୍ଭବ ଭଙ୍ଗା ଆଇନାକୁ ବାହାରେ ଫିଙ୍ଗି ଦିଅନ୍ତୁ।

ଯଦି ଆପଣଙ୍କ ଭାଗ୍ୟରେ ଉଜ୍ଵଳ ଭବିଷ୍ୟତ ଦେଖିବାକୁ ଚାହୁଁଛନ୍ତି ତାହେଲେ ପ୍ରାତଃ କାଳରେ ଆଇନାକୁ ଆଦୌ ଦେଖନ୍ତୁ ନାହିଁ। ଭଗବାନଙ୍କୁ ସ୍ମରଣ କରି ଦିନ ଆରମ୍ଭ କରନ୍ତୁ କିନ୍ତୁ ଆଇନାକୁ ଦେଖି ଦିନ ଆରମ୍ଭ କରନ୍ତୁ ନାହିଁ। ଏହା ଦ୍ୱାରା ସାକାରାତ୍ମକ ପ୍ରଭାବରେ ଜୀବନ ଉଜ୍ଵଳ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ପୂର୍ବଦିଗ, ଉତ୍ତରଦିଗ ଏବଂ ଉତ୍ତର-ପୂର୍ବ ଐଶାନ୍ୟ କଣ ଆଇନା ରଖିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ଏପରି ରଖିଲେ ସାକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ସମସ୍ତ ବାସ୍ତୁ ବିଷୟରେ ଜାଣିବା ପାଇଁ ଆମ page କୁ ଲାଇକ କରନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *