ପତ୍ନୀ ଗର୍ଭବତୀ ହେଲା ମାତ୍ରେ ଏଠାରେ ସ୍ୱାମୀମାନେ କରିନିଅନ୍ତି ଦ୍ଵିତୀୟ ବିବାହ , କାରଣ ଏଭଳି ଯେ ପ୍ରଥମ ପତ୍ନୀ ମଧ୍ୟ ମନା କରନ୍ତି ନାହିଁ

ପତ୍ନୀ ଗର୍ଭବତୀ ହେଲେ ସ୍ୱାମୀ ତାଙ୍କର ଯତ୍ନ ନେଇଥାନ୍ତି , ତାଙ୍କ ପସନ୍ଦର ଜିନିଷ ଦେଇଥାନ୍ତି , କାରଣ ସେମାନଙ୍କର ପ୍ରେମର ସଙ୍କେତ କିଛିଦିନ ମଧ୍ୟରେ ଘରକୁ ଆସୁଥିବା ପିଲାଟିଏ ହୋଇଥାଏ। ଘରକୁ ନୂତନ ଅତିଥି ଆସିବାର ଆନନ୍ଦ ଏଭଳି ହୋଇଥାଏ ଯେ ସ୍ୱାମୀଙ୍କର ପ୍ରେମ ପତ୍ନୀଙ୍କ ପ୍ରତି ଆହୁରି ଅଧିକ ବଢିଯାଇଥାଏ। ସର୍ବଦା ଦାୟିତ୍ୱହୀନତା ହେବା ପାଇଁ ଗାଳି ଶୁଣୁଥିବାର ସ୍ୱାମୀ ମଧ୍ୟ ଘର ପାଇଁ ଦାୟିତ୍ୱବାନ ହୋଇଯାଆନ୍ତି। କିନ୍ତୁ ଭାରତର ଏହି ଅଞ୍ଚଳରେ ପତ୍ନୀଙ୍କର ଗର୍ଭବତୀ ହେଉ ହେଉ ସ୍ୱାମୀ ତାଙ୍କର ଚିନ୍ତା ଛାଡି ଦ୍ଵିତୀୟ ପତ୍ନୀ ଖୋଜିବା ଆରମ୍ଭ କରିଦିଅନ୍ତି। ବାସ୍ତବରେ ଏହା ସତ୍ୟ ଅଟେ , କଳା ସତ୍ୟ ଯେ ଅନେକ ଦଶକ ଧରି ଏହା ରାଜସ୍ଥାନର ବାଡ଼ମେରର ଦେରାସର ଗ୍ରାମରେ ହୋଇ ଆସୁଅଛି।

ଏହା ଶୁଣି ଆପଣମାନେ ମଧ୍ୟ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିବେ ଯେ କୌଣସି ବ୍ୟକ୍ତି ନିଜର ଗର୍ଭବତୀ ପତ୍ନୀଙ୍କୁ ଛାଡି ଦ୍ୱିତୀୟ ବିବାହ ପାଇଁ କିପରି ଭାବି ପାରିବେ। ଆପଣ ଆହୁରିମଧ୍ୟ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରାଜସ୍ଥାନର ଏହିପରି ଅନେକ ଅଞ୍ଚଳ ଅଛି , ଯେଉଁଠାରେ ପତ୍ନୀ ଗର୍ଭବତୀ ହେଉ ହେଉ ସ୍ୱାମୀ ଦ୍ଵିତୀୟ ବିବାହ କରିନେଇଥାନ୍ତି। ଏପର୍ଯ୍ୟନ୍ତ ଠିକ ଅଛି , କିନ୍ତୁ ଦୁଃଖର କଥା ଏହା ଯେ ସେହି ଝିଅ ମାନଙ୍କୁ ମଧ୍ୟ ବିବାହର ଗୋଟିଏ ଦିନ ପୂର୍ବରୁ ଜଣା ପଡ଼ିଥାଏ ଯେ ଏହିଦିନ ନିଶ୍ଚିତ ଭାବରେ ଆସିବ , ଯେତେବେଳେ ତାଙ୍କର ସଉତୁଣୀ ଆସିଯିବ।

Google

ଆଶ୍ଚର୍ଯ୍ୟଜନକ କଥା ଏହା ଯେ ଆମ ଦେଶରେ ଯେଉଁଠାରେ ସମସ୍ତ ଖରାପ କଥା ସମାପ୍ତ ହୋଇଯାଇଛି , କିନ୍ତୁ ଏପରି ମଧ୍ୟ କିଛି ଅଞ୍ଚଳ ରହିଛି ଯେଉଁଠାରେ ଏହି ପ୍ରଥା ଚାଲି ଆସିଛି। ଏହି ଅଞ୍ଚଳରେ ଏଭଳି ରୀତିନୀତି ରହିଛି ଯେ ଯେଉଁଠାରେ ପ୍ରତ୍ୟେକ ବିବାହିତ ପୁଅ ପିତା ହେବା ପୂର୍ବରୁ ଦ୍ୱିତୀୟ ବିବାହ କରିବେ। ସର୍ବପ୍ରଥମେ ରାଜସ୍ଥାନର ବାଡ଼ମେର ଜିଲ୍ଲାର ଦେରାସର ନାମକ ଗାଁରେ ଏଭଳି ପ୍ରଥା ଆରମ୍ଭ ହୋଇଥିଲା। ବାସ୍ତବରେ ଏଠାରେ ଜଳର ଏତେ ଅଭାବ ରହିଛି ଯେ ଘରର ମହିଳାମାନଙ୍କୁ ପ୍ରବଳ ଗରମ କିମ୍ବା ପ୍ରବଳ ଶୀତରେ ଅନେକ ମାଇଲ ପର୍ଯ୍ୟନ୍ତ ପାଣି ଖୋଜିବାପାଇଁ ବୁଲିବାକୁ ପଡିଥାଏ।  ପାଣି ଖୋଜିବାପାଇଁ ଏହି ଯାତ୍ରା ମହିଳାମାନଙ୍କ ପାଇଁ ସହଜ ନୁହେଁ। ପିଲାଦିନରୁ ଝିଅମାନଙ୍କୁ ପାଣି ଆଣିବାପାଇଁ ତାଲିମ ଦିଆଯାଇଥାଏ। ଯେଉଁମାନେ ଏଥିରେ ଦକ୍ଷ ହୋଇଯାଆନ୍ତି , ସେମାନଙ୍କର ବିବାହ ଏହି ଦକ୍ଷତା ଅନୁଯାୟୀ ସ୍ଥିର କରିଦିଆଯାଏ। ଝିଅମାନଙ୍କୁ କିଛି ବର୍ଷ ମଧ୍ୟରେ ଦୁଇ କିମ୍ବା ତିନୋଟି କଳସ ବହନ କରିବାପାଇଁ ଶିକ୍ଷା ଦିଆଯାଇଥାଏ।

ଗର୍ଭବତୀ ହେବା ପରେ ମହିଳାମାନଙ୍କର ପାଣି ଆଣିବା ସହଜ ନୁହେଁ। ଆହୁରି ମଧ୍ୟ ଘରର ଦାୟିତ୍ୱ ବହନ କରିବା ଏବଂ ପାଣି ଆଣିବା ପାଇଁ ଗର୍ଭବତୀ ପତ୍ନୀଙ୍କୁ ଅସୁବିଧା ହୋଇଥାଏ। ସେଥିପାଇଁ ସ୍ୱାମୀ ମାନେ ଦ୍ୱିତୀୟ ବିବାହ କରନ୍ତି। ଯାହାଫଳରେ ପାଣି ଆଣିବାର ଦାୟିତ୍ୱ ନୂତନ ପତ୍ନୀଙ୍କ ନିକଟକୁ ଆସିଯିବ। ଆହୁରିମଧ୍ୟ ସେ ପ୍ରଥମ ପତ୍ନୀଙ୍କର ମଧ୍ୟ ଯତ୍ନ ନେଇପାରିବେ। ସରକାରୀ ଆକଳନ ଅନୁଯାୟୀ , ୨୦୧୧ ମସିହାର ଜନସଂଖ୍ୟା ଜନଗଣନାର ତଥ୍ୟ ଅନୁଯାୟୀ ଦେରାସରର ଜନସଂଖ୍ୟା ୫୯୬ ଅଟେ , ଯେଉଁଥିରୁ ୩୦୯ ଜଣ ପୁରୁଷ ଏବଂ ୨୮୭ ଜଣ ମହିଳା ଅଟନ୍ତି।

Google

ରାଜସ୍ଥାନର ଦେରାସରରେ ‘ବହୁବିବାହ’ ପ୍ରଥା ବର୍ଷ ବର୍ଷ ଧରି ଚାଲିଆସୁଛି। ସେହିଭଳି ମହାରାଷ୍ଟ୍ରରେ ମଧ୍ୟ ଅନେକ ଗ୍ରାମ ଅଛି , ଯେଉଁଠାରେ ଏହି ପ୍ରଥା ପ୍ରଚଳିତ ହେଉଛି। ଅନେକଥର ପତ୍ନୀମାନଙ୍କୁ ପାଣି ଆଣିବା ପାଇଁ ଦଶରୁ ବାର ଘଣ୍ଟା ମଧ୍ୟ ଲାଗି ଯାଇଥାଏ , କାରଣ ପାଣି ଆଣିବା ପାଇଁ ସେମାନଙ୍କୁ ଅନେକ ଗାଁକୁ ଅତିକ୍ରମ କରିବାକୁ ପଡ଼ିଥାଏ। ମହାରାଷ୍ଟ୍ରରେ ପ୍ରାୟତଃ ଏହିପରି ୧୯,୦୦୦ ଗାଁ ଅଛି , ଯେଉଁଠାରେ ଦ୍ଵିତୀୟ ପତ୍ନୀମାନଙ୍କୁ ‘ୱାଟର ୱାଇସ’ ବା ‘ୱାଟର ବାଇସ’ କୁହାଯାଏ।

ତେବେ ଏହା ପାଣି ଖୋଜିବାର କାହାଣୀ ଥିଲା। ଦେଶରେ ଏପରି ଏକ ଗାଁ ଅଛି ଦେଗନମଲ , ଯେଉଁଠାରେ ପୁରୁଷମାନେ ତିନୋଟି ବିବାହ ମଧ୍ୟ କରନ୍ତି। ଏହା ପଛର କାରଣ ହେଉଛି ଯଦି ଜଣେ ପତ୍ନୀ ପିଲା ଏବଂ ଘରର ଯତ୍ନ ନିଅନ୍ତି , ତେବେ ଅନ୍ୟ ଦୁଇ ଜଣ ପତ୍ନୀ ପର୍ଯ୍ୟାପ୍ତ ପରିମାଣରେ ପାଣି ଖୋଜି ଆଣନ୍ତି। ଏହିପରି ଗାଁରେ ପ୍ରାୟତଃ ଦେଖାଯାଏ ଯେ ଅନ୍ୟ ପତ୍ନୀମାନେ ପ୍ରଥମ ସ୍ୱାମୀ ଦ୍ୱାରା ପରିତ୍ୟକ୍ତ କିମ୍ବା ବିଧବା ହୋଇଥାନ୍ତି। ପରିସ୍ଥିତି ଏପର୍ଯ୍ୟନ୍ତ ହୋଇଥିଲେ ଠିକ ହୋଇଥାନ୍ତା କିନ୍ତୁ ଦୁଃଖର ବିଷୟ ଏହା ଯେ ଅନେକ ଥର ଏଠାରେ ଦେଖାଯାଇଛି ଯେ ଅଧିକ ବୟସର ପୁରୁଷମାନେ ନିଜ ବୟସରୁ ଅଧା ବୟସର ଝିଅ ମାନଙ୍କୁ ବିବାହ କରନ୍ତି କାରଣ ବୟସ୍କା ମହିଳାମାନଙ୍କ ଠାରୁ କମ୍ ବୟସର ଝିଅମାନେ ଅଧିକ ପାଣି ଆଣିବାରେ ସକ୍ଷମ ଅଟନ୍ତି।

ଏପରି ଗ୍ରାମରେ ଅଧିକାରୀମାନେ ମଧ୍ୟ ବହୁବିବାହ ବନ୍ଦ କରିପାରନ୍ତି ନାହିଁ। ଆଶ୍ଚର୍ଯ୍ୟର କଥା ଏହା ଯେ ପ୍ରଥମ କିମ୍ବା ଦ୍ୱିତୀୟ ପତ୍ନୀଙ୍କ ଇଚ୍ଛାରେ ହିଁ ଏଠାରେ ବହୁବିବାହ ହୋଇଥାଏ। ଏଭଳି ପରିସ୍ଥିତିରେ ଅଧିକାରୀମାନେ ମଧ୍ୟ ନିଜକୁ ଅକ୍ଷମ ମନେ କରନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ ନିଶ୍ଚିତ କଟନ୍ତୁ । ଖବରଟି ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

Leave a Reply

Your email address will not be published. Required fields are marked *