ଏହି ଘରୋଇ ଉପଚାରକୁ ଆପଣେଇ ଆପଣ ଦାନ୍ତର ହଳଦିଆ ଦାଗକୁ ଦୂର କରିପାରିବେ

ଦାନ୍ତର ହଳଦିଆ ଦାଗ ଆପଣଙ୍କୁ ଏବଂ ଆମ ସମସ୍ତଙ୍କୁ ଯେକୌଣସି ସ୍ଥାନରେ ଲଜ୍ଜିତ କରିପାରେ , କାରଣ ଦାନ୍ତର ହଳଦିଆ ଦାଗ ଆମର ହସକୁ ମାଟିରେ ମିଶାଇ ଦେବା ଭଳି କାମ କରେ। ସେଥିପାଇଁ ଅନେକ ଥର ଆମେମାନେ ଅନ୍ୟ ଲୋକଙ୍କ ସାମ୍ନାରେ ଖୋଲାଖୋଲି ଭାବରେ ହସି ପାରନ୍ତି ନାହିଁ। ଦାନ୍ତ ଓ ମାଢିକୁ ସୁସ୍ଥ ରଖିବା ପାଇଁ ନିୟମିତ ଯତ୍ନ ଏବଂ ସଫା କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ। ଦାନ୍ତକୁ ଧଳା ରଖିବା ପାଇଁ ଖାଦ୍ୟପେୟର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଦାନ୍ତର ହଳଦିଆ ସମସ୍ୟା ବେଳେବେଳେ ଖାଦ୍ୟପେୟ କାରଣରୁ ମଧ୍ୟ ହୋଇଥାଏ।

ଏପରି ପରିସ୍ଥିତିରେ ଦାନ୍ତର ହଳଦିଆପଣରୁ ମୁକ୍ତି ପାଇବା ପାଇଁ ଆପଣ କିଛି ଘରୋଇ ଉପଚାର ଗ୍ରହଣ କରିପାରିବେ। ସୋରିଷ ତେଲ ଏଥିପାଇଁ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ ଏବଂ ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଦାନ୍ତ ସଠିକ୍ ଭାବରେ ସଫା ହୋଇଯାଏ ଏବଂ ଦାନ୍ତରୁ ହଳଦିଆ ଦାଗ କମିବାକୁ ଲାଗିଥାଏ। ତେବେ ଆସନ୍ତୁ ଜାଣିବା ଦାନ୍ତର ହଳଦିଆପଣ ଦୂର କରିବା ପାଇଁ ସୋରିଷ ତେଲକୁ କିପରି ବ୍ୟବହାର କରିବା ସେ ବିଷୟରେ ଜାଣିବା।

Google

୧) ସୋରିଷ ତେଲ ଏବଂ ହଳଦୀ:-

ସୋରିଷ ତେଲ ସହିତ ହଳଦୀ ମିଶାଇ ଦାନ୍ତକୁ ସଫା କରିବା ପାଇଁ , ଆପଣ ଅଧା ଚାମଚ ହଳଦୀ ଗୁଣ୍ଡ ସହିତ ସେତିକି ସୋରିଷ ତେଲ ମିଶାନ୍ତୁ ଯେପର୍ଯ୍ୟନ୍ତ ଏହା ଏକ ପେଷ୍ଟ ଭଳି ନ ହୋଇଯାଏ। ଏଥିପାଇଁ ଆପଣ ଏହି ପେଷ୍ଟକୁ ଆଙ୍ଗୁଠିରେ ଦାନ୍ତରେ ଲଗାଇ ଭଲଭାବରେ ମସାଜ କରନ୍ତୁ , ଯେଉଁଭଳି ଆପଣ ଆପଣଙ୍କର ଦାନ୍ତକୁ ସଫା କରନ୍ତି। ଦୈନିକ ଏହାର ପେଷ୍ଟକୁ ବ୍ୟବହାର କରିବା ଦ୍ୱାରା କିଛି ଦିନ ମଧ୍ୟରେ ଆପଣଙ୍କ ଦାନ୍ତର ହଳଦିଆପଣ ଦୂର ହୋଇଯିବ।

୨) ଲୁଣର ବ୍ୟବହାର:-

ଦାନ୍ତକୁ ଦୃଢ଼ କରିବା ପାଇଁ ଲୁଣ ସବୁଠାରୁ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଆଜିକାଲି କିଛି ଟୁଥପେଷ୍ଟ ଲୁଣଯୁକ୍ତ ଆସୁଅଛି। ଦାନ୍ତ ସଫା ପାଇଁ ଅଧା ଚାମଚ ସୋରିଷ ତେଲ ସହିତ ଟିକିଏ ଲୁଣରେ ମିଶାଇ ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ବର୍ତ୍ତମାନ ଏହି ପେଷ୍ଟ ଦ୍ୱାରା ଦାନ୍ତ ସଫା କରନ୍ତୁ। ଲୁଣ ଏବଂ ତେଲର ଏହି ପେଷ୍ଟ ବ୍ୟବହାର କରି ଆପଣଙ୍କୁ ଖୁବ ଶୀଘ୍ର ଦାନ୍ତର ହଳଦିଆପଣରୁ ମୁକ୍ତି ମିଳିଯିବ।

Google

୩) କେବଳ ସୋରିଷ ତେଲ:-

ଦାନ୍ତ ଏବଂ ମାଢିର ସମସ୍ୟାରୁ ମୁକ୍ତି ପାଇବା ପାଇଁ କେବଳ ସୋରିଷ ତେଲ ହିଁ ଯଥେଷ୍ଟ ହୋଇଥାଏ। ଏଥିପାଇଁ ଆଙ୍ଗୁଠିରେ ଟିକିଏ ସୋରିଷ ତେଲ ନେଇ ଦାନ୍ତ ଓ ମାଢିକୁ ମସାଜ କରନ୍ତୁ। ଏହା ପରେ ଏହାକୁ ଏକ କିମ୍ବା ଦୁଇ ମିନିଟ ଛାଡି ଦିଅନ୍ତୁ ଏବଂ ତାପରେ ଏହାକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *