ଯେଉଁ ମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ ଦୁର୍ବଳ ଅଟେ , ସେମାନେ ଏହାକୁ ବୃଦ୍ଧି କରିବାର ଉପାୟ ଜାଣି ନିଅନ୍ତୁ

ଶକ୍ତିଶାଳୀ ରୋଗ ପ୍ରତିରୋଧକ ଶକ୍ତି କେବଳ ଜୀବାଣୁ ଏବଂ ଭୁତାଣୁ ସଂକ୍ରମଣରୁ ରକ୍ଷା କରେ ନାହିଁ , ବରଂ ଦିନସାରା ଆମକୁ ଶକ୍ତିଶାଳୀ ରଖିଥାଏ। ଯଦି ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବିଗିଡି ଯାଏ , ତେବେ ଶରୀର ବାହ୍ୟ ଜୀବାଣୁ ଏବଂ ଭୁତାଣୁ ବିରୁଦ୍ଧରେ ଲଢ଼ିବାର ଶକ୍ତି ହରାଇଦିଏ। ଏପରି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ଏପରି ଏକ ପାନୀୟ ବିଷୟରେ କହିବାକୁ ଯାଉଛୁ , ଯାହାର ସେବନ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିବ।

କ୍ଷୀର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ:-

କ୍ଷୀରକୁ ଏକ ସମ୍ପୂର୍ଣ୍ଣ ଖାଦ୍ୟ ଭାବରେ ବିବେଚନା କରାଯାଏ କାରଣ ଏହାଦ୍ୱାରା ଶରୀରକୁ ସମସ୍ତ ଆବଶ୍ୟକୀୟ ଉପାଦାନ ମିଳିଥାଏ। କିନ୍ତୁ ଯଦି ଏଥିରେ କିଛି ଔଷଧୀୟ ଜିନିଷ ମିଶାଯାଏ , ତେବେ ଏହାର ଦ୍ବିଗୁଣ ଲାଭ ମିଳିଥାଏ। ଏଥି ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ମଧ୍ୟ ଅତ୍ୟନ୍ତ ସହାୟକ ପ୍ରମାଣିତ ହୋଇପାରେ। ତେବେ ଆସନ୍ତୁ କ୍ଷୀରରେ କେଉଁ ୪ଟି ଜିନିଷ ମିଳାଇ ପିଇବା ଦ୍ୱାରା ଆପଣଙ୍କୁ ଲାଭ ମିଳିପାରେ ସେ ବିଷୟରେ ଜାଣିବା।

Google

କେବେ ଏବଂ କିପରି ସେବନ କରିବେ:-

ଆପଣ ଏହି କ୍ଷୀରକୁ ଗରମ କରି ମଧ୍ୟ ସେବନ କରିପାରିବେ କିନ୍ତୁ ରାତ୍ରୀ ଭୋଜନର ଅତି କମରେ ୩୦ ମିନିଟ୍ ପରେ ଏହାକୁ ସେବନ କରନ୍ତୁ। ରାତିରେ ଶୋଇବା ପୂର୍ବରୁ ପ୍ରତିଦିନ ଏହି ପାନୀୟର ସେବନ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ।

ଆସନ୍ତୁ ବର୍ତ୍ତମାନ ରେସିପି ଜାଣିବା:-

ସାମଗ୍ରୀ: (୧ ଗ୍ଲାସ)

ଗାଈ କ୍ଷୀର – ୧ ଗ୍ଲାସ

ବାଦାମ – ୧୦

ଖଜୁରୀ – ୩

ହଳଦୀ – ୩ ପିଞ୍ଚ

ଡାଲଚିନି – ୨ ପିଞ୍ଚ

ଅଳେଇଚ ପାଉଡର – ୧ ପିଞ୍ଚ

ଦେଶୀ ଘି – ୧ ଛୋଟ ଚାମଚ

ମହୁ – ୧ ଛୋଟ ଚାମଚ

Google

ପାନୀୟ ପ୍ରସ୍ତୁତ କରିବାର ପଦ୍ଧତି:-

Google

୧) ଏଥିପାଇଁ ସର୍ବପ୍ରଥମ ୧୦ଟି ବାଦାମକୁ ପାଣିରେ ଭିଜାଇ ରାତିସାରା ଛାଡିଦିଅନ୍ତୁ।

୨) ସକାଳେ ବାଦାମକୁ ଛାଣି ନିଅନ୍ତୁ ଏବଂ ଖଜୁରୀ ମଞ୍ଜି ମଧ୍ୟ ବାହାର କରିଦିଅନ୍ତୁ। ଏହା ପରେ ଉଭୟକୁ ଗ୍ରାଇଣ୍ଡ୍ କରନ୍ତୁ।

୩) ଏକ ଗ୍ଲାସ କ୍ଷୀର ଗରମ କରନ୍ତୁ ଏବଂ ସେଥିରେ ବାଦାମ ଓ ଖଜୁରୀ ପେଷ୍ଟ ମିଶାନ୍ତୁ।

୪) ତାପରେ ସେଥିରେ ହଳଦୀ , ଡାଲଚିନି ଏବଂ ଅଳେଇଚ ପାଉଡର ମିଶାନ୍ତୁ।

୫) ସେଥିରେ ୧ ଚାମଚ ଘିଅ ଏବଂ ମହୁକୁ ଭଲ ଭାବରେ ମିଶାନ୍ତୁ।

୬)ବର୍ତ୍ତମାନ ଶୋଇବା ପୂର୍ବରୁ ଏହାକୁ ସେବନ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ।

Leave a Reply

Your email address will not be published. Required fields are marked *