ଆପଣଙ୍କ ହାତ ମୁଠା ବନ୍ଦ କରିବାର କୁଶଳ କିପରି ଅଟେ, ଏଥିରୁ ନିର୍ଧାରଣ ହୋଇଥାଏ ଆପଣଙ୍କ ବ୍ୟକ୍ତିତ୍ଵ।

ମଣିଷର ବଡ଼ି ଲାଙ୍ଗୁଏଜ ସେହି ବ୍ୟକ୍ତି ବିଷୟରେ ଅନେକ କିଛି କହିଦିଏ। ଆପଣ ଯେବେ କାହା ସହିତ ପ୍ରଥମଥର ପାଇଁ ଦେଖାସାକ୍ଷାତ ହୋଇଥାନ୍ତି, ତେବେ ଆପଣ ତାଙ୍କ କଥାବାର୍ତ୍ତା ଶୈଳୀ ଦେଖି ତାଙ୍କ ବିଷୟରେ ଜାଣି ପାରିବେ।

କଣ ଆପଣ ଜାଣିଛନ୍ତି କୌଣସି ବ୍ୟକ୍ତିର ହାତ ମୁଠା କୌଣସି ବ୍ୟକ୍ତିର ବନ୍ଦ ହାତ ମୁଠାରୁ ସେହି ବ୍ୟକ୍ତି ବିଷୟରେ ଜାଣି ହେବ। ଯିଏ କେହି ନିଜ ହାତ ମୁଠାକୁ ବନ୍ଦ କରିଥାଏ, ସେହି ସମୟରେ ସେ ନିଜ ଆଙ୍ଗୁଳି ଗୁଡିକ ଯେପରି ରଖିଥାଏ, ସେହି ମଣିଷର ଚରିତ୍ର ବିଷୟରେ ଜଣା ପଡି ଯାଇଥାଏ। ତେଣୁ ଆପଣମାନେ ବି ଜାଣି ନିଅନ୍ତୁ ହାତ ମୁଠା କରିବା ପ୍ରଣାଳୀରୁ କିପରି ଜାଣିବା ସେହି ବ୍ୟକ୍ତିର ଚରିତ୍ର ବିଷୟରେ।

୧/ ଆଙ୍ଗୁଠି ଉପରେ ଆଙ୍ଗୁଳି ଗୁଡିକ –

ଯଦି ଆପଣଙ୍କର ସବୁ ଆଙ୍ଗୁଳି ଗୁଡିକରେ ମୁଠା କରିବା ପରେ ବୁଢ଼ା ଆଙ୍ଗୁଳି ଉପରକୁ ଆସୁଛି , ଏହାର ଅର୍ଥ ଆପଣ ଜଣେ ରଚନାତ୍ମକ ଏବଂ ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି। ଆପଣଙ୍କ ମଧ୍ୟରେ ସବୁ କାର୍ଯ୍ୟକୁ ଉଚିତ ଢଙ୍ଗରେ କରିବାର କଳା ରହିଛି, ଯାହା ସମସ୍ତଙ୍କ ପାଖରେ ନଥାଏ। ଆପଣଙ୍କୁ ଦେଖି ବହୁତ ଲୋକେ ପ୍ରେରିତ ହୋଇ ଥାନ୍ତି। ଏଥିପାଇଁ ଆପଣଙ୍କୁ ସମସ୍ତେ ପସନ୍ଦ କରିଥାନ୍ତି। ଆପଣଙ୍କୁ ଅଧିକ କଥାହେବା ପସନ୍ଦ ନଥାଏ।

ଆପଣଙ୍କ ଦ୍ଵାରା କହିଥିବା ଶବ୍ଦ କାହାକୁ ଦୁଃଖ ନ ପହଞ୍ଚୁ ଏଥିପାଇଁ ଆପଣ ଚୁପ ରହିବା ପସନ୍ଦ କରିବା ପସନ୍ଦ କରିଥାନ୍ତି। ଆପଣ ସମସ୍ତଙ୍କ ସହିତ ଖୁବ୍ ଶୀଘ୍ର ମିଶି ଯାଇଥାନ୍ତି। ଯଦି ଆପଣଙ୍କ ପାର୍ଟନର ସମ୍ପର୍କରେ ଖୁସି ନଥାନ୍ତି, ତାହେଲେ ଆପଣ ସମ୍ପର୍କରୁ ଚୁପଚାପ କିଛି ସ୍ପଷ୍ଟୀକରଣ ନଦେଇ ବାହାରି ଯାଇଥାନ୍ତି।

Google

୨/ ସବୁ ଆଙ୍ଗୁଳି ଉପରେ ବୁଢ଼ା ଆଙ୍ଗୁଠି –

ସମସ୍ତେ ଆପଣଙ୍କ ବ୍ୟକ୍ତିତ୍ଵ ଦେଖି ଆପଣଙ୍କୁ ପସନ୍ଦ କରିଥାନ୍ତି। ଆପଣ ବହୁତ ଦୟାଳୁ, ବୁଦ୍ଧିମାନ, ଉଦାର ମଣିଷ ଅଟନ୍ତି। ଆପଣଙ୍କୁ ଯେଭଳି ଠିକ୍ ଲାଗୁଛି, ଆପଣ ସେହିଭଳି ବ୍ୟବହାର କରିଥାନ୍ତି। ବେଳେବେଳେ ଭୟ ଆପଣଙ୍କ ଉପରେ ପ୍ରଭାବ ବିସ୍ତାର କରେ, ଯାହାଦ୍ବାରା ଆପଣ କିଛି କରି ପାରନ୍ତି ନାହିଁ। ଆପଣ ନିଜକୁ ଦୁଃଖ ନଦେବା ପାଇଁ ପ୍ରତ୍ୟେକ ସମୟ ଭୟ କରନ୍ତୁ। ଆପଣ ଲୋକଙ୍କ ଠାରୁ ଅଧିକ ଆଶା ରଖନ୍ତି ନାହିଁ।

୩/ ଗୋଟେ ଆଙ୍ଗୁଳି ଉପରେ ବୁଢ଼ା ଆଙ୍ଗୁଠି –

ଏଭଳି ଲୋକଙ୍କ ଅଭ୍ୟାସ ହେଉଛି କଳ୍ପନା କରିବା। ଆପଣଙ୍କ ମଧ୍ୟରେ ଉଦାରତା, ଉତ୍ସାହ, ଜିଜ୍ଞାସା ଅଧିକ ରହିଛି। ଏଥିପାଇଁ ସମସ୍ତେ ଆପଣଙ୍କୁ ସମ୍ମାନ କରିଥାନ୍ତି। ଆପଣ ଦୁଃଖୀ ମଣିଷକୁ ହସେଇବାରେ ସକ୍ଷମ ଥାନ୍ତି। ଯେତିକି କଥା ଜରୁରୀ ଅଟେ, ଆପଣ ସେତିକି କଥା କହନ୍ତି। ଏହି କାରଣ ଯୋଗୁଁ ଲୋକେ ଆପଣଙ୍କୁ ପସନ୍ଦ କରିଥାନ୍ତି। ଆପଣଙ୍କର ବହୁତ ଦୟାଳୁ ଏବଂ ସଚ୍ଚୋଟ ପଣିଆ ଯୋଗୁଁ କିଛି ଲୋକେ ଆପଣଙ୍କର ଲାଭ ଉଠାଇବାକୁ ପ୍ରୟାସ କରି ପାରନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *